ନୀରବଙ୍କଠୁ ୭୨୦୦ କୋଟି ଅସୁଲ କରିବ ବ୍ୟାଙ୍କ

ନୂଆଦିଲ୍ଲୀ,୬-୭: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)କୁ ଶନିବାର ଭଲ ଖବର ମିଳିଛି। ଡେଟ୍‌ ରିକଭରୀ ଟ୍ରିବ୍ୟୁନାଲ(ଡିଆର୍‌ଟି) ତାଙ୍କର ଅନ୍ତିମ ରାୟ ଶୁଣାଇଛନ୍ତି। ପିଏନ୍‌ବି ମହାଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦି ଓ ତାଙ୍କ କମ୍ପାନୀଙ୍କ ଠାରୁ ସୁଧ ସମେତ ୭୨୦୦ କୋଟି ଟଙ୍କା ଆଦାୟ କରିବାକୁ ଡିଆର୍‌ଟି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ବ୍ୟାଙ୍କ ଭାବେ ପିଏନ୍‌ବି ଗତବର୍ଷ ଜୁଲାଇରେ ଡିଆର୍‌ଟିରେ ନୀରବଙ୍କ ବିରୋଧରେ ମାମଲା ଦାଏର କରିଥିଲା। ବକେୟା ବାବଦରେ ୭ ହଜାର କୋଟି ଟଙ୍କା ଆଦାୟ କରିବା ଲାଗି ପିଏନ୍‌ବି ଆବେଦନରେ ଦର୍ଶାଇଥିଲା। ଅନ୍ୟପକ୍ଷରେ ବ୍ୟାଙ୍କ ସମୂହ ପରେ ୨୦୦ କୋଟି ଟଙ୍କା ଆଦାୟ କରିବା ଲାଗି ସ୍ବତନ୍ତ୍ର ଭାବେ ଆଉ ଏକ ଆବେଦନ ପରେ ଦେଇଥିଲେ। ଡିଆର୍‌ଟି ମୁମ୍ବାଇର ଅତିରିକ୍ତ ଦାୟିତ୍ୱରେ ଥିବା ପ୍ରିଜାଇଡିଂ ଅଫିସର ଦୀପକ ଥକ୍କର ପିଏନ୍‌ବିର ଦୁଇଟି ସ୍ବତନ୍ତ୍ର ମାମଲାରେ ନୀରବ ଓ ପାର୍ଟନରଙ୍କୁ ଯଥାକ୍ରମେ ୭୦୨୯.୦୬ କୋଟି, ୮୭,୯୫୦.୬୫ କୋଟି ଟଙ୍କା, ବାର୍ଷିକ ୧୪.୩୦ ପ୍ରତିଶତ ହାରରେ ସୁଧ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ହଜାର କର୍ମଚାରୀଙ୍କୁ ଛଟେଇ କଲା ଇଣ୍ଡିଆବୁଲ୍‌ସ

ମୁମ୍ବାଇ,୨୩।୫: ବର୍ତ୍ତମାନ କରୋନା ପ୍ରଭାବରୁ କମ୍ପାନୀଗୁଡ଼ିକ ବୃହତ୍‌ ପରିମାଣର କ୍ଷତି ସହୁଥିବା ବେଳେ କର୍ମଚାରୀଙ୍କୁ ଛଟେଇ କରୁଥିବା ନଜରକୁ ଆସିଛି। ଏଭଳି ଅସୁବିଧା ଯୋଗୁ ଇଣ୍ଡିଆ...

୫ବର୍ଷରେ ୨୫,୦୦୦ ଚାର୍ଜିଂ ପଏଣ୍ଟ

ନୂଆଦିଲ୍ଲୀ,୧୪।୧: ଭାରତର ଅଗ୍ରଣୀ ଓ ଦ୍ରୁତ ଅଭିବୃଦ୍ଧିଶୀଳ ଇଭି ଚାର୍ଜିଂ ସମାଧାନ ପ୍ରଦାନକାରୀ ଟାଟା ପାୱାର ପକ୍ଷରୁ ଇ-ଯାନ ଗ୍ରହଣୀୟତା ବଢ଼ାଇବା ଲାଗି ଆସନ୍ତା ୫...

୨.୨ ବିଲିୟନ ସହାୟତା ଦେବ ଏଡିବି

ନୂଆଦିଲ୍ଲୀ,୧୧।୪: ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି) ଭାରତକୁ ୨.୨ (ପ୍ରାୟ ୧୬ ହଜାର କୋଟି) ବିଲିୟନ ଡଲାରର ଋଣ ସହାୟତା ପ୍ରଦାନ କରିବ। କୋଭିଡ୍‌-୧୯ ବିରୋଧୀ ଲଢ଼େଇ...

‘ମେଟା’ର ଶେୟାର ମୂଲ୍ୟକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୧୦: ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଫେସ୍‌ବୁକ୍‌’ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ନିକଟରେ ଫେସ୍‌ବୁକ୍‌ର ରିବ୍ରାଣ୍ଡ କରି ଏହାର ନାମ ‘ମେଟା’ ରହିବ ବୋଲି ଘୋଷଣା କରିଛନ୍ତି। ବର୍ତ୍ତମାନ...

ସର୍ବକାଳୀନ ରେକର୍ଡ ସ୍ତରରେ ସୁନା

ନୂଆଦିଲ୍ଲୀ,୭-୧: ସୋମବାର ସୁନା ଦର ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଛି। ଏହି ସମୟରେ ୧୦ ଗ୍ରାମ ପିଛା ସୁନା ଦର ୪୧,୭୩୦ ଟଙ୍କା ସ୍ତରରେ ରହିଛି।...

କମିବାକୁ ଯାଉଛି ଖାଇବା ତେଲ ଦର

ନୂଆଦିଲ୍ଲୀ,୨୨।୧୦: ପାର୍ବଣ ସମୟରେ ଡାଲି ଏବଂ ଖାଇବା ତେଲ ଦର ନିୟନ୍ତ୍ରଣକୁ ଆଣିବା ଲାଗି ବିଭିନ୍ନ ପଦକ୍ଷେପ ନେଉଛନ୍ତି କେନ୍ଦ୍ର ସରକାର। ଆମଦାନୀ ବଢ଼ାଇବା ସହ...

ତେଲ ଦର ସହ ବୃଦ୍ଧି ହେଲା ଏଟିଏଫ ଦର

ନୂଆଦିଲ୍ଲୀ,୧୭।୬: ଦେଶରେ ତେଲ ଦର କ୍ରମାଗତ ଭାବେ ୧୦ ଦିନ ହେଲା ବୃଦ୍ଧି ପାଉଥିବା ବେଳେ ଏହି ସମୟରେ ବିମାନ ଇନ୍ଧନ(ଏଟିଏଫ)ର ଦର ପ୍ରାୟ ୧୬.୩%...

ଆଜି ସରିବ ମେଗା ଟ୍ରେଡ୍‌ ଫେୟାର

ଭୁବନେଶ୍ୱର,୬।୩: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସ୍ଥାନୀୟ ଜନତା ମଇଦାନଠାରେ କ୍ରେଡାଇ ଭୁବନେଶ୍ୱର ପକ୍ଷରୁ ହୋମ୍‌ ଆଣ୍ଡ ଡେକୋର-୨୦୨୩ ରିୟଲ ଇଷ୍ଟେଟ୍‌ ପ୍ରଦର୍ଶନୀର ଆୟୋଜନ କରାଯାଇଛି।...

Advertisement
Archives

Model This Week