ଧାରା ୩୭୦ ଉଚ୍ଛେଦକୁ ଶିଳ୍ପ ଜଗତର ସ୍ବାଗତ

ନୂଆଦିଲ୍ଲୀ,୬-୮: ସମ୍ବିଧାନର ଧାରା ୩୭୦ ଦ୍ୱାରା ଜମ୍ମୁ କଶ୍ମୀରକୁ ପ୍ରଦାନ କରାଯାଇଥିବା ସ୍ବତନ୍ତ୍ର ମାନ୍ୟତା ଉଚ୍ଛେଦ ନେଇ କେନ୍ଦ୍ର ସରକାର ସୋମବାର ଘୋଷଣା କରିଥିବା ବେଳେ ଏହାକୁ ଦେଶର ଶିଳ୍ପ ଜଗତ ପକ୍ଷରୁ ସ୍ବାଗତ କରାଯାଇଛି। ଏହା ରାଜ୍ୟର ବିକାଶ ତଥା ବାଣିଜି୍ୟକ ପରିବେଶକୁ ଉନ୍ନତ କରିବ ବୋଲି ଶିଳ୍ପ ଆଶାବାଦୀ ରହିଛି। ଦେଶର ବିଭିନ୍ନ ଶିଳ୍ପପତି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି…
ସାମଗ୍ରିକ ବିକାଶର ଅଂଶ ହୋଇପାରିବ
ଜମ୍ମୁ କଶ୍ମୀରକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ଏହା ରାସ୍ତା ସୁନିଶ୍ଚତ କରିବ। ବର୍ତ୍ତମାନର ନିୟମ ମୁତାବକ ଉକ୍ତ ରାଜ୍ୟରେ ନିବେଶ ବାଧାପ୍ରାପ୍ତ ହେଉଛି। ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କର ଏହା ଏକ ବଳିଷ୍ଠ ପଦକ୍ଷେପ। ନୂଆ ନିଷ୍ପତ୍ତି ଦ୍ୱାରା ଉକ୍ତ ରାଜ୍ୟ ଦେଶର ସାମଗ୍ରିକ ବିକାଶରେ ଅଂଶୀଦାର ହୋଇ ପାରିବ। ଏହି ପ୍ରସଙ୍ଗ ରାଜନୀତୀକରଣ ଯୋଗୁ ଲୋକଙ୍କର ବିକାଶ ବାଧାପ୍ରାପ୍ତ ହେଉଥିଲା। ଲୋକଙ୍କ ହିତ ଲାଗି ନୂଆ ନିଷ୍ପତ୍ତିକୁ ସେମାନେ ସକାରାତ୍ମକ ଭାବେ ଗ୍ରହଣ କରିବେ ବୋଲି ଆଶାବାଦୀ।
– ସଜ୍ଜନ ଜିନ୍ଦଲ, ଅଧ୍ୟକ୍ଷ, ଜେଏସ୍‌ଡ୍ଲ୍ୟୁ ଗ୍ରୁପ

ଭାରତ ପାଇଁ ଐତିହାସିକ ଦିନ
ଗତ ୧୫ ଦିନର ସମୟ ଭାରତ ଲାଗି ବେଶ୍‌ ସ୍ମରଣୀୟ। ଏହା ମଧ୍ୟରେ ଚନ୍ଦ୍ରାୟନ-୨ ଉତକ୍ଷେପଣ, ତିନ୍‌ ତଲାକ ଉଛେଦ ଏବଂ ଧାରା ୩୭୦ ଉଚ୍ଛେଦ ହୋଇଛି। ଭାରତ ପାଇଁ ଏହା ଐତିହାସିକ ଦିନ। ଗୋଟିଏ ପତାକା, ଗୋଟିଏ ଦେଶ ଏବଂ ଗୋଟିଏ ସମ୍ବିଧାନ ଲାଗୁ କରିବାରେ ନୂଆ ନିଷ୍ପତ୍ତି ସହାୟକ ହେବ।

– ହର୍ଷ ଗୋଏଙ୍କା, ଆର୍‌ପିଜି ଏଣ୍ଟର ପ୍ରାଇଜେସ୍‌ ଅଧ୍ୟକ୍ଷ

ସମସ୍ତଙ୍କ ନିରାପତ୍ତା ପାଇଁ ପ୍ରାର୍ଥନା
କଶ୍ମୀରକୁ ନେଇ କ’ଣ ଗୋଟିଏ ବଡ ନିଷ୍ପତ୍ତି ହେବ ସେ ନେଇ ସମସ୍ତେ ଏକ ସଂଶୟରେ ଥିଲେ। ମାତ୍ର ସରକାର ଆଗାମୀ କାର୍ଯ୍ୟପନ୍ଥା ଘୋଷଣା କରିଛନ୍ତି। କାଶ୍ମୀରରେ ଶାନ୍ତି ଶୃଙ୍ଖଳା ବଜାୟ ପାଇଁ ପ୍ରାର୍ଥନା କରୁଛି। ଏହି ନିଷ୍ପତ୍ତି ଦେଶକୁ ଶକ୍ତିଶାଳୀ କରିବା ସହ ଆଗାମୀ ଦିନରେ ସକାରାତ୍ମକ ଫଳ ପ୍ରଦାନ କରିବ।
– ଆନନ୍ଦ ମହିନ୍ଦ୍ରା, ଅଧ୍ୟକ୍ଷ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ

ନିବେଶ ଆକୃଷ୍ଟ କରିବ
ସରକାରଙ୍କ ଏଭଳି ନିଷ୍ପତ୍ତି ପ୍ରଶଂସାଯୋଗ୍ୟ। ଏହା ଦ୍ୱାରା ଜମ୍ମୁ ଏବଂ କଶ୍ମୀର ବୃହତ୍‌ ନିବେଶ ଆକୃଷ୍ଟ କରିବାକୁ ସକ୍ଷମ ହେବ।
– ରାଜୀବ ତଲଓ୍ବାର, ସଭାପତି, ପିଏଚ୍‌ଡି ଚାମ୍ବର ଅଫ୍‌ କମର୍ସ

ଲୋକଙ୍କୁ ସଶକ୍ତ କରିବ
ଜମ୍ମୁ କାଶ୍ମୀରରେ ଉନ୍ନତିକରଣ ଏବଂ ଶାନ୍ତି ଲାଗି ନୂଆ ନିଷ୍ପତ୍ତି ବାଟ ଖୋଲିବ। ଏହା ସେଠାକାର ଲୋକଙ୍କୁ ଶସକ୍ତ କରିବା ସହ ଭାରତକୁ ଆହୁରି ଶକ୍ତିଶାଳୀ କରିବ।
– ଗୌତମ ଆଦାନୀ, ଅଧ୍ୟକ୍ଷ, ଆଦାନୀ ଗ୍ରୁପ


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri