Posted inଜାତୀୟ

ନକଲି ଆଇପିଏସ୍‌ ଅଫିସର ହୋଇ ଲୋକଙ୍କୁ ଲୁଟୁଥିବା ଦ୍ୱାଦଶ ଫେଲ୍‌ ଯୁବକ ଗିରଫ

ଜୟପୁର,୧।୬: ଜଣେ ନକଲି ଆଇପିଏସ୍‌ ଅଫିସରଙ୍କୁ ଏସଓଜି ଗିରଫ କରିଛି। ନକଲି ଆଇପିଏସ୍‌ ହୋଇ ଲୋକଙ୍କ ଲୁଟୁଥିବା ଅଭୟ ମୀଣା ଦ୍ୱାଦଶ ଫେଲ ହୋଇଥିଲେ ମଧ୍ୟ ଦିଲ୍ଲୀ ଆଇଆଇଟିରୁ ବିଟେକ୍‌ ପାଶ୍‌ କରିଥିବା ଦର୍ଶାଇଥିଲେ। ସବାଇମାଧୋପୁରର ପିଲୋନ୍ଦା ଗାଁରେ ବାସ କରୁଥିବା ଅଭୟ ସ୍ଥାନୀୟ ପ୍ରତାପନଗରୀ ଥାନା ଅଞ୍ଚଳରେ ଏକ ଫ୍ଲାଟ୍‌ରେ ଭଡ଼ାରେ ରହୁଥିଲେ। ତାଙ୍କ ସହିତ ଉତ୍ତରାଖଣ୍ଡର ଜଣେ ଯୁବତୀ ଲିଭ୍‌ଇନ୍‌ରେ ମଧ୍ୟ ରହୁଥିବା ଏସଓଜି ଆଡିଶନାଲ୍‌ ଏସ୍‌ପି କରନ ଶର୍ମା ସୂଚନା ଦେଇଛନ୍ତି। ଅଭୟଙ୍କ ବିଷୟରେ ଏକ ଫୋନ୍‌ କଲ୍‌ ମାଧ୍ୟମରେ ସୂଚନା ପାଇ ୩ଟି ଯାଞ୍ଚ୍‌ ଦଳ ଗଠନ କରାଯାଇଥିଲା। ପ୍ରଥମ ଦଳ ସ୍ବରାଷ୍ଟ୍ର ବିଭାଗରେ ତାଙ୍କର ଚାକିରି ତଥ୍ୟ ଖୋଜିଥିବାବେଳେ ଦ୍ୱିତୀୟ ଦଳ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ ଯାଞ୍ଚ୍‌ କରିଥିଲା। ସେହିପରି ତୃତୀୟ ଦଳ ଅଭୟଙ୍କର ସମସ୍ତ କାର୍ଯ୍ୟ ଉପରେ ନଜର ରଖିଥିଲା। ଅଭୟଙ୍କ ପାଖରୁ ନକଲି ପରିଚୟ ପତ୍ର ସମେତ ଅନେକ ନକଲି କାଗଜପତ୍ର ଜବତ ହୋଇଛି। ତାଙ୍କର ପ୍ରଥମ ପୋଷ୍ଟିଂ ସିଆଇଡି-ସିବି ଏସ୍‌ପି ଭାବେ ହୋଇଥିବା ସେ ଲୋକଙ୍କୁ କହୁଥିଲେ। ସେ ରାଜସ୍ଥାନ, ହରିୟାଣା, ପଞ୍ଜାବ, ଚଣ୍ଡିଗଡ଼, ଦିଲ୍ଲୀ, ମୁମ୍ବାଇ ଆଦି ସ୍ଥାନ ଟୁର୍‌ କରି ବଡ଼ ବଡ଼ ପାର୍ଟିରେ ଯୋଗଦେଉଥିବା ଜଣାପଡ଼ିଛି। ସୋସିଆଲ୍‌ ମିଡ଼ିଆରେ ଅନେକ ପୋଲି ଅଫିସର ତାଙ୍କ ସହିତ ବନ୍ଧୁତା କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ଇଲେକ୍ଟ୍ରୋନିକ୍ସ ହବ୍ ହେବ ଭାରତ: ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ୪.୬ ବିଲିୟନ ଡଲାର ଅନୁଦାନ

ନୂଆଦିଲ୍ଲୀ,୨ା୧: ଭାରତ ସରକାର ଦେଶର ଇଲେକ୍ଟ୍ରୋନିକ୍ସ ଯୋଗାଣ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ଆଇଟି (IT) ମନ୍ତ୍ରଣାଳୟ...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri