ନଈ ପାଖ ଗାଁରେ ପିଇବା ପାଣି ଚିନ୍ତା

ବାଲେଶ୍ୱର ଅଫିସ, ୫।୬-ଚଳିତବର୍ଷ ଗ୍ରୀଷ୍ମ ପ୍ରକୋପ ଦିନକୁ ଦିନକୁ ବଢ଼ି ବଢ଼ି ଚାଲିଥିବା ବେଳେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ବାଲେଶ୍ୱର ସହରଠାରୁ ମାତ୍ର ୧୫ କି.ମି. ଦୂର ବୁଢ଼ାବଳଙ୍ଗ ନଦୀକୂଳରେ ଥିବା ଗୋପୀନାଥପୁର ପଞ୍ଚାୟତର ନୂଆପୋଖରୀ, ନୁଣାସାହି, ଆଦିବାସୀ ସାହି ଓ ନଲକୁଲି ଗ୍ରାମର ୧୨ଶହରୁ ଊର୍ଦ୍ଧ୍ୱ ଲୋକ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛି। ଏତେସଂଖ୍ୟକ ଲୋକଙ୍କ ପାଇଁ ୪ଟି ନଳକୂପ ଆବଶ୍ୟକତା ମେଣ୍ଟାଇପାରୁ ନାହିଁ। ଅଧିକାଂଶ ସମୟରେ ନଳକୂପ ମଧ୍ୟ ଅଚଳ ରହୁଛି। ଅଳ୍ପଦୂରରେ ନଦୀ ଥିଲେ ମଧ୍ୟ ନଦୀବନ୍ଧରେ କୌଣସି ଘାଟ ନ ଥିବାରୁ ସେଠାରୁ ପାଣି ଆଣିବା ସମ୍ଭବ ହେଉନାହିଁ। ଏପରି କି ସମୁଦ୍ର ସହିତ ଏଠାରେ ବୁଢ଼ାବଳଙ୍ଗ ନଦୀର ମିଳନ କେନ୍ଦ୍ର ହୋଇଥିବାରୁ ନଦୀ ଜଳ ଲୁଣି ରହିଥାଏ। ଲୋକମାନେ ସବୁ କାର୍ଯ୍ୟ ପାଇଁ ଏହି ନଳକୂପ ଉପରେ ନିର୍ଭର କରିଥାନ୍ତି।
ଗୋଟିଏ ଗ୍ରାମରେ ନଳକୂପ ଖରାପ ହେଲେ ପାଣି ପାଇଁ ଲୋକଙ୍କୁ ୨ କି.ମି. ଦୂର ଅନ୍ୟ ଗ୍ରାମକୁ ଯିବାକୁ ପଡ଼ିଥାଏ। ସେଠାରେ ସ୍ଥାନୀୟ ଲୋକମାନେ ପ୍ରଥମେ ବ୍ୟବହାର କରିସାରିବା ପରେ ପଡ଼ୋଶୀ ଗ୍ରାମ ବାସିନ୍ଦାଙ୍କ ପାଳି ପଡ଼ିଥାଏ। ଏପରି ବହୁତ କଷ୍ଟେମଷ୍ଟେ ଚଳିବାକୁ ପଡ଼େ ୪ଖଣ୍ଡ ଗ୍ରାମର ବାସିନ୍ଦାଙ୍କୁ। ଏହି ଅଞ୍ଚଳରେ ପାନୀୟ ଜଳ ପ୍ରକଳ୍ପ ସୁବିଧା ହୋଇପାରିନାହଁି। ବାରମ୍ବାର ପାନୀୟ ଜଳ ଅସୁବିଧା ସମ୍ପର୍କରେ ଜିଲା ପ୍ରଶାସନ ତଥା ବିଡିଓଙ୍କୁ ଜଣାଇବା ପରେ ମଧ୍ୟ କିଛି ବି ସୁଫଳ ମିଳୁନି। ଉକ୍ତ ଗ୍ରାମକୁ ଦୁଇଫେଜ୍‌ ବିଶିଷ୍ଟ ବିଦ୍ୟୁତ୍‌ ଯୋଗାଣ ହୋଇଥିବାରୁ ବ୍ୟକ୍ତିଗତ ଭାବେ ବୋରିଂ ବ୍ୟବସ୍ଥା ମଧ୍ୟ କରିବାରେ ସୁଯୋଗ ନାହଁି। କାଁ ଭାଁ ଥିବା ପୋଖରୀର ଅବସ୍ଥା ସଙ୍କଟାପନ୍ନ। ପୁନରୁଦ୍ଧାର କରିବା ପାଇଁ ପଞ୍ଚାୟତ ମଧ୍ୟ ଚେଷ୍ଟା କରୁନାହଁି। ପାଣି ପାଇଁ ନଳକୂପ ମୂଳରେ ନିତିଦିନ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଏନେଇ ପୂର୍ବତନ ସରପଞ୍ଚ ବୃନ୍ଦାବନ ରାଉତ କହିଛନ୍ତି ଯେ, ପଞ୍ଚାୟତରେ କାଁ ଭାଁ ଗୋଟିଏ ଦୁଇଟି ପୋଖରୀ ଅଛି। ତାହା ବ୍ୟବହାରଯୋଗ୍ୟ ନୁହେଁ। ନଳକୂପ ଉପରେ ଭରସା କରି ଅଞ୍ଚଳବାସୀ ବର୍ଷଯାକ ଚଳିଥାନ୍ତି। ଅନ୍ୟ ପଞ୍ଚାୟତରେ ପଞ୍ଚାୟତ ପାନୀୟଜଳ ପ୍ରକଳ୍ପ ଦ୍ୱାରା ପାନୀୟଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିବା ବେଳେ ଏଠାରେ ପ୍ରଶାସନର ଉଦାସୀନତା କାରଣରୁ ଲୋକମାନେ ପାନୀୟ ଜଳ ପାଇଁ କଷ୍ଟ ଭୋଗୁଛନ୍ତି।
ନଲକୁଲି ଗ୍ରାମବାସୀ ଜ୍ୟୋତ୍ସ୍ନା ସାହୁ କହିଛନ୍ତି, ଗୋଟିଏ ନଳକୂପ ଉପରେ ଦୈନନ୍ଦିନ କାମଠାରୁ ବିବାହ ଉତ୍ସବ ଆଦି ପର୍ଯ୍ୟନ୍ତ ନିର୍ଭର କରିବାକୁ ପଡିଥାଏ। ନଳକୂପକୁ ଅଧିକ ବ୍ୟବହାର କଲେ ପାଣି ସହ ବାଲି ବାହାରିଥାଏ। କିଛି ସମୟ ଅପେକ୍ଷା ପରେ ପୁଣି ସ୍ବାଭାବିକ ପାଣି ବାହାରିଥାଏ। ନଳକୂପ ନିକଟରେ ବହୁତ ଭିଡ଼ ହେଉଥିବାରୁ ଠିକ୍‌ ସମୟରେ ପାଣି ନେବା ସମ୍ଭବ ହେଉନାହଁି।
ନଲକୁଲି ଗ୍ରାମବାସୀ ମିନତି ପ୍ରଧାନ କହନ୍ତି, ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଦୀର୍ଘଦିନ ଧରି ସରପଞ୍ଚ, ବିଡିଓ ଏବଂ ଜିଲାପାଳଙ୍କୁ ଲିଖିତ ଜଣାଇ ଆସୁଛୁ। ଏଯାଏ କୌଣସି ସମାଧାନ ହୋଇପାରିନାହଁି। ଏହାର ସମାଧାନ ତୁରନ୍ତ ଆବଶ୍ୟକ ରହିଛି। ନ ହେଲେ ଅସନ୍ତୋଷ ଦିନେ ଆନ୍ଦୋଳନର ରୂପ ନେବ।
ଏ ସମ୍ପର୍କରେ ଜିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଏସଡିଓ ସମୀର ଦେ କହନ୍ତି, ଗୋପୀନାଥପୁର ପଞ୍ଚାୟତ ପାଇଁ ପୂର୍ବରୁ ଗୋଟିଏ ବସୁଧା ଯୋଜନାରେ ପାନୀୟଜଳ ପ୍ରକଳ୍ପ ହୋଇଥିଲା। କିନ୍ତୁ ତାହା ପଞ୍ଚାୟତର ସମସ୍ତ ଗ୍ରାମକୁ ଯୋଗାଇବା ସମ୍ଭବ ହୋଇପାରୁନାହଁି। ନୂଆପୋଖରୀ, ନୁଣାସାହି, ଆଦିବାସୀସାହି, ନଲକୁଲି ଅଞ୍ଚଳ ପାଇଁ ଉକ୍ତ ଯୋଜନାରେ ଆଉ ଗୋଟିଏ ପାନୀୟଜଳ ପ୍ରକଳ୍ପ ଅନୁମୋଦନ ହୋଇ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ନିର୍ବାଚନର ଆଚରଣ ବିଧି ଲାଗୁ ହୋଇଥିବା କାରଣରୁ କାର୍ଯ୍ୟ ସ୍ଥଗିତ ରହିଥିଲା। ବହୁଶୀଘ୍ର ଏହା କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri