ନିଯୁକ୍ତି ବାଟ ଫିଟୁନି

ଝାରସୁଗୁଡ଼ା ଏକ ଶିଳ୍ପ ବହୁଳ ଜିଲା। ଏଠାରେ ପ୍ରାୟ ୧୧ଟି ବୃହତ୍‌ ଓ ମଧ୍ୟମ ଶ୍ରେଣୀର ଶିଳ୍ପାନୁଷ୍ଠାନ ରହିଛି। ମାତ୍ର ସରକାରଙ୍କ କୋହଳ ନୀତି ଯୋଗୁ ଅଞ୍ଚଳର ବେକାର ଯୁବତୀ ଯୁବକଙ୍କ ନିଯୁକ୍ତି ପାଇଁ ବାଟ ଫିଟି ପାରୁନାହିଁ। ଏବେ ମଧ୍ୟ ଜିଲାର ଶହ ଶହ ଶିକ୍ଷିତ ଯୁବତୀ ଯୁବକ ନିଯୁକ୍ତି ଅନ୍ବେଷଣରେ ଗୋଟିଏ ଶିଳ୍ପାନୁଷ୍ଠାନରୁ ଆଉ ଗୋଟିଏ ଶିଳ୍ପାନୁଷ୍ଠାନକୁ ବାୟୋଡ଼ାଟା ଧରି ଘୂରି ବୁଲୁଛନ୍ତି। ବହୁ ଶିକ୍ଷିତ ଯୁବତୀ ଯୁବକ ଜିଲାରେ ଚାକିରି ଆଶା ଛାଡ଼ି ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ନିଜର ଭବିଷ୍ୟତ ତଥା ପରିବାର ପେଟପାଟଣା ପାଇଁ ଅନ୍ୟ ରାଜ୍ୟକୁ ଯାଇ ଛୋଟ ଛୋଟ ଶିଳ୍ପ ସଂସ୍ଥାରେ ଚାକିରି କରିବା ପାଇଁ ବାଧ୍ୟ ହେଉଛନ୍ତି। ବହୁ ଅଶିକ୍ଷିତ ଯୁବକ ଏବେ ମଧ୍ୟ ବିଭିନ୍ନ ଠିକା ସଂସ୍ଥାରେ କାମ ପାଇବା ପାଇଁ ସଂଘର୍ଷ କରୁଛନ୍ତି। ଗତ ସେପ୍ଟେମ୍ବର ମାସ ସୁଦ୍ଧା ନିଯୁକ୍ତି ଆଶା ରଖି ୧୮ ହଜାର ଯୁବତୀ ଯୁବକ ଜିଲା କର୍ମ ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜୀକରଣ କରିଛନ୍ତି। ହେଲେ ସେମାନଙ୍କୁ କୌଣସି ସ୍ଥାନରେ ଚାକିରି ମିଳୁନି। କର୍ମ ନିୟୋଜନ ବିଭାଗ ପକ୍ଷରୁ ବର୍ଷକୁ ଥରେ ଦି ଥର ନିଯୁକ୍ତି ମେଳାର ଆୟୋଜନ କରାଯାଉଛି। ଅନେକ ଶିଳ୍ପ ସଂସ୍ଥା ଏହି ମେଳାକୁ ଉପେକ୍ଷା କରି ଚାଲିଛନ୍ତି। ଯଦିଓ କିଛି ସଂସ୍ଥାର ପ୍ରତିନିଧି ମେଳାକୁ ଆସୁଛନ୍ତି ସେମାନେ ପ୍ରାର୍ଥୀମାନଙ୍କ ଅଭିିଜ୍ଞତା ନ ଥିବା କହି କିମ୍ବା ଶିଳ୍ପସଂସ୍ଥାରେ ଆବଶ୍ୟକତା ନ ଥିବା ଦର୍ଶାଇ ଯୁବତୀ ଯୁବକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି। କେବଳ କେତେଜଣ ଯୁବକଙ୍କୁ ଠିକାସଂସ୍ଥାରେ ନିଯୁକ୍ତି ଦେଇ ଶିଳ୍ପସଂସ୍ଥାଗୁଡ଼ିକ ବାହାବା ସାଉଁଟି ଚାଲିଛନ୍ତି। ବାସ୍ତବରେ ଅଧିକାଂଶ ଶିଳ୍ପାନୁଷ୍ଠାନରେ ନେତା ଓ ଅଧିକାରୀଙ୍କ ସଲାସୁତରାରେ ଭିତିରି ନିଯୁକ୍ତି ଚାଲିଛି। ମାତ୍ର ଏ କ୍ଷେତ୍ରରେ ପ୍ରଶାସନ ଓ ସରକାର ନୀରବ ରହିଛନ୍ତି। ସବୁଠାରୁ ବଡ଼ ସମସ୍ୟା ଜିଲାରେ ନିଯୁକ୍ତି ଆଶାଥିବା ତଥା ବନ୍ଦ ପଡ଼ିଥିବା ଶିଳ୍ପାନୁଷ୍ଠାନଗୁଡ଼ିକର ପୁନରୁଦ୍ଧାର ହୋଇପାରୁନି। ଉଦାହରଣ ସ୍ବରୂପ ବ୍ରଜରାଜନଗରର ସର୍ବ ପୁରାତନ ଶିଳ୍ପାନୁଷ୍ଠାନ ଓରିଏଣ୍ଟ କାଗଜ କଳ ୧୯୯୯ ମସିହାରୁ ବନ୍ଦ ପଡିଛି ା ମରାକୁଟା ଗଁା ନିକଟରେ ଥିବା ଏମ୍‌ଏସ୍‌ପି ମେଟାଲିକ ପ୍ଲାଣ୍ଟ ୨୦୧୬ ଫେବୃୟାରୀରୁ ଲକ୍‌ଆଉଟ ହେଲା ପରେ ଶତାଧିକ ଯୁବକ କର୍ମସଂସ୍ଥାନ ହରାଇଛନ୍ତି। ଜିଲାର ସାହାଜବାହାଲଠାରେ ସ୍ଥାପିତ ଶିଳ୍ପସଂସ୍ଥା ଇଣ୍ଡବରାଥ ଏନର୍ଜି ଉତ୍କଳ ଲିମିଟେଡ ମଧ୍ୟ ନିର୍ମାଣାଧୀନ ଅବସ୍ଥାରେ ଗତ ୩ ବର୍ଷ ପୂର୍ବରୁ ବନ୍ଦ ହୋଇରହିଛି। ସରକାରଙ୍କ ନିଯୁକ୍ତି ନୀତିର କାର୍ଯ୍ୟାନ୍ବୟନ ଅଭାବ ଯୋଗୁ ମହାନଦୀ କୋଇଲା ଖଣି ଅଧୀନ ଇବ୍‌ କୋଇଲା କ୍ଷେତ୍ର ଓ ଲଖନପୁର କୋଇଲା କ୍ଷେତ୍ରରେ ମଧ୍ୟ ସ୍ଥାନୀୟ ଯୁବତୀ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସଙ୍କୁଚିତ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତକୁ ଦି’ ହାତ ହେଲେ ଅଂଶୁଲା: ଝୁମିଲେ ୨ ଭଉଣୀ

ପ୍ରଯୋଜକ ବୋନି କପୁର ତଥା ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ମୁମ୍ବାଇର ତାଜ ହୋଟେଲରେ ତାଙ୍କ…

ଅଙ୍ଗନବାଡ଼ି କେନ୍ଦ୍ରରୁ ଖସିଲା କଂକ୍ରିଟ,୩ ଶିଶୁ ଆହତ

କଣ୍ଟାବାଞ୍ଜି,୭।୭: ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁର୍ଲ୍ଲୀ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ କଂକ୍ରିଟ ଖସି ୩ଜଣ ଶିଶୁ…

MS Dhoni Net Worth: କୋଟି କୋଟି ଟଙ୍କା ରୋଜଗାର, ହେଲେ କ୍ରିକେଟ ବ୍ୟତୀତ ଧୋନୀଙ୍କ ଆଉ କ’ଣ ରହିଛି ରୋଜଗାର? ଜାଣନ୍ତୁ…

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଜୁଲାଇ ୭ରେ ୪୫ ବର୍ଷ ବୟସରେ ପାଦ ଥାପିଛନ୍ତି। ‘କ୍ୟାପ୍ଟେନ କୁଲ’ ଭାବରେ ଜଣାଶୁଣା – କ୍ରିକେଟ…

ସୌମ୍ୟ ହତ୍ୟା ମାମଲା: ଝାରପଡ଼ା ଜେଲ୍‌ରେ ୨୦ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଭୁବନେଶ୍ୱର, ୭।୭: ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାର ତଦନ୍ତକୁ ଆହୁରି ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଏହି କ୍ରମରେ କ୍ରାଇମବ୍ରାଞ୍ଚର ଦୁଇଜଣିଆ ଟିମ୍‌ ଆଜି ଭୁବନେଶ୍ୱର ଝାରପଡ଼ା ସ୍ପେସିଆଲ୍‌…

ଗୁଜରାଟ ସିରିଏଲ ବିସ୍ଫୋରଣ ମାମଲାରେ ବଡ଼ ରାୟ: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ

ଅହମଦାବାଦ,୭।୭: ୨୦୦୮ ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ, ଗୁଜରାଟ ହାଇକୋର୍ଟ ନିମ୍ନ ଅଦାଲତର ନିଷ୍ପତ୍ତିକୁ ବଜାୟ ରଖିଛନ୍ତି। ହାଇକୋର୍ଟ ୩୮ ଜଣ…

ବୋର୍ଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ: ଘରେ ଶୋଇଥିବା ବେଳେ କଳାକାନା ବୁଲାଇଲେ ଚୋର, ଲକ୍ଷାଧିକ ଟଙ୍କା ସହ ସୁନା-ରୁପା ଅଳଙ୍କାର ଲୁଟ୍‌

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ବୋର୍ଡ଼ା ଫାଣ୍ଡି ଅନ୍ତର୍ଗତ କରଲାପିଠା ଗ୍ରାମରେ ଏକ ବଡ଼ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତି ପ୍ରାୟ…

୧୦୮ ଆମ୍ବୁଲାନ୍ସ ଭିତରେ ଜନ୍ମ ହେଲା ଶିଶୁ କନ୍ୟା: ଫାର୍ମାସିଷ୍ଟଙ୍କ ମହାନତାକୁ ପ୍ରଶଂସା

ଗୁଣପୁର,୭।୭(ସୁଜାତା ପାଢ଼ୀ): ମାନବତା ଏବେ ବି ବଞ୍ଚିଛି । ରାୟଗଡା ଜିଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଯୁଗଳ କିଶୋର ଶବର ମହାନତା ଦେଖାଇ…

Video: ବୈଭବ ସୂର୍ଯ୍ୟବଂଶୀ ଆହତ; ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଧ୍ୟାନ ଦେଲେ ନାହିଁ କୋଚ; ତାଙ୍କ ଖେଳିବା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୭।୭: ବୈଭବ ସୂର୍ଯ୍ୟବଂଶୀ ଶୀଘ୍ର ପ୍ରଶଂସକଙ୍କ ପ୍ରିୟ ହୋଇଗଲେ। ସମସ୍ତେ ତାଙ୍କ ଡେବ୍ୟୁକୁ ଅପେକ୍ଷା କରିଥିଲେ, ଯାହା ଏବେ ହୋଇଛି, ଏବଂ ସେ ତାଙ୍କର ଦ୍ୱିତୀୟ ଅନ୍ତର୍ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri