ନନ୍ଦନକାନନକୁ ଦୀପାବଳି ଭେଟି:ଉପହାରରେ ମିଳିଲା ୮ ହଳଦିଆ ଆନ୍ନାକୋଣ୍ଡା, ନାଇଲ କୁମ୍ଭୀର

ବାରଙ୍ଗ,୨୩-୧୦(ଡି.ଏନ.ଏ.):ନନ୍ଦନକାନନକୁ ମିଳିଛି ଦୀପାବଳି ଭେଟି। ଏହି ଅବସରରେ ନୂଆ ଅତିଥି ଭାବେ ୮ ହଳଦିଆ ଆନ୍ନାକୋଣ୍ଡା ଓ ୩ ନାଇଲ କୁମ୍ଭୀର ମଙ୍ଗଳବାର ସନ୍ଧ୍ୟାରେ ନନ୍ଦନକାନନରେ ପହଞ୍ଚତ୍ଛି। ଏହି ୧୧ଟି ଅତିଥିଙ୍କୁ ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କ ଟ୍ରଷ୍ଟ ଉପହାରରେ ନନ୍ଦନକାନନକୁ ଦେଇଛି। ନନ୍ଦନକାନନ କେବଳ ଆଣିବା ଖର୍ଚ୍ଚକୁ ବହନ କରିଥିବା ଜଣାପଡ଼ିଛି। ପର୍ଯ୍ୟଟକ ପରିଚାଳନା ଦାୟିତ୍ୱରେ ଥିବା ଏସିଏଫ ଅମୂଲ୍ୟ କୁମାର ପରିଡାଙ୍କ ନେତୃତ୍ୱରେ ଏକ ଚାରିଜଣିଆ ଦଳ ଗତ ବୁଧବାର ସକାଳେ ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କ ଟ୍ରଷ୍ଟ ଅଭିିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏହି ଦଳ ସେଠାରୁ ୩ଟି ମାଈ ନାଇଲ କୁମ୍ଭୀର, ୧.୨ମିଟର ଲମ୍ବର ୪ଅଣ୍ଡିରା ଓ ୪ଟି ମାଈ ହଳଦିଆ ଆନ୍ନାକୋଣ୍ଡାକୁ ସାଙ୍ଗରେ ନେଇ ନନ୍ଦନକାନନ ଫେରିଛନ୍ତି। ଏହି ୧୧ଜଣ ଅତିଥିଙ୍କୁ ସରୀସୃପ ଉଦ୍ୟାନରେ ରଖାଯିବା ପାଇଁ ନନ୍ଦନକାନନ ପକ୍ଷରୁ ପୂର୍ବପ୍ରସ୍ତୁତି ହୋଇଥିଲା। ଏମାନେ ଆସିବା ପରେ ସରୀସୃପ ଉଦ୍ୟାନର ଏନକ୍ଲୋଜର ନଂ. ୪୫କେ’ର କ୍ୱାରେଣ୍ଟଟାଇନରେ ହଳଦିଆ ଆନ୍ନାକୋଣ୍ଡା ଓ ଏନକ୍ଲୋଜର ନଂ ୪୬ଏ’ର କ୍ୱାରେଣ୍ଟଟାଇନରେ ନାଇଲ କୁମ୍ଭୀରକୁ ରଖାଯାଇଛି। ଏମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ପାଇଁ କିଛିଦିନ ପାଇଁ କ୍ୱାରେଣ୍ଟଟାଇନରେ ରହିବା ପରେ ଏନ୍‌କ୍ଲୋଜରରେ ପର୍ଯ୍ୟଟକଙ୍କ ଦେଖିବା ପାଇଁ ଛଡାଯିବ। ଏହି ୧୧ ଅତିଥି ଆସିବାପରେ ନନ୍ଦନକାନନରେ ପ୍ରଜାତି ସଂଖ୍ୟା ବୃଦ୍ଧିପାଇ ୧୫୮ରେ ପହଞ୍ଚତ୍ଛି ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି। ମିଶରରେ ଦେଖାଯାଉଥିବା କୁମ୍ଭୀର ପ୍ରଜାତିରେ ବଡ ନାଇଲ କୁମ୍ଭୀର ଓ ହଳଦିଆ ଆନ୍ନାକୋଣ୍ଡା ଆସିବାପରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି ହେବାର କର୍ତ୍ତୃପକ୍ଷ ଆଶା ରଖିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଧରାବତରଣ କରିବେ ମା’

ଭୁବନେଶ୍ୱର, ୧୧ା୧୦ (ବ୍ୟୁରୋ): ଭକ୍ତଙ୍କ ପାଇଁ ଧରାବତରଣ କରିବେ ଦେବୀ ଦଶଭୁଜା। ଏଥିପାଇଁ ମଣ୍ଡପଗୁଡ଼ିକରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିିରେ କାରିଗର ଶେଷ ସ୍ପର୍ଶ ଦେଇଥିବାବେଳେ ମହିଷମର୍ଦ୍ଦିନୀଙ୍କ...

ଅପହୃତା ନାବାଳିକାଙ୍କୁ ଖୋଜୁନି ପୋଲିସ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ନାବାଳିକା ଝିଅକୁ ଅପହରଣ କରାଯାଇଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ବିଧବା ମା’। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଥିଲେ ମଧ୍ୟ...

ପୋଷା କୁକୁର ଯୋଗୁ ପରିବାର ଲୋକଙ୍କ ଜୀବନ ରକ୍ଷା ହେଲା

ଜଟଣୀ,୧।୨(ଡି.ଏନ.ଏ.): ପୋଷା କୁକୁର ନାଗ ସାପକୁ ଅଟକାଇବା ଦ୍ୱାରା ପରିବାର ଲୋକଙ୍କ ଜୀବନ ରକ୍ଷା ହୋଇଛି। ଏଭଳି ଦେଖିବାକୁ ମଳିଛି ଜଟଣୀ କୁଦିଆରୀ ଗ୍ରାମରେ ସରୋଜ...

ଆଜି କୋଟିଆରେ ନିର୍ବାଚନ

କୋରାପୁଟ,୧୮ା୨(ସ୍ବ.ପ୍ର.): ଚର୍ଚ୍ଚାରେ ରହି ଆସିଥିବା କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଳକର କୋଟିଆ ପଞ୍ଚାୟତରେ ଶୁକ୍ରବାର ନିର୍ବାଚନ ହେବ। ଏନେଇ କୋରାପୁଟ ଜିଲା ପ୍ରଶାସନ ସମସ୍ତ ପ୍ରସ୍ତୁତି...

ଅଭିଯୋଗ ରଖୁନି ପୋଲିସ: ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ କଲେଜ ଛାତ୍ର

ବାରିପଦା ଅଫିସ/କୁଆମରା,୨୨ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ଦେବାଶିଷ ମହନ୍ତଙ୍କ ସହିତ କଲେଜ କର୍ତ୍ତୃପକ୍ଷଙ୍କ...

ମାଓବାଦୀ କାର୍ଯ୍ୟକଳାପ ହ୍ରାସପାଇଛି

ଭୁବନେଶ୍ୱର,୧୩।୩(ବ୍ୟୁରୋ):୨୦୨୦ରେ ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି। ଶୁକ୍ରବାର ବିଧାନସଭାରେ ଉପସ୍ଥାପିତ ଗୃହ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଏହା କୁହାଯାଇଛି। ଏହି ବର୍ଷରେ ରାଜ୍ୟରେ...

ଦବିଲା କାଠଯୋଡି ବ୍ରିଜ୍‌

କଟକ ଅଫିସ, ୨୮।୮: କଟକ ଗୋପାଳପୁର-ଲିଙ୍କରୋଡ କାଠଯୋଡି ବ୍ରିଜ୍‌ ବୁଧବାର ମଧ୍ୟାହ୍ନରେ ଦବିଯାଇଛି। ବ୍ରିଜ୍‌ ଆରମ୍ଭରୁ ସାମାନ୍ୟ ଦବିଯାଇଛି। ଫଳରେ ଗାଡ଼ିଚଳାଚଳ ବାଧାପ୍ରାପ୍ତ ହୋଇଛି। ଦବିଥିବା...

ଆସନ୍ତା ବର୍ଷରୁ ପେପରଲେସ୍‌ ହେବ ଏମ୍ସ

ଭୁବନେଶ୍ୱର, ୫ା୧୨(ବ୍ୟୁରୋ):ଆସନ୍ତା ବର୍ଷରୁ ଭୁବନେଶ୍ୱର ଏମ୍ସରେ ଇ-ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଅର୍ଥାତ୍‌ ଏହି ଜାତୀୟ ସ୍ବାସ୍ଥ୍ୟ ଅନୁଷ୍ଠାନ ସମ୍ପୂର୍ଣ୍ଣ ପେପରଲେସ୍‌ ହେବ। ଫଳରେ ଚିକିତ୍ସା ସମ୍ପର୍କିତ...

Advertisement
Archives

Model This Week