Posted inଖେଳ

ଧାବିକା କିରଣଜିତ୍‌ ୪ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୩୦ା୫ (ପି.ଟି.):ଗତବର୍ଷ ଟାଟା ଷ୍ଟିଲ୍‌ କୋଲକାତା ୨୫କେ ରେସ୍‌ରେ ଭାରତୀୟଙ୍କ ମଧ୍ୟରେ ପ୍ରଥମ ହୋଇଥିବା ଲଙ୍ଗ୍‌ ଡିଷ୍ଟାନ୍ସ ଧାବିକା କିରଣଜିତ୍‌ କୌରଙ୍କୁ ଓ୍ବାଲର୍‌ଡ ଆଥଲେଟିକ୍ସ ୪ବର୍ଷ ବାସନ୍ଦ କରିଛି। ଦୋହାଠାରେ ହୋଇଥିବା ଡୋପ୍‌ ଟେଷ୍ଟରେ ସେ ଧରାପଡ଼ିଥିଲେ। ନ୍ୟାଶନାଲ ଆଣ୍ଟି ଡୋପ୍‌ ଟେଷ୍ଟିଂ ଲାବୋରେଟୋରିକୁ ସସ୍‌ପେଣ୍ଡ ସସ୍‌ପେଣ୍ଡ କରାଯାଇଥିବାରୁ କୌରଙ୍କର ଦୋହାସ୍ଥିତ ସାମ୍ପଲ ଓ୍ବାଲର୍‌ଡ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ସ୍ବୀକୃତିପ୍ରାପ୍ତ ଲାବୋରେଟୋରିରେ ସାମ୍ପଲ ଟେଷ୍ଟ ହୋଇଥିଲା। ୩୨ ବର୍ଷୀୟ କୌର ଟାଟା ଷ୍ଟିଲ୍‌ କୋଲକାତା ୨୫କେ’ରେ ଯେଉଁ ପୁରସ୍କାର ଜିତିଥିଲେ ତାହା ପ୍ରତ୍ୟାହାର କରି ନିଆଯିବ। ଡିସେମ୍ବର ୧୫ରେ ପ୍ରତିଯୋଗିତା ବେଳେ ତାଙ୍କଠାରୁ ସାମ୍ପଲ ସଂଗ୍ରହ କରାଯାଇଥିବାରୁ ସେହି ଦିନଠାରୁ ବାସନ୍ଦ ଦଣ୍ଡ ଲାଗୁ ହୋଇଛି। ଓ୍ବାଲର୍‌ଡ ଆଥଲେଟିକ୍ସ କିନ୍ତୁ ଫେବୃୟାରୀ ୨୬ରୁ ଏହି ଆଥଲେଟଙ୍କୁ ସାମୟିକ ବାସନ୍ଦ କରିସାରିଥିଲା। କୌର ୨୦୧୯ ଡିସେମ୍ବର ୧୫ରୁ ୨୦୨୦ ଫେବୃୟାରୀ ୨୬ ମଧ୍ୟରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗିତା ପାଇଁ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ଏହି ସମୟ ମଧ୍ୟରେ ସେ ଯଦି କୌଣସି ପୁରସ୍କାର, ଟାଇଟଲ, ପଦକ ଅବା ପଏଣ୍ଟ ହାସଲ କରିଥାନ୍ତି ତାହା ରଦ୍ଦ ହୋଇଯିବ। ଗତବର୍ଷ ଡିସେମ୍ବର ୧୫ରେ ଅନୁଷ୍ଠିତ କୋଲକାତା ୨୫କେ’ରେ କୌର ୧:୩୮:୫୬ ଟାଇମିଂରେ ଓଭରାଲ ୧୧ତମ ସ୍ଥାନରେ ରହିଥିଲେ ହେଁ ଭାରତୀୟଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଗତବର୍ଷ ମାର୍ଚ୍ଚରେ ଫେଡେରେଶନ କପ୍‌ ନ୍ୟାଶନାଲ ଚାମ୍ପିୟନଶିପ୍‌ ପଟିଆଲାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସେ ୧୦,୦୦୦ ମିଟରରେ ଏକ ବ୍ରୋଞ୍ଜ ପଦକ ଲାଭ କରିଥିଲେ। ପ୍ରକୃତରେ ସେ ୩୫:୪୯.୯୬ ଟାଇମିଂରେ ଏହି ରେସ୍‌ରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ମାତ୍ର ଡୋପିଂ ଅପରାଧ ପାଇଁ ସଞ୍ଜିବନୀ ଯାଦବଙ୍କଠାରୁ ସ୍ବର୍ଣ୍ଣ ପଦକ ପ୍ରତ୍ୟାହାର କରି ନିଆଯିବାରୁ କୌରଙ୍କୁ ବ୍ରୋଞ୍ଜ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 World Cup 2026: ଟିମ୍‌ ଇଣ୍ଡିଆର ହାତ ଛାଡିଲେ ରିଙ୍କୁ ସିଂହ! ଅଚାନକ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୪।୨: ଟିମ ଇଣ୍ଡିଆର ଅଲରାଉଣ୍ଡର ରିଙ୍କୁ ସିଂହଙ୍କୁ ଅପ୍ରତ୍ୟାଶିତ ଭାବରେ ଘରକୁ ଫେରିବାକୁ ପଡିଛି। ସେ ଚେନ୍ନାଇରୁ ଫେରି ଆସିଛନ୍ତି। ରିଙ୍କୁ ସିଂହଙ୍କ ଫେରିବାର କାରଣ ପରିବାରର…

ସଚିନଙ୍କୁ କ୍ଷମାମାଗିଲେ ପୂର୍ବତନ ଅମ୍ପାୟର ଷ୍ଟିଭ ବକ୍‌ନର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୪ା୨: ଭାରତର କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ବହୁ ବାର ଭୁଲ୍‌ ନିଷ୍ପତ୍ତି ଦେଇ ଆଉଟ୍‌ କରିଥିବା ପୂର୍ବତନ ଅମ୍ପାୟର ଷ୍ଟିଭ ବକ୍‌ନର ଦୀର୍ଘ ୨୨ ବର୍ଷ…

ଦକ୍ଷିଣ ଆଫ୍ରିକା ଯିବ ଅଷ୍ଟ୍ରେଲିଆ ଦଳ

ମେଲବୋର୍ନ,୨୪ା୨: ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଦଳ ସେପ୍ଟେମ୍ବର ଓ ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ଟୁର୍‌ରେ ଯିବ। ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୩ଟି ଟେଷ୍ଟ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ…

ଆସିଲା ମହିଳା ଟି୨୦ ବିଶ୍ୱକପ୍‌ କାର୍ଯ୍ୟସୂଚୀ: ଜୁନ ୧୪ରେ ପୁଣି ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୨୪ା୨: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମଙ୍ଗଳବାର ଆଗାମୀ ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଲାଗି ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି। ଜୁନ ୧୨ରୁ ଜୁଲାଇ ୫…

୨୦୨୬ ଟି-୨୦ ବିଶ୍ୱକପରୁ ବାଦ୍‌ ପଡ଼ିଲା ଭାରତ! ୱେଷ୍ଟଇଣ୍ଡିଜର ରେକର୍ଡ ବିଜୟ କୋଟି କୋଟି ଭାରତୀୟଙ୍କୁ ଦେଲା ଝଟକା

ନୂଆଦିଲ୍ଲୀ,୨୪।୨: ଭାରତ କ’ଣ ୨୦୨୬ ଟି୨୦ ବିଶ୍ୱକପରୁ ବାହାର ହୋଇଯାଇଛି କି? ଟିମ ଇଣ୍ଡିଆ କ’ଣ ଏବେ ୨୦୨୬ ଟି୨୦ ବିଶ୍ୱକପର ସେମିଫାଇନାଲରେ ପହଞ୍ଚିପାରିବ ନାହିଁ? ଭାରତ…

ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ଟି୨୦ ବିଶ୍ୱକପ ଫାଇନାଲ, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୪।୨: ICC ଟି-୨୦ ବିଶ୍ୱକପ ୨୦୨୬ ବର୍ତ୍ତମାନ ରୋମାଞ୍ଚକର ସୁପର ୮ ପର୍ଯ୍ୟାୟରେ ଚାଲିଛି। ସୁପର ୮ ପର୍ଯ୍ୟାୟର ଶ୍ରେଷ୍ଠ ଚାରିଟି ଦଳ ସେମିଫାଇନାଲକୁ ଯିବେ, ଏବଂ…

T20 World Cupରୁ ବାହାରିଯିବ ପାକିସ୍ତାନ! ଜାଣନ୍ତୁ ଗ୍ରୁପ-୨ ସେମିଫାଇନାଲରେ ପହଞ୍ଚିବାର ସମୀକରଣ

ନୂଆଦିଲ୍ଲୀ,୨୪।୨: ପାକିସ୍ତାନ କ୍ରିକେଟ ଦଳର ସୁପର ୮ର ପ୍ରଥମ ମ୍ୟାଚ ବର୍ଷା ଯୋଗୁ ରଦ୍ଦ ହୋଇଯାଇଥିଲା, ଯାହା ସଲମାନ ଅଲି ଆଗା ଏବଂ ଦଳକୁ ଗୋଟିଏ ପଏଣ୍ଟରେ…

ମଝିରେ ପରିବର୍ତ୍ତନ ହେବ ୨୦୨୬ ଟି-୨୦ ବିଶ୍ୱକପ ସୂଚୀ! ସେମିଫାଇନାଲ ମ୍ୟାଚକୁ ନେଇ ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୨୪।୨: ICC T20 ବିଶ୍ୱକପ ୨୦୨୬ର ସେମିଫାଇନାଲ ଶ୍ରୀଲଙ୍କା ଘରୋଇ ଗ୍ରାଉଣ୍ଡ କଲମ୍ବୋରେ ଖେଳିପାରେ, କିନ୍ତୁ ଏହା କେଉଁ ଦଳ ଯୋଗ୍ୟତା ଅର୍ଜନ କରେ ଏବଂ ସେମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri