ନାବାଳକ ପୁଅ ସମ୍ମୁଖରେ ମା’ଙ୍କୁ ଅସଦାଚରଣ : ଅଭିଯୁକ୍ତଙ୍କୁ ଛାଡ଼ି ନାବାଳକଙ୍କୁ ୩୦ ଘଣ୍ଟା ଅଟକ ରଖିଲା ପୋଲିସ

ଭୁବନେଶ୍ୱର,୨୨ା୭(ବ୍ୟୁରୋ) : ନାବାଳକଙ୍କ ସମ୍ମୁଖରେ ତାଙ୍କ ମା’ଙ୍କୁ ଅସଦାଚରଣ। ପ୍ରତିରୋଧ କରିବାରୁ ନାବାଳକଙ୍କୁ ଆକ୍ରମଣ। ପରେ ଆକ୍ରଣକାରୀ ଓ ନାବାଳକଙ୍କ ମଧ୍ୟରେ ମାର୍‌ପିଟ୍‌। ହେଲେ ଅସଦାଚରଣ କରିଥିବା ଅଭିଯୁକ୍ତଙ୍କୁ ଛାଡ଼ି ମଞ୍ଚେଶ୍ୱର ଥାନା ପୋଲିସ ନାବାଳକଙ୍କୁ ଥାନାରେ ୩୦ ଘଣ୍ଟା ଅଟକ ରଖିବା ଘଟଣା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରିକି ପୋଲିସ ଦୁର୍ବ୍ୟବହାରର ଶିକାର ହୋଇ ତାଙ୍କ ମା’ ଡିସିପି ଅଫିସ୍‌ ସମ୍ମୁଖରେ ଧାରଣା ଦେବା ଓ ଅତିରିକ୍ତ ଡିସିପି ତଦନ୍ତ ନିର୍ଦ୍ଦେଶ ଦେବା ପରେ ଘଟଣା ପଦାକୁ ଆସିଛି।
ସୂଚନା ମୁତାବକ, ମଞ୍ଚେଶ୍ୱର ଥାନା ଅନ୍ତର୍ଗତ କିମ୍ଭିରିଆ ବସ୍ତି ଅଞ୍ଚଳରେ ପରିବାର ସହ ରହୁଥିବା ଜଣେ ମହିଳାଙ୍କୁ ଶନିବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଉକ୍ତ ବସ୍ତି ଅଞ୍ଚଳର ଜଣେ ଅସାମାଜିକ ବ୍ୟକ୍ତି ଘର ସମ୍ମୁଖରେ ଟଣାଓଟରା କରିଥିଲେ। ପ୍ରତିବାଦ କରିବାରୁ ସେ ତାଙ୍କୁ ମାଡ଼ମାରି ଅସଦାଚରଣ କରିଥିଲେ। ଏହାଦେଖି ୧୬ ବର୍ଷର ନାବାଳକ ପୁଅ ମା’ଙ୍କୁ ରକ୍ଷା କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ। ମହିଳାଙ୍କ ଚିତ୍କାର ଶୁଣି ପଡୋଶୀ ଲୋକେ ପହଞ୍ଚବାରୁ ଯୁବକ ଜଣକ ଫେରାର ହୋଇଯାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମହିଳା ଓ ତାଙ୍କ ନାବାଳକ ପୁଅଙ୍କୁ ଥାନାକୁ ନେଇଥିଲା। ମହିଳାଙ୍କ ଅଭିଯୋଗ ମୁତାବକ, ଥାନାରେ ପହଞ୍ଚତ୍ବା ପରେ ଥାନାଧିକାରୀ ହଠାତ୍‌ ତାଙ୍କ ପ୍ରତି ରୁକ୍ଷ ବ୍ୟବହାର ଆରମ୍ଭ କରିଥିଲା। ବସ୍ତି ଲୋକ କହି ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ନାବାଳକ ପୁଅକୁ ଥାନାରେ ଅଟକ ରଖିଥିଲା। ମହିଳାଙ୍କ ଅଭିଯୋଗକୁ ମଧ୍ୟ ଗୁରୁତ୍ୱ ଦିଆଯାଇ ନ ଥିଲା। ଏପରିକି ନାବାଳକ ପୁଅଙ୍କୁ ଅଟକାଇ ପୋଲିସ ମହିଳାଙ୍କୁ ଥାନାରୁ ତଡ଼ି ଦେଇଥିଲା। ମହିଳା ଜଣକ ଏସବୁକଥା ବସ୍ତିରେ ଜଣାଇବା ପରେ ମହିଳାମାନେ ଏକାଠି ହୋଇ ନ୍ୟାୟ ପାଇଁ ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଅତିରିକ୍ତ ଡିସିପି ରାଜ କିଶୋର ପାଇକରାୟ ଅଭିଯୋଗ ଶୁଣିବା ପରେ ଥାନା ଅଧିକାରୀଙ୍କ ଉପରେ କ୍ଷୁବ୍ଧ ହେବା ସହ ନାବାଳକଙ୍କୁ ତୁରନ୍ତ ଛାଡ଼ିବାକୁ କହିଥିଲେ। ଏଥିସହ ତୁରନ୍ତ ଏକ ମାମଲା ରୁଜୁ କରି ମହିଳାଙ୍କୁ ଅସଦାଚରଣ ଓ ପୁଅକୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଥାନାରେ ଅଟକ ଥିବା ନାବାଳକକୁ ମଞ୍ଚେଶ୍ୱର ଥାନା ପୋଲିସ ଅପରାହ୍ନ ପ୍ରାୟ ୩ଟାରେ ଛାଡ଼ିଥିଲା। ମା’ଙ୍କ ସହିତ ଘରକୁ ଫେରିବାବେଳେ ସେ ମାନସିକ ଭାରସାମ୍ୟ ହରାଇଥିବା ଦେଖିବାକୁ ମିଳିଥିଲା। ଜଣେ ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ସର୍ବାଧିକ ୨୪ଘଣ୍ଟା ଥାନାରେ ଅଟକ ରଖାଯିବାର ନିୟମ ରହିଛି। କିନ୍ତୁ ଜଣେ ନିର୍ଦ୍ଦୋଷ ନାବାଳକଙ୍କୁ ପୋଲିସ ଆଇନକୁ ଉଲ୍ଲଂଘନ କରି କିପରି ୩୦ଘଣ୍ଟା ଅଟକ ରଖିଲା ତାହାକୁ ନେଇ ଏବେ ଅଭିଯୋଗ ଉଠିଛି। ମହିଳାଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ସେ ନ୍ୟାୟ ଓ ସୁରକ୍ଷା ପାଇଁ ନିବେଦନ କରିଛନ୍ତି। ଘଟଣା ସଂକ୍ରାନ୍ତରେ ଥାନାଧିକାରୀଙ୍କ ମତାମତ ମିଳିପାରିନି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ୭୦ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୦।୮(ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି। ରାଜ୍ୟରେ ଗୁରୁବାର ପୁଣି ୨୮୯୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ...

ରାଜଧାନୀରେ ମାଡୁଛି କରୋନା: ଚିହ୍ନଟ ହେଲେ ଆଉ ୧୩ ଆକ୍ରାନ୍ତ

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜଧାନୀରେ ଗୁରୁବାର ଆଉ ୧୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ ଲୋକାଲ୍‌ କେସ୍‌ ରହିଥିବା ବେଳେ ୮ ହୋମ୍‌ କ୍ୱାରାଣ୍ଟାଇନ୍‌...

‘ରାଜ୍ୟରେ ୧୩ ଲକ୍ଷ ବୁଷ୍ଟର ଡୋଜ୍‌ ମହଜୁଦ ଅଛି’

ଭୁବନେଶ୍ୱର,୧୫।୭(ବ୍ୟୁରୋ): ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,ରାଜ୍ୟରେ ରାଜ୍ୟରେ ଆଜିଠୁ ୧୮-୫୯ ବର୍ଷୀୟଙ୍କୁ ମାଗଣାରେ ବୁଷ୍ଟର...

୨ ମହିଳାଙ୍କଠାରୁ ସୁନାଚେନ୍‌ ଲୁଟ୍‌: ବରିମୁଣ୍ଡା ରାସ୍ତାରେ ଲୁଟେରା-ମହିଳା ଧସ୍ତାଧସ୍ତି

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଧୀନ ବରିମୁଣ୍ଡା ଗଁ। ରାସ୍ତା ଏବଂ ଚନ୍ଦ୍ରଶେଖରପୁର ଥାନା ଅଧୀନ କାନନ ବିହାର ଫେଜ-୨ ଅଞ୍ଚଳରେ ଶୁକ୍ରବାର ୨ଜଣ ମହିଳାଙ୍କ...

ରାଜ୍ୟ ଗାଇଡ୍‌ କମିଶନରଙ୍କ ବିଶ୍ୱ ଜାମ୍ବୋରୀରେ ଯୋଗଦାନ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଭାରତ ସ୍କାଉଟସ୍‌ ଏବଂ ଗାଇଡସ୍‌ ରାଜ୍ୟ ସଂସ୍ଥାର ସହକାରୀ ଗାଇଡ୍‌ କମିଶନର ଡ. ନମିତା ପଟ୍ଟନାୟକ ଉତ୍ତର ଆମେରିକାର ପଶ୍ଚିମ ଭର୍ଜିନିଆରେ ହେଉଥିବା ୨୪ତମ...

୧୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩ା୬(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୪୭୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ଲିଙ୍କ୍‌ ଫେଲ୍‌ ଯୋଗୁ ବ୍ୟାଙ୍କ ସେବା ଅଚଳ: ଗ୍ରାହକ ଅସନ୍ତୋଷ

କଣାସ, ୧୮।୭(ସ୍ବ.ପ୍ର.)-ଗ୍ରାମାଞ୍ଚଳର ଲୋକମାନଙ୍କୁ ସହଜରେ ବ୍ୟାଙ୍କସେବା ଯୋଗାଇଦେବା ପାଇଁ ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ଶାଖା ଖୋଲିବା ଉପରେ ଗୁରୁତ୍ୱ ଦିଆଯାଉଛି। ମାତ୍ର ଅନେକ ସମୟରେ ବ୍ୟାଙ୍କ...

୭୬ ବର୍ଷରେ ମୁଖ୍ୟମନ୍ତ୍ରୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶନିବାର ଜନ୍ମଦିନ। ସେ ୭୬ ବର୍ଷରେ ପଦାର୍ପଣ କରିଛନ୍ତି। ଏ ନେଇ ତାଙ୍କୁ ସବୁଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି। ତାଙ୍କୁ...

Advertisement
Archives

Model This Week