ବଡ଼ସାହି,୧୩ା୨(ସ୍ବ.ପ୍ର)-ଉତ୍ତର ଓଡ଼ିଶାର ପ୍ରସିଦ୍ଧ ମା’ ହିଙ୍ଗୁଳାଙ୍କ ବାର୍ଷିକ ପୂଜାରେ ନିଖୋଜ ଥିବା ଶିଶୁକନ୍ୟାଙ୍କୁ ବୁଧବାର ସକାଳେ ଉଦ୍ଧାର କରାଯାଇଛି। ପୋଲିସ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଶିଶୁ କନ୍ୟାଙ୍କୁ ପାଇ ପରିବାର ଲୋକେ ଆଶ୍ୱସ୍ତି ଲାଭ କରିିଛନ୍ତି ା ମଙ୍ଗଳବାର ଅପରାହ୍ନ ୫ଟା ସମୟରେ ପରିବାର ଲୋକଙ୍କ ସହ ମେଳା ବୁଲିବାକୁ ଆସିଥିବା ବେଳେ ବାଟବଣା ହୋଇ ସେଠାକାର ଜଙ୍ଗଲ ମଧ୍ୟରେ ଶିଶୁ କନ୍ୟା ଜଣକ ହଜିଯାଇଥିଲେ। ଅନ୍ଧାର ମାଡ଼ି ଆସିବାରୁ ରାତିରେ କୁଆଡ଼େ ଯାଇ ନ ପାରି ଜଙ୍ଗଲ ମଧ୍ୟରେ କାନ୍ଦୁଥିଲା ା କାନ୍ଦ ଶୁଣି ନୀଳଗିରି ଥାନା ଅଞ୍ଚଳର ସୁଶାନ୍ତ ରାଉତ ତାଙ୍କୁ ଉଦ୍ଧାର କରି ଖୁଣ୍ଟା ଥାନା ଅଧୀନ ଚଡରାଶୋଳ ଗ୍ରାମର ଜଣେ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିଲା ା ବୁଧବାର ଶିଶୁକନ୍ୟାଟି ସେଠାରୁ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଏ ନେଇ ଥାନାରେ ଏକ ମାମଲା(ନଂ. ୨୦/୨୦) ରୁଜୁ ହୋଇଛି।

ପୋଷ୍ଟ ପିଅନଙ୍କୁ କରୋନା
ଚିତ୍ରଡ଼ା,୨୨ା୭(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଞ୍ଚଳର ଜଣେ ପୋଷ୍ଟ ପିଅନ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଛନ୍ତି।...

ସରକାର ମୋତେ ରୋଜଗାର ଦିଅ ଅଭିଯାନ ପକ୍ଷରୁ ଦାବିପତ୍ର
ବାରିପଦା ଅଫିସ, ୬ା୫- ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲାରେ ବର୍ତ୍ତମାନ ହଜାର ହଜାର ବେକାର ଯୁବତୀ ଯୁବକ ରହିଛନ୍ତି। ସେହିଭଳି କରୋନା ଯୋଗୁଁ ବାହାର ରାଜ୍ୟକୁ...

ଅବ୍ୟବସ୍ଥାରେ ବାନ୍ଧଗଡ଼ା ଅଙ୍ଗନଓ୍ବାଡି କେନ୍ଦ୍ର
ଖୁଣ୍ଟା,୫ା୯(ଡି.ଏନ୍.ଏ.)-ଭିତ୍ତିଭୂମିର ଅଭାବ ଓ ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁ ଖୁଣ୍ଟା ବ୍ଲକ ଅଧୀନ ବାହାନଡା ପଞ୍ଚାୟତର ବାନ୍ଧଗଡା ଅଙ୍ଗନଓ୍ବାଡ଼ି କେନ୍ଦ୍ର ଅବ୍ୟବସ୍ଥାରେ ଚାଲିଛି । ୨୦୦୦...

୫ରୁ ସରସ୍ବତୀ ମେଳା
ଉଦଳା,୨୯ା୧(ଡ଼ି.ଏନ୍.ଏ.)- ଆସନ୍ତା ଫେବୃୟାରୀ ୫ ତାରିଖରୁ ଉଦଳାଠାରେ ଐତିହାସିକ ସରସ୍ବତୀ ମେଳା ଆରମ୍ଭ ହେବ। ଏହା ୧୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ମଙ୍ଗଳବାର ଆୟୋଜିତ...

ମହିମାଧର୍ମର ଉପାସନା କ୍ଷେତ୍ର ‘ମେରୁମଠ’: ମାନ୍ୟତା ମିଳିଛି, ବିକାଶ ନାହିଁ
ବାରିପଦା ଅଫିସ, ୩ା୧: କଳା ଓ ସଂସ୍କୃତି କ୍ଷେତ୍ରରେ ମୟୂରଭଞ୍ଜ ଜିଲା ଦେଶ ବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏଠାରେ ରାଜରାଜୁଡା କାଳରୁ ଗଢି...

ବିଭିନ୍ନ ଦାବି ନେଇ ବିକ୍ଷୋଭ
ବାରିପଦା ଅଫିସ,୨୪ା୧୦- ବିଭିନ୍ନ ଦାବି ନେଇ ଡେମୋକ୍ରେଟିକ ୟୁଥ ଅର୍ଗାନାଇଜେଶନ ପକ୍ଷରୁ ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସଂଗଠନ...
ଲକ୍ଡାଉନ୍ ଅମାନ୍ୟ କରି ୧୦ ବାଇକ୍ ଅଟକ
ଠାକୁରମୁଣ୍ଡା,୨୭ା୩(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଅଞ୍ଚଳରେ ଲକ୍ଡାଉନ୍ କଟକଣାକୁ ଅମାନ୍ୟ କରିବା ଅଭିଯୋଗରେ ପୋଲିସ ୧୦ଟି ବାଇକ୍ ଜବତ କରିଛି। ଠାକୁରମୁଣ୍ଡା ବଜାରରେ ଜରୁରୀ କାମ...

୨ ଶିକ୍ଷକଙ୍କ ବଦଳି ଦାବିରେ ବିଦ୍ୟାଳୟରେ ତାଲା
ଠାକୁରମୁଣ୍ଡା,୨୮ା୮(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଜରକ ପଞ୍ଚାୟତ ଅନ୍ତର୍ଗତ ଦୁବପାଳ ସରକାରୀ ଉଚ୍ଚ ବିଦ୍ୟାଳୟର ୨ ଶିକ୍ଷକଙ୍କୁ ବିଦ୍ୟାଳୟରୁ ତୁରନ୍ତ ବଦଳି କରିବା ଦାବିରେ...