ନକଲି ମଦ କାରଖାନା ଠାବ: ବିପୁଳ ସାମଗ୍ରୀ ଜବତ, ୩ ଗିରଫ

ଢେଙ୍କାନାଳ ଅଫିସ,୧୯ା୫-ଢେଙ୍କାନାଳ ସହର ଉପକଣ୍ଠ ରାମେଶ୍ୱରପୁର ଅଞ୍ଚଳରୁ ସୋମବାର ବିଳମ୍ବିତ ରାତିରେ ଏକ ନକଲି ମଦ ତିଆରି କାରଖାନା ଠାବ କରାଯାଇଛି। ବେଆଇନ ମଦ ପ୍ରସ୍ତୁତିରେ ସମ୍ପୃକ୍ତି ଅଭିଯୋଗରେ ରାମେଶ୍ୱରପୁରର ବିକାଶ ପୁହାଣ(୪୮), ସିମିଳିଆର ଅଜୟ ଦଳେଇ (୪୧) ଏବଂ କାଇଁଶ ଅଞ୍ଚଳର ଅଦ୍ୱୈତ ପୃଷ୍ଟି (୩୯)ଙ୍କୁ ଗିରଫ କରାଯାଇଛି। ଘଟଣାସ୍ଥଳରୁ ୧୯୬ ଲିଟର ନକଲି ଦେଶୀମଦ, ୧୦ଟି ପ୍ୟାକିଂ ପାଇଁ ଉଦ୍ଦିଷ୍ଟ ଜରି ପ୍ୟାକେଟ୍‌, ଗୋଟିଏ ବଡ଼ ସିଲିଂ ମେଶିନ, ୩ ଛୋଟ ସିଲିଂ ମେଶିନ, ୫ ଲିକୁଇଡ୍‌ ପ୍ଲେଭର ବୋତଲ ଜବତ କରାଯାଇଛି।
କରୋନା କଟକଣା ଯୋଗୁ ସହରର ସମସ୍ତ ଦେଶୀଭାଟି, ବିକ୍ରି କେନ୍ଦ୍ର ଏବଂ ବିଦେଶୀ ମଦ ଦୋକାନ ସିଲ୍‌ କରାଯାଇଛି। ଏସବୁ ସତ୍ତ୍ୱେ ଚୋରାରେ ବିପୁଳ ପରିମାଣରେ ନକଲି ମଦ କାରିବାର ହେଉଛି। କାଇଁଶ ଏପରି ଏକ ମଦ କାରଖାନା ଚାଲିଥିବା ସୂଚନା ପାଇ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶରେ ଜିଲା ଅବକାରୀ ଅଧୀକ୍ଷକ ମନୋଜ ସେଠୀ, ଟାଉନ ଥାନା ପୋଲିସ ଏବଂ ବିଭାଗୀୟ କର୍ମଚାରୀମାନେ ମିଳିତ ଭାବେ ଚଢ଼ାଉ କରିଥିଲେ। ଅଦ୍ୱୈତଙ୍କ ଘରୁ ୫୦ ଲିଟର ଦେଶୀ ମଦ ଜବତ କରାଯାଇଥିଲା। ତାଙ୍କୁ ପଚରାଉଚୁରା ପରେ ସେ ରାମେଶ୍ୱରପୁର ଅଞ୍ଚଳରେ ଚାଲିଥିବା ମଦ କାରଖାନା ସମ୍ପର୍କରେ ସୂଚନା ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟଙ୍କୁ ସାହା ‘ୟୁସେ ସଂଗଠନ’: ବୁଦ୍ଧିଜୀବୀଙ୍କ ପ୍ରଶଂସା

ପରଜଙ୍ଗ,୨।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ବିଭିନ୍ନ ବସ୍ତି,ସାହି ମାନଙ୍କରେ ନୂତନ ବର୍ଷର ପ୍ରଥମ ଦିବସରେ ୟୁଥ ୟୁନାଇଟେଡ଼ ଫୋର୍‌ ସଷ୍ଟେନେବ୍ଲ୍ୟୁ ଏନଭର୍ଣ୍ଣମେଣ୍ଟ ଟ୍ରଷ୍ଟ...

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ପାଉଁଶ ଗାଡ଼ିକୁ ଫେରାଇଲେ ପୂର୍ବତନ ସମିତି ସଭ୍ୟ

ବ୍ରଜରଜନଗର ୨୯ା୧୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲାରେ ଥିବା ବିଭିନ୍ନ କାରଖାନାରୁ ନିର୍ଗତ ପାଉଁଶକୁ ଗାଡ଼ିରେ ଲୋଡ଼ କରି ଠିକା କମ୍ପାନୀମାନେ ଚାରିଆଡେ ପକାଉଛନ୍ତି। ଏ ନେଇ...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri