ନବ ନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସମ୍ମିଳନୀ: ଚାଷୀ ସୁରକ୍ଷା ଭତ୍ତା ଦାବିରେ ଦେଶବ୍ୟାପୀ ହେବ ଆନ୍ଦୋଳନ

ଭୁବନେଶ୍ୱର, ୭।୧୧(ବ୍ୟୁରୋ): ଦେଶରେ ଜନସଂଖ୍ୟାର ୭୦ଭାଗ ହେଉଛନ୍ତି ଚାଷୀ। ତେଣୁ ଶାସନ ପ୍ରଶାସନ ଚାଷୀମନସ୍କ ହେବାକଥା। କିନ୍ତୁ ୭୦ ବର୍ଷ ପରେ ମଧ୍ୟ ସବୁ ଓଲଟା ଚାଲିଛି। ଏଣିକି ନେତା, ଅମଲାଙ୍କ ମନମାନିକୁ ଚାଷୀମାନେ ବିରୋଧ କରିବେ ବୋଲି ନବ ନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି। ସଙ୍ଗଠନର ଦ୍ୱିତୀୟ ରାଷ୍ଟ୍ରୀୟ ସମ୍ମିଳନୀରେ ବୁଧବାର କମ୍ପି ଉଠିଥିଲା ଭୁବନେଶ୍ୱରସ୍ଥିତ ବରମୁଣ୍ଡା ପଡ଼ିଆ। ଦେଶର ବିଭିନ୍ନ ରାଜ୍ୟରୁ ହଜାର ହଜାର ଚାଷୀ ରାଷ୍ଟ୍ରୀୟ ସମ୍ମିଳନୀର ଖୋଲା ଅଧିବେଶନରେ ଭାଗ ନେଇଥିଲେ। ଅକ୍ଷୟ କୁମାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ହରିୟାଣା, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ଚାଷୀମାନେ ଆସି ଯୋଗଦେଇଥିଲେ। ଉପସ୍ଥିତ ଚାଷୀନେତାମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ଯୋଗୁ ଚାଷୀ ଆତ୍ମହତ୍ୟା ବଢ଼ୁଥିବା ଅଭିଯୋଗ କରିଥିଲେ। ମୋଦି ସରକାର ଓ ନବୀନ ସରକାର ବଦଳିଗଲେ ବ୍ୟବସ୍ଥା ବଦଳିବ ନାହିଁ। ଚାଷୀଙ୍କ ଜୀବନ ଜୀବିକା ରକ୍ଷା ପାଇଁ ସମ୍ବିଧାନ ପ୍ରତିବଦ୍ଧତା ୨୧ ଧାରାରେ ଉଲ୍ଲେଖ ରହିଛି। ସେହି ଆଧାରରେ ୨୦ ବର୍ଷ ବୟସ୍କ ପ୍ରତ୍ୟେକ ଚାଷୀଙ୍କୁ ମାସକୁ ୫ ହଜାର ଲେଖାଏଁ ଦେବା ସହ ଚାଷୀର ଜିଡ଼ିପିକୁ ବଢ଼ାଇବା ପାଇଁ ‘ଚାଷୀ ସୁରକ୍ଷା ଭତ୍ତା’ ଦାବି କରାଯାଉଛି। ଏନେଇ କେବଳ ଓଡ଼ିଶାରେ ନୁହେଁ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଅକ୍ଷୟ କୁମାର କହିଛନ୍ତି। ସଙ୍ଗଠନର ଉପଦେଷ୍ଟା ରବି ଦାସ କହଥିଲେ ଯେ, ବିଗତ ତିନି ଦଶନ୍ଧିରେ ଚାଷୀମାନେ ଯେଭଳି ଅସଙ୍ଗଠିତ ଥିଲେ ଏବେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଓଡ଼ିଶାରେ ଚାଷୀଙ୍କ ସାଙ୍ଗଠନିକ ଶକ୍ତି ବୃଦ୍ଧି ହେଉଥିବାରୁ ସେହି ଭୟରେ ସରକାର ଅନେକ ଯୋଜନା କରିଛନ୍ତି। ଚାଷୀ ସଙ୍ଗଠନ ଯେତେ ସଶକ୍ତ ହେବ ଓ ଯେତେବେଳେ ଦଳମତ ନିର୍ବିଶେଷରେ ଅଧିକରୁ ଅଧିକ ଚାଷୀ ସଙ୍ଗଠିତ ହେବେ, ସେତେବେଳେ ସରକାର ନିଶ୍ଚିତ ଭାବରେ ଚାଷୀଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦେବେ ବୋଲି ଦାସ କହିଛନ୍ତି। ଏହି ସମାବେଶରେ ସଙ୍ଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ନିମାଇଁ ରାୟଙ୍କ ସମେତ ଅନ୍ୟ ରାଜ୍ୟରୁ ହିମାଂଶୁ ତିୱାରୀ, କୁମାର ଗୌରବ, ପୁତୁଲ ବେହେନ, ପମ୍ପା ଦାସ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଭବେ ସ୍ବଭାବ ନଷ୍ଟ

ମଣିଷର ସ୍ବଭାବ ବା ପ୍ରକୃତି ଜନ୍ମଗତ, ଯାହାକୁ ନେଇ ସେ ଜନ୍ମ ହୋଇଥାଏ ଏବଂ ମୃତୁ୍ୟୁ ପର୍ଯ୍ୟନ୍ତ ଛାଡ଼ି ପାରେନା। ତେଣୁ ହୁଏତ କୁହାଯାଏ ‘ମଣିଷ ପ୍ରକୃତି…

ଯୁଦ୍ଧର ଦେୟ ମହଙ୍ଗା ପଡ଼ିପାରେ

ପ୍ରଥମ ବିଶ୍ୱଯୁଦ୍ଧ (ଜୁଲାଇ ୧୯୧୪- ନଭେମ୍ବର ୧୯୧୮)ର ଅବସାନ ହୋଇଥାଏ, ଏବେ କ୍ଳାନ୍ତି ମେଣ୍ଟାଇବାର ସମୟ। ୩ ମିତ୍ରଶକ୍ତି ପ୍ରାୟ ଛଅ ମିଲିୟନ ମାନବ ସମ୍ବଳ ହରେଇବା…

୫ବର୍ଷରେ ବାଦ୍‌ ପଡ଼ିଲେଣି ୭୪.୮୯ଲକ୍ଷ ଭୋଟର

ଭୁବନେଶ୍ୱର,୨୭ା୭ (ରବିନାରାୟଣ ଜେନା): ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ରାଜ୍ୟରେ ଭୋଟରତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଜାରି ରହିଛି। ଗତ ୫ତାରିଖରେ ଭୋଟର…

କାହିଁକି ଘରକୁ ଫେରି ନାହାନ୍ତି ଅଭିତିଜ ଦୀପକେ? କେଉଁଠି ଅଛନ୍ତି? ଉଠିଲାଣି ଅନେକ ପ୍ରଶ୍ନ

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ବିଶାଳ ପ୍ରତିବାଦ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଲେ; ଏବେ ପ୍ରହ୍ଲାଦ ଜୋଷୀ ଏହି ପଦ…

ଧର୍ମେନ୍ଦ୍ରଙ୍କ ପରେ ଜୋର୍‌ ଧରିଲା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି, ୭ ଦିନରେ ନ ଦେଲେ…

ଭୁବନେଶ୍ୱର, ୨୭।୭: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରସଙ୍ଗକୁ ନେଇ ରାଜରାସ୍ତା ସରଗରମ ହୋଇଥିବାବେଳେ ବର୍ତ୍ତମାନ ରାଜ୍ୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି ଜୋର୍‌…

ଶନି ବଳୟର କଣିକା ସଂଗ୍ରହ କରିବ ଏଆଇ ରୋବୋଟିକ୍‌ ସିଷ୍ଟମ୍‌

ୱାଶିଂଟନ,୨୭ା୭: ଶନି ଗ୍ରହର ସୃଷ୍ଟି, ଏହାର ଚାରିପାଖରେ ଥିବା ବିଶାଳ ବଳୟ ଏବଂ ବ୍ରହ୍ମାଣ୍ଡରେ ଗ୍ରହଗୁଡ଼ିକର ବିକାଶ ସମ୍ପର୍କରେ ଲୁଚି ରହିଥିବା ଅନେକ ରହସ୍ୟର ପର୍ଦ୍ଦାଫାଶ କରିବା…

ସୃଷ୍ଟି ହେଲା ଗଭୀର ଅବପାତ: ଏଇଠି ଲ୍ୟାଣ୍ଡଫଲ ସମ୍ଭାବନା, ଭୀଷଣ ବର୍ଷା ନେଇ ଏହି ସବୁ ଜିଲାକୁ…

ଭୁବନେଶ୍ୱର, ୨୭।୭: ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ। ବାଲେଶ୍ବରରୁ ୧୨୦ କି.ମି. ଦୂରରେ ରହିଛି ଅବପାତ। ଆଜି ଅପରାହ୍ନରେ ବାଲେଶ୍ବର-କ୍ୟାନିଂ ମଧ୍ୟରେ ଲ୍ୟାଣ୍ଡଫଲ ସମ୍ଭାବନା। ଉତ୍ତର…

ଆଜିଠାରୁ +୩ ପ୍ରଥମ ବର୍ଷ ପାଠପଢ଼ା

ଭୁବନେଶ୍ୱର,୨୭ା୭(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ମହାବିଦ୍ୟାଳୟରେ ସୋମବାରଠାରୁ +୩ ପ୍ରଥମ ବର୍ଷର ନିୟମିତ ପାଠପଢ଼ା ଆରମ୍ଭ ହେବ। ନାମଲେଖା ପ୍ରକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri