ନିରଞ୍ଜନ ବ୍ରହ୍ମାଙ୍କୁ ସମ୍ବିଧାନ ବିଶାରଦ ଉପାଧି

ପୁରୀ ଅଫିସ, ୯।୭: ପବିତ୍ର ରଥଯାତ୍ରା ପାଇଁ ଏବେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଭକ୍ତିଭରା ପରିବେଶରେ ଉଚ୍ଛୁଳୁଛି ବଡ଼ଦାଣ୍ଡ। ସହରର ବିଭିନ୍ନ ସ୍ଥାନରେ ଚାଲିଛି ସାଂସ୍କୃତିକ କାର୍ଯ୍ୟକ୍ରମ। ସାହି, ଗଳିରେ ବି ଆଧ୍ୟାତ୍ମିକ ବାତାବରଣ। ସଞ୍ଜ ନଇଁଲେ ଗୁଞ୍ଜରିତ ହେଉଛି ମହାପ୍ରଭୁଙ୍କ ଭଜନ ଓ ଜଣାଣ। ସୋମବାର ସନ୍ଧ୍ୟାରେ ବଡ଼ଶଙ୍ଖଠାରେ ଅନୁଷ୍ଠିତ ହୋଇଥିଲା ୩୯ତମ ହେରାପଞ୍ଚମୀ ଭଜନ ସମାରୋହ। ଶରଧାବାଲି ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଏହି ଭକ୍ତିଭରା ଭଜନ ସମାରୋହ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି। ମୁଖ୍ୟଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ହାଇଟେକ୍‌ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ତିରୁପତି ପାଣିଗ୍ରାହୀ ଯୋଗଦେଇଥିଲେ। ଏଥିରେ ଅନୁଷ୍ଠାନର ସମ୍ପାଦକ ଘନଶ୍ୟାମ ମର୍ଦ୍ଦରାଜ ବାର୍ଷିକ ବିବରଣୀ ପାଠ କରିଥିଲେ।
ଆୟୋଜିତ ଭଜନ କାର୍ଯ୍ୟକ୍ରମରେ ବହୁ ପ୍ରବୀଣ ଓ ନବୀନ କଣ୍ଠଶିଳ୍ପୀ ମନଛୁଅଁା ଭଜନ ପରିବେଷଣ କରିଥିଲେ। କଣ୍ଠଶିଳ୍ପୀ ଶରତ ନାୟକଙ୍କ ମୋ ପ୍ରିୟ ଠାକୁର ହେ ଜଗନ୍ନାଥ…ରୁ ଆରମ୍ଭ ହୋଇଥିଲା ଏହି ଭଜନ ସମାରୋହ। ଏହାପରେ ସେ ବାଉଁଶ କଣିରେ… ଏବଂ କଣ୍ଠଶିଳ୍ପୀ ମାନସୀ ପାତ୍ର ଭକତେ ଡାକନ୍ତି ମଣିମା ମଣିମା…ପରିବେଷଣ କରିଥିଲେ। ଏମାନଙ୍କ ବ୍ୟତୀତ ମନ୍ମଥ ମିଶ୍ର, ଇରା ମହାନ୍ତି, ଶୈଳଭାମା ମହାପାତ୍ର, ଶ୍ରୀଚରଣ ମହାନ୍ତି, ସୌରଭ ନାୟକ, ଗଗନ ବିହାରୀ ଜେନା, ରବୀନ୍ଦ୍ର ମହାପାତ୍ର, ଅନିଲ ବାୱରା, ଅନ୍ତରା ଚକ୍ରବର୍ତ୍ତୀ, ଇପ୍‌ସିତା ପଣ୍ଡା, କ୍ରିଷ୍ଣା ମିଶ୍ର, ପ୍ରତିମା ମିଶ୍ର, କୃଷ୍ଣଚନ୍ଦ୍ର ପାଢୀ, ପ୍ରଦୀପ ପଲେଇ, ମଞ୍ଜୁଶ୍ରୀ ତ୍ରିପାଠୀ ପ୍ରମୁଖ କଣ୍ଠଶିଳ୍ପୀମାନେ ଏକାଧିକ ଭଜନ ପରିବେଷଣ କରିଥିଲେ। ରାତି ପର୍ଯ୍ୟନ୍ତ ବଡଦାଣ୍ଡରେ ଠିଆହୋଇ ଭକ୍ତିଭରା ଭଜନରେ ଭିଜିଥିଲେ ଶ୍ରୋତା।
ଏହି ଅବସରରେ ପଣ୍ଡିତ ବାଣୀଭୂଷଣ ନିରଞ୍ଜନ ବ୍ରହ୍ମାଙ୍କୁ ସମ୍ବିଧାନ ବିଶାରଦ ଉପାଧି, ଚୌଧୁରୀ ଭାରତୀକୃଷ୍ଣ ଦାସଙ୍କୁ ଉତ୍କଳ କଳା କଦମ୍ବ ଉପାଧି ପ୍ରଦାନ କରାଯାଇଥିଲା। ଏତଦ୍‌ବ୍ୟତୀତ କଣ୍ଠଶିଳ୍ପୀ ସୌରଭ ନାୟକଙ୍କୁ ମାଖନଲାଲ୍‌ ହାଲ୍‌ଦାର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଭେଷଜ ନିରୀକ୍ଷକ ରୁଦ୍ରନାରାୟଣ ସାହୁ, କଣ୍ଠଶିଳ୍ପୀ ଅନିଲ ବାୱରା, ଗୀଟାର ବାଦକ ସିଦ୍ଧେଶ୍ୱର ପଟ୍ଟନାୟକ, କଣ୍ଠଶିଳ୍ପୀ ଅଞ୍ଜଳି ମିଶ୍ର, ଡାକ୍ତର ସଂଗ୍ରାମ କେଶରୀ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା। ଭକ୍ତିସଙ୍ଗୀତ କାର୍ଯ୍ୟକ୍ରମକୁ ବିଚିତ୍ରାନନ୍ଦ ପଣ୍ଡା ଓ ଶ୍ୟାମପ୍ରକାଶ ସେନାପତି ସଞ୍ଚାଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri