ନିମ୍ନମାନର ଚାଉଳ ବଣ୍ଟନ: ହିତାଧିକାରୀ ଫେରାଇଲେ

ଲୋଇସିଂହା,୧୯।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଲୋଇସିଂହା ପଞ୍ଚାୟତ କାର୍ଯ୍ୟାଳୟରେ ପିଡିଏସ୍‌ ଚାଉଳ ହିତାଧିକାରୀଙ୍କୁ ଗୁରୁବାର ବଣ୍ଟନ କରାଯାଉଥିଲା। ପିଡିଏସ୍‌ ଚାଉଳ ନିମ୍ନମାନର ଜାଣିବା ପରେ ହିତାଧିକାରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ପଞ୍ଚାୟତ କର୍ତ୍ତୃପକ୍ଷ ବଣ୍ଟନ ଚାଉଳକୁ ଫେରାଇ ନେବା ସହ ବଣ୍ଟନ କାର୍ଯ୍ୟକ୍ରମକୁ ବନ୍ଦ ରଖିଥିଲେ। ପ୍ରାପ୍ତମତେ, ଗୁରୁବାରଠାରୁ ଲୋଇସିଂହା ପଞ୍ଚାୟତ କାର୍ଯ୍ୟାଳୟରେ ପିଡିଏସ ଚାଉଳ ବଣ୍ଟନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଲୋଇସିଂହା ବସ୍ତିର ହିତାଧିକାରୀ ଆସି ଚାଉଳ ନେଇଥିଲେ। ହେଲେ କେତେକ ହିତାଧିକାରୀ ପ୍ୟାକେଟ ଖୋଲିବା ପରେ ଲାଲ ଓ ଧଳା ବର୍ଣ୍ଣର ମିଶ୍ରିତ ଚାଉଳ ବାହାରି ଥିଲା। ଏପରିକି କେତେକଙ୍କ ପ୍ୟାକେଟରୁ ଦୁଗର୍ନ୍ଧ ଆସୁଥିବା ଜାଣିବାକୁ ପାଇଥିଲେ। ହିତାଧିକାରୀମାନେ ବିଡିଓ ରାମଚନ୍ଦ୍ର ଖାଡିଆଙ୍କୁ ଉକ୍ତ ଚାଉଳ ଦେଖାଇଥିଲେ। ହେଲେ ବିଡିଓ କାର୍ଯ୍ୟାଳୟରେ ନଥିବାରୁ ଫେରି ଆସି ବ୍ଲକ ସହକାରୀ ଯୋଗାଣ ଅଧିକାରୀ ସୌମ୍ୟ ମହାନନ୍ଦଙ୍କୁ ଚାଉଳ ଦେଖାଇଥିଲେ। ଯୋଗାଣ ଅଧିକାରୀ ନିମ୍ନମାନର ଚାଉଳ ହୃଦବୋଧ କରି ବଣ୍ଟନ ଚାଉଳ ଫେରସ୍ତ ରଖିବାକୁ ପଞ୍ଚାୟତ ଯୋଗାଣ ସହାୟକ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଷ୍ଟକ ଚାଉଳ ବଣ୍ଟନ ବନ୍ଦ କରିବାକୁ କହିଥିଲେ। ଚଳିତ ଥର ଆସିଥିବା ଚାଉଳକୁ ଫେରସ୍ତ କରି ନୂଆ ଚାଉଳ ଆସିଲା ପରେ ବଣ୍ଟନ କରାଯିବ ବୋଲି ବ୍ଲକ ସହକାରୀ ଯୋଗାଣ ଅଧିକାରୀ ମହାନନ୍ଦ କହିଥିବା ହିତାଧିକାରୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଏଆର୍‌ଆଇ

ନବରଙ୍ଗପୁର,୬।୧(ବି.ପ୍ର.): ନବରଙ୍ଗପୁର ବ୍ଲକ ଅଧୀନ ସାନମସିଗାଁ ଏଆର୍‌ଆଇ (ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର) ଜଗଦୀଶ ବେହେରା ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ...

କୋବି ଫସଲକୁ ନଷ୍ଟ କଲେ ଦୁର୍ବୃତ୍ତ: ମୁଣ୍ଡରେ ହାତ ଦେଇ ବସିଲେ ଚାଷୀ

କଣ୍ଟାପଡ଼ା,୧୨।୧୧(ଡି.ଏନ୍‌.ଏ.): କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ନାହାଳପୁର ଗ୍ରାମରେ ଜଣେ ଚାଷୀଙ୍କ କୋବି ଫସଲକୁ ଦୁର୍ବୃତ୍ତ ନଷ୍ଟ କରିଦେଇଛନ୍ତି। ବାବାଜି ସାହୁ ନାମକ ଚାଷୀ...

କରୋନା ସନ୍ଦେହ: ସୁରାଟ ଫେରନ୍ତା ଏମ୍‌କେସିଜିରେ ଭର୍ତ୍ତି

ବ୍ରହ୍ମପୁର ଅଫିସ,୧ା୪- କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ କଟକଣା ଜାରି ହୋଇଛି। ଅନ୍ୟପଟେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ...

ଦେଶୀ ଧାନ ସଂରକ୍ଷକ ରାଇମତି

କୁନ୍ଦୁରା,୧୦ା୧୦ (ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଳକ ଲିମା ପଞ୍ଚାୟତ ଅନ୍ତର୍ଗତ ନୂଆଁଗୁଡା ଗ୍ରାମର ଆଦିବାସୀ ମହିଳା ରାଇମତି ଘିଉରିଆ। ୧୩୬ କିସମର ଦେଶୀ ଧାନ...

କରୋନାରେ ବାପ, ପୁଅ, ବୋହୂ ଚାଲିଗଲେ

ବାଲିକୁଦା,୩୦ା୫(ସ୍ବ.ପ୍ର.): ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ନେଇଛି କରୋନା। ୨ ଦିନ ମଧ୍ୟରେ ବାପ, ପୁଅ ଓ ବୋହୂଙ୍କ ମୃତ୍ୟୁ ଘଟିଛି। ବାଲିକୁଦା ବ୍ଲକ...

ଦେବୋତ୍ତର କମିଶନରଙ୍କୁ ସ୍ମାରକପତ୍ର ଦେଲେ ନାଗା ସାଧୁ

ପୁରୀ ଅଫିସ, ୬।୧୦: ଲଙ୍ଗୁଳି ମଠରେ ଧୁନି ପରମ୍ପରାକୁ ବଜାୟ ରଖିବା ପାଇଁ ଭାରତର ବିଭିନ୍ନ ସ୍ଥାନରୁ ନାଗା ସାଧୁମାନେ ଆସି ପୁରୀରେ ଏକାଠି ହୋଇଛନ୍ତି।...

ମୃତବ୍ୟକ୍ତିଙ୍କ ନମୁନା ପଜିଟିଭ୍‌: ଗ୍ରାମବାସୀ ଭୟଭୀତ

ଚୌଦ୍ୱାର,୨୩।୮(ଡି.ଏନ୍‌.ଏ.): ଚୌଦ୍ୱାର ପୌରପାଳିକା ୨ନଂ. ୱାର୍ଡ କୁମ୍ଭାରସାହିରେ ଗୁରୁବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ସାହିପଡ଼ିଶାଙ୍କ ସହାୟତାରେ ତାଙ୍କର ଅନ୍ତିମ ସଂସ୍କାର ସ୍ଥାନୀୟ...

Advertisement
Archives

Model This Week