ଜଗତ୍ସିଂହପୁର ଅଫିସ,୧୨ା୨: ମାତ୍ର ୨ କିଲୋମିଟର ବ୍ୟବଧାନରେ ଜଣେ ୧୪ବର୍ଷର ନାବାଳିକା ଓ ଜଣେ ଯୁବକଙ୍କ ମୃତଦେହ ପୃଥକ ସ୍ଥାନରୁ ଉଦ୍ଧାର କରାଯାଇଛି। ନାବାଳିକା ଜଣଙ୍କ ବାଲିକୁଦା ଥାନା ଅନ୍ତର୍ଗତ ଚଷାପଡ଼ାର ବୋଲି ଜଣାପଡ଼ିଛି। ଯୁବକ ଜଣଙ୍କ ଥାନା ଅଧୀନ ବରିପଡ଼ାର ବିରଜା ପ୍ରସାଦ ସ୍ବାଇଁ। ନାବାଳିକା ତାଙ୍କ ଘରେ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ବିରଜାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦେବା ପାଇଁ ଗଛରେ ଝୁଲାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ମୃତ୍ୟୁ ଉପରେ ଜଗତ୍ସିଂହପୁର ଥାନାରେ ଅପମୃତ୍ୟୁ ମାମଲା ନଂ-୮/୨୦ରୁଜୁ ହୋଇଛି। ବିରଜାଙ୍କ ବାପା ଉପେନ୍ଦ୍ରଙ୍କ ଅଭିଯୋଗ ଉପରେ ପୋଲିସ ଦଫା ୩୦୨/୨୦୧ ଆଇପିସିରେ ମାମଲା ସଂଖ୍ୟା ୫୩/୨୦ ରୁଜୁ କରି ତଦନ୍ତ ଜାରି ରଖିଛି।
ଏସମ୍ପର୍କରେ ଥାନା ଆଇଆଇସି ରଜନୀକାନ୍ତ ମିଶ୍ର କହିଛନ୍ତି, ନାବାଳିକା ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି। ଯେହେତୁ ନାବାଳିକା ବଞ୍ଚତ୍ଥିଲେ ତେଣୁ ପରିବାର ଲୋକେ ତାଙ୍କୁ ସଙ୍ଗେସଙ୍ଗେ ଜିଲା ମୁଖ୍ୟ ଚିକିତ୍ସାଳୟ ନେଇ ଯାଇଥିଲେ। କିନ୍ତୁ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମାତ୍ର ନାବାଳିକାଙ୍କ ମୃତଦେହକୁ ତାଙ୍କ ଘର ଲୋକେ ବ୍ୟବଚ୍ଛେଦ ନ କରି ଗାଁକୁ ନେଇ ଯାଇଥିଲେ। ପରବର୍ତ୍ତୀ ସମୟରେ ପୋଲିସ ନାବାଳିକାଙ୍କ ମୃତଦେହ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସେହିପରି ବିରଜାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ କଲାପରେ ଏହି ମାମଲାର ଗମ୍ଭିରତା ବଢିଯାଇଛି। ବିରଜାଙ୍କ ବାପା କରିଥିବା ଅଭିଯୋଗ ଅନୁଯାୟୀ, ସୋମବାର ରାତିରେ ବିରଜା ଘରକୁ ଫେରି ନ ଥିଲେ। ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା କିଛି ସୂଚନା ମିଳି ନ ଥିଲା। କିନ୍ତୁ ମଙ୍ଗଳବାର ସକାଳୁ ଖବର ମିଳିଲା ଯେ, ଗାଁଠାରୁ କିଛି ଦୂର ପଳାସ ଦଣ୍ଡାରେ ବିରଜାଙ୍କ ମୃତଦେହ ଝୁଲୁଛି। ତେଣୁ ବିରଜା ଆତ୍ମହତ୍ୟା ନୁହେଁ, ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି। ଯେଉଁ କାରଣରୁ ବିରଜାଙ୍କ ବାପା ହତ୍ୟା ଅଭିଯୋଗ କରିଛନ୍ତି। ତାଙ୍କ ବାପା କହିଛନ୍ତି, ବରିପଡ଼ାର ଜଣେ ଝିଅକୁ ବିରଜା ଭଲ ପାଉଥିଲେ। କିନ୍ତୁ ଏବେ ସମ୍ପୃକ୍ତ ଝିଅ ଜଗତ୍ସିଂହପୁରର ଆଉ ଜଣେ ପୁଅକୁ ଭଲ ପାଉଛନ୍ତି। ଏହି ଭଲ ପାଇବାକୁ ନେଇ କିଛି ଦିନ ପୂର୍ବରୁ ଜଗତ୍ସିଂହପୁର ମକର ମେଳାରେ ବିରଜା ଓ ଜଗତ୍ସିଂହପୁରର ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେଣୁ ବିରଜାଙ୍କୁ ଜଗତ୍ସିଂହପୁରର ଏହି ପୁଅ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। କିନ୍ତୁ ନାବାଳିକା ଓ ବିରଜା ଉଭୟ ଆତ୍ମହତ୍ୟା କରିଥିବା ସାଧାରଣରେ ଆଲୋଚନା ଚାଲିଛି। ଅଧିକ ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଥାନା ଆଇଆଇସି ପ୍ରକାଶ କରିଛନ୍ତି।
Posted inଆମ ଜିଲା ଖବର, ଜଗତ୍ସିଂହପୁର, ରାଜ୍ୟ View All

ଗାଡ଼ିରୁ ଖସି ଯୁବକ ମୃତ
ଗୁଣପୁର, ୭।୧୦(ଡି.ଏନ୍.ଏ.)-ରାୟଗଡ଼ା ଜିଲା ଗୁଣପୁର ବ୍ଲକ ବନ୍ଧୁଗୁଡା ନିକଟରେ ସୋମବାର ଚଳନ୍ତା ଗାଡ଼ିରୁ ଖସପଡି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ସେ ହେଲେ ଗଜପତି ଜିଲା...

ଚରମ ଅବ୍ୟବସ୍ଥାରେ ସ୍ବାସ୍ଥ୍ୟସେବା
ଆନନ୍ଦପୁର,୧୫। ୭(ସ୍ବ.ପ୍ର.)- ଅବ୍ୟବସ୍ଥାର ଚରମ ସୀମାରେ ପହଞ୍ଚିଛି ସ୍ବାସ୍ଥ୍ୟସେବା। ଗରିବ ଲୋକମାନଙ୍କ ପାଇଁ ଏହା ଯେମିତି ସାତ ସପନ ପାଲଟିଛି। ଅର୍ଥ ନାହିଁ ତ ଚିକିତ୍ସା...

ମହିଳା ଗୋଷ୍ଠୀଙ୍କ ପରିବା ଚାଷ :କ୍ଷେତ ପରିଦର୍ଶନ କଲେ ଜିଲାପାଳ
ଖୁଣ୍ଟା,୨୩ା୭(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ବଡ଼ପଥରା ପଞ୍ଚାୟତ ଚାପଲଡ଼ିହି ଗ୍ରାମରେ ମହିଳା ଗୋଷ୍ଠୀ ଚାଷ କରି ବେଶ ଲାଭବାନ ହୋଇ ପାରିଛନ୍ତି। ଗୁରୁବାର...

ନୂଆଁଖାଇ ପାଇଁ ଗାଁଠୁ ସହର ସବୁଆଡେ ପର୍ବର ମାହୋଲ
ଜୁନାଗଡ,୨।୯(ଡି.ଏନ.ଏ.) ମଙ୍ଗଳବାର ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ଗତ କିଛିଦିନ ହେଲା ଗ୍ରାମରୁ ସହର ସବୁଆଡେ ପର୍ବର ମାହୋଲ ଦେଖିବାକୁ ମିଳିଛି ।...

ଭିଡ଼ିଓ ଭାଇରଲ ପରେ ବନରକ୍ଷୀ ନିଳମ୍ବିତ
ଭଞ୍ଜନଗର,୫।୫(ଡି.ଏନ୍.ଏ.)- ଭଞ୍ଜନଗରସ୍ଥିତ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ କେନ୍ଦ୍ରୀୟ ବନାଞ୍ଚଳ ବିଞ୍ଜିଗିରି ସେକ୍ସନର ବନରକ୍ଷୀ ଏମ.ଏମ୍. ରାଉଳ ଜଣେ କାଠ ଚୋରଙ୍କ ଠାରୁ ଲାଞ୍ଚ ନେବା...

ଅଢେଇ କିଲୋ ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ
ବ୍ରହ୍ମପୁର ଅଫିସ,୩୧ା୧୦-ବ୍ରହ୍ମପୁର ବଡ଼ ବଜାରରେ ଥିବା ବିନୋଦ ଜୁଏଲେରିରୁ ଶୁକ୍ରବାର ରାତିରେ ଚୋରି ହୋଇଛି। ଚୋରମାନେ ଷ୍ଟୋର୍ରେ ଥିବା ଆଇରନ୍ ଚେଷ୍ଟ ଭାଙ୍ଗି ପ୍ରାୟ ୨କେଜି...

ପ୍ରଚାର ମଇଦାନରେ ବିଦେଶୀ ବୋହୂ
ପୁରୀ ଅଫିସ,୧୦।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରତିଦ୍ୱନ୍ଦ୍ୱିତା କରିଥିବା ପ୍ରାର୍ଥୀମାନେ ଅଭିନବ ଉପାୟରେ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି। କେହି କେହି...

ଗ୍ରାହକଙ୍କ ପସନ୍ଦ ଚକୁଳି ପିଠା
ବଅଁରପାଳ,୧୩।୭(ଡି.ଏନ.ଏ.)- ସକାଳ ହେଉ କି ସନ୍ଧ୍ୟା, ତାଙ୍କ ହାତ ତିଆରି ଚକୁଳି ପିଠା ଖାଇବାକୁ ଦୋକାନରେ ବଢ଼ୁଛି ଭିଡ଼। ମସଲା ଦୋସା ପାଇଁ ଗ୍ରାହକଙ୍କଠାରୁ ମିଳୁଛି...