Posted inଫୁରସତ

ଧାର୍ମିକସ୍ଥଳୀ ଅଦୂର: ଜାଣନ୍ତୁ କେବେ ଯିବେ, କେମିତି ଯିବେ, କ’ଣ ଦେଖିବେ

କେରଳସ୍ଥିତ ଏକ ଧାର୍ମିକସ୍ଥଳୀ ହେଉଛି ଅଦୂର। ସଂସ୍କୃତି, ପରମ୍ପରା, ପର୍ବପର୍ବାଣି ତଥା ଆଧ୍ୟାତ୍ମିକ ସ୍ଥଳୀଗୁଡ଼ିକ ପାଇଁ ଏହି ସ୍ଥାନର ବେଶ୍‌ ଗୁରୁତ୍ୱ ରହିଛି…

କେରଳର ପଥାନାମାଥିଟ୍ଟା ଜିଲା ଅନ୍ତର୍ଗତ ଏକ ପ୍ରମୁଖ ସହର ହେଉଛି ଅଦୂର। ଏହା ସ୍ଥାନୀୟ ଏକ ଲୋକପ୍ରିୟ ଧାର୍ମିକସ୍ଥଳୀ ଭାବେ ଜଣାଶୁଣା। ଏଠାକାର ସଂସ୍କୃତି, ପରମ୍ପରା, ଚାଲିଚଳଣି, ପର୍ବପର୍ବାଣି ଯେତିକି ନିଆରା, ପର୍ଯ୍ୟଟନସ୍ଥଳୀଗୁଡ଼ିକ ବି ସେତିକି ଆକର୍ଷଣୀୟ। ଖାସ୍‌ ସେଇଥିପାଇଁ ତ ଏଠାରେ ପ୍ରାୟତଃ ବର୍ଷସାରା ପର୍ଯ୍ୟଟକଙ୍କର ଭିଡ଼ ଲାଗିଥାଏ।

କେବେ ଯିବେ
ଏଠାରେ ମାର୍ଚ୍ଚରୁ ମେ ଖରା, ଜୁନ୍‌ରୁ ଅଗଷ୍ଟ ବର୍ଷା ଏବଂ ଅକ୍ଟୋବରରୁ ଜାନୁୟାରୀ ଶୀତଋତୁ ଅନୁଭବ ହୋଇଥାଏ। ବର୍ଷାଦିନେ ଏଠାରେ ପ୍ରବଳ ବର୍ଷା ହେଉଥିବାବେଳେ ଶୀତ ଓ ଖରା ସାଧାରଣ ହୋଇଥାଏ। କିନ୍ତୁ ପର୍ଯ୍ୟଟକଙ୍କ ପାଇଁ ଏଠାକୁ ସବୁ ସମୟରେ ଯିବା ପାଇଁ ସୁବିଧା ରହିଛି। କେହି କେହି ଖରାଦିନେ ତ କେହି କେହି ଶୀତରେ ପୁଣି ବର୍ଷାଦିନେ ବି ପର୍ଯ୍ୟଟକ ଏଠାକୁ ବୁଲି ଆସୁଥିବାର ନଜିର ରହିଛି।

କେମିତି ଯିବେ
ଥିରୁଭାନନ୍ଥପୁରମ୍‌ ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି ଏଠାକାର ନିକଟବର୍ତ୍ତୀ ବିମାନବନ୍ଦର, ଯାହା ଅଦୂରଠାରୁ ପ୍ରାୟ ୧୧୦ କି.ମି ଦୂରରେ ଅବସ୍ଥିତ। ସେହିପରି କାୟାମ୍‌କୁଲମ୍‌ ଜଙ୍କସନ୍‌ ରେଳଓ୍ବେ ଷ୍ଟେଶନ ଓ ଚେଙ୍ଗାନ୍ନୁର ରେଲଓ୍ବେ ଷ୍ଟେଶନ ହେଉଛି ଅଦୂରର ଦୁଇ ନିକଟତମ ରେଳଷ୍ଟେଶନ। ତା’ଛଡ଼ା ଦେଶର ବହୁ ପ୍ରମୁଖ ସହରରୁ ଟୁରିଷ୍ଟ ବସ୍‌ ବି ଅଦୂର ଅଭିମୁଖ ଯା’ଆସ କରିଥାଏ।

କ’ଣ ଦେଖିବେ
ପବିତ୍ର ସହର ଭାବେ ସାରା କେରଳରେ ଅଦୂରର ନାଁ ରହିଥିବାରୁ, ଏଠାରେ ପୂଜାର୍ଚ୍ଚନା କରିବା ପାଇଁ ଧାର୍ମିକପୀଠର ଅଭାବ ନାହିଁ। ଶ୍ରୀ ନାରାୟଣପୁରମ୍‌ ମହାବିଷ୍ଣୁ ମନ୍ଦିରଠାରୁ ଆରମ୍ଭ କରି ମନ୍ନାଡି ଦେବୀ, ଶ୍ରୀ ପାର୍ଥସାରଥି, ପଟ୍ଟୁପୁରକ୍କାଲ ଦେବୀ, ମହାଲିଙ୍ଗେଶ୍ୱର, ଥେଙ୍ଗୁମ୍‌ଥରା ଉମାମହେଶ୍ୱର ଇତ୍ୟାଦି ମନ୍ଦିର ଏଠାରେ ଦେଖିବାକୁ ମିଳିଥାଏ। ତା’ଛଡ଼ା ଏକାଧିକ ଚର୍ଚ୍ଚ ବି ଏଠାରେ ରହିଛି। ସବୁ ବର୍ଗର ତଥା ସବୁ ଧର୍ମର ପର୍ଯ୍ୟଟକଙ୍କ ପାଇଁ ଉତ୍ତମ ସୁବିଧାମାନ ମଧ୍ୟ ଏଠାରେ ଉପଲବ୍ଧ।

କଳା ଓ ସଂସ୍କୃତିରେ ଆଗୁଆ
କଳା, ସଂସ୍କୃତି ତଥା ପର୍ବପର୍ବାଣି ପାଳନ କରିବା କ୍ଷେତ୍ରରେ ଅଦୂରର ବେଶ୍‌ ଖ୍ୟାତି ରହିଛି। ଏଠାରେ ବହୁ ଖ୍ୟାତିସମ୍ପନ୍ନ ବ୍ୟକ୍ତି ଜନ୍ମ ହୋଇଥିବା ସୂଚନା ମଧ୍ୟ ରହିଛି। ତେବେ ଆଧ୍ୟାତ୍ମିକସ୍ଥଳୀ ଭାବେ ଲୋକପ୍ରିୟତା ହାସଲ କରିଥିବାରୁ ଏଠାରେ ପ୍ରାୟତଃ ମନ୍ଦିରଗୁଡ଼ିକରେ ସ୍ବତନ୍ତ୍ର ପୂଜାର ଆୟୋଜନ କରାଯାଇଥାଏ, ଯାହାକୁ ଦେଖିବା ପାଇଁ ଭକ୍ତଗଣଙ୍କର ବେଶ୍‌ ଭିଡ଼ ଜମିଥାଏ।

ବେପାର ଓ ବାଣିଜ୍ୟ
ଅଦୂରରେ ଖାସ୍‌ କରି ନଡ଼ିଆ, କଦଳୀ ତଥା ମୌସୁମୀଭଲ ଚାଷ କରାଯାଇଥାଏ। ବାହାରକୁ ରପ୍ତାନି କରି ସ୍ଥାନୀୟ ଲୋକେ ଏଥିରୁ ଟଙ୍କା ଉପାର୍ଜନ କରିଥାନ୍ତି। ତା’ଛଡ଼ା ଏଠାକାର କେତେକ ସ୍ଥାନରେ ରବର ଚାଷ ହେଉଥିବାର ନଜିର ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Video Viral: ଘରେ ରଖିଥିବା ହେଲମେଟ୍‌ ଭିତରୁ ବାହାରିଲା ନାଗ, ଆଉ ତା’ପରେ…

ନୂଆଦିଲ୍ଲୀ,୨।୧: ଦେଶର ଅନେକ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଲୋକମାନେ ଥଣ୍ଡାରେ ବାହାରକୁ ଯିବାକୁ ସଂକୋଚ କରୁଛନ୍ତି। ବାହାରକୁ ପାଦ ଦେବା ମାତ୍ରେ ଶରୀର...

ଏସବୁ ଦେଶ ସବୁଠୁ ଅଧିକ କିଣନ୍ତି ଅସ୍ତ୍ରଶସ୍ତ୍ର, ଜାଣନ୍ତୁ କେତେ ନମ୍ବରରେ ରହିଛି ଭାରତ

ନୂଆଦିଲ୍ଲୀ,୨ା୧: ଷ୍ଟକ୍‌ହୋମ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ (SIPRI)ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ବିଶ୍ୱ ଅସ୍ତ୍ରଶସ୍ତ୍ର ବାଣିଜ୍ୟ ଉପରେ ଆଲୋକପାତ କରିଛି। ରିପୋର୍ଟ ଅନୁଯାୟୀ, ୨୦୨୦ରୁ...

New Year ୨୦୨୬: ନୂଆବର୍ଷର ପ୍ରଥମ ସନ୍ଧ୍ୟାରେ କରନ୍ତୁ ଏହି ବିଶେଷ ଉପଚାର, ଘରେ ଦେବୀ ଲକ୍ଷ୍ମୀଙ୍କ…

୨୦୨୬ ବର୍ଷ ଆରମ୍ଭ ହୋଇଛି। ଆଜି ନୂତନ ବର୍ଷର ପ୍ରଥମ ଦିନ। ସମସ୍ତେ ନିଜ ପରିବାର ଏବଂ ବନ୍ଧୁମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଉଛନ୍ତି ।...

ଏମିତି ଗାଁ: ଯେଉଁଠି ଲୋକେ ନାଁ ଧରି ନୁହେଁ, ସିଟି ବଜାଇ ପରସ୍ପରକୁ ଡାକନ୍ତି , କାରଣ ବି ଖୁବ୍‌ ଅଜବ…

ସାରା ବିଶ୍ୱରେ ଅନେକ ଗାଁ ଅନନ୍ୟ କାରଣ ପାଇଁ ଜଣାଶୁଣା। ଭାରତରେ ଏପରି ଏକ ଗାଁ ଅଛି, ଯାହା ଏହାର ଅନନ୍ୟ ଶୈଳୀ ପାଇଁ ବେଶ୍‌...

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ସମୁଦ୍ରକୂଳରୁ ମିଳିଲା ଅଜବ ଜିନିଷ: ଲୋକେ ବିସ୍ମିତ

ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ ଶହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri