ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା: ମାମଲା ଚାପି ଦେବାକୁ ପୋଲିସର ଉଦ୍ୟମ

ଭୁବନେଶ୍ୱର,୨୪।୮(ବ୍ୟୁରୋ): ତମାଣ୍ଡୋ ଥାନା କଳିଙ୍ଗବିହାରସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ନୟାପଲ୍ଲୀ ଗଡସାହିର ଅକ୍ଷୟ ମାଝି(୪୫)। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଚୁପ ହୋଇ ବସି ପଡିଛି। ପୋଲିସ ନିଶା ନିବାରଣ କେନ୍ଦ୍ର ସହ ସଲାସୁତରା କରି ମାମଲାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ମୃତ ଅକ୍ଷୟଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଶୁକ୍ରବାର ସକାଳେ କ୍ୟାପିଟାଲ ହସ୍ପିଟାଲରେ ଅକ୍ଷୟଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ପରିବାର ଲୋକେ ମୃତଦେହକୁ ନେବା ପରେ ନୟାପଲ୍ଲୀ ଥାନା ସିବିଆଇ ଅଫିସ ସମ୍ମୁଖ ରାସ୍ତାରେ ରଖି ରାସ୍ତାରୋକୋ କରିଥିଲେ। ଅକ୍ଷୟଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତକଙ୍କ ପରିବାର ପକ୍ଷରୁ ଦାବି କରାଯାଇଥିଲା। ପ୍ରାୟ ଏକ ଘଣ୍ଟା ଧରି ସେମାନେ ରାସ୍ତା ଉପରେ ମୃତଦେହ ରଖି ଧାରଣାରେ ବସି ରହିଥିଲେ। ନୟାପଲ୍ଲୀ ଥାନା ପୋଲିସ ଧାରଣାକାରୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା। ଶେଷରେ ମାମଲାକୁ ଗୁରୁତର ସହ ନେଇ ତଦନ୍ତ କରାଯିବା ସହ ଅଭିଯୁକ୍ତଙ୍କୁ ଗିରଫ ପାଇଁ ତମାଣ୍ଡୋ ପୋଲିସକୁ ସମସ୍ତ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୁ ମୃତଦେହ ଉଠିଥିଲା। ଅନ୍ୟପକ୍ଷେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଅକ୍ଷୟଙ୍କ ଶରୀରରେ ଏକାଧିକ ସ୍ଥାନରେ କ୍ଷତଚିହ୍ନ ରହିଛି। ଏହି ଚିହ୍ନ ତାଙ୍କୁ କୌଣସି ଏକ ବାଡି କିମ୍ବା ଲୁହା ରଡରେ ପିଟା ଯାଇଥିବା ଜଣାପଡୁଛି। ଏଥିଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଅକ୍ଷୟ ପ୍ରଚୁର ମାତ୍ରାରେ ନିଶାଗ୍ରସ୍ତ ରହୁଥିଲେ। ପରିବାର ଲୋକେ ତାଙ୍କର ନିଶା ଛଡାଇବାକୁ ସମସ୍ତ ଉପାୟ ଆପଣାଇଥିଲେ ମଧ୍ୟ ସମ୍ଭବ ହୋଇ ପାରି ନ ଥିଲା। ଶେଷରେ ବୁଧବାର ପରିବାର ଲୋକେ ତାଙ୍କୁ କଳିଙ୍ଗବିହାରସ୍ଥିତ ନିଶା ନିବାରଣ କେନ୍ଦ୍ରରେ ଛାଡିଥିଲେ। ଜଣେ ଯୁବକଙ୍କ ମଧ୍ୟସ୍ଥତାରେ ତାଙ୍କୁ ଛଡା ଯାଇଥିଲା। ଗୁରୁବାର ସକାଳେ ଅକ୍ଷୟ ତାଙ୍କ ଶୋଇଥିବା ସ୍ଥାନରେ ପଡି ରହିଥିଲେ। ନିଶା ନିବାରଣ କେନ୍ଦ୍ରର କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେଣୁ ନିଶା ଛଡାଇବାକୁ କର୍ମଚାରୀମାନେ ଅକ୍ଷୟଙ୍କୁ ମାରପିଟ୍‌ କରିଥିବାରୁ ତାଙ୍କର ମୃତ୍ୟୁ ଘଟି ଥାଇପାରେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ତମାଣ୍ଡୋ ଥାନା ଅଧିକାରୀଙ୍କୁ ଫୋନ କରି ପଚରା ଯାଇଥିଲେ ହେଁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ବରଂ କଥାକୁ ଏଡାଇବା ଭଳି କହି ଫୋନ କାଟି ଦେଇଥିଲେ। ପୁଣି ଫୋନ କରାଯାଇଥିଲେ ମଧ୍ୟ ସେ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri