ନର୍ସ ନୀହାରିକା ହତ୍ୟା ଘଟଣା : ହତ୍ୟାକାଣ୍ଡ ଘଟିଥିବା କୋଠରି ସିଲ୍‌

କଟକ ଅଫିସ,୩୦ା୯: ନର୍ସ ନୀହାରିକା ପାତ୍ର ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତ ପ୍ରେମିକ ରାଜା ଓରଫ କିଶୋର ଚନ୍ଦ୍ର ଆଞ୍ଚଲଙ୍କୁ ଗିରଫ କରିଛି। ହେଲେ ଏହି ହତ୍ୟା ଘଟଣା ଉପରୁ ସମ୍ପୂର୍ଣ୍ଣ ପରଦା ଉଠାଇ ପାରିନାହିଁ। ଅଧିକ ତଦନ୍ତ ପାଇଁ ରବିବାର ବିରିଡି ପୋଲିସ ହତ୍ୟାକାଣ୍ଡ ଘଟିଥିବା ଚାଉଳିଆଗଞ୍ଜ ଅପର୍ଣ୍ଣାନଗରସ୍ଥିତ ଘରର କୋଠରିକୁ ସିଲ୍‌ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଅପର୍ଣ୍ଣାନଗରରେ ରାଜାଙ୍କ ବନ୍ଧୁ ସୁନୀଲ ସାହୁ ଘର ଭଡା ନେଇ ରହୁଥିଲେ। ସେହି ଘରକୁ ରାଜା ନିଜ ପ୍ରେମିକା ନୀହାରିକାଙ୍କୁ ନେବା ସହ ସେଠାରେ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ବୋଲି ପୋଲିସ ଆଗରେ କହିଥିଲେ। ଗତ ୨୪ରେ ଫୋରେନ୍‌ସିକ ଟିମ୍‌ ଏହି ଘରକୁ ଯାଞ୍ଚ କରିବା ସମୟରେ କାନ୍ଥ ଓ ବେଡରୁ ରକ୍ତ ଛିଟା ପାଇଥିଲା। ରାଜା ନୀହାରିକାଙ୍କ ତଣ୍ଟିଚିପି ହତ୍ୟା କରିଥିବା କଥା ପୋଲିସ ଆଗରେ ମାନିଥିବା ବେଳେ କାନ୍ଥରେ ଲାଗିଥିବା ରକ୍ତଛିଟାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ହତ୍ୟା ସମ୍ବନ୍ଧରେ ରାଜାଙ୍କ ବୟାନ ଏବଂ ପାରିପାର୍ଶ୍ୱିକ ଚିତ୍ର ଖାପ ଖାଉ ନ ଥିବାରୁ ହତ୍ୟା ଘଟଣାଟି ସନ୍ଦେହ ଘେରକୁ ଠେଲି ହୋଇଯାଇଛି। ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲା ବାଲିଅନ୍ତା ଥାନା ଅଞ୍ଚଳର ନର୍ସ ନୀହାରିକା ଓ ବିରିଡି ଅଞ୍ଚଳର ରାଜାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ରାଜା ବେରୋଜଗାର ଥିବାରୁ ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଥିଲା। ଗତ ୮ ତାରିଖରେ ନୀହାରିକା ନର୍ସିଂହୋମ୍‌ରୁ ରାଜାଙ୍କ ସହ ଯାଇଥିଲେ। ମାତ୍ର ଆଉ ଫେରି ନ ଥିଲେ। ଗତ ୧୯ରେ ବିରିଡି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀପଠାରୁ ନୀହାରିକାଙ୍କ ମୃତଦେହ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ସପେକ୍ଟରସ୍ତରରେ ଅଦଳ ବଦଳ

ବାରିପଦା ଅଫିସ,୪ା୧୧- ଇଷ୍ଟର୍ଣ୍ଣ ରେଞ୍ଜ ପୋଲିସ ଆଇଜି ଦିପ୍ତେଶ ପଟ୍ଟନାୟକ ମଙ୍ଗଳବାର ଇନ୍ସପେକ୍ଟରସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ମୟୂରଭଞ୍ଜ, ଭଦ୍ରକ ଓ...

ତେଜିବାରେ ଲାଗିଛି ମୂର୍ତ୍ତି ଉଚ୍ଚତା ବିବାଦ : କଂଗ୍ରେସର ମଉନ ପ୍ରତିବାଦ

କଟକ ଅଫିସ, ୧୫।୯: ଦୁର୍ଗାପୂଜା ପାଖେଇ ଆସୁଥିବା ବେଳେ ଦେବୀଙ୍କ ମୃଣ୍ମୟୀ ପ୍ରତିମାର ଉଚ୍ଚତାକୁ ନେଇ ବିବାଦ ତେଜିବାରେ ଲାଗିଛି। ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ...

କୋନାବିରା ଅଞ୍ଚଳରେ ୨୨ ହାତୀ

କୋମନା,୩୧।୮(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ କୋନାବିରା ଅଞ୍ଚଳରେ ହାତୀ ପୁଣି ଥରେ ପ୍ରବେଶ କରି ତିଖାଳି ଡ୍ୟାମ ଭିତରେ ଆଡ୍ଡା ଜମାଇଛି । ଫଳରେ...

କର୍ଲାପାଟ ହାତୀ ମୃତ୍ୟୁ ଘଟଣା: ନିଲମ୍ବିତ ହେଲେ ପ୍ରାଣୀଧନ ନିରୀକ୍ଷକ

ଭବାନୀପାଟଣା,୨୨।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାପାଟ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରାଣୀ ସମ୍ପଦ ବିଭାଗ। କାର୍ଯ୍ୟରେ ଅବହେଳା ନେଇ କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ...

ସ୍ଥଳଭାଗ ମୁହାଁ ‘ଅମ୍ଫନ୍‌’: ଭୋଗରାଇରେ ଆରମ୍ଭ ହେଲା ବର୍ଷା, ସମୁଦ୍ରକୂଳବାସୀ ଭୟଭୀତ

ଭୋଗରାଇ, ୧୯।୫(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଅମ୍ଫନ୍‌’ ଧିରେ ଧିରେ ସ୍ଥଳଭାଗ ମୁହାଁ ହେଉଛି। ଏହା ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ...

ଆଠମଲ୍ଲିକରୁ ଗଲା ତୁଳସୀ, ପଦ୍ମଫୁଲ

ଆଠମଲ୍ଲିକ, ୧୯ା୪(ଡି.ଏନ.ଏ.)- ଲକଡାଉନ ଯୋଗୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ତୁଳସୀ ପତ୍ର ଓ ଫୁଲର ଅଭାବ ଦେଖା ଯାଉଥିବାବେଳେ ରବିବାର ଏକ କାର୍ ଆଠମଲ୍ଲିକରୁ...

ଅବୈଧ ପ୍ରେମ ସମ୍ପର୍କକୁ ନେଇ ଶିକ୍ଷକଙ୍କୁ ହତ୍ୟା: ସ୍ତ୍ରୀ, ପ୍ରେମିକ ଓ ସହଯୋଗୀ ଗିରଫ

ମୁନିଗୁଡ଼ା,୩୦।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ କୁଟ୍ରାଗଡ଼ ଗ୍ରାମ ବଂଶଧରା ପୋଲ ତଳୁ ଗତ ୨୦ ତାରିଖରେ ଜଣେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।...

ନୟାଗଡ଼ରେ ଗୋଟିଏ ପରିବାରରୁ ୬ କରୋନା ଆକ୍ରାନ୍ତ

ନୟାଗଡ଼ ଅଫିସ,୨୨ା୬: ନୟାଗଡ଼ରେ ସୋମବାର ୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ଜିଲା ସଦର ମହକୁମାରୁ ୯ ଓ ନୂଆଗାଁରୁ ୪ ଅଛନ୍ତି। ନୟାଗଡ଼...

Advertisement
Archives

Model This Week