ନିଯୁକ୍ତି ପାଇଲେ ୧୦୨ ପ୍ରଶାସନିକ ଅଧିକାରୀ, ମୁଖ୍ୟମନ୍ତ୍ରୀ ଦେଲେ ୫-T ଗୁରୁମନ୍ତ୍ର

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଅନୁଷ୍ଠିତ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା-୨୦୧୭ର କୃତି ପ୍ରତିଯୋଗୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଶୁକ୍ରବାର ଜୟଦେବ ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୦୨ଜଣଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପତ୍ର ଦେଇଛନ୍ତି। ଏହି ଅବସରରେ ନବ ନିଯୁକ୍ତ ଅଫିସରମାନଙ୍କୁ ଲୋକଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କରେ ରହିବାକୁ ପଡ଼ିବ। ଲୋକଙ୍କ କଲ୍ୟାଣ ପାଇଁ ନିଷ୍ପତ୍ତି ନେବାକୁ ହେବ। ତେଣୁ ଧୈର୍ଯ୍ୟ ଓ ସମ୍ବେଦନଶୀଳତା ସହ ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଛନ୍ତି।

ଏହାଛଡ଼ା ମୁଖ୍ୟମନ୍ତ୍ରୀ କହିଥିଲେ, ବିଜେଡି ସରକାର ଲୋକଙ୍କ ସରକାର। ଲୋକଙ୍କ କଲ୍ୟାଣ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ। ତେଣୁ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି ୩-ଟି ମନ୍ତ୍ର(ଟେକ୍‌ନୋଲୋଜି, ଟ୍ରାନ୍ସପେରେନ୍ସି ଓ ଟିମ୍‌ଓ୍ବାର୍କ)ରେ କାମ କରିବା ଉପେରେ ଗୁରୁତ୍ୱାରୋପ କରାଯାଉଥିଲା। ଏବେ ଏଥିରେ ଟ୍ରାନ୍ସଫର୍‌ମେଶନ୍‌ ଏବଂ ଟାଇମ୍‌ ଯୋଡ଼ି ହୋଇଯାଇଛି। ଏହି ୫-T ମନ୍ତ୍ରକୁ ଆଧାର କରି କାମ କଲେ ପ୍ରଶାସନିକ ଅଧିକାରୀମାନେ ଲୋକଙ୍କ ଆଶା ତଥା ଆକାଂକ୍ଷାକୁ ପୂରଣ କରିବା ସହ ସଫଳ ଭାବେ ଦାୟିତ୍ୱ ତୁଲାଇପାରିବେ ବୋଲି ସେ ଆଶା ପ୍ରକାଶ କରୁଥିବା କହିଛନ୍ତି।

ପ୍ରକାଶଯୋଗ୍ୟ, ଉକ୍ତ ଆୟୋଗ ଦ୍ୱାରା ଅନୁଷ୍ଠିତ ପରୀକ୍ଷାରେ ଓଡ଼ିଶା ସିଭିଲ୍‌ ସର୍ଭିସ ପାଇଁ ୧୦୨ ଜଣ ମନୋନୀତ ହୋଇ ନିଯୁକ୍ତି ପାଇଛନ୍ତି। ସେମାନଙ୍କ ମଧ୍ୟରେ ୪୨ଜଣ ମହିଳା ଥିବାବେଳେ ୪ଜଣ ଭିନ୍ନକ୍ଷମ ଅଛନ୍ତି। ତନ୍ମଧ୍ୟରୁ ୩୬ଜଣ ଓଏଏସ୍‌ରେ ଯୋଗ ଦେଇଥିବା ବେଳେ ୯ଜଣ ଓପିଏସ୍‌ରେ, ୨୪ଜଣ ଓଏଫ୍‌ଏସ୍‌ରେ, ୩ଜଣ ସମବାୟ ସେବା, ୨୦ଜଣ ରାଜସ୍ବ ସେବା ଓ ୧୪ଜଣ ଟିକସ ଓ ଆକାଉଣ୍ଟସ୍‌ ସେବାରେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ଯୋଗାଣ, ସମବାୟ ମନ୍ତ୍ରୀ ପ୍ରତାପ ସ୍ବାଇଁ, ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଶକ୍ତି, ଏମ୍‌ଏସ୍‌ଏମ୍‌ଇ ଓ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ, ଉନ୍ନୟନ କମିଶନର ଅସିତ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୯୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧ା୧୦(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୯୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୨୩,୮୪୩ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ରାଜ୍ୟରେ ୨୩୩୧ ଏନ୍‌ସେଫାଲାଇଟିସ୍‌ ରୋଗୀ: ୧୬ ମାସରେ ୧୧ ଜୀବନ ହାନି

କଟକ ଅଫିସ, ୧୮।୬: ଆକ୍ୟୁଟ୍‌ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରମ (ଏଇଏସ୍‌) ବା ମସ୍ତିଷ୍କ ତୀବ୍ର ପ୍ରଦାହ ରୋଗ ରାଜ୍ୟରେ ୧୧ ଜଣଙ୍କ ଜୀବନ ନେଲାଣି। ୨୦୧୮ ଜାନୁୟାରୀ...

ବାର୍ଡ ଫ୍ଲୁ ଆଶଙ୍କା: ପଠାଗଲା ୪୦୦ ନମୁନା

ଭୁବନେଶ୍ୱର,୬ା୧(ବ୍ୟୁରୋ): କରୋନା ମହାମାରୀ ସମ୍ପୂର୍ଣ୍ଣ ଥମି ନ ଥିବା ବେଳେ ବାର୍ଡ ଫ୍ଲୁ ଭଳି ଆଉ ଏକ ବିପଦର ଆଶଙ୍କା ଦେଖାଦେଇଛି। ବିଭିନ୍ନ ରାଜ୍ୟରେ ବିଦେଶାଗତ...

ମହାଶିବରାତ୍ରି ପାଇଁ ପ୍ରସ୍ତୁତ ଏକାମ୍ର କ୍ଷେତ୍ର

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ମହାଶିବରାତ୍ରି ପାଇଁ ଉତ୍ସବମୁଖର ହୋଇଛି ଏକାମ୍ର କ୍ଷେତ୍ର। ପୂଜାର୍ଚ୍ଚନାରୁ ଆରମ୍ଭ କରି ମନ୍ଦିର ଉପରକୁ ମହାଦୀପ ଉଠିବା ପର୍ଯ୍ୟନ୍ତ, କେତେବେଳେ କେଉଁ ନୀତି ହେବ,...

ଦେଶ ସୀମା ଜଗିବେ ଭଉଣୀ ଭାଇ

ବରଗଡ଼ ଅଫିସ,୩୧।୧: ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ଟିହିକିପାଲି ଗ୍ରାମର ରାତ୍ର ବାରିକଙ୍କ ସାନ ଝିଅ ରଶ୍ମିତା ଓ  ପୁଅ ପ୍ରଭାତ ସୀମା ସୁରକ୍ଷା...

ଆଜିଠାରୁ ବିଧାୟକ କଲୋନୀ ଭଙ୍ଗାହେବ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ବିଧାୟକଙ୍କ ସରକାରୀ କ୍ୱାର୍ଟର୍ସ ବୁଧବାର ଠାରୁ ଭଙ୍ଗା ଆରମ୍ଭ ହେବ ବୋଲି ଜଣାପଡିଛି । ୨୪ ଜଣ ବିଧାୟକ କ୍ୱାଟର୍ସ ଛାଡି ସାରିଲେଣି। ୪୨ଟି...

ଆଜି ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବେ ଅର୍ଚ୍ଚନା

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ବହୁଚର୍ଚ୍ଚିତ ବ୍ଲାକ୍‌ମେର ଅର୍ଚ୍ଚନା ନାଗ ବୁଧବାର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବେ। ଅକ୍ଷୟ ପରିଜାଙ୍କୁ ୩ କୋଟି ବ୍ଲାକ୍‌ମେଲିଂ ମାମଲାରେ ହାଜର ହେବେ ବୋଲି...

ଚାଷ ଜମି ଫାଟି ଆଁ ମରୁଡ଼ି ଆଶଙ୍କା: ଚାଷୀକୂଳ ହତାଶ

ତେଲକୋଇ, ୨୪।୭(ଡି.ଏନ.ଏ.): ସ୍ବଳ୍ପ ବୃଷ୍ଟି ପାତ ଯୋଗୁଁ ତେଲକୋଇ ବ୍ଲକରେ ଚାଷ ଜମି ଫାଟି ଆଁ କଲାଣି। ଧାନ ରୁଆ, ବିହୁଡା ଠପ ହୋଇଥିବା ବେଳେ...

Advertisement
Archives

Model This Week