ଧରାପୃଷ୍ଠରୁ ବିଦାୟ ନେଲେ ମା’ ଦଶଭୁଜା: ସିନ୍ଦୂର ଖେଳରେ ବିଭୋର ହେଲେ ମହିଳା

ଅନୁଗୋଳ ଅଫିସ, ୧୦।୧୦- ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ମା’ ଦୁର୍ଗା। ୫ ଦିନର ପୂଜାର୍ଚ୍ଚନା ପରେ ବୁଧବାର ଅଶ୍ରୁଭରା ନୟନରେ ମା’ଙ୍କୁ ବିଦାୟ ଦେଇଛନ୍ତି ଅନୁଗୋଳବାସୀ। ସକାଳୁ ସହରରେ ମା’ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନରେ ଅନେକ ପୂଜା ମଣ୍ଡପରେ ବଙ୍ଗୀୟ ପରମ୍ପରା ଅନୁସାରେ ସିନ୍ଦୂର ଖେଳ ହୋଇଥିଲା। ମହିଳାମାନେ ମା’ଙ୍କ ନିକଟରେ ସମବେତ ହୋଇ ସିନ୍ଦୂର ଖେଳିଥିଲେ। ଶିମିଳିପଡ଼ା ପୂଜା କମିଟି ଓ ଅମଲାପଡ଼ା ପୂଜା କମିଟି ପକ୍ଷରୁ ଏହି ଖେଳ ପାଇଁ ସ୍ବତନ୍ତ୍ର ଆୟୋଜନ ହୋଇଥିଲା। ପରେ ଶାନ୍ତିଶୃଙ୍ଖଳାର ସହିତ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା। ପାରମ୍ପରିକ ବାଦ୍ୟ, ବ୍ୟାଣ୍ଡ ବାଜାର ତାଳେ ତାଳେ ସାରା ସହର ପ୍ରକମ୍ପିତ ହୋଇ ଉଠିଥିଲା। ଏଥିସହିତ ପାଇକ ଆଖଡ଼ା, ଛତା ଯାତ୍ରା, ଘଣ୍ଟଘଣ୍ଟା, ଲଉଡ଼ିଖେଳ, ଦୁଲ୍‌ଦୁଲିର ତାଳେ ତାଳେ ପୂଜା କମିଟି କର୍ମକର୍ତ୍ତ ମା’ଙ୍କୁ ବିଦାୟ ଦେଇଥିଲେ। ଚଳିତ ବର୍ଷ ଡିଜେ ସାଉଣ୍ଡ ବର୍ଜନ କରାଯାଇଥିଲା। ୧୧ଟି ଯାକ ପୂଜା କମିଟି ନିଜ ନିଜ ଅଞ୍ଚଳରେ ଶୋଭାଯାତ୍ରା କରିବା ପରେ ବଜାର ମୁହଁା ହୋଇଥିଲେ। ବସ୍‌ଷ୍ଟାଣ୍ଡ, ହେମସୁରପଡ଼ା, ଅମଲାପଡ଼ା, ଶିମିଳିପଡ଼ା, ହୁଲୁରିସିଂହା, ଶୁଶୁଡ଼ା, ରାଣୀଗୋଡ଼ା, ଗାନ୍ଧିଛକ, ଦଶହରା ପଡ଼ିଆ, କାଲଟାକ୍ସ ଛକ ପୂଜା କମିଟି ପ୍ରମୁଖ ଅପରାହ୍ନରେ ଶୋଭାଯାତ୍ରା ଆରମ୍ଭ କରିଥିବାବେଳେ ଅଧିକାଂଶ ସନ୍ଧ୍ୟା ପୂର୍ବରୁ ମା’ଙ୍କୁ ମେଲାଣି ଦେଇ ସାରିଥିଲେ। ଭସାଣି ଦେଖିବା ପାଇଁ ସହରରେ ଭିଡ଼ ଲାଗି ରହିଥିବା ବେଳେ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍‌ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍‌

ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ RI, ଝରକା ବାହାରକୁ ଫିଙ୍ଗି ଦେଲେ ଟଙ୍କା

ଅନୁଗୋଳ,୮ା୧: ଜମି ଚିହ୍ନଟ ପାଇଁ ଲାଞ୍ଚ ନେଉଥିବା ବେଳେ ଧାରା ପଡିଲେ ରାଜସ୍ବ ନିରୀକ୍ଷକ(RI)। ଗୁରୁବାର ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ ଅନ୍ତର୍ଗତ ତୁସର RI ସର୍କଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri