ଧାମରା ଏଲ୍‌ଏନ୍‌ଜି ପ୍ରକଳ୍ପରେ ଗେଲ୍‌, ଆଇଓସିଏଲ୍‌ ଅଂଶଧନ ଗ୍ରହଣ ସ୍ଥିତି ଅସ୍ପଷ୍ଟ

ନୂଆଦିଲ୍ଲୀ,୯-୭: ଓଡିଶାର ଧାମରାଠାରେ ଆଦାନୀ ଗ୍ରୁପ ପକ୍ଷରୁ ପ୍ରସ୍ତାବିତ ଏଲ୍‌ଏନ୍‌ଜି ପ୍ରକଳ୍ପରେ ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଅଏଲ କର୍ପୋରେଶନ (ଆଇଓସିଏଲ୍‌) ଏବଂ ଗ୍ୟାସ ଅଥରିଟି ଇଣ୍ଡିଆ ଲିମିଟେଡ(ଗେଲ୍‌) କୌଣସି ନିବେଶ କରି ନାହାନ୍ତି। ଏହି ପ୍ରକଳ୍ପ ୫୦୦୦ କୋଟି ଟଙ୍କା ନିବେଶରେ ନିର୍ମାଣ ହେବ ବୋଲି ପ୍ରସ୍ତାବ ରହିଥିଲା। ଆଲୋଚ୍ୟ ୨ ରାଷ୍ଟ୍ରାୟତ୍ତ ସଂସ୍ଥା ଉକ୍ତ ପ୍ରକଳ୍ପରେ ୫୦% ଅଂଶଧନ ଗ୍ରହଣ ନେଇ ଚୁକ୍ତିରେ ସାମିଲ ହୋଇଥିଲେ। ମାତ୍ର ଏହି ଚୁକ୍ତି ଅବଧି ୨୦୧୮ ସେପ୍ଟେମ୍ବରରେ ଶେଷ ହୋଇଥିବା କେନ୍ଦ୍ର ପେଟ୍ରୋଲିୟମ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାକୁ ସୋମବାର ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି। ଉକ୍ତ ପ୍ରକଳ୍ପ ସ୍ଥାପନ ଲାଗି ଆଇଓସିଏଲ୍‌ ଏବଂ ଗେଲ୍‌ ୨୦୧୬ ସେପ୍ଟେମ୍ବର ୨୧ରେ ଆଦାନୀ ପେଟ୍ରୋଲିୟମ ଟର୍ମିନାଲ ପ୍ରାଇଭେଟ ଲିମିଟେଡ ସହ ଏକ ନନ୍‌ ବାଇଣ୍ଡିଂ ଏମ୍‌ଓୟୁରେ ସାମିଲ ହୋଇଥିଲେ। ଯଥାକ୍ରମେ ୩୯% ଏବଂ ୧୧% ଅଂଶଧନ ଆଇଓସିଏଲ ଏବଂ ଗେଲ୍‌ ନିକଟରେ ରହିବ ବୋଲି ଚୁକ୍ତିରେ କୁହାଯାଇଥିଲା। ବାର୍ଷିକ ୫ ନିୟୁତ ଟନ୍‌ ଲିକ୍ୟୁଫାଏଡ ନାଚୁରାଲ ଗ୍ୟାସ (ଏଲ୍‌ଏନ୍‌ଜି) ଆମଦାନୀ ଟର୍ମିନାଲ ସ୍ଥାପନ ଲାଗି ଯୋଜନା ରହିଥିଲା ବୋଲି ପ୍ରଧାନ କହିଛନ୍ତି।
ଅଂଶଧନ କ୍ରୟ ଯୋଜନାରୁ ଦୁଇ ସଂସ୍ଥା ମିଳିତ ଭାବେ ଓହରି ଯାଇଥିବା କିମ୍ବା ଆଦାନୀ ଗ୍ରୁପ ସହ ଏବେ ମଧ୍ୟ ନିବେଶ ନେଇ କଥାବାର୍ତ୍ତା ଜାରି ରହିଛି କି ନା ସେ ସମ୍ପର୍କରେ କୌଣସି ସୂଚନା ପ୍ରଧାନ ଦେଇ ନାହାନ୍ତି। ସେହିଭଳି ଏମ୍‌ଓୟୁ ଅବଧି କାହିଁକି ଶେଷ ନେଇ ମଧ୍ୟ ସେ କୌଣସି ସ୍ପଷ୍ଟ ଉତ୍ତର ରଖି ନାହାନ୍ତି। ଏହା ଫଳରେ ଧାମରା ଏଲ୍‌ଏନ୍‌ଜି ପ୍ରକଳ୍ପରେ ଏହି ଦୁଇ ସଂସ୍ଥା ରହିବେ କି ନାହିଁ ସେ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରକଳ୍ପରେ ଆଦାନୀ ପେଟ୍ରୋଲିୟମ ଟିର୍ମିନାଲ ପ୍ରାଇଭେଟ ଲିମିଟେଡ ନିକଟରେ ୫୦% ଅଂଶଧନ ରହିବ ବୋଲି ନିଷ୍ପତ୍ତି ହୋଇଥିଲା। ଓଡିଶାର ପାରାଦୀପ ଏବଂ ପଶ୍ଚିମବଙ୍ଗରେ ଥିବା ହଳଦିଆରେ ଥିବା ରିଫାଇନେରି ଲାଗି ଗ୍ୟାସ ଆମଦାନୀ କରିବାକୁ ପ୍ରସ୍ତାବିତ ଟର୍ମିନାଲର ୬୦% ବ୍ୟବହାର କରିବାକୁ ଆଇଓସି ୨୦୧୫ରେ ଯୋଜନା ରଖିଥିଲା। ସେହିଭଳି ଟର୍ମିନାଲର ୧.୫ ନିୟୁତ ଟନ୍‌ ରିଗ୍ୟାସିଫିକେଶନ କ୍ଷମତା ବ୍ୟବହାର ନେଇ ଗେଲ୍‌ ଚୁକ୍ତିରେ ଦର୍ଶାଇଥିଲା। ପାରାଦୀପରେ ଏଲ୍‌ଏନ୍‌ଜି ଆମଦୀନି ଟର୍ମିନାଲ ସ୍ଥାପନ ଲାଗି ରହିଥିବା ଯୋଜନାରୁ ଓହରିବା ପରେ ଧାମରା ପ୍ରକଳ୍ପରେ ଅଂଶଧନ ହାସଲ ଲାଗି ଗେଲ୍‌ ନିଷ୍ପତ୍ତି ନେଇଥିଲା। ଏହାବାଦ ଆଇଓସିଏଲ୍‌ ଏଲ୍‌ଏନ୍‌ଜି ଟର୍ମିନାଲ ଉନ୍ନତୀକରଣ ନେଇ ୨୦୧୨ରେ ଧାମରା ଏଲ୍‌ଏନ୍‌ଜି ପୋର୍ଟ କର୍ପୋରେଶନ ଲିମିଟେଡ ସହ ଏମ୍‌ଓୟୁରେ ସାମିଲ ହୋଇଥିଲା। ଏହା ପରେ ଦୁଇ କମ୍ପାନୀ ଧାମରା ଏଲ୍‌ଏନଜି ଟର୍ମିନାଲ ପ୍ରାଇଭେଟ ଲିମିଟେଡ ସହ ଚୁକ୍ତି କରିଥିଲେ ଯାହା ଆଦାନୀ ଗ୍ରୁପର ଏକ ଅଂଶ।


Enter your email to get our daily news in your inbox.

All Right Reserved By Dharitri.Com

ମାନ୍ଦାବସ୍ଥା ଦୂର ପାଇଁ ସୀତାରାମନ୍‌ଙ୍କ ଘୋଷଣା: ଋଣମେଳାରେ ସାମିଲ ହେବେ ଘରୋଇ ବ୍ୟାଙ୍କ

ନୂଆଦିଲ୍ଲୀ,୨୭।୯:ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗୁରୁବାର ଘରୋଇ ବ୍ୟାଙ୍କ,ଏନ୍‌ବିଏଫ୍‌ସି ଓ ହାଉସିଂ ଫାଇନାନ୍ସ କମ୍ପାନୀ ମୁଖ୍ୟମାନଙ୍କ ସହ ବୈଠକରେ ବସି ଋଣ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।...

ଦୀପାବଳି ଶୁଭ ମୂହୁର୍ତ୍ତ ଟ୍ରେଡିଂ: ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ୬୨ ବର୍ଷର ପରମ୍ପରା; ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ ଘଣ୍ଟେ ପାଇଁ ଅନୁଷ୍ଠିତ

ମୁମ୍ବାଇ,୨୭।୧୦: ଦୀପାବଳି ଉପଲକ୍ଷେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ୬୨ ବର୍ଷର ପରମ୍ପରା ଶୁଭ ମୂହୁର୍ତ୍ତ ଟ୍ରେଡିଂ ରବିବାର ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ...

ଆମେରିକାର ୮୦ ଧନୀ ମହିଳାଙ୍କ ମଧ୍ୟରେ ୩ ଭାରତୀୟ

ନ୍ୟୁୟର୍କ,୮।୬: ନିଜର ଦକ୍ଷତା ବଳରେ ସଫଳତା ହାସଲ କରିଥିବା ୮୦ ସବୁଠାରୁ ଧନୀ ମହିଳାଙ୍କ ମଧ୍ୟରେ ୩ ଜଣ ପ୍ରବାସୀ ଭାରତୀୟ ରହିଛନ୍ତି। ଫୋବର୍‌ସ ପକ୍ଷରୁ...

ରୋଜଗାର ମେଳାରେ ୩୮୪ଙ୍କୁ ନିଯୁକ୍ତିପତ୍ର

ଭୁବନେଶ୍ୱର,୨୩।୧୧: ଗତ କିଛିଦିନ ହେଲା ଦେଶର ଯୁବପିଢ଼ିମାନଙ୍କୁ ରୋଜଗାର ମେଳା ମାଧ୍ୟମରେ କେନ୍ଦ୍ର ସରକାର ନିଯୁକ୍ତିପତ୍ର ବଣ୍ଟନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସ୍ଥାନୀୟ ରେଳ...

୧୭ ବର୍ଷର ସର୍ବନିମ୍ନ ସ୍ତରରେ ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ,୩୧। ୩: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ସୋମବାର ୧୭ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ଏହି ସମୟରେ ବ୍ରେଣ୍ଟ କ୍ରୁଡ୍‌ ଫିଚର ବ୍ୟାରେଲ...

ଚାଇନା କମ୍ପାନୀ ତେଲ ଆମଦାନୀ ବନ୍ଦ

ନୂଆଦିଲ୍ଲୀ,୨୯।୮: ଗଲ୍‌ଓ୍ବାନ ଘାଟିରେ ଚାଇନା ସେନା ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଭାରତ ସରକାର କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି। ପ୍ରାଥମିକ...

ରାଜସ୍ବ ବୃଦ୍ଧି ଯୋଜନା : ନୂଆ ସମ୍ପତ୍ତିର ଚିହ୍ନଟ ପାଇଁ ସମସ୍ତ ମନ୍ତ୍ରଣାଳୟକୁ କେନ୍ଦ୍ରର ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୪।୧୧ : କେନ୍ଦ୍ର ସରକାର ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ନୂତନ ସମ୍ପତ୍ତି ଚିହ୍ନଟ କରିବାକୁ କହିଛନ୍ତି ଯାହା ଦ୍ୱାରା ସେସବୁର ଶୀଘ୍ର ମୁଦ୍ରୀକରଣ ହୋଇପାରିବେ।...

ଘରେ ଘରେ ଲାଗିବ ପ୍ରିପେଡ୍‌ ସ୍ମାର୍ଟ ମିଟର

ନୂଆଦିଲ୍ଲୀ,୨୯-୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ସାରା ଦେଶରେ ୩୦ କୋଟି ପ୍ରିପେଡ୍‌ ସ୍ମାର୍ଟ ମିଟର ଲଗାଇବାକୁ ଯୋଜନା କରୁଛନ୍ତି। ବିଜୁଳି ଚୋରିକୁ...

Advertisement
Archives

Model This Week