ନିଯୁକ୍ତି, ବିକାଶର ଇକୋସିଷ୍ଟମ ସୃଷ୍ଟି କରିଛି ଓଡିଶା

ଭୁବନେଶ୍ୱର,୧୪-୧୧(ବ୍ୟୁରୋ): ଟେକ୍ନୋଲୋଜି ଏବଂ ସ୍ବଚ୍ଛତା ସହ ଓଡିଶା ଏବେ ଅଗ୍ରସର ହେଉଛି। ବିକାଶ ଏବଂ ଲଗାତାର ଭାବେ ନିଯୁକ୍ତି ସୃଷ୍ଟି ଦିଗରେ ରାଜ୍ୟ ଏକ ଇକୋସିଷ୍ଟମ ସୃଷ୍ଟି କରିପାରଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କହିଛନ୍ତି। କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଟଷ୍ଟ୍ରିଜ(ସିଆଇଆଇ) ଏବଂ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ୨୨ତମ ଏଣ୍ଟରପ୍ରାଇଜ ଓଡ଼ିଶା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭିତ୍ତିଭୂମି ବିକାଶ ଦିଗରେ ବିଭିନ୍ନ କାର୍ଯ୍ୟପନ୍ଥା ରାଜ୍ୟ ସରକାର ଗ୍ରହଣ କରୁଛନ୍ତି। ସ୍କିଲ୍‌ ଓଡ଼ିଶା ପଦକ୍ଷେପ ଦ୍ୱାରା ଯୁବବର୍ଗଙ୍କୁ ନିଯୁକ୍ତି ଉପଯୋଗୀ କରି ଗଢିତୋଳିବା ଲାଗି ଯୋଜନା ହାତକୁ ନିଆଯାଇଛି। ଷ୍ଟାର୍ଟ ଅପ୍‌ ଓଡ଼ିଶା ଉପରେ ଏବେ ଫୋକସ କରାଯାଇଥିବା ବେଳେ ୨୦୨୦ ସୁଦ୍ଧା ୧୫୦ ଷ୍ଟାର୍ଟଅପ୍‌ ସ୍ଥାପନ ଲାଗି ଲକ୍ଷ୍ୟ ରଖାଯାଇଛି। ଖଣିଜ ଏବଂ ଧାତୁ ଉତ୍ପାଦନ ଭିଜନ ଡକ୍ୟୁମେଣ୍ଟ ଉପରେ ମତ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏକ୍ଷେତ୍ରରେ ଅଂଶୀଦାରମାନେ ମିଳିତ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଏହା ହେଲେ ରାଜ୍ୟରେ ଏକ ବିକଶିତ ଔଦ୍ୟୋଗିକ ଭିତ୍ତିଭୂମି ଗଠନ ଦିଗରେ ସହାୟକ ହୋଇପାରିବ।
କାର୍ଯ୍ୟକ୍ରମରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି, ଜାତୀୟ ସ୍ତରରେ ଓଡ଼ିଶାକୁ ଏକ ସ୍ବତନ୍ତ୍ର ସ୍ଥାନରେ ରଖିବା ଲାଗି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି। ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା, କଠିନ ପରିଶ୍ରମ, ଅଭିଜ୍ଞ ଟିମ୍‌ ଏଥିଲାଗି କାର୍ଯ୍ୟ କରୁଛି। ରାଜ୍ୟର ଶିଳ୍ପ ବିକାଶରେ ଯୋଗଦାନ ରଖୁଥିବାରୁ ସେ ଶିଳ୍ପ ଲିଡରଙ୍କୁ ଧନ୍ୟବାଦ ଦେଇଛନ୍ତି। ଏକ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ ଯୋଗାଣ ଧାରା ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ମେକ୍‌ ଇନ ଓଡ଼ିଶା ୨୦୧୮ରେ ଆସିଥିବା ବିଭିନ୍ନ ନିବେଶ ପ୍ରସ୍ତାବ ମଧ୍ୟରୁ ଏବେ ୯୧ଟି କାର୍ଯ୍ୟାନ୍ବୟନର ବିଭିନ୍ନ ସ୍ତରରେ ରହିଛି। ଏହା ଦେଶର ଶିଳ୍ପ ମାନଚିତ୍ରରେ ଓଡିଶାକୁ ଏକ ପ୍ରମୁଖ ସ୍ଥାନକୁ ନେବାରେ ସହାୟକ ହେବ ବୋଲି ଏମ୍‌ଏସ୍‌ଏମ୍‌ଇ ବିଭାଗର କମିଶନର ତଥା ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି। ଓଡିଶାର ଖଣି କ୍ଷେତ୍ରରେ ଉନ୍ନତ ଭିତ୍ତିଭୂମି ଥିବାରୁ ଏହା ଭାରତର ଅଷ୍ଟ୍ରେଲିଆ ହେବାର କ୍ଷମତା ରଖିଥିବା ବେଦାନ୍ତ ଲିମିଟେଡ ସିଇଓ ରାହୁଲ ଶର୍ମା କହିଛନ୍ତି। ଏକ ଦାୟିତ୍ୱଶୀଳ ମାଇନିଂ ଦ୍ୱାରା ଓଡ଼ିଶା ବିକାଶର ଏକ ନୂତନ ଅଧ୍ୟାୟ ଲେଖି ପାରିବ ବୋଲି ଶର୍ମା ମତ ରଖିଛନ୍ତି।
୨୦ ହଜାର ବର୍ଗ ମିଟର ସ୍ଥାନରେ ପ୍ରଦର୍ଶନୀ
୨୦,୦୦୦ ବର୍ଗ ମିଟର ପରିମିତ ସ୍ଥାନରେ ଏହି ପ୍ରଦର୍ଶନୀ ଚାଲିଥିବା ବେଳେ ରାଜ୍ୟର ବିଭିନ୍ନ ଶିଳ୍ପ ଉଦ୍ୟୋଗ ଏଠାରେ ଭାଗ ନେଇଛନ୍ତି। ଖଣି, ଖଣିଜ, ଶକ୍ତି, ବୟନ, ଖାଦ୍ୟ ପ୍ରକ୍ରିୟାକରଣ,ସେବା, ଶିକ୍ଷା, ରିୟଲ ଇଷ୍ଟେଟ, ଅଟୋମୋବାଇଲ, କେମିକାଲ, ପେଟ୍ରୋକେମିକାଲ, ଉଦ୍ୟୋଗ ଏବଂ ନିର୍ମାଣ ଯନ୍ତ୍ରାଂଶ ସଦ୍ୟତମ ଟେକ୍ନୋଲୋଜି, ଉତ୍ପାଦନ କୌଶଳକୁ ଏଠାରେ ପ୍ରଦର୍ଶନ କରାଯାଉଛି। ସେହିଭଳି ଆଇଟି ସେବା, ଶିକ୍ଷା, ରିୟଲ ଇଷ୍ଟେଟ, ଅଟୋମୋବାଇଲ ଭଳି ବିଭିନ୍ନ ବର୍ଗରେ ମୋଟ ୨୦୦ ଷ୍ଟଲ ସ୍ଥାପନ ଏଥିରେ କରାଯାଇଛି। ଏଥିରେ ମୋଟ ୧୫୦ କମ୍ପାନୀ ଭାଗ ନେଇଛନ୍ତି।
ଓଡିଶା ମାଇନିଂ ଶୋ’, ଓ୍ବାଇଆଇ ଇନୋଭେକ୍ସ
ଏହି ଅବସରରେ ଓଡିଶା ମାଇନିଂ ଶୋ’ ,ବଂ ଓଡ଼ିଶା ଇନୋଭେକ୍ସ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯୁବବର୍ଗଙ୍କ ମଧ୍ୟରେ ନୂଆ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଉଦ୍ୟୋଗ ବିକାଶ ଧ୍ୟାନରେ ରଖି ଅଭିନବତା ଏବଂ ମେଣ୍ଟରଶିପ ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏହି ସମୟ ମଧ୍ୟରେ ବି୨ଜି ସେଶନ ଆୟୋଜନ କରାଯିବ। ଇଜ ଅଫ୍‌ ଡୁଇଁ ବିଜନେସ, ଏମ୍‌ଏସ୍‌ଏମ୍‌ଇ ଫାଇନାନ୍ସିଂ, ନିଯୁକ୍ତିକ୍ଷମ ମାନବ ସମ୍ବଳ, ଜ୍ଞାନକୌଶଳ ଏବଂ ଖଣି ନିରାପତ୍ତା ଉପରେ ଏଠାରେ ଆଲୋଚନାଚକ୍ରମାନ ଆୟୋଜନ ହେବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ଆଖିବୁଜିଲେ ଯୁବକ, ମିଳିନି ପରିଚୟ

ବରଗଡ଼, ୧।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବରଗଡ଼–ସୋହେଲା ମୁଖ୍ୟ ରାସ୍ତାର ପଥର୍ଲା ଛକ ନିକଟରେ ସୋମବାର ଏକ ଭୟଙ୍କର  ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ…

ପାରିବାରିକ କଳହ ହେଲା କାଳ, ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ସ୍ବାମୀ

ଢେଙ୍କାନାଳ,୧।୬(ରତନ ନାୟାର): ଢ଼େଙ୍କାନାଳ ଜିଲା ସଦରଥାନା ଝାରଗାଡ଼ିଆ ଫାଣ୍ଡି ବଳରାମପୁର ଗ୍ରାମ ଜୁଆଙ୍ଗ ସାହିରୁ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ।ସୋମବାର ଦିନ ସ୍ତ୍ରୀଙ୍କୁ ପିଟିପିଟି…

କାଳବୈଶାଖୀର କରାଳ ରୂପ: ଭାଙ୍ଗିଲା ୬ ପରିବାରର ଘର

ଟିକିରି,୧।୬ (ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମୁନୁଷ ଗାଁ ପଞ୍ଚାୟତରେ ଶନିବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ…

ଓପିଏସ୍‌ସିରେ ଜିଲା ପାଇଁ ଗୌରବ ଆଣିଥିବା ସପ୍ତେଶ୍ୱରଙ୍କୁ ସମ୍ବର୍ଦ୍ଧନା

ଟିକିରି, ୧।୬(ପ୍ରଫୁଲ୍ଲ କୁମାର ବେହେରା) ରାୟଗଡା ଜିଲା କାଶୀପୁର ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଓପିଏସ୍‌ସିରେ ଉତ୍ତୀର୍ଣ୍ଣ ସପ୍ତେଶ୍ୱର ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଟିକିରିସ୍ଥିତ…

ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ, ମେଡିକାଲରୁ ଡିସ୍‌ଚାର୍ଜ ପରେ…

ଭବାନୀପାଟଣା,୧।୬(ଉତ୍ତମ କୁମାର ଦାଶ): ଚିକିତ୍ସା ଅବହେଳାରୁ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭିଯୋଗ କଳାହାଣ୍ଡି ଜିଲା ମୁଖ୍ୟ ମେଡିକାଲରୁ ଆସିଛି। ଶନିବାର ଜିଲାର ନର୍ଲା ଥାନା…

ମେଡିକାଲରେ ଭର୍ତ୍ତି ହୋଇଥିବା ମା’ଙ୍କୁ ଦେଖିବାକୁ ଯିବାବେଳେ କାର୍‌ରେ ଲାଗିଲା ନିଆଁ, ଚାଲିଗଲା ପୁଅଙ୍କ ଜୀବନ

ସୁନ୍ଦରଗଡ଼,୧ା୬(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଟାଉନ ଥାନା ସମ୍ମୁଖରେ ରବିବାର ବିଳମ୍ବିତ ରାତିରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ କାର୍‌ରେ…

ପକ୍ଷାଘାତ ରୋଗୀଙ୍କ ହାତକୁ ଚେୟାରରେ ଦୁଇ ଘଣ୍ଟା ବାନ୍ଧି ରଖିଲା ସାପ, ତାପରେ ଯାହା ଘଟିଲା….

ହରଭଙ୍ଗା,୧।୬(ନରେନ୍ଦ୍ର ସାହୁ): ପୁରାଣରେ ସର୍ପ ବନ୍ଧନ କଥା ଶୁଣାଯାଏ କିନ୍ତୁ ବାସ୍ତବରେ କେହି ଦେଖି ନ ଥିବେ। ହେଲେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଆଡେଣିଗଡ଼ ଗାଁରେ…

ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି: ପୁରୁଣା ହଟିଲା, ନୂଆ ପ୍ରତି ନାହିଁ ନିଘା

ବରଗଡ଼,୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ପର୍ଯ୍ୟାୟକ୍ରମେ ସହରର ବିଭିନ୍ନ ସ୍ଥାନରେ ଉଚ୍ଛେଦ ଚାଲିଛି। ରବିବାର ବରଗଡ଼ ସରକାରୀ ବସଷ୍ଟାଣ୍ଡରେ ଏହି ପ୍ରକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri