ଧରାହେଲେ ଆଉ ୨ ବ୍ରାଉନସୁଗାର ବେପାରୀ

ଭୁବନେଶ୍ୱର,୭।୨(ବ୍ୟୁରେ): ରାଜଧାନୀ ପାଲଟିଛି ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳ। ବିଗତ କିଛି ମାସ ହେବ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଓ କମିଶନରେଟ ପୋଲିସ ସ୍ପେଶାଲ ଡ୍ରାଇଭ୍‌ ଚଳାଇଛି। ଇତିମଧ୍ୟରେ ଚଢ଼ାଉ ଜାରି ରହିଥିବାବେଳେ ବହୁ ନିଶା ମାଫିଆ, ବେପାରୀ ଓ ଗ୍ରାହକ ଧରାପଡିଛନ୍ତି। ଭୁବନେଶ୍ୱରରେ ଏହାର ଚେର ଏପରି ମାଡ଼ିଯାଇଛି ଯେତେ ଖୋଳିଲେ ବି ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ବୁଧବାର ବରମୁଣ୍ଡା ଅଞ୍ଚଳରୁ ଦୁଇଜଣ ବେପାରୀଙ୍କୁ ଗିରଫ କରାଯିବା ସହ ୧୫୦ ଗ୍ରାମ ଓ ଏକ କାର୍‌ ଜବତ କରିଥିଲା ଖଣ୍ଡଗିରି ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌। ଗୁରୁବାର ଆଉ ଦୁଇଜଣ ଧରାପଡିଛନ୍ତି। ସେମାନେ ହେଲେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ କପିଳପ୍ରସାଦ ଉପରସାହିର ପ୍ରଦୀପ କୁମାର ସାହୁ (୩୮) ଓ ମଞ୍ଚେଶ୍ୱର ଥାନା ରୋକଟା ଅଞ୍ଚଳର ସଞ୍ଜୟ ବେଜ୍‌। ଉଭୟଙ୍କଠାରୁ ୩୩.୭ ଗ୍ରାମ ବ୍ରାଉନସୁଗାର ଓ ୧୫ହଜାର ଟଙ୍କା ଜବତ କରାଯାଇଛି।
ଓଡ଼ିଶାରେ ବ୍ରାଉନସୁଗାର କାରବାରରେ ଗ୍ୟାଙ୍ଗ୍‌ଷ୍ଟର୍‌ ଓ ବାଂଲାଦେଶ ଲିଙ୍କ୍‌ ପଦାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଏହା ଉପରେ ଫୋକସ୍‌ କରିଛି। ବର୍ଷକ ଭିତରେ ବହୁ ବଡ଼ ଓ ଛୋଟ ନିଶା ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଥିବାବେଳେ ସେମାନଙ୍କୁ ପଚରାଉଚରାବେଳେ ଭୁବନେଶ୍ୱର ବ୍ରାଉନସୁଗାର କାରବାରର କେନ୍ଦ୍ରସ୍ଥଳ ପାଲଟିଥିବା ଜଣାପଡିଥିଲା। ଏହାପରେ କମିଶନରେଟ ପୋଲିସ ସହ ମିଶି ଏସ୍‌ଟିଏଫ୍‌ ରାଜଧାନୀରେ ଚଢ଼ାଉ ଜାରି ରଖିଛି। ଗିରଫ ହୋଇଥିବା ପ୍ରଦୀପଙ୍କ ସମ୍ପର୍କରେ ସୂଚନା ମିଳିବା ପରେ ତାଙ୍କ ଉପରେ ନଜର ରଖିଥିଲା ଏସ୍‌ଟିଏଫ୍‌। ଗୁରୁବାର ରାତିରେ ସେ ଏୟାରଫିଲ୍ଡ ଥାନା ଅଞ୍ଚଳର ଏକ ଅନ୍ଧାରୁଆ ସ୍ଥାନରେ ବ୍ରାଉନସୁଗାର ବେପାର କରୁଥିବାବେଳେ ଏସ୍‌ଟିଏଫ୍‌ ଏକ ଟିମ୍‌ ତାଙ୍କୁ ମାଡ଼ି ବସିଥିଲା। ଯାଞ୍ଚପରେ ତାଙ୍କଠାରୁ ୨୧.୭ ଗ୍ରାମର ବ୍ରାଉନସୁଗାର ମିଳିଥିଲା। ଏନ୍‌ଡିପିଏସ୍‌ କେସ୍‌ ନଂ.୧୨/୨୦ରେ ଅଭିଯୁକ୍ତ ପ୍ରଦୀପଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ। ତେବେ ପଚରାଉଚରାବେଳେ ତାଙ୍କଠାରୁ ବହୁ ତଥ୍ୟ ପାଇଛି ପୋଲିସ। ପ୍ରଦୀପ ବାଲେଶ୍ୱରର ଜଣେ ଏଜେଣ୍ଟଙ୍କଠାରୁ ବାଇକ୍‌ ଡିକିରେ ବ୍ରାଉନସୁଗାର ଆଣି ରାଜଧାନୀରେ ବେପାର କରନ୍ତି। ବିଶେଷକରି ସେ ଛୋଟ ବେପାରୀଙ୍କୁ ଯୋଗାଉଥିବାବେଳେ ଆଉ କେତେଜଣ ଯୁବକ ଓ କଲେଜ ଛାତ୍ର ତାଙ୍କର ନିୟମିତ ଗ୍ରାହକ ରହିଛନ୍ତି। ଏହି ବେଆଇନ କାରବାର ପାଇଁ ସ୍ଥାନୀୟ ଥାନାର ନିର୍ଦ୍ଦିଷ୍ଟ କେତେଜଣ ପୋଲିସ କର୍ମଚାରୀ ତାଙ୍କଠାରୁ ନିୟମିତ ପାଉଣା ନେଇ ସୁରକ୍ଷା ଓ ସୂଚନା ଯୋଗାଇଥାନ୍ତି ବୋଲି ଜଣାପଡିଛି।
ଅନ୍ୟପକ୍ଷରେ ଅନ୍ୟତମ ଅଭିଯୁକ୍ତ ସଞ୍ଜୟ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରୋକଟା ଅଞ୍ଚଳରେ ରୁହନ୍ତି। ସେ ନନ୍ଦନକାନନ ପଦାସାହିର ଜଣେ ବେପାରୀଙ୍କଠାରୁ ବ୍ରାଉନସୁଗାର ଆଣି କିଛିଦିନ ହେବ ବେପାର ଆରମ୍ଭ କରିଥିଲେ। ଗୁରୁବାର ସେ ରୋକଟାସ୍ଥିତ ପାଣିପମ୍ପ୍‌ କେନ୍ଦ୍ର ନିକଟରେ ଗ୍ରାହକଙ୍କୁ ଅପେକ୍ଷା କରିଥିବାବେଳେ ପୋଲିସ ତାଙ୍କୁ ଧରିଥିଲା। ତାଙ୍କଠାରୁ ୧୨ ଗ୍ରାମ ବ୍ରାଉନସୁଗାର ଓ ୧୭ହଜାର ଟଙ୍କା ଜବତ କରାଯାଇଛି। ମଞ୍ଚେଶ୍ୱର ଥାନାରେ କେସ୍‌ ନଂ.୫୬/୨୦, ୨୧(ବି) ଏନ୍‌ଡିପିଏସ୍‌ ଆକ୍ଟରେ ସଞ୍ଜୟଙ୍କୁ କୋର୍ଟଚାଲାଣ କରାଯାଇଛି। ତାଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟାଇଲେ ୫ ରାଉଣ୍ଡ ଗୁଳି

ଢେଙ୍କାନାଳ ଅଫିସ୍‌, ୧।୪ ପୌର ନିର୍ବାଚନ ପରବର୍ତ୍ତୀ ହିଂସାରେ ଅଶାନ୍ତ ହୋଇଉଠିଛି ଢେଙ୍କାନାଳ ସହର। ପରାଜୟକୁ ସହଜରେ ଗ୍ରହଣ କରି ପାରୁ ନ ଥିବା ଏକ...

ବିନା ପଞ୍ଜୀକରଣରେ ଟିକାକେନ୍ଦ୍ରକୁ ଯିବା ମନା

ଭୁବନେଶ୍ୱର,୩।୫(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବା ପାଇଁ ପୂର୍ବରୁ ୪୫ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକା ଦିଆଯାଉଥିବା ବେଳେ, ସୋମବାର ଭୁବନେଶ୍ୱରରେ ୧୮ରୁ ୪୪ବର୍ଷ ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ...

ଉତ୍ତରପ୍ରଦେଶରୁ ଆନ୍ତଃ ରାଜ୍ୟ ନିଶାମାଫିଆ ଗିରଫ

ଭୁବନେଶ୍ୱର,୨୭।୪(ବ୍ୟୁରୋ): ଭ୍ୟାନ୍‌ରୁ ୮୧୦ କେଜି ଗଞ୍ଜେଇ ଜବତ ମାମଲାରେ ୱାଣ୍ଟେଡ୍‌ ଥିବା ଜଣେ ଆନ୍ତଃ ରାଜ୍ୟ ନିଶାମାଫିଆ ଉତ୍ତରପ୍ରଦେଶର ଆଗ୍ରାରୁ ଧରାପଡ଼ିଛନ୍ତି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ...

ଗଞ୍ଜାମରେ ବେକାବୁ କରୋନା: ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ଟପିଲା

ଭୁବନେଶ୍ୱର,୧୧।୫(ବ୍ୟୁରୋ)-ସାରା ରାଜ୍ୟରେ ଦିନକୁଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ କିଛିଦିନ ମଧ୍ୟରେ ଗଞ୍ଜାମ ଜିଲାରେ ଅଧିକାଂଶ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା...

ଯୁବତୀଙ୍କୁ ବଳାତ୍କାର କରି ବନ୍ଧାହେଲେ କନଷ୍ଟେବଳ

ବାରିପଦା ଅଫିସ,୩୦ା୭: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ପୋଲିସ ବଳାତ୍କାର ଓ ପ୍ରତାରଣା ଅଭିଯୋଗରେ ଜଣେ କନଷ୍ଟେବଳକୁ ଗିରଫ କରି କୋର୍ଟ ଚାଲାଣ କରିଛି।...

ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ

ଝାରସୁଗୁଡ଼ା ଅଫିସ,୩୦।୧୨: ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ଗୁରୁବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।...

ସପ୍ତଶଯ୍ୟା ମହୋତ୍ସବ ପଦ୍ମଶ୍ରୀ ପ୍ରିୟମ୍ବଦା ହେଜ୍‌ମାଦୀଙ୍କୁ ସପ୍ତଶଯ୍ୟା ସମ୍ମାନ

ଢେଙ୍କାନାଳ ଅଫିସ,୨୫।୧୨-ଢେଙ୍କାନାଳର ସାଂସ୍କୃତିକ ଅନୁଷ୍ଠାନ ‘ଦେବାଂଶୀ ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ଶୁକ୍ରବାର ଭର୍ଚୁଆଲ୍‌ ମୋଡ୍‌ରେ ସପ୍ତଶଯ୍ୟା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ମହେଶ ସାହୁ ମୁଖ୍ୟଅତିଥି...

ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ: କାହାକୁ ମିଳିଲା କେଉଁ ଦାୟିତ୍ୱ ଜାଣନ୍ତୁ …

ଭୁବନେଶ୍ୱର, ୧୪।୭(ବ୍ୟୁରୋ): କରୋନା ମହାମାରୀ ସମୟରେ ମଙ୍ଗଳବାର ରାଜ୍ୟ ସରକାର ଆଇପିଏସ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଓ କଟକ...

Advertisement
Archives

Model This Week