ନିର୍ଦ୍ଦେଶକ ମନମୋହନଙ୍କ ସ୍ମରଣେ

‘ପ୍ରାଣୀର ଭଲମନ୍ଦ ବାଣୀ ମରଣକାଳେ ତାହା ଜାଣି।’ ଏ କଥାର ଯଥାର୍ଥତା ରହିଛି। ସେହିପରି ଏକ ନୀରବ ସାଧକ, ଚିତ୍ର ନିର୍ମାତା, ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ଦେହାନ୍ତ। ଓଡ଼ିଆ ଚଳଚ୍ଚିତ୍ର ପରିବାର ପାଇଁ ତାଙ୍କ ବିୟୋଗ ବ୍ୟାପକ କ୍ଷତି ପହଞ୍ଚାଇଛି। ସେ ଦରଦୀ ବ୍ୟକ୍ତି କେବଳ ନ ଥିଲେ ଜଣେ ଭଲ ମଣିଷ ମଧ୍ୟ। ଆଠ ଥର ଜାତୀୟ ପୁରସ୍କାର ଲାଭ କରିଥିବା ବ୍ୟକ୍ତିତ୍ୱ ଭାବେ ନିର୍ଦ୍ଦେଶକ ମନମୋହନ ମହାପାତ୍ର ଭାରତୀୟ ସିନେମା ଜଗତ ପାଇଁ ସ୍ବତନ୍ତ୍ର ଥିଲେ।
ଓଡ଼ିଆ ଚଳଚ୍ଚିତ୍ର ଜଗତ ଲାଗି ସେ ରାଜଧାନୀରେ ପ୍ରଥମେ ‘ସିନେଟାକ୍ସି’ ନାମରେ ଏକ ସଂଗଠନ ସିନେମା କରିଥିଲେ। ଭଲ ଦର୍ଶକମାନଙ୍କ ଲାଗି ଭଲ ସିନେମା ପ୍ରଦର୍ଶନ କରିବା ଦିଗରେ ସେ ଥିଲେ ଅଗ୍ରଗଣ୍ୟ। ଭୁବନେଶ୍ୱରସ୍ଥ ବିଜେବି କଲେଜରେ ପଡ଼ିବା ବେଳେ ନାଟକ ପ୍ରତି ତାଙ୍କର ଥିଲା ଅତ୍ୟନ୍ତ ଦୁର୍ବଳତା। ଭଲ ଅଭିନେତା ଭାବେ ତାଙ୍କର ଜଣେ ବନ୍ଧୁ ଅଭିନେତା ଅରୁଣ ନନ୍ଦ ଓ ସଂଳାପରେ ନନ୍ଦଲାଲ ମହାପାତ୍ରଙ୍କୁ ସେ ପ୍ରତିଟି ଚଳଚ୍ଚିତ୍ରରେ ସୁଯୋଗ ଦେଇ ଲୋକଲୋଚନକୁ ଆଣିବା ଦିଗରେ ବିଶେଷ ଭୂମିକା ଥିଲା। ମୁନାଭାଇ ନାମରେ ପରିଚିତ ଥିଲେ ମନମୋହନ। ସେ ଯେତେବେଳେ ପୁନା ଫିଲ୍ମ ପ୍ରଶିକ୍ଷଣରେ ପାଠ ପଢୁଥିଲେ ସେତେବେଳେ ଖ୍ୟାତିସମ୍ପନ୍ନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଲାଗି ପାଠପଢାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖର୍ଚ୍ଚ ନିଜେ ବହନ କରୁଥିଲେ। ମିଥୁନ ଭୁବନେଶ୍ୱର ଆସିବା ସମୟରେ ମନମୋହନ ମହାପାତ୍ରଙ୍କୁ ‘ଗୁରୁ’ ବୋଲି ସମ୍ବୋଧନ କରି ପ୍ରଣାମ ହେଉଥିଲେ। ଉଦାର ହୃଦୟ ମଣିଷ ପୁରୀ ସ୍ବର୍ଗଦ୍ୱାରରେ ଲୀନ ହୋଇଗଲା। ରାଜ୍ୟ ସରକାର ମୁନା ଭାଇ ସମ୍ମାନାର୍ଥେ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରିଥିଲେ। ଚଳଚ୍ଚିତ୍ର ଜଗତ ପାଇଁ ବଡ଼ ସମ୍ମାନ।
ମନମୋହନ ମହାପାତ୍ରଙ୍କ ‘ଇନ୍ତେଯାର’ ଟେଲିଫିଲ୍ମ ଶହୀଦ ନଗରର ଏକ ଘରେ ଶୁଟିଂ ହେଉଥାଏ। ହିନ୍ଦୀ ଅଭିନେତ୍ରୀ ସୁଧାଚନ୍ଦ୍ରନ, ଅଭିନେତା ବିନାୟକ ମିଶ୍ର ଓ ଅଭିନେତା ଉଦ୍‌ଘୋଷକ କମଲ କିରନ୍‌ ଅଭିନୟ କରୁଥିଲେ। କମଲ କିରନ ଶୁଟିଂ ପାଇଁ ବର୍ଷା ଯୋଗୁ ଗାଡ଼ି ଆସିବା ପାଇଁ ପ୍ରତୀକ୍ଷାରେ ଘରେ ବସିଥାନ୍ତି। ମୁନ୍ନାଭାଇ ହଠାତ୍‌ ତାଙ୍କ ଘର ଆଗରେ ତାଙ୍କର ସ୍କୁଟରରେ ଆସି ଡ଼ାକିଲେ। କମଲ କିରନ ହଠାତ୍‌ ଭାବି ନ ଥିଲେ ଯେ, ଏତେବଡ଼ ନିର୍ଦ୍ଦେଶକ ନିଜ କର୍ତ୍ତବ୍ୟ ପରାୟଣ ପାଇଁ ଶୁଟିଂରେ ବିଳମ୍ବ ନ ହେବ, ସେଥିପାଇଁ ସିଧା ସ୍କୁଟର ଆସି ତାଙ୍କୁ ଶୁଟିଂସ୍ଥଳରେ ପହଞ୍ଚାଇ ଦେଇ ନିଜ କାର୍ଯ୍ୟ ଆରମ୍ଭ କଲେ। ଏଥିରୁ ଆଜିର ଚଳଚ୍ଚିତ୍ର ନିର୍ଦ୍ଦେଶକମାନେ ଶିକ୍ଷା ଲାଭ କରିବା କଥା। ଚଳଚ୍ଚିତ୍ର ସମ୍ପର୍କରେ ପ୍ରଯୋଜକ ସଂଘମାନଙ୍କର ଏକ ଆଲୋଚନାଚକ୍ର ସୂଚନା ଭବନରେ ଗତବର୍ଷ ହୋଇଥିଲା। ସେଠାରେ ମଞ୍ଚାସୀନ ହୋଇ ନିର୍ଦ୍ଦେଶକ ମନମୋହନ ମହାପାତ୍ର ଓଡ଼ିଆ ଚଳଚ୍ଚିତ୍ରର ନୀତି ସମ୍ପର୍କରେ ଗୁରୁତ୍ୱ ଦେଇ ଅଭିଭାଷଣ ଦେଇଥିଲେ। ଓଡ଼ିଆ ଚଳଚ୍ଚିତ୍ରକୁ ଦେଶ ବିଦେଶରେ ଜାତୀୟ ପୁରସ୍କାର ଲାଭ କରି ସେ ହାଟ୍ରିକ ଅର୍ଜନ କରିଥିଲେ। ଜାତୀୟ ଜୁରୀ ସଦସ୍ୟ ମଧ୍ୟ ଥିଲେ। ପୁଣେରେ ଛାତ୍ର ସମୟରେ ସଂଗଠନ ମାଧ୍ୟମରେ ଚଳଚ୍ଚିତ୍ର ପଢୁଥିବା ଅନେକ ଗରିବ ଛାତ୍ରଙ୍କୁ ସହାୟତା ଦେଉଥିଲେ। ଏହା ଥିଲା ତାଙ୍କର ପ୍ରକୃତ ମାନବ ସେବା।
ମନମୋହନ ମହାପାତ୍ର ଅନେକ ବନ୍ଧୁ ତାଙ୍କୁ ଚଳଚ୍ଚିତ୍ର ନିର୍ମାଣ ବେଳେ ସହାୟତା ଦେଇଥାନ୍ତି। ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଆଞ୍ଚଳିକ ଭାଷାରେ କୌଣସି ଏକ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହେଲେ ମୁନ୍ନାଭାଇଙ୍କ ନାମ ନିଶ୍ଚିତ ଥିବ। ଏହା ଚିତ୍ର ନିର୍ମାତାମାନଙ୍କ ମନକୁ ନିଶ୍ଚିତ ପ୍ରଭାବିତ କରିଥିଲା। ଭଲ ସିନେମାର ପ୍ରୋତ୍ସାହନ ପାଇଁ ମନମୋହନ ମହାପାତ୍ର ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ନିଜର ସ୍ବତନ୍ତ୍ରତା ରହିଛି, ରହିବ ମଧ୍ୟ। ମରଶରୀର ଲୀନ ହେଲେ ମଧ୍ୟ ଚଳଚ୍ଚିତ୍ର ସମୂହ ତାଙ୍କୁ କାଳ କାଳ ପାଇଁ ମନେରଖିବ। ଓଡ଼ିଶାରେ ଅନେକ ପୁରୁଖା ପ୍ରଯୋଜକ ଇହଧାମରୁ ବିଦାୟ ନେଲେଣି ସତ, କିନ୍ତୁ ତାଙ୍କୁ ତାଙ୍କର ସ୍ମରଣୀୟ ଚଳଚ୍ଚିତ୍ର ସମୂହ ଚିତ୍ରପ୍ରେମୀଙ୍କ ମନରେ ସଦାସର୍ବଦା ରହିବ। ଭଲମନ୍ଦର ବିଚାର ଦର୍ଶକମାନଙ୍କ ମନକୁ ବେଶ୍‌ ଛୁଇଁଥାଏ। ମନକୁ ମନ ‘ବାଦଶାହା’ ଯେତେ ପ୍ରୟୋଜିତ କରି ପ୍ରଚାର କଲେ କିଛି ଫଳ ଶୂନ୍ୟ ହୁଏ। ପ୍ରଯୋଜକ ବାବୁଲାଲ ଦୋଷୀ, ଗୌରପ୍ରସାଦ ଘୋଷ, ଧୀର ବିଶ୍ୱାଳ, ଶ୍ରୀନିବାସ ପାଲଟାସିଂ ଆଦି ପୁରୁଖା ପ୍ରଯୋଜକମାନଙ୍କୁ ମନେ କିଏ ପକାଉଛି। ସେମାନଙ୍କ ଅବଦାନ ଓଡ଼ିଆ ସିନେମା ଜଗତ କେବେ ଭୁଲିପାରିବେନି। ଆଗ ଥାଉ ଥାଉ ପଛରେ ରାଜା ମହାରାଜା କହି ନିଜର ଦୁର୍ବଳତାକୁ ଆପେ ଲୋକଲୋଚନକୁ ଆଣି ହାସ୍ୟାସ୍ପଦ ହେଉଛେ। ମନମୋହନ ନିଜେ ପ୍ରଚାରଠାରୁ ଦୂରେଇ ରହି କେବଳ ଭଲ ଓଡ଼ିଆ ସିନେମା କରି ଆଜି ଅମର ହୋଇ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri