ନାଲିଫିତା ତଳେ ନିରାକରଣ ନିଷ୍ପତ୍ତି

ତାଳଚେର,୬ା୩(ନି.ପ୍ର.) – ରାଜ୍ୟ ସରକାରଙ୍କ ରାଜସ୍ବ ତାଲିକାରେ ନମ୍ବର ଓ୍ବାନ ସ୍ଥାନରେ ଥିବା ଅନୁଗୋଳ ଜିଲାର ତାଳଚେର ଶିଳ୍ପାଞ୍ଚଳ ପ୍ରଦୂଷଣରେ ମଧ୍ୟ ଏକ ନମ୍ବର ସ୍ଥାନ ଦଖଲ କଲାଣି। ହେଲେ ଏଥିପ୍ରତି ନା ରାଜ୍ୟ ସରକାରଙ୍କ ଦୃଷ୍ଟି ଅଛି ନା ତାଳଚେର ଉପଖଣ୍ଡ ପ୍ରଶାସନର। ଜିଲା ପ୍ରଶାସନ ମଧ୍ୟ କିଛି ନ ଜାଣିଲା ଭଳି ଆଖିବୁଜି ବସିଛି। ୫୩ନଂ. ଜାତୀୟ ରାଜପଥରେ ଦୈନିକ ହଜାର ହଜାର କୋଇଲା ଟ୍ରକ୍‌ ଚଳାଚଳ ଯୋଗୁ ଧୂଳି, ଧୂଅଁ।ର ପ୍ରଦୂଷଣ ଭୟଙ୍କର ରୂପ ନେଉଥିବା ବେଳେ ଏହାର ନିରାକରଣ ଦିଗରେ ପ୍ରଶାସନ ନେଉଥିବା ନିଷ୍ପତ୍ତି ବର୍ଷ ବର୍ଷ ଧରି ନାଲିଫିତା ତଳେ ରହିଆସିଛି। ଫଳରେ ଏହାର ସିଧାସଳଖ ପ୍ରଭାବ ତାଳଚେରବାସୀଙ୍କ ଉପରେ ପଡ଼ୁଛି। ବଢ଼ୁଥିବା ପ୍ରଦୂଷଣର ବିଷ ବଳୟ ଯୋଗୁ ଏଠାକାର ପ୍ରାୟ ୭୦ ପ୍ରତିଶତ ଲୋକ ଶ୍ୱାସ ଜନିତ ସମସ୍ୟା ଭୋଗୁଥିବା ଅଭିଯୋଗ ହେଉଛି।
କଳାହୀରାର ସହର ଭାବେ ପରିଚିତ ତାଳଚେରରୁ ରାଜ୍ୟ ଓ କେନ୍ଦ୍ର ସରକାର ବାର୍ଷିକ ହଜାର ହଜାର କୋଟି ଟଙ୍କା ରାଜସ୍ବ ବାବଦରେ ପାଉଛନ୍ତି। ହେଲେ ଏଠାକାର ମୁଖ୍ୟ ସମସ୍ୟା ପ୍ରଦୂଷଣ ହ୍ରାସ ଦିଗରେ ସେପରି କୌଣସି ଦୃଢ଼ ପଦକ୍ଷେପ ନିଆଯାଉନାହିଁ। ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଦୀର୍ଘ ବର୍ଷ ଧରି ଡେରା-ହାଣ୍ଡିଧୂଆଁ-ପବିତ୍ରମୋହନ ଛକ ଦେଇ ସମସ୍ତ କୋଇଲା ଟ୍ରକ୍‌ ଯାତାୟାତ କରୁଥିଲା। ଲୋକଙ୍କ ପ୍ରବଳ ବିରୋଧ, ବାରମ୍ବାର ଆନ୍ଦୋଳନ ପରେ ୨୦୧୭ ଡିସେମ୍ବର ୧୬ଠାରୁ ଉକ୍ତ ରାସ୍ତାରେ କୋଇଲା ପରିବହନ ବନ୍ଦ କରାଯାଇ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥରେ କୋଇଲା ଟ୍ରକ୍‌ ଚଳାଚଳ କଲା। ପ୍ରଶାସନର ଏହି ନିଷ୍ପତ୍ତିକୁ ଅଞ୍ଚଳବାସୀ ସ୍ବାଗତ କରିଥିଲେ। କିନ୍ତୁ ଧୀରେ ଧୀରେ ଅଧିକ ସଂଖ୍ୟକ କୋଇଲା ଟ୍ରକ୍‌ ଚଳାଚଳ କରିବାରୁ ସମସ୍ୟା ଏବେ ଅଣଆୟତ୍ତ ହୋଇପଡ଼ିଛି। ସହରର ବାଙ୍କଧରା ଛକ, କଲେଜ, ବସ୍‌ଷ୍ଟାଣ୍ଡ, ବାଇପାସ୍‌ ଛକ, ପବିତ୍ରମୋହନ ଛକ, ବହ୍ଲର ଛକ ଦେଇ ଦୈନିକ ୫ ହଜାର କୋଇଲା ଟ୍ରକ୍‌ ଯାତାୟାତ କରୁଛି। ଏଥିଯୋଗୁ ପ୍ରବଳ ଧୂଳି ଉଡ଼ିବା ସହ କଳା ଧୂଅଁ।ରେ ସହର ଓ ଆଖପାଖ ଅଞ୍ଚଳରେ ଭୟଙ୍କର ପ୍ରଦୂଷଣ ସୃଷ୍ଟି ହେଉଛି। ଏହି ରାସ୍ତା ଦେଇ ଉପଜିଲାପାଳ ଅଫିସ, ବ୍ଲକ, ସ୍କୁଲ କଲେଜ, ତହସିଲ, ଡାକ୍ତରଖାନା, ବଜାର, କୋର୍ଟକୁ ଅଞ୍ଚଳବାସୀ ଓ ଛାତ୍ରୀଛାତ୍ର ଯାତାୟାତ କରିଥାନ୍ତି। କିନ୍ତୁ ଏତେ ସଂଖ୍ୟକ କୋଇଲା ଟ୍ରକ୍‌ ସହ ଧୂଳି ଓ ଧୂଅଁ। ଯୋଗୁ ରାଜପଥରେ ଯାତାୟାତ ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ୁଛି। ପରିସ୍ଥିତି ଏପରି ହୋଇଛି ଯେ ଦିନରେ ମଧ୍ୟ ଏହି ରାସ୍ତାରେ ଗାଡ଼ି ଚାଳକ ଲାଇଟ୍‌ ଦେଇ ଯିବାଆସିବା କରୁଛନ୍ତି। ସେହିପରି ରାଜପଥ ପାର୍ଶ୍ୱରେ ଗଦା ହେଉଥିବା ଧୂଳି ସାମାନ୍ୟ ବର୍ଷାରେ ମୋଟା କାଦୁଅରେ ପରିଣତ ହେଉଥିବାରୁ ବହୁ ସମୟରେ ଦୁର୍ଘଟଣାରେ ଧନଜୀବନ ହାନି ହେଉଛି। ଗାଡ଼ିଗୁଡ଼ିକ ବେଆଇନ ଭାବେ ପାର୍କିଂ କରାଯାଉଥିବାରୁ ମଧ୍ୟ ଏହା ଦୁର୍ଘଟଣାର କାରଣ ସାଜୁଛି। ଏପରି ବିଭିନ୍ନ କାରଣରୁ ରାଜପଥ ସଙ୍କୁଚିତ ହେଉଥିବାବେଳେ ରାସ୍ତାରୁ କିପରି ଧୂଳି ସଫା କରାଯିବ, ନିୟମିତ ପାଣି ସିଞ୍ଚନ ହେବ, ବେଆଇନ ପାର୍କିଂ କରା ନ ଯିବ ସେ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ କି ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ସବୁ କାର୍ଯ୍ୟକାରୀ କରୁନାହିଁ। ଏହି ରାସ୍ତା ଦେଇ ରାଜନେତା, ପ୍ରଶାସକ, ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଅଧିକାରୀମାନେ ଯାତାୟାତ କରୁଥିଲେ ବି ସମସ୍ୟାର ନିରାକରଣ ଦିଗ ପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ବର୍ଷ ବର୍ଷ ଧରି ଅଞ୍ଚଳବାସୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ୭୦ ପ୍ରତିଶତ ଲୋକ ଶ୍ୱାସ ଜନିତ ରୋଗର ଶିକାର ହେଲେଣି। ଆଗକୁ ଏହି ସମସ୍ୟା ଭୟଙ୍କର ରୂପ ନେବାର ଆଶଙ୍କା ଥିବାରୁ ତୁରନ୍ତ ତାଳଚେର ଉପଖଣ୍ଡ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ସହରବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ପରେଶ ଚନ୍ଦ୍ର ନାୟକଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଏକ ବୈଠକରେ ଥିବାରୁ କୌଣସି ମତାମତ ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରି ଶୀତ ମହୋତ୍ସବ “ତୁଷାର” ୨୦୨୬ ଉଦଘାଟିତ: କଳାହାଣ୍ଡି କଟାପାଙ୍କ ଅଭିନୟ ଦେଖି…

ଜି.ଉଦୟଗିରି, ୩।୨(ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲା ଜି.ଉଦୟଗିରି ସହରର ଶ୍ରୀରାମପଦା ସ୍ଥିତ କଳିଙ୍ଗ ମିନି ଷ୍ଟାଡିୟମରେ ୫ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଜି.ଉଦୟଗିରି ଶୀତ ମହୋତ୍ସବ…

ଆହୁରି ୫ଦିନ କୁହୁଡ଼ି

ଭୁବନେଶ୍ୱର,୩।୨(ବନ୍ଦନା ସେଠୀ)- ରାଜ୍ୟରେ ଶୀତ ପ୍ରକୋପ ସାମାନ୍ୟ ହ୍ରାସ ପାଇଥିଲେ ହେଁ କୁହୁଡ଼ିର ମାତ୍ରା ଅଧିକ ରହୁଛି। ପ୍ରବଳ କୁହୁଡ଼ି କାରଣରୁ ସକାଳୁ ରାସ୍ତାଘାଟ ଠିକ୍‌ ଭାବେ…

ସାମାନ୍ୟ ବଚସା ପରେ ଧସ୍ତାଧସ୍ତି: ଚାଲିଗଲା ବ୍ୟବସାୟୀଙ୍କ ଜୀବନ, ମୁଣ୍ଡ ପିଟି…

ଭଞ୍ଜନଗର,୩।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହର ଇଣ୍ଡିଆନ ଗ୍ୟାସ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ରାତି ପ୍ରାୟ ୯ ଟା ସମୟରେ ଜଣେ ବ୍ୟବସାୟୀଙ୍କ ସହ ଅନ୍ୟ ଜଣେ…

ଆନ୍ଧ୍ରରେ ବିକ କୋଟିଆ ଶସ୍ୟ: ସୀମାନ୍ତବାସୀଙ୍କୁ ପ୍ରବର୍ତ୍ତାଇଲେ ପଡ଼ୋଶୀ ରାଜ୍ୟ ଅଧିକାରୀ,ଏପଟେ…

ପଟ୍ଟାଙ୍ଗି,୩ା୨(ଶରତ କୁମାର ଧଳ)-କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତର ସୀମାନ୍ତବାସୀଙ୍କୁ ନେଇ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ପକ୍ଷରୁ ବୈଠକକରି ସଚେତନ କରାଯାଉଛି। ଏଥିରେ ଉକ୍ତ ପଞ୍ଚାୟତର…

ଆମ୍ବ ବିକ୍ରୟ ସଙ୍କଟ ପାଇଁ ଅନିଶ୍ଚିତତାରେ ଚାଷୀ: ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନା କରିବାକୁ…

ରାୟଗଡ଼ା,୩।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲାରେ ଆମ୍ବ ବିକ୍ରୟ ସମସ୍ୟାକୁ କେନ୍ଦ୍ର ସରକାର ସ୍ବୀକାର କରିଥିଲେ ମଧ୍ୟ ଦାୟିତ୍ୱ ଗ୍ରହଣରୁ ଏଡାଇ ଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି…

ଦିବ୍ୟ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ, ବିଧାୟକ ସିଦ୍ଧାର୍ଥ ମହାପାତ୍ର ଯୋଗ ଦେଇ କହିଲେ…

ଦିଗପହଣ୍ଡି,୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଦିବ୍ୟ ପବ୍ଲିକ ସ୍କୁଲର ୧୩ ତମ ବାର୍ଷିକୋତ୍ସବ ମଙ୍ଗଳବାର ସାରେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ।…

ଖେମୁଣ୍ଡି କଲେଜର ବାର୍ଷିକୋତ୍ସବ ଅନୁଷ୍ଠିତ: ପଦ୍ମଶ୍ରୀ ପାଇଁ ମନୋନୀତ ନୃତ୍ୟଗୁରୁ ସମ୍ବର୍ଦ୍ଧିତ

ଦିଗପହଣ୍ଡି,୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ବାର୍ଷିକୋତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ. ଅସିତ କୁମାର ଷଡଙ୍ଗୀଙ୍କ…

ଭୀଷ୍ମଗିରି ରାମଜୀ ବିଦ୍ୟାଳୟରେ ସାମାଜିକ ସହଭାଗିତା କାର୍ଯ୍ୟକ୍ରମ: ୭୬ ମେଧାବୀଙ୍କୁ ମେଧାବୃତ୍ତି ପ୍ରଦାନ

ଦିଗପହଣ୍ଡି,୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଫ୍ୟୁଜନ ଫାଇନାନ୍ସ ଲିମିଟେଡ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri