ନିଶା ବେପାରୀଙ୍କ ଗୁଳିମାଡ଼ରେ ପୁଅ ମୃତ, ବାପା ଗୁରୁତର

ଭୁବନେଶ୍ୱର,୮-୧୧(ବ୍ୟୁରୋ):ରାଜଧାନୀରେ ପୁଣି ଫୁଟିଛି ଗୁଳି। ଗଡ଼ିଛି ଆଉ ଏକ ମୁଣ୍ଡ। ବ୍ରାଉନ ସୁଗାର ବେପାରକୁ ବିରୋଧ କରିବାରୁ ବାପା ଓ ପୁଅଙ୍କୁ ଗୁଳିମାଡ଼ ହୋଇଛି। ନିଶା ବେପାରୀଙ୍କ ଗୁଳିମାଡ଼ରେ ପୁଅର ମୃତ୍ୟୁ ଘଟିଥିବାବେଳେ ବାପା ଗୁରୁତରଭାବେ ଆହତ ହୋଇଛନ୍ତି। ଖଣ୍ଡଗିରି ଥାନା ବାହାଦୂରପୁର ହନୁମାନ ମନ୍ଦିର ସମ୍ମୁଖରେ ଗୁରୁବାର ଘଟିଛି ଏହି ଲୋମଟାଙ୍କୁରା ଘଟଣା। ମୃତକ ଜଣକ ହେଲେ ବାହାଦୂରପୁରର ଅନିଲ ଜେନା ଓ ଗୁରୁତର ଆହତ ବାପା ହେଲେ ଅଭିମନ୍ୟୁ ଜେନା। ଅନିଲଙ୍କ ଡାହାଣ ଛାତିରେ ଦୁଇ ରାଉଣ୍ଡ ଓ ଅଭିମନ୍ୟୁଙ୍କ ଡାହାଣ ଗୋଡ଼ରେ ଗୋଟିଏ ଗୁଳି ବାଜିଛି। ପୋଲିସ ପହଞ୍ଚତ୍ ଗୁଳିକାଣ୍ଡ ଘଟିଥିବା ସ୍ଥାନକୁ ଚିହ୍ନଟ କରିଛି। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିବାବେଳେ ଓ ଫୋରେନ୍‌ସିକ୍‌ ଟିମ୍‌ ରକ୍ତ ନମୁନା ସଂଗ୍ରହ କରିଛି। ଅଭିଯୋଗ ଆଧାରରେ ପୋଲିସ ସରକନ୍ତରା ଅଞ୍ଚଳର ବାପି ଓରଫ ଭରତ ସାହୁ, ସହଯୋଗୀ ହାପି ଓ ଆଲୋକଙ୍କ ନାମରେ ହତ୍ୟା ମାମଲା (ନଂ.୬୩୫/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ ବାହାଦୂରପୁର ଗ୍ରାମରେ ଉତ୍ତେଜନା ଲାଗି ରହିଥିବାରୁ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଅଭିଯୋଗ ଅନୁସାରେ, ବାପି ଓ ସହଯୋଗୀମାନେ ଦୀର୍ଘବର୍ଷ ହେବ ବ୍ରାଉନସୁଗାର ସହ ଅନ୍ୟ ବେଆଇନ ନିଶା ଦ୍ରବ୍ୟ ବେପାର କରନ୍ତି। ବିଶେଷକରି ସ୍କୁଲ ଓ କଲେଜ ପିଲାଙ୍କୁ ଫସାଇ ନିଶା ଖୁଆନ୍ତି। ନିଶା ଖାଇ ଗାଁ ପିଲାମାନେ ବରବାଦ ହେଉଥିବାରୁ ବାହାଦୁରପୁର ଗ୍ରାମବାସୀ ଏହାକୁ ବିରୋଧ କରିଆସୁଛନ୍ତି। ଗତ ଦୀପାବଳିରେ ମୃତ ଅନିଲର ବଡ଼ଭାଇକୁ ବାପି ଓ ସହଯୋଗୀ ବ୍ରାଉନ ସୁଗାର ଖାଇବାକୁ ଦେଇଥିଲେ। ବ୍ରାଉନ ସୁଗାର ଖାଇବା ପରେ ସେ ପରିବାର ସଦସ୍ୟଙ୍କୁ ମାରପିଟ୍‌ କରିବା ସହ ଅସୁସ୍ଥ ହୋଇପଡିଥିଲେ। ଏହା ଜାଣିବା ପରେ ଅନିଲ ଫୋନ କରି ବାପିଙ୍କୁ ଗ୍ରାମରେ ବ୍ରାଉନ ସୁଗାର ବେପାର ନ କରିବାକୁ ତାଗିଦ କରିଥିଲେ। ଏହାକୁ ନେଇ ବାପି ଓ ସହଯୋଗୀମାନେ ଅନିଲଙ୍କୁ ଟାର୍ଗେଟ କରିବା ସହ ୨୪ ଘଣ୍ଟା ଭିତରେ ହତ୍ୟା କରିବାକୁ ଧମକ ଦେଇଥିଲେ। ଗୁରୁବାର ଅପରାହ୍ନ ପ୍ରାୟ ୪ଟାରେ ଅନିଲ ନିକଟ ବଜାରକୁ କୌଣସି କାମରେ ଯାଇଥିଲେ। ଫେରୁଥିବାବେଳେ ଅପରାହ୍ନ ସାଢ଼େ ୫ଟାରେ ବାହାଦୁରପୁର ହନୁମାନ ମନ୍ଦିର ସମ୍ମୁଖରେ ବାପି, ୨ ସହଯୋଗୀ ଆଲୋକ ଓ ହାପି ମୁହଁରେ କପଡାବାନ୍ଧି ଏକ ପଲ୍‌ସରରେ ଆସି ତାଙ୍କୁ ଅଟକାଇଥିଲେ। ବାପି ହଠାତ ବନ୍ଧୁକ ବାହାର କରି ଅନିଲଙ୍କ ଛାତିକୁ ଦୁଇ ରାଉଣ୍ଡ ଗୁଳି କରିଥିଲେ। ଗୁଳି ଶବ୍ଦ ଓ ଚିତ୍କାର ଶୁଣି ଅନିଲଙ୍କ ବାପା ଅଭିମନ୍ୟୁ ଦୌଡିଯାଇ ସେମାନଙ୍କୁ ବିରୋଧ କରିଥିଲେ। ହେଲେ ଅଭିଯୁକ୍ତମାନେ ଅଭିମନ୍ୟୁଙ୍କ ଉପରକୁ ଗୁଳି କରି ପଳାଇଥିଲେ। ଉଭୟ ତଳେ ପଡି ଚିତ୍କାର କରୁଥିବାବେଳେ ସ୍ଥାନୀୟ ଲୋକେ ପହଞ୍ଚତ୍ ସେମାନଙ୍କୁ ଉଦ୍ଧାର କରି ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଅନୀଲଙ୍କ ଛାଡିରୁ ଡାକ୍ତର ଗୁଳି କାଢିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାସହ ଅଭିମନ୍ୟୁଙ୍କ ଗୋଡ଼ରୁ ଗୁଳି ବାହାର କରାଯାଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ନିକଟରେ ଏୟାରଫିଲ୍ଡ ଥାନାଞ୍ଚଳରେ ଅମରେଶ ନାୟକ ହତ୍ୟା ଘଟଣାରେ ପୋଲିସ ଏଯାଏ ସମସ୍ତ ଅଭିଯୁକ୍ତଙ୍କୁ ଧରିପାରିନି। ଦୁଇ ସପ୍ତାହ ମଧ୍ୟରେ ଦୁଇଟି ହତ୍ୟାକାଣ୍ଡ ଏବେ କମିଶନରେଟ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅଭିଯୁକ୍ତଙ୍କ ନାମରେ ରହିଛି ବହୁ ମାମଲା ଗୁଳିମାଡ଼ କରିଥିବା ବାପିଙ୍କ ନାମରେ ଖଣ୍ଡଗିରି ସମେତ ବିଭିନ୍ନ ଥାନାରେ ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ଏକାଧିକ ସଙ୍ଗୀନ ମାମଲା ରହିଛି। ନିକଟରେ ମଧ୍ୟ ବାପି ଜେଲରୁ ବାହାରିବା ପରେ ପୁଣି ବ୍ରାଉନ ସୁଗାର ବେପାର ଆରମ୍ଭ କରିଥିଲେ। ପାଖରେ ଖୁଲମଖୁଲା ବନ୍ଧୁକ ରଖି ବୁଲୁଥିଲେ। ଯେଉଁମାନେ ତାଙ୍କୁ ବିରୋଧ କରୁଥିଲେ ସେ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇ ପାଟି ବନ୍ଦ କରିଦେଉଥିଲେ। ଏଠାରେ ପ୍ରଶ୍ନ ଉଠୁଛି, ଜେଲ ଫେରିବା ପରେ ବାପି ପୁଣି ଅପରାଧ ସାମ୍ରାଜ୍ୟ ବିସ୍ତାର କରି ଚାଲିଥିଲେ ମଧ୍ୟ ପୋଲିସ ତାଙ୍କ ଉପରେ ନଜର କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିଲା କାହିଁକି?


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ବୋଝ ଦୂର କରିବ ସ୍ମାର୍ଟକାର୍ଡ

ଢେଙ୍କାନାଳ ଅଫିସ, ୨୮ା୧୧-ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ଶନିବାର ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି। ନେଉଳପୋଇ, ଯୋରନ୍ଦା, କାଲୁରିଆ, ବାଇସିଙ୍ଗା,...

ଭୁବନେଶ୍ୱର ସ୍ମାର୍ଟସିଟିକୁ ୨ଟି ପୁରସ୍କାର

ଭୁବନେଶ୍ୱର,୨୬।୬(ବ୍ୟୁରୋ): କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଇଣ୍ଡିଆ ସ୍ମାର୍ଟସିଟି ଆଓ୍ବାର୍ଡସ କଣ୍ଟେଷ୍ଟ (ଆଇଏସ୍‌ଏସି)-୨୦୨୦ ପ୍ରତିଯୋଗିତାରେ ଭୁବନେଶ୍ୱର ସ୍ମାର୍ଟସିଟିକୁ ଦୁଇଟି...

ଅଖ ହଣା ସରିଲା, ଦଣ୍ଡା କାମ ଆରମ୍ଭ

ପୁରୀ ଅଫିସ, ୭ା୬: ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଶ୍ରୀନଅର ସମ୍ମୁଖ ରଥଖଳାରେ ତିନିରଥ ମୁଖ୍ୟ ବିଶ୍ୱକର୍ମାଙ୍କ ନେତୃତ୍ୱରେ ଚାଲିଛି ରଥ କାମ। ଅକ୍ଷୟତୃତୀୟ ଠାରୁ...

୪୦ ଡିଗ୍ରୀ ଛୁଇଁବ ପାରଦ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ରାଜ୍ୟରେ ତାତି ବଢି ଚାଲିଛି। । ଆସନ୍ତା ସପ୍ତାହ ମଧ୍ୟରେ ପାରଦ ୪୦ ଡିଗ୍ରୀ ସେଲସିୟସକୁ ଛୁଇଁବ। ବଲାଙ୍ଗୀର, ଟିଟିଲାଗଡ, ସୋନପୁର, ସମ୍ବଲପୁର, ଝାରସୁଗୁଡା...

ଭିଜିଲାନ୍ସ ଜାଲରେ ଲୋଇସିଂହା ଆଇଆଇସି

ବଲାଙ୍ଗୀର ଅଫିସ,୨୪ା୮: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲା ଲୋଇସିଂହା ଆଇଆଇସି ସଂଗ୍ରାମ ପଟ୍ଟନାୟକ। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଇଆଇସିଙ୍କୁ କାବୁ କରିଛି...

ଜ୍ୱାଇଁ ମୋ’ ଝିଅକୁ ମାରିଦେଲେ

କବିସୂର୍ଯ୍ୟନଗର,୧୭ା୯(ଡି.ଏନ.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଗୁଡିଆଳି ଗ୍ରାମର ଏସ.ମହେନ୍ଦ୍ର ରେଡ୍ଡୀଙ୍କ ସ୍ତ୍ରୀ ରଙ୍ଗବତୀ (୨୦)ଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ପୋଲିସ ଜବତ କରିଛି। ଝାଡ଼ବାଇ...

ଚିତ୍ରକୋଣ୍ଡାରୁ ମିଳିଲା ମାଓବାଦୀ ପୋଷ୍ଟର

ଚିତ୍ରକୋଣ୍ଡା,୭।୬: ଦୀର୍ଘ ଦିନର ବ୍ୟବଧାନ ପରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅଞ୍ଚଳର ଟନେଲ କ୍ୟାମ୍ପ ମୁଖ୍ୟ ରାସ୍ତାରୁ ସୋମବାର ମାଓବାଦୀଙ୍କ ଏକ ଧମକପୂର୍ଣ୍ଣ ପୋଷ୍ଟର ମିଳିଛି।...

ସ୍ନାନଯାତ୍ରାରେ ମୁତୟନ ହେବେ ୫୨ ପ୍ଲାଟୁନ୍‌ ପୋଲିସ ଫୋର୍ସ

ପୁରୀ ଅଫିସ,୧୩।୬: ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। ତେବେ ସ୍ନାନଯାତ୍ରାରେ ଭିଡ଼କୁ ଦୃଷ୍ଟିରେ ରଖିପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।...

Advertisement
Archives

Model This Week