ନବ ନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସମ୍ମିଳନୀ: ଚାଷୀ ସୁରକ୍ଷା ଭତ୍ତା ଦାବିରେ ଦେଶବ୍ୟାପୀ ହେବ ଆନ୍ଦୋଳନ

ଭୁବନେଶ୍ୱର, ୭।୧୧(ବ୍ୟୁରୋ): ଦେଶରେ ଜନସଂଖ୍ୟାର ୭୦ଭାଗ ହେଉଛନ୍ତି ଚାଷୀ। ତେଣୁ ଶାସନ ପ୍ରଶାସନ ଚାଷୀମନସ୍କ ହେବାକଥା। କିନ୍ତୁ ୭୦ ବର୍ଷ ପରେ ମଧ୍ୟ ସବୁ ଓଲଟା ଚାଲିଛି। ଏଣିକି ନେତା, ଅମଲାଙ୍କ ମନମାନିକୁ ଚାଷୀମାନେ ବିରୋଧ କରିବେ ବୋଲି ନବ ନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି। ସଙ୍ଗଠନର ଦ୍ୱିତୀୟ ରାଷ୍ଟ୍ରୀୟ ସମ୍ମିଳନୀରେ ବୁଧବାର କମ୍ପି ଉଠିଥିଲା ଭୁବନେଶ୍ୱରସ୍ଥିତ ବରମୁଣ୍ଡା ପଡ଼ିଆ। ଦେଶର ବିଭିନ୍ନ ରାଜ୍ୟରୁ ହଜାର ହଜାର ଚାଷୀ ରାଷ୍ଟ୍ରୀୟ ସମ୍ମିଳନୀର ଖୋଲା ଅଧିବେଶନରେ ଭାଗ ନେଇଥିଲେ। ଅକ୍ଷୟ କୁମାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ହରିୟାଣା, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ଚାଷୀମାନେ ଆସି ଯୋଗଦେଇଥିଲେ। ଉପସ୍ଥିତ ଚାଷୀନେତାମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ଯୋଗୁ ଚାଷୀ ଆତ୍ମହତ୍ୟା ବଢ଼ୁଥିବା ଅଭିଯୋଗ କରିଥିଲେ। ମୋଦି ସରକାର ଓ ନବୀନ ସରକାର ବଦଳିଗଲେ ବ୍ୟବସ୍ଥା ବଦଳିବ ନାହିଁ। ଚାଷୀଙ୍କ ଜୀବନ ଜୀବିକା ରକ୍ଷା ପାଇଁ ସମ୍ବିଧାନ ପ୍ରତିବଦ୍ଧତା ୨୧ ଧାରାରେ ଉଲ୍ଲେଖ ରହିଛି। ସେହି ଆଧାରରେ ୨୦ ବର୍ଷ ବୟସ୍କ ପ୍ରତ୍ୟେକ ଚାଷୀଙ୍କୁ ମାସକୁ ୫ ହଜାର ଲେଖାଏଁ ଦେବା ସହ ଚାଷୀର ଜିଡ଼ିପିକୁ ବଢ଼ାଇବା ପାଇଁ ‘ଚାଷୀ ସୁରକ୍ଷା ଭତ୍ତା’ ଦାବି କରାଯାଉଛି। ଏନେଇ କେବଳ ଓଡ଼ିଶାରେ ନୁହେଁ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଅକ୍ଷୟ କୁମାର କହିଛନ୍ତି। ସଙ୍ଗଠନର ଉପଦେଷ୍ଟା ରବି ଦାସ କହଥିଲେ ଯେ, ବିଗତ ତିନି ଦଶନ୍ଧିରେ ଚାଷୀମାନେ ଯେଭଳି ଅସଙ୍ଗଠିତ ଥିଲେ ଏବେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଓଡ଼ିଶାରେ ଚାଷୀଙ୍କ ସାଙ୍ଗଠନିକ ଶକ୍ତି ବୃଦ୍ଧି ହେଉଥିବାରୁ ସେହି ଭୟରେ ସରକାର ଅନେକ ଯୋଜନା କରିଛନ୍ତି। ଚାଷୀ ସଙ୍ଗଠନ ଯେତେ ସଶକ୍ତ ହେବ ଓ ଯେତେବେଳେ ଦଳମତ ନିର୍ବିଶେଷରେ ଅଧିକରୁ ଅଧିକ ଚାଷୀ ସଙ୍ଗଠିତ ହେବେ, ସେତେବେଳେ ସରକାର ନିଶ୍ଚିତ ଭାବରେ ଚାଷୀଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦେବେ ବୋଲି ଦାସ କହିଛନ୍ତି। ଏହି ସମାବେଶରେ ସଙ୍ଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ନିମାଇଁ ରାୟଙ୍କ ସମେତ ଅନ୍ୟ ରାଜ୍ୟରୁ ହିମାଂଶୁ ତିୱାରୀ, କୁମାର ଗୌରବ, ପୁତୁଲ ବେହେନ, ପମ୍ପା ଦାସ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ମଥଙ୍କ ପାଇଁ ବଡ଼ ସୁଯୋଗ, ଗେମ୍‌ ଖେଳିବେ ଅପରାଜିତା

ଭୁବନେଶ୍ୱର,୩୦।୩: ବିଜେଡିର ସଂସଦୀୟ କ୍ଷେତ୍ର ପାଇଁ ନୂଆ ଷ୍ଟ୍ରାଟେଜି ଏବେ ସମସ୍ତଙ୍କୁ ତାଜୁବ କରିଛି। କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ବିଜେଡିରେ...

ମିଶ୍ରଣ ପର୍ବରେ ନେତାଙ୍କୁ ସ୍ବାଗତ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ମନମୋହନ, କହିଲେ ବିଜେଡି ସରକାର…

ଭୁବନେଶ୍ବର,୩୦।୩: ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ମିଶ୍ରଣ ପର୍ବ । କିଏ ବିଜେଡି ଛାଡି ଭାଜପାରେ ସାମିଲ ହେଉଛନ୍ତି ତ ଆଉ କିଏ ଭାଜପା ଛାଡି...

VIDEO: ବିଜେଡିରୁ ଇସ୍ତଫା ଦେଲେ ଆକାଶ, ଦେଖନ୍ତୁ କ’ଣ କହିଲେ କାରଣ…

ଭୁବନେଶ୍ବର,୩୦।୩: ସିନେ ତାରକାମାନେ ବିଜେଡି ଛାଡିବାରେ ଲାଗିଛନ୍ତି। ଅରିନ୍ଦମ ରାୟ, ସିଦ୍ଧାନ୍ତ ମହାପାତ୍ରଙ୍କ ପରେ ଏବେ ଆକାଶ ଦାସ ନାୟକ ବିଜେଡି ଛାଡିଛନ୍ତି। ଯାଜପୁର ଜିଲା...

ବିଜେଡିରୁ ଇସ୍ତଫା ଦେଲେ ଅନୁଭବ

ଭୁବନେଶ୍ବର,୩୦।୩: ସିନେ ତାରକାମାନେ ବିଜେଡି ଛାଡିବାରେ ଲାଗିଛନ୍ତି। ଅରିନ୍ଦମ ରାୟ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକଙ୍କ ପରେ ଏବେ ଅଭିନେତା ତଥା କେନ୍ଦ୍ରାପଡା ଏମ୍‌ପି...

ସକାଳେ ଛାଡିଥିଲେ ବିଜେଡି, ଏବେ ଭାଜପାରେ ସାମିଲ

ଭୁବନେଶ୍ୱର,୩୦।୩: ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ରାଜ୍ୟ ଭାଜପା କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବରେ ଭାଜପାରେ ଯୋଗ...

ବିଜେଡି ଛାଡ଼ିଲେ ଅଭିନେତା ଆକାଶ ଦାସ ନାୟକ, ଧରିବେ ପଦ୍ମ!

ଭୁବନେଶ୍ୱର,୩୦।୩: ବିଜେଡିକୁ ବାଏ ବାଏ କହିଲେ ଓଡ଼ିଆ ଅଭିନେତା ତଥା ପୂର୍ବତନ ବିଜେଡ଼ି ନେତା ଆକାଶ ଦାସନାୟକ। ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ବର୍ତ୍ତମାନ...

କଂଗ୍ରେସକୁ ବଡ଼ ଝଟ୍‌କା, ଦଳ ଛାଡ଼ିଲେ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ

ଭୁବନେଶ୍ୱର,୩୦।୩: କଂଗ୍ରେସକୁ ବଡ ଝଟ୍‌କା । କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ । ଆଜି ହାତ ଛାଡ଼ିଛନ୍ତି ଚିରଞ୍ଜୀବ । ଜଗତସିଂହପୁରର...

୨୦୧୯ରେ ପ୍ରତିଶ୍ରୁତି ଦେଇଥିଲେ, ପୁଣି ଧୋକା ମିଳିବ ବୋଲି ଜାଣି ନ ଥିଲି: ପ୍ରିୟଦର୍ଶୀ

ଭୁବନେଶ୍ୱର,୩୦।୩: ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡିରୁ ଇସ୍ତଫା ଦେଇଛନ୍ତି। ଳରେ ନିରନ୍ତର ଅବହେଳା ଅଭିଯୋଗ କରି ସେ ଇସ୍ତଫା ଦେଇଥିବା ଜଣାପଡିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri