Posted inଜାତୀୟ

ନିର୍ବାଚନ ପରେ ଅମେଠିକୁ ରାହୁଲଙ୍କ ପ୍ରଥମ ଗସ୍ତ: ପରାଜୟ ପାଇଁ ସ୍ଥାନୀୟ ନେତାଙ୍କୁ ଦାୟୀ କଲେ

ଅମେଠି,୧୧ା୭(ପି.ଟି.): ଲୋକ ସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ପ୍ରଥମ ଥର ପାଇଁ ନିଜ ନିର୍ବାଚନ ମଣ୍ଡଳୀ ଅମେଠି ଗସ୍ତରେ ଯାଇଥିଲେ। ପରାଜୟ ପାଇଁ ସେ ସ୍ଥାନୀୟ ନେତାଙ୍କୁ ଦୋଷ ଦେଇଛନ୍ତି। ସେମାନେ ଲୋକଙ୍କଠାରୁ ଦୂରେଇ ରହିଲେ ବୋଲି ରାହୁଲ କହିଛନ୍ତି। ତେବେ ରାହୁଲ ତାଙ୍କ ନିର୍ବାଚନ ମଣ୍ଡଳୀକୁ ଛାଡ଼ି ଯିବେନାହିଁ। ଏହା ତାଙ୍କର ଘର ଓ ପରିବାର ବୋଲି ରାହୁଲ କର୍ମୀମାନଙ୍କୁ କହିଛନ୍ତି। ସେ ଏବେ ଓ୍ବାୟାନଡ଼ର ଏମ୍‌ପି ହେଲେ ମଧ୍ୟ ଅମେଠି ସହ ତାଙ୍କର ତିନି ଦଶନ୍ଧିର ସମ୍ପର୍କ। ସେ ଦିଲ୍ଲୀରେ ଅମେଠି ପାଇଁ ଲଢ଼େଇ କରିବେ ବୋଲି କର୍ମୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ରାହୁଲ ଗୌରୀଗଞ୍ଜରେ ଦଳର ତିଲୋଇ ବିଧାନସଭା ପ୍ରଭାରୀ ମାତା ପ୍ରସାଦ ବୈଶଙ୍କ ଘରକୁ ଯାଇ ତାଙ୍କର ମୃତ ସମ୍ପର୍କୀୟଙ୍କ ପାଇଁ ଶୋକବ୍ୟକ୍ତ କରିଥିଲେ। ପରେ ସେ ନିର୍ମଳାଦେବୀ ଶିକ୍ଷାନୁଷ୍ଠାନରେ ଅନ୍ୟ ନେତା ଓ କାର୍ଯ୍ୟକର୍ତ୍ତାମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ସୂଚନାଯୋଗ୍ୟ ଅମେଠି ଆସନରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାହୁଲଙ୍କୁ ୫୨୦୦୦ରୁ ଅଧିକ ଭୋଟରେ ପରାଜିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ରାଜପଥରେ ଓଲଟିଲା ବସ୍, ୧୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୨: ଇଣ୍ଡୋନେସିଆରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଏକ ଯାତ୍ରୀବାହୀ ବସ୍...

୭ଦିନ ଜାରି ରହିବ ଶୀତ ଲହରି

ଭୁବନେଶ୍ୱର,୨୨ା୧୨(ବନ୍ଦନା ସେଠୀ): ରାଜ୍ୟରେ ଶୀତ ଲହରି ଜାରି ରହିବ। ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଣିପାଗର କୌଣସି ବିଶେଷ ପରିବର୍ତ୍ତନ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି: ଗୁରୁକୁଳ ଖୋଲିବା ସହ ଶୀତ ମହୋତ୍ସବ ହେବ ଆଡମ୍ବରପୂର୍ଣ୍ଣ

ଦାରିଙ୍ଗବାଡି, ୨୨।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସୋମବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗସ୍ତ କରିଛନ୍ତି। ସେ ସକାଳ...

ମଝି ଆକାଶରେ ଅଟକିଗଲା ଶହଶହ ଯାତ୍ରୀଙ୍କ ଜୀବନ, ଟେକ୍‌ ଅଫ୍‌ର କିଛି ମିନିଟ୍‌ ଘଟିଲା ଏମିତି…

ନୂଆଦିଲ୍ଲୀ,୨୨।୧୨: ସୋମବାର ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଦିଲ୍ଲୀ ଫେରିବାକୁ ବାଧ୍ୟ ହୋଇଥିଲା।...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ଶରୀରର ସୁରକ୍ଷା କବଚ : ଆଣ୍ଟିଅକ୍ସିଡାଣ୍ଟ

ଆଜିକାଲି ସ୍ବାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଆଣ୍ଟିଅକ୍ସିଡାଣ୍ଟ (Antioxidant) ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନ ଉଠେ: ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଆମ ଶରୀର...

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

ୟୁନୁସ ଭାରତ ବିରୋଧରେ…ବାଂଲାଦେଶ ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଶେଖ ହାସିନା

ଢାକା,୨୨।୧୨: ବାଂଲାଦେଶର ରାଜଧାନୀ ଢାକାର ପରିସ୍ଥିତି ସାମ୍ପ୍ରତିକ ହିଂସା ଏବଂ ପ୍ରତିବାଦ ପରେ ଶାନ୍ତ ହେଉଥିବା ପରି ମନେ ହେଉଛି। ତଥାପି ରାଜନୈତିକ ମହଲରେ ଉତ୍ତେଜନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri