Posted inଫୁରସତ

ନିଜକୁ ନିଜେ କ୍ଲୋନିଂ କରୁଥିବା ପ୍ରାଣୀ

ଏହି ଜଳଜ ପ୍ରାଣୀଟି ଦେଖିବାକୁ ଗୋଟିଏ ପ୍ରକାର ଚିଙ୍ଗୁଡ଼ି ଭଳି। ତେବେ ପ୍ରାଣୀବିଜ୍ଞାନୀମାନେ ଏହାକୁ ଠିକ୍‌ଭାବରେ ଚିଙ୍ଗୁଡ଼ି ବୋଲି ଗ୍ରହଣ କରନ୍ତି ନାହିଁ। ଏହାର ପ୍ରାଣୀ ବୈଜ୍ଞାନିକ ନାମ ହେଉଛି କ୍ରାଏଫିଶ୍‌। ଏହାକୁ ପ୍ରକୃତିର ଏକ ବିସ୍ମୟ ବା ଓ୍ବଣ୍ଡର ବୋଲି କୁହାଯାଇଥାଏ। ଏହାର ଶାରୀରିକ ଗଠନ, ଜୀବନଧାରଣ ଶୈଳୀ, ପ୍ରଜନନ ତଥା ବଂଶ ବିସ୍ତାରର ବୈଚିତ୍ୟ ହେତୁ ଏହାକୁ ଏକ ବିସ୍ମୟ ପ୍ରାଣୀ ବୋଲି ମଧ୍ୟ କୁହାଯାଇଥାଏ। ଏହାର ଗୁଣସୂତ୍ରର ସଂରଚନା ଠିକ୍‌ ମଣିଷର ଗୁଣସୂତ୍ର ସଂରଚନା ପରି। ଏହାସତ୍ତ୍ୱେ କିଛି ବିଭେଦ ଏହି କ୍ରାଏଫିଶ୍‌କୁ ସମସ୍ତଙ୍କ ଠାରୁ ଭିନ୍ନ କରିଛି। ଏହାର ଗୁଣସୂତ୍ର ବା କ୍ରୋମୋଜମ୍‌ର ସଂରଚନା ସିନା ମଣିଷର କ୍ରୋମୋଜମ ଭଳି। ହେଲେ ଏସବୁର କାର୍ଯ୍ୟ ଯଥେଷ୍ଟ ଭିନ୍ନ। କ୍ରାଏଫିଶ୍‌ ଏକାକୀ ଭାବରେ ତା’ର ଗୁଣସୂତ୍ରକୁ ବିଭାଜିତ କରିପାରିଥାଏ। ପୁଣି ଏହା ଶହ ଶହ ସଂଖ୍ୟାରେ ଏହାର କ୍ରୋମୋଜମକୁ ବିଭାଜିତ କରିବାର କ୍ଷମତା ରଖିଥାଏ। ସେଥିଲାଗି ଏହା ନିଜକୁ ନିଜେ ବିଭାଜିତ ହୋଇପାରେ। ସରଳ ଭାଷାରେ କହିଲେ, ଏହାର ପ୍ରଜନନ ନିମନ୍ତେ ଏହି ପ୍ରାଣୀଟି କୌଣସି ପୁରୁଷ ପ୍ରାଣୀର ଆବଶ୍ୟକ କରେନାହିଁ। ନିଜେ ହିଁ ନିଜର କ୍ଲୋନିଂ କରିଦେଇପାରେ। ଖାସ୍‌ ଏହି କାରଣ ପାଇଁ ପ୍ରାଣୀଟିକୁ ଏକ ବିସ୍ମୟ ପ୍ରାଣୀ ବୋଲି କୁହାଯାଇଛି। କ୍ରାଏଫିଶ୍‌କୁ ମଧ୍ୟ ଆକ୍ୱାରିଅମ୍‌ରେ ରଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଡିଗ୍ରୀ ଥାଇ ଚାକିରି ମିଳିଲାନି: ଏବେ କଲେଜ ସମ୍ମୁଖରେ ଚା’ ବିକି ଚର୍ଚ୍ଚାରେ…

ଦେଶରେ ବେକାରୀ ପରିସ୍ଥିତି ବିଷୟରେ ସମସ୍ତେ ଅବଗତ। ବିଶେଷକରି ଯୁବଗୋଷ୍ଠୀଙ୍କୁ ଏ ନେଇ କହିବାର ଆବଶ୍ୟକତା ନାହିଁ। ସୋସିଆଲ ମିଡିଆ ହେଉ ଅବା ଅନ୍ୟ କୌଣସି...

କପଡ଼ା ଦୋକାନ ଭିତରେ ପ୍ରତିଦିନ ଶୋଇବାକୁ ଆସୁଛି ଗାଈ, ଦେଖିବାକୁ ଲୋକଙ୍କ ଭିଡ଼

ହାଇଦ୍ରାବାଦ,୬।୧୧: କପଡ଼ା ଦୋକାନକୁ ଗ୍ରାହକଙ୍କ ଯିବା ଆସିବା ଏକ ସାଧାରଣ କଥା। କିନ୍ତୁ ଦୋକାନ ଭିତରକୁ ପ୍ରତିଦିନ ଗାଈ ଆସି ଶୋଇବା ନିହାତି ଆଶ୍ଚର୍ଯ୍ୟକର ଘଟଣା।...

ଲମ୍ବା କେଶ ରଖି ଗିନିଜ୍‌ ରେକର୍ଡ କଲେ ଏହି ଯୁବତୀ

୧୮ ବର୍ଷୀୟା ନୀଲାଂଶୀ ପଟେଲ ନିଜର ଲମ୍ବା କେଶ ପାଇଁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗୁଜରାଟରେ ରହୁଥିବା ନୀଲାଂଶୀଙ୍କ...

ଯେଉଁଠି ବିବାହରେ କନ୍ୟାବରଙ୍କ ଉପରେ କରାଯାଏ ଟଙ୍କାବର୍ଷା…

ସାମାଜିକ ବ୍ୟବସ୍ଥାରେ ବିବାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ବିବାହ ପରମ୍ପରା ପାଳିତ ହୋଇଥାଏ। ପୋଲାଣ୍ଡରେ ବିବାହ ଉତ୍ସବରେ କନ୍ୟାବରଙ୍କୁ ଟଙ୍କାମାଳ...

ଡ୍ୟାନ୍ସର ହେବା ପାଇଁ ଗୋଡ଼ କାଟିଦେଲେ ଯୁବତୀ, ଜାଣନ୍ତୁ ତା’ ପରେ କ’ଣ ହେଲା…

ବ୍ରିଟେନ୍‌ରେ ରହୁଥିବା ଜଣେ ମଡେଲ ସୁନ୍ଦରୀ , ଡ୍ୟାନ୍ସର ତଥା  ଭିକ୍ଟୋରିଆ ସିଙ୍ଗର  ମଡେଷ୍ଟା ଆଜି ଚର୍ଚ୍ଚାରେ। ଚର୍ଚ୍ଚା ପଛରେ ଏକ ବଡ଼ କାରଣ ମଧ୍ୟ...

୨ ବର୍ଷ ଧରି ପ୍ଲାଷ୍ଟିକ୍‌ ଗଛରେ ଦେଉଥିଲେ ପାଣି

କେତେକ ବ୍ୟକ୍ତି ଅଛନ୍ତି ସେମାନଙ୍କୁ ଗୋର୍ଡେନିଂ କରିବାକୁ ବହୁତ ଭଲ ଲାଗେ। ବିଭିନ୍ନ ପ୍ରକାରର ଗଛ ଲଗାଇବା ସହ ସେମାନଙ୍କର ଉଚିତ ଧ୍ୟାନ ନେବା ଯେପରି...

ଘରେ ଶଙ୍ଖ ରଖିଲେ ମିଳିଥାଏ ଏସବୁ ଶୁଭଫଳ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଶଙ୍ଖରେ ଏପରି ଅନେକ ଗୁଣ ଅଛି; ଯେଉଁଥିପାଇଁ ଘରେ ସକାରାତ୍ମକ ଶକ୍ତି ଆସେ। କୁହାଯାଏ, ଯେଉଁ ଘରେ ଶଙ୍ଖ ଅଛି, ସେଠାରେ ଲକ୍ଷ୍ମୀ...

ପାରା ସହାୟତାରେ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଲେ ପ୍ରେମିକ: ପରେ ଘଟିଲା…

ନିଜ ପ୍ରେମକୁ ପ୍ରକାଶ କରିବା ପାଇଁ ଯୁବତୀ, ଯୁବକ ବିଭିନ୍ନ ପ୍ରକାରର ପଦ୍ଧତି ଆପଣାଇଥାନ୍ତି। ଏହିପରି ଅଷ୍ଟ୍ରେଲିଆର ଜଣେ ପ୍ରେମିକ ନିଜ ପ୍ରେମିକାକୁ ବିବାହ ପ୍ରସ୍ତାବ...

Advertisement
Archives

Model This Week