ନାବାଳିକାଙ୍କୁ ଦନ୍ତା କଚାଡ଼ି ମାରିବା ଘଟଣା: କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ, ତହସିଲଦାରଙ୍କୁ ଅଟକ

ପାଟଣା,୧୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଟେଣ୍ଡେରା ପଞ୍ଚାୟତ ହରିହରପୁର ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା କ୍ରମରେ ଏକ ଗୋଠଛଡା ଦନ୍ତା ଜଣେ ୧୧ବର୍ଷୀୟା ଝିଅକୁ କଚାଡ଼ି ମାରିଦେଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସହ ଉତ୍ତେଜନା ସୃଷ୍ଟି ହୋଇଛି। ଶନିବାର ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାଞ୍ଚି ବିଜୟୱାଡା ୨୨୦ ନଂ. ଜାତୀୟ ରାଜପଥର ପାଟଣା ସାହାରପଡା ରାସ୍ତାର ବଡ଼ବିଲି ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ। ଏପରିକି ଲୋକମାନେ ସାହାରପଡ଼ା ତହସିଲଦାର ଲମ୍ବୋଦର ଖୁଣ୍ଟିଆଙ୍କୁ ଅଟକ ରଖିଥିଲେ। ଖବର ପାଇ ପାଟଣା ଥାନାଧିକାରୀ ସଂଧ୍ୟାରାଣୀ ଜେନା ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ କ୍ଷତିପୂରଣ ଦେବାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିବା ଜଣାପଡ଼ିଛି।

ପ୍ରକାଶଯୋଗ୍ୟ, ମୃତ ଶିଶୁକନ୍ୟା ହେଉଛନ୍ତି ଶୈଳେନ୍ଦ୍ରୀ ମହାନ୍ତଙ୍କ ଝିଅ ସୁବାସିନୀ ମହାନ୍ତ। ସୁବାସିନୀ ମେଧାବୀ ଛାତ୍ରୀ ଥିଲେ। ଶନିବାର ସେ ନବୋଦୟ ପ୍ରବେଶିକା ପରୀକ୍ଷା ଦେଇଥାନ୍ତେ। ହେଲେ ଏହା ପୂର୍ବରୁ ଶୁକ୍ରବାର ରାତିରେ ଦନ୍ତା ଆକ୍ରମଣରେ ତାଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷେ ହାତୀଟି ଏବେ ଆହୁରି ହିଂସ୍ର ହୋଇ ଉଠିଛି। ବିଳମ୍ବିତ ରାତିରେ ଭଣ୍ଡାରୀବିଲା, ଗୁଳୁଦୀପଶି ଓ ତୁଳସୀପୁର ଗ୍ରାମରେ ଲୋକଙ୍କ ଘର ଭାଙ୍ଗିଦେବା ସହ ଧାନ ଚାଉଳ ଖାଇଯାଇଛି। ବନ ବିଭାଗ ହାତୀ ଘଉଡାଇବାରେ ବିଫଳ ହେବା ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ସେକେଣ୍ଡରେ ସାନିଟାଇଜ୍‌: ଚର୍ଚ୍ଚାରେ ଦୁଇ ଭାଇ

ବାରିପଦା ଅଫିସ, ୧୫ା୪-ଏବେ କରୋନାକୁ ନେଇ ସାରା ବିଶ୍ୱବାସୀ ଚିନ୍ତିତ। ଏହି ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ବିିିଭିନ୍ନ ସ୍ତରରେ ପଦକ୍ଷେପ ନିଆଯାଉଛି। ଏହିଭଳି ଘଡିସନ୍ଧି...

‘ବିପ୍ଳବୀ ଗୋବିନ୍ଦ’ ଶୁଟିଂ ଆରମ୍ଭ

ଢେଙ୍କାନାଳ ଅଫିସ, ୩୧।୧୨ ବିଶିଷ୍ଟ ଗାନ୍ଧୀବାଦୀ ତଥା ସଂଗ୍ରାମୀ ଗୋବିନ୍ଦ ମିଶ୍ରଙ୍କ ଜୀବନୀକୁ ନେଇ ପ୍ରାମାଣିକ ଟେଲି ଚଳଚ୍ଚିତ୍ର ‘ବିପ୍ଳବୀ ଗୋବିନ୍ଦ’ର ଶୁଟିଂ ଆରମ୍ଭ ହୋଇଛି।...

୨ ନାବାଳକ ଭାଇଙ୍କୁ ଦଳିମାରିଲା ହାତୀ

ଝାରସୁଗୁଡ଼ା ଅଫିସ,୫ା୧୧: ଝାରସୁଗୁଡ଼ା ଜିଲା ବାଗଡିହି ରେଞ୍ଜ ଅଧୀନ ଭଉଁରା ଗ୍ରାମ ନିକଟରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ମା’ବାପାଙ୍କ ଆଗରେ ଏକ...

ଦୁତିଆ ଓଷା ଭାର ନେଇ ଯାଉଥିଲେ: ମାମୁ, ଭଣଜାଙ୍କୁ ଚପିଦେଲା ଟ୍ରକ

ରସୁଲପୁର, ୧୦।୯ (ଡି.ଏନ୍‌.ଏ.)ଯାଜପୁର ଜିଲା କୁଆଖିଆ ଥାନା ଅଧୀନ ୬ ନଂ. ଜାତୀୟ ରାଜପଥର ଖଣ୍ଡିତର ନିକଟସ୍ଥ ଖରସ୍ରୋତା ପୋଲ ଉପରେ ଗୁରୁବାର ଅପରାହ୍ନ ୨ଟା...

ଆନ୍ଦୋଳନକୁ ଓହ୍ଲାଇଲେ ମନ୍ଦିର ସେବାୟତ

ବାରିପଦା ଅଫିସ,୯।୨: ୬୫୦ବର୍ଷର ଐତିହ ବହନ କରୁଥିବା ଉତ୍ତର ଓଡ଼ିଶାର ପ୍ରସିଦ୍ଧ ହରିହର ପୀଠ ମାଣତ୍ରୀ ବିଜେ ବାବା କଖାରୁଆ ବୈଦ୍ୟନାଥ ମନ୍ଦିରର ସେବାୟତ ଗଣ...

ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ବେଆଇନ ପାର୍କିଂ: ଜରୁରୀ କଲ୍‌ ଆସିଲେ ବାହାରିପାରୁନି ଆମ୍ବୁଲାନ୍ସ

ଗଞ୍ଜାମ,୩୧ା୫(ଡି.ଏନ୍‌.ଏ.): ଗଞ୍ଜାମ ସହର ବଡ଼ ବଜାରଠାରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ସରକାର ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଛନ୍ତି। ମେଡିକାଲ ସମ୍ମୁଖରେ ରହୁଥିବା ଏହି ଆମ୍ବୁଲାନ୍ସ ନିକଟରେ...

ଗାଇଡ୍‌ଲାଇନ୍‌ ସାମାନ୍ୟ ସଂଶୋଧନ କଲା ବିଏମ୍‌ସି

ଭୁବନେଶ୍ୱର,୭ା୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଡେଲ୍ଟା ଓ ଓମିକ୍ରନ ଭୟାବହତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ପାଇଁ...

‘ଗୋବିନ୍ଦଙ୍କ ପକେଟରୁ ମିଳିଛି ମାଟିଆ ରଙ୍ଗର ଲଫାପା’

ବଲାଙ୍ଗୀର ଅଫିସ, ୨୨ା୧୨: କଣ୍ଟାବାଞ୍ଜି ସବ୍‌ଜେଲରେ ମଙ୍ଗଳବାର ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ପକେଟରୁ ଏକ ମାଟିଆ...

Advertisement
Archives

Model This Week