ନିବେଶକଙ୍କ ୫୨ ଲକ୍ଷ କୋଟି କ୍ଷତି

ମୁମ୍ବାଇ,୨୫-୩: କରୋନା ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ କେତେ ପରିମାଣର କ୍ଷତି ହୋଇଛି ତାହାର ସମ୍ପୂର୍ଣ୍ଣ ଆକଳନ କରିବା ବର୍ତ୍ତମାନ କଷ୍ଟକର ବ୍ୟାପାର। ମାତ୍ର ଭାରତୀୟ ପୁଞ୍ଜି ବଜାରକୁ କରୋନାର ପ୍ରଭାବ ସମ୍ପୂର୍ଣ୍ଣ ଦୋହଲାଇ ଦେଇଛି। ଚଳିତ ଆର୍ଥତ୍କ ବର୍ଷରେ କରୋନା ଝଟକାରେ ପୁଞ୍ଜି ବଜାରକୁ ଯେତେ ପରିମାଣର କ୍ଷତି ହୋଇଛି ତାହା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ପ୍ରାୟ ୪୦% ହେବ। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚୀଭୁକ୍ତ କମ୍ପାନୀଗୁଡିକର ମୋଟ ବଜାର ପୁଞ୍ଜୀକରଣରୁ ପ୍ରାୟ ୫୨ ଲକ୍ଷ କୋଟି ଟଙ୍କା ଏହି ସମୟ ମଧ୍ୟରେ କ୍ଷତି ହୋଇଛି। ୨୦୧୯ ଡିସେମ୍ବର ୩୧ରେ ବଜାର ପୁଞ୍ଜୀକରଣ ୧୫୫.୫୩ ଲକ୍ଷ କୋଟି ଟଙ୍କା ରହିଥିବାବେଳେ ୨୦୨୦ ମାର୍ଚ୍ଚ ୨୪ରେ ୧୦୩.୬୯ ଲକ୍ଷ କୋଟି ଟଙ୍କାକୁ ଖସିଛି।
ଜାନୁୟାରୀ ୧୭ରୁ ମାର୍ଚ୍ଚ ୨୩ ମଧ୍ୟରେ ବିଏସ୍‌ଇର ବଜାର ପୁଞ୍ଜୀକରଣ ପ୍ରକୃତ ପକ୍ଷେ ୫୮ ଲକ୍ଷ କୋଟି ଟଙ୍କା ଖସିଛି। ୨୦୧୯-୨୦ ଆର୍ଥତ୍କ ବର୍ଷ ଭାରତର ଧାର୍ଯ୍ୟ ବିତ୍ତୀୟ ନିଅଣ୍ଟ ୭.୬୭ ଲକ୍ଷ କୋଟିର ଏହା ୭ ଗୁଣା। ଚଳିତ ଆର୍ଥତ୍କ ବର୍ଷରେ ସରକାର ଯେତେ ପରିମାଣର ଆୟ ଆଶା କରିଛନ୍ତି ବଜାରର କ୍ଷତି ତାଠାରୁ ୩ ଗୁଣ ଅଧିକ ହୋଇଥିବାବେଳେ ବଜେଟରେ ଖର୍ଚ୍ଚ ଲାଗି ଧାର୍ଯ୍ୟ ଲକ୍ଷ୍ୟର ଏହା ଦୁଇଗୁଣ।
ସୋମବାର ବଜାର ସହିଥିବା ୧୪.୨୨ ଲକ୍ଷ କୋଟି ଟଙ୍କାର କ୍ଷତି ଆଲଜେରିଆ ଦେଶର ମୋଟ ଜିଡିପିଠାରୁ ଅଧିକ। ସେନ୍‌ସେକ୍ସ ଇତିହାସରେ ଏହା ସବୁଠାରୁ ବଡ ଧରଣର ଦୈନିକ କ୍ଷତି ହୋଇଥିବାବେଳେ ସାରା ବିଶ୍ୱର ୧୩୦ ଦେଶର ଜିଡିପି ସହ ସମାନ ବୋଲି ଜଣାପଡିଛି। ବଜାରର ଏହି ଅବସ୍ଥା କ୍ଷୁଦ୍ର ନିବେଶକଙ୍କଠାରୁ ବଡ ନିବେଶକ ସମସ୍ତଙ୍କ ଲାଗି କ୍ଷତିକାରକ ହୋଇଛି। ଦେଶର ୧୪ ଅତିଧନୀ ଏହି ଏଭଳି ସମସ୍ୟା ଲାଗି ୫୩ ବିଲିୟନ ଡଲାର ବା ୪ ଲକ୍ଷ କୋଟି କ୍ଷତି ସହିଛନ୍ତି। ଶୀର୍ଷ ୨ ଅତିଧନୀ ମୋଟ ୨୫ ବିଲିୟନ ବା ୧.୫୮ ଲକ୍ଷ କୋଟି କ୍ଷତି ସହିଛନ୍ତି ବୋଲି ବ୍ଲୁମବର୍ଗ ବିଲିୟନେୟାର ସୂଚକାଙ୍କରେ କୁହାଯାଇଛି। ୨୦୨୦ ବର୍ତ୍ତମାନ ସୁଦ୍ଧା ମୁକେଶ ଅମ୍ବାନୀଙ୍କ ଶେୟାର ପ୍ରାୟ ୪୧% ଖସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ନୂଆ ବୈଶିଷ୍ଟ୍ୟ: ହ୍ବାଟ୍ସଆପ୍‌ରେ ପଠାଇଥିବା ମେସେଜ୍‌କୁ କରିପାରିବେ ‘ଏଡିଟ୍‌’

ନୂଆଦିଲ୍ଲୀ,୧।୬: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ‘ଏଡିଟ୍‌’ ବଟନ୍‌ ଆସୁ ବୋଲି ବ୍ୟବହାରକାରୀ ଦାବି କରୁଛନ୍ତି। ହେଲେ ଖୁବ୍‌ଶୀଘ୍ର ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ରେ ନୂଆ...

କର୍ପୋରେଶନ ବ୍ୟାଙ୍କର ନୂତନ ଉପ ମହାପ୍ରବନ୍ଧକ

ଭୁବନେଶ୍ୱର,୧୧।୫: ରାଷ୍ଟ୍ରାୟତ୍ତ କର୍ପୋରେଶନ ବ୍ୟାଙ୍କର ସହାୟକ ମହାପ୍ରବନ୍ଧକ ଲୋକନାଥ ସାହୁ ଉପ ମହାପ୍ରବନ୍ଧକ ଭାବେ ନିଯୁକ୍ତି ପାଇଛନ୍ତି। ସେ ୧୯୯୯ରେ ଏହି ବ୍ୟାଙ୍କରେ ପ୍ରୋବେସନାରି ଅଧିକାରୀ...

ହୋଣ୍ଡା ଟୁହ୍ବିଲର୍ସ ପକ୍ଷରୁ ସଡକ ସୁରକ୍ଷା ସମରକ୍ୟାମ୍ପ

ନୂଆଦିଲ୍ଲୀ,୨୯-୬ – ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ସ୍ଥାନୀୟ ଟ୍ରାଫିକ ଟ୍ରେନିଂ ପାର୍କଠାରେ ପିଲାମାନଙ୍କ ଲାଗି ନେଇ ଏକ ସଡକ...

ସହରାଞ୍ଚଳ ବେରୋଜଗାରୀ ହାର ହ୍ରାସ

ନୂଆଦିଲ୍ଲୀ,୨୪-୧୧: ଚଳିତ ବର୍ଷ ଜାନୁୟାରୀ ମାର୍ଚ୍ଚ ସମୟରେ ସହରାଞ୍ଚଳରେ ବେରୋଜଗାରୀ ହ୍ରାସ ଘଟିଥିବା ଜଣାପଡିଛି। ଏହି ସମୟରେ ବେରୋଜଗାରୀ ହାର ୯.୩% ରହିଛି, ଯାହା ୪...

ପ୍ରଭାବିତ ହୋଇପାରେ ଇରାନ ରପ୍ତାନି

ନୂଆଦିଲ୍ଲୀ,୬-୧: ଆମେରିକା-ଇରାନ ମଧ୍ୟରେ ଏବେ ଯୁଦ୍ଧ ଆଶଙ୍କା ଲାଗି ରହିଛି। ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିଲେ ପାରସ୍ୟ ଗଲ୍ଫ ଦେଶଗୁଡିକୁ ଭାରତର ରପ୍ତାନି ପ୍ରଭାବିତ...

ବ୍ୟାଙ୍କ ମହାମିଶ୍ରଣରୁ ଛଟେଇ ଭୟ; ଆଶ୍ୱସନା ସତ୍ତ୍ୱେ ବିକ୍ଷୋଭରେ ସାମିଲ ହେଲେ କର୍ମଚାରୀ

ନୂଆଦିଲ୍ଲୀ,୧-୯: କେନ୍ଦ୍ର ସରକାର ଶୁକ୍ରବାର ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ବଡ଼ ଧରଣର ସଂସ୍କାର କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ୪ ବୃହତ ବ୍ୟାଙ୍କ...

ତାଜମହଲ ଦେଖିବାକୁ ଆସିଛନ୍ତି ସର୍ବାଧିକ ପର୍ଯ୍ୟଟକ…

ଆଗ୍ରା, ୨୯।୯ : ୨୦୨୧-୨୨ ମସିହାରେ ସର୍ବାଧିକ ପର୍ଯ୍ୟଟକ ତାଜମହଲ ପରିଦର୍ଶନ କରିଛନ୍ତି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ପକ୍ଷରୁ ପ୍ରକାଶିତ ହୋଇଥିବା ରିପୋର୍ଟରେ ଏହି ସୂଚନା...

ବିଗିଡ଼ିବ ବଜେଟର ସମ୍ପୂର୍ଣ୍ଣ ଗଣିତ

  ନୂଆଦିଲ୍ଲୀ, ୭।୪: କରୋନା ଯୋଗୁ ସାରା ବିଶ୍ୱର ସ୍ଥିତି ଏବେ ବେହାଲ ହୋଇଛି। ଭାରତରେ ୨୧ ଦିନିଆ ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ବର୍ତ୍ତମାନ...

Advertisement
Archives

Model This Week