Posted inଖେଳ

ଧୂଆଁ କାରଣରୁ ଶାରାପୋଭାଙ୍କ ମ୍ୟାଚ୍‌ ସ୍ଥଗିତ

ମେଲବୋର୍ନ, ୧୪।୧ (ଏଏଫ୍‌ପି)- ରୁଷୀୟ ମହିଳା ଟେନିସ ତାରକା ମାରିଆ ଶାରାପୋଭା ଓ ଜର୍ମାନୀୟ ଲୌରା ସିଏଗମୁଣ୍ଡଙ୍କ ମଧ୍ୟରେ ଏଠାରେ ଅନୁଷ୍ଠିତ କୋୟୋଙ୍ଗ କ୍ଲାସିକର ଏକ ମ୍ୟାଚ୍‌ ଧୂଆଁ ଲାଗି ସ୍ଥଗିତ ରଖାଯାଇଛି। ଧୂଆଁ ଯୋଗୁ ମ୍ୟାଚ୍‌ ମଝିରେ ଶାରାପୋଭାଙ୍କ କାଶ ହୋଇଥିଲା। ମ୍ୟାଚ୍‌ ସ୍ଥଗିତ ରଖାଯିବାବେଳକୁ ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ଶାରାପୋଭା ୭-୬ (୭-୪), ୫-୫ରେ ପଛୁଆ ରହିଥିଲେ। ‘ମ୍ୟାଚ୍‌ ସ୍ଥଗିତ ରଖାଯିବା ଆୟୋଜକଙ୍କ ସଠିକ୍‌ ନିଷ୍ପତ୍ତି। ଆମେ ୨ ଘଣ୍ଟା ଧରି ଖେଳୁଛୁ। କିନ୍ତୁ ଦ୍ୱିତୀୟ ସେଟ୍‌ ଶେଷବେଳକୁ କାଶ ହୋଇଥିଲା’ ବୋଲି ଶାରାପୋଭା ମ୍ୟାଚ୍‌ ପରେ କହିଛନ୍ତି।

ଅଧାରୁ ଓହରିଲେ ଡାଲିଆ
ସେହିଭଳି ଧୂଆଁ ଲାଗି ଅଷ୍ଟ୍ରେଲିଆନ୍‌ ଓପନ୍‌ ଯୋଗ୍ୟତା ପର୍ଯ୍ୟାୟ ପ୍ରଥମ ଦିବସର କିଛି ମ୍ୟାଚ୍‌ ମଧ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା। ଯୋଗ୍ୟତା ପର୍ଯ୍ୟାୟ ମହିଳା ସିଙ୍ଗଲ୍ସର ଏକ ମ୍ୟାଚ୍‌ ଅବସରରେ ସ୍ଲୋଭେନିଆର ଡାଲିଆ ଜକୁପୋଭିକ ଧୂଆଁଳିଆ ପରିବେଶ ଲାଗି ଅସୁସ୍ଥ ହୋଇପଡ଼ିଥିଲେ। ସେ ସୁଇଜରଲାଣ୍ଡର ଷ୍ଟିଫାନି ଭୋଏଗେଲେଙ୍କ ବିପକ୍ଷରେ ମଙ୍ଗଳବାର ଅପରାହ୍ନରେ ଏହି ମ୍ୟାଚ୍‌ ଖେଳୁଥିଲେ। କିନ୍ତୁ ମ୍ୟାଚ୍‌ ମଝିରେ ସେ ଅସୁସ୍ଥ ହୋଇ କୋର୍ଟ ଉପରେ ଆଣ୍ଠୁମାଡ଼ି ବସି ପଡ଼ିଥିଲେ। ଏହାପରେ ତାଙ୍କୁ ମେଡିକାଲ ଷ୍ଟାଫ୍‌ଙ୍କ ଜରିଆରେ କୋର୍ଟ ବାହାରକୁ ନିଆଯାଇଥିଲା। ଉଲ୍ଲେଖଯୋଗ୍ୟ, କିଛିଦିନ ହେବ ଅଷ୍ଟ୍ରେଲିଆ ଜଙ୍ଗଲରେ ଭୟଙ୍କର ନିଆଁ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି କାରଣରୁ ଅଷ୍ଟ୍ରେଲିଆର ୨ୟ ବୃହତ୍‌ ସହତ ମେଲବୋର୍ନ ମଧ୍ୟ ଏହି ଧୂଆଁ ଯୋଗୁ ପ୍ରଭାବିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘କେହି ଟି-୨୦ ବିଶ୍ୱକପ ଦେଖିବେ ନାହିଁ…’ ଆଇସିସି ଉପରେ ବର୍ଷିଲେ ଅଶ୍ୱିନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨।୧: ପୂର୍ବତନ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ରବିଚନ୍ଦ୍ରନ ଅଶ୍ୱିନ ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ସମ୍ପର୍କରେ ନିଜର ନିରାଶା ପ୍ରକାଶ କରିଛନ୍ତି। ଅଶ୍ୱିନ କହିଛନ୍ତି ,...

ବିରାଟ-ରୋହିତଙ୍କୁ ଦେଖିବାକୁ ପ୍ରଶଂସକଙ୍କ ପ୍ରବଳ ଉତ୍ସାହ: ୮ ମିନିଟ୍‌ରେ ସରିଗଲା ଭାରତ ବନାମ ନ୍ୟୁଜିଲାଣ୍ଡ ଟିକେଟ

ନୂଆଦିଲ୍ଲୀ,୨।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ ଜାନୁଆରୀ ୧୧, ୨୦୨୬ରେ ଆରମ୍ଭ ହେବାକୁ ଯାଉଛି। ଏହି ହାଇ-ଭୋଲଟେଜ ମ୍ୟାଚ ପାଇଁ ପ୍ରଶଂସକମାନେ ଉତ୍ସାହିତ।...

ଟିମ୍‌ ଇଣ୍ଡିଆକୁ ମିଳିବ ନୂଆ କୋଚ: ଇଂଲଣ୍ଡର କିମ୍ବଦନ୍ତୀଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଭାରତୀୟ ମହିଳା କ୍ରିକେଟ ଦଳ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ଖୁବଶୀଘ୍ର ଜଣେ ନୂତନ ଶକ୍ତି...

୨୦୨୬ରେ ୩ ବଡ଼ ମାଇଲଖୁଣ୍ଟ ଅତିକ୍ରମ କରିବେ ବିରାଟ! ନ୍ୟୁଜିଲାଣ୍ଡ ସିରିଜର ପ୍ରଥମ ମ୍ୟାଚରୁ ହେବ ଆରମ୍ଭ!

ନୂଆଦିଲ୍ଲୀ,୨।୧: ୨୦୨୫ ମସିହାରେ ବିରାଟ କୋହଲିଙ୍କ ପାଇଁ ବହୁତ କିଛି ଘଟିଥିଲା। ସେ ଏପରି କିଛି ସଫଳତା ହାସଲ କରିଥିଲେ ଯାହା ସେ ଏପର୍ଯ୍ୟନ୍ତ ପାଇ...

ନିଜ IPL ଟିମ୍‌ KKRରୁ କେତେ ରୋଜଗାର କରନ୍ତି କିଙ୍ଗ୍‌ ଖାନ? ଜାଣିଲେ…

ନୂଆଦିଲ୍ଲୀ,୨।୧: ବଲିଉଡର କିଙ୍ଗ ଖାନ ସବୁବେଳେ ଖବରର ଶିରୋନାମାରେ ରହିଥାନ୍ତି। ସେ ତାଙ୍କ ଫିଲ୍ମ ମାଧ୍ୟମରେ ପ୍ରଶଂସକମାନଙ୍କୁ ମୋହିତ କରନ୍ତି। ବର୍ତ୍ତମାନ, ପ୍ରଶଂସକମାନେ ଶାହରୁଖ ଖାନଙ୍କ...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri