ନିର୍ଦ୍ଦେଶ ଅବମାନନା କରି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସସ୍‌ପେଣ୍ଡ

ଦାରିଙ୍ଗବାଡ଼ି,୧୯।୬(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସମୀର କୁମାର ପ୍ରଧାନ ବିଇଓଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଅଭିଯୋଗରେ ବୁଧବାର ସସ୍‌ପେଣ୍ଡ ହୋଇଛନ୍ତି। ବିଦ୍ୟାଳୟର ଦାୟିତ୍ୱ ହସ୍ତାନ୍ତର ନ କରିବା ସହ ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ପାଇଁ ରହିଥିବା ବିଦ୍ୟାଳୟ ଆଇଡି ଏବଂ ପାସ୍‌ୱାର୍ଡ ପ୍ରଦାନରେ ଅବହେଳା ଯୋଗୁ ଏଭଳି ପଦକ୍ଷେପ ନିଆଯାଇଥିବା ଦାରିଙ୍ଗବାଡ଼ି ବିଇଓ ବ୍ରହ୍ମାନନ୍ଦ ରାଉତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୨୦୧୮ରେ ବିଦ୍ୟାଳୟରେ ରହିଥିବା ୧ଶହ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ଦାୟିତ୍ୱ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କୁ ହସ୍ତାନ୍ତର କରିବାରେ ଅବହେଳା ସହ ମଧ୍ୟାହ୍ନଭୋଜନର ହିସାବ ସହ ବିଭିନ୍ନ ରେକର୍ଡ଼ର ହିସାବ ଦେଇପାରିନଥିଲେ। ତତ୍କାଳ ବିଇଓ ପୁରେନ୍ଦ୍ର ବେହେରା ଏନେଇ ତାଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲେ। ୨ଥର ନୋଟିସ ସହ ଡ୍ରାଫ୍ଟଚାର୍ଜ କରିଥିଲେ ମଧ୍ୟ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହିଥିବା ସମୀର ବିଇଓଙ୍କୁ ଉତ୍ତର ଦେଇନଥିଲେ। ଏବେକାର ବିଇଓ ବ୍ରହ୍ମାନନ୍ଦ ରାଉତ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ସହ ଡ୍ରାଫ୍ଟଚାର୍ଜ କରିଥିଲେ। ହେଲେ ସେ ଏଥିରେ କୌଣସି ଉତ୍ତର ରଖିନଥିଲେ। ଏହାର ସମାଧାନ ପାଇଁ ବିଇଓ ଶିକ୍ଷକ କଲ୍ୟାଣ ସଂଘର କର୍ମକର୍ତ୍ତାଙ୍କ ସହଯୋଗ ଲୋଡ଼ିଥିଲେ, ମାତ୍ର ସୁଫଳ ମିଳି ନ ଥିଲା। ଫଳରେ କନ୍ଧମାଳ ଜିଲା ଶିକ୍ଷା ଅଧିକାରୀ ବିକାଶ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ସସ୍‌ପେଣ୍ଡ କରାଯାଇଥିବା ବିଇଓ ରାଉତ କହିଛନ୍ତି। ଅନ୍ୟପକ୍ଷରେ ଗତ ୫ ବର୍ଷ ପୂର୍ବରୁ ସେଠାରେ ପ୍ରଧାନ ଶିକ୍ଷକ ଦାୟୀତ୍ୱରେ ରହିଥିବା ଉତ୍କଳ କେଶରୀ ବିବାର ସିଆରସିସି ହୋଇ ୫ବର୍ଷ କାମ କରି ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ପୁଣି ସୁଜାମାଜୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଶିକ୍ଷକ ଭାବେ ଫେରିଲେ। ହେଲେ ଦାୟିତ୍ୱରେ ରହିଥିବା ସମୀର ତାଙ୍କୁ ଦାୟିତ୍ୱ ପ୍ରଦାନରେ ବିଳମ୍ବ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାହାରେ ପଡ଼ିବନି ପାଇଖାନା ମଇଳା

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ପରିମଳ ପରିଚାଳନାକୁ ଦୀର୍ଘସ୍ଥାୟୀ କରିବା ନେଇ ମଙ୍ଗଳବାର ସଚିବାଳୟଠାରେ ଉନ୍ନୟନ କମିଶନର ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।...

୫ ମାସ ହେଲା ମିଳୁନି ଭତ୍ତା ଟଙ୍କା

ଛତ୍ରପୁର,୨୭ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲୀ ପଞ୍ଚାୟତର ହିତାଧିକାରୀମାନଙ୍କୁ ୫ ମାସ ହେଲା ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ମିଳୁନି। ଏନେଇ ହିତାଧିକାରୀମାନଙ୍କ ପକ୍ଷରୁ...

ଜୁନ୍‌ ୩୦ ସୁଦ୍ଧା ସବୁ ଗଁ।କୁ ବିଦ୍ୟୁତ୍‌

ପୁରୀ ଅଫିସ୍‌, ୧୫ା୬: ପୁରୀ ଜିଲାର ସବୁ ଅଞ୍ଚଳକୁ ଜୁନ୍‌ ୩୦ ତାରିଖ ସୁଦ୍ଧା ବିଜୁଳି ପହଞ୍ଚାଯିବ। ସ୍ନାନଯାତ୍ରାଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀ ସହର...

ଆଜି ସର୍ବାଧିକ ୧୩ ମୁଣ୍ଡ ନେଲା କରୋନା: ଏହି ଜିଲାରୁ ଅଛନ୍ତି ୬

ଭୁବନେଶ୍ୱର,୯।୮(ବ୍ୟୁରୋ): ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇ ଚାଲିଛି କରୋନା। ରାଜ୍ୟରେ ରବିବାର କରୋନା ସଂକ୍ରମିତ ହୋଇ ସର୍ବାଧିକ ୧୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ...

ଖୋଡ଼ାସିଂ ତୋରଣ ମୁଖ୍ୟ ଆକର୍ଷଣ

ବ୍ରହ୍ମପୁର ଅଫିସ,୧୯।୧୦: ରେଶମ ସହରରେ କାଳୀପୂଜା ଲାଗି ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ଆସନ୍ତା ୨୪ ତାରିଖରେ ମା’ କାଳୀଙ୍କ ପୂଜା ଆରମ୍ଭ ହେବ। ସହରରେ ମୁଖ୍ୟତଃ...

ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ଜାତୀୟ ପଞ୍ଚାୟତିରାଜ ଦିବସ ଉପଲକ୍ଷେ ଏକ ଜାତୀୟସ୍ତରୀୟ ଇଂଲିଶ ମୁଦ୍ରିତ ଗଣମାଧ୍ୟମରେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁଙ୍କର ଏକ ସ୍ତମ୍ଭ ପ୍ରକାଶ ପାଇଥିଲା। ଏହି...

ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୬।୩(ବ୍ୟୁରୋ): ପୌର ନିର୍ବାଚନରେ ବିଜେଡିର ସଫଳତାକୁ ନେଇ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶନିବାର ନିର୍ବାଚନ ଫଳାଫଳ ଆସିବା ପରେ ଟୁଇଟ୍‌...

କାର୍‌କୁ ମୁହାଁମୁହିଁ ପିଟିଲା ବସ୍‌; ଜଣେ ଆରୋହୀଙ୍କ ଜୀବନ ଗଲା

ବରଗଡ଼ ଅଫିସ,୨୪।୪- ବରଗଡ଼ ସହର ଉପକଣ୍ଠ ହଲଦୀପାଲି ଛକରେ ରବିବାର ଭୋର ପ୍ରାୟ ସାଢେ ୪ଟାରେ ଏକ ଯାତ୍ରୀବାହୀ ବସ ଏବଂ କାର ମଧ୍ୟରେ ମୁହାଁମୁହିଁ...

Advertisement
Archives

Model This Week