ଧନତେରସରେ ବିକ୍ରି ୪୦% କମିଲା

ନୂଆଦିଲ୍ଲୀ,ଭୁବନେଶ୍ୱର (ବ୍ୟୁରୋ)୨୬-୧୦: ଚଳିତ ବର୍ଷ ଧନତେରସ ଶୁକ୍ରବାର ପଡିଥିବା ବେଳେ ସୁନା ଏବଂ ରୁପା ଗହଣା ବିକ୍ରି ପ୍ରଭାବିତ ହୋଇଛି। ଧନତେରସରେ ସୁନା କିଣିଲେ ଶୁଭ ବୋଲି ବିଚାର କରାଯାଇଥାଏ। ମାତ୍ର ଚଳିତ ବର୍ଷ ବିକ୍ରି ପ୍ରାୟ ୪୦% କମିଥିବା ବଜାର ବିଶେଷଜ୍ଞମାନେ କହିଛନ୍ତି। ଦେଶର ପଶ୍ଚିମ ତଥା ଉତ୍ତର ପ୍ରାନ୍ତରେ ଏହା ବିଶେଷ ଭାବେ ପାଳନ କରାଯାଉଥିବା ବେଳେ ଗତବର୍ଷ ତୁଳନାରେ ସାରା ଦେଶରେ ଚଳିତ ବର୍ଷ କାରବାର କମ୍‌ ରହିଛି। ଓଡ଼ିଶା ବଜାରକୁ ବିଚାର କରିଲେ କାରବାର ପ୍ରାୟ ୨୦% ଅଭିବୃଦ୍ଧି ହୋଇଛି। ଗତ ବର୍ଷ କାରବାର ୧୪୦ କୋଟି ରହିଥିବା ବେଳେ ଏହା ଚଳିତ ବର୍ଷ ୧୬୮ରୁ ୧୭୦ କୋଟି ଟଙ୍କା ରହିଥିବା ରାଜ୍ୟ ଜୁଏଲେରି ଶିଳ୍ପ ପକ୍ଷରୁ ସୂଚନା ରହିଛି। ଏଭଳି ସ୍ଥିତିରେ ଧନ୍‌ତେରସ ଦିନ ନୂଆଦିଲ୍ଲୀରେ ସୁନା ମୂଲ୍ୟ ୨୨୦ ଟଙ୍କା ବଢ଼ି ୧୦ ଗ୍ରାମ ପିଛା ମୂଲ୍ୟ ୩୯,୨୪୦ ଟଙ୍କା ରହିଛି। ଗୁରୁବାର ସୁନା ଦର ୧୦ ଗ୍ରାମ ପିଛା ୩୯,୦୨୦ କୋଟି ଟଙ୍କା ରହିଥିଲା। ତୃତୀୟ ତ୍ର୍ରୈମାସରେ ସୁନା ଦରରେ ବୃଦ୍ଧି ଫଳରେ ଏହା ଗ୍ରାହକଙ୍କ କ୍ରୟ ଚାହିଦା ଏବଂ ବ୍ୟବସାୟରେ ପ୍ରଭାବ ପକାଇଥିବା ଜଣାପଡିଛି। ୨୦୧୮ ଧନତେରସରେ ସୁନା ଦର ୧୦ ଗ୍ରାମ ପିଛା ପ୍ରାୟ ୩୧,୬୦୦ ଟଙ୍କା ରହିଥିଲା। ଚଳିତ ବର୍ଷ ସେପ୍ଟେମ୍ବରରେ ଏହା ୪୦ ହଜାର ସ୍ତର ଟପିଥିଲା। ଗୋଟିଏ ବର୍ଷ ମଧ୍ୟରେ ସୁନା ଦର ପ୍ରାୟ ୨୦% ବଢ଼ିଛି। ୧୦ରୁ ୧୫ ବର୍ଷ ମଧ୍ୟରେ ଏହା ସର୍ବାଧିକ ସ୍ତରରେ ରହିଛି।
ଏଭଳି ସ୍ଥିତିରେ ଧନତେରସ ଦିନ ସାରା ଦେଶରେ ଷ୍ଟୋରଗୁଡିକରେ ଗହଳି ପରିଲକ୍ଷିତ ହୋଇ ନାହିଁ। ବର୍ଷର ଅନ୍ୟ ଦିନ ଭଳି ଷ୍ଟୋରକୁ ଗ୍ରାହକ ଆସିଥିଲେ। ସାରା ଦେଶରେ ବିକ୍ରି କମି ଥିବା ବେଳେ ସଂନ୍ଧ୍ୟାରେ କାରବାରରେ ସୁଧାର ଆସିଥିବା କେତେକ ବ୍ୟବସାୟୀ କହିଛନ୍ତି। ଚଳିତ ବର୍ଷ ଭଲ କାରବାର ନେଇ ଆଶା ରହିଥିବା ଅଲ୍‌ ଇଣ୍ଡିଆ ଜେମ୍‌ସ ଆଣ୍ଡ ଜୁଏଲେରୀ ଡୋମେଷ୍ଟିକ କାଉନସିଲ୍‌ ଅଧ୍ୟକ୍ଷ ଅନନ୍ତ ପଦ୍ମନାଭନ କହିଛନ୍ତି।
ବଜାରରେ ପ୍ରଭାବ ସତ୍ତ୍ୱେ ଶୁକ୍ରବାର ସଦ୍ୟତମ ଡିଜାଇନ ଜୁଏଲେରୀ କ୍ରୟକୁ ଗ୍ରାହକଙ୍କ ଭଲ ରେସପନ୍ସ ରହିଛି। ପାରମ୍ପରିକ ଡ଼ିଜାଇନ ଗହଣା ବିକ୍ରି ଏବଂ ବିବାହ ସିଜନ ଲାଗି ବୁକିଂ କମିଥିବା ସୂଚନା ରହିଛି। ମୋଟାମୋଟି ଭାବେ କହିବାକୁ ଗଲେ ସାଧାରଣ ଦିନ ତୁଳନାରେ ଧନତେରସ ବିକ୍ରି ଭଲ ରହିଥିବା ହଜୁରିଲାଲ ଲିଗାସିର ଏମ୍‌ଡି ରୋହନ ନାରଙ୍ଗ କହିଛନ୍ତି। ଜୁଲାଇ ମାସରେ ସୁନା ଦର ବଢିବା ଯୋଗୁ ବଜାର ପ୍ରଭାବିତ ରହିଥିବା ଟାଇଟାନ ଜୁଏଲେରି ଡିଭିଜନର ବରିଷ୍ଠ ଉପସଭାପତି ସନ୍ଦୀପ କୁଲହାଲି କହିଛନ୍ତି। ଖାଉଟି ଚାହିଦା କମିବାରୁ ଗତ କିଛି ଦିନ ଧରି ସୁନା ଗହଣା ବ୍ୟବସାୟ ଅଭିବୃଦ୍ଧି ହାର ମନ୍ଥର ରହିଥିବା ସେ କହିଛନ୍ତି। ସୁନା ଗହଣା ତୁଳନାରେ ହୀରା ଗହଣା ବିକ୍ରି ଭଲ ରହିଥିବା ସେ ମତ ଦେଇଛନ୍ତି। ଗତ କିଛିଦିନ ଧରି ତନିଷ୍କର ଷ୍ଟୋରଗୁଡିକ ଏହି ବର୍ଗରେ ଭଲ ପରଫରମାନ୍ସ କରୁଥିବା କୁଲହାଲି କହିଛନ୍ତି।
ବିଶ୍ୱସ୍ତରର ମାନ୍ଦାବସ୍ଥା, ଆମେରିକା ଚାଇନା ବାଣିଜ୍ୟ ଯୁଦ୍ଧ, ବ୍ରେକଜିଟ ଆଶଙ୍କା, ଆମେରିକା ଫେଡେରାଲ ରିଜର୍ଭର ଲାଗାତାର ସୁଧ ହାର ହ୍ରାସ, ଆମେରିକା-ଇରାନ ବିବାଦ, କେନ୍ଦ୍ରୀୟ ବ୍ୟାଙ୍କର ସୁନା କ୍ରୟ, ଇଟିଏଫ୍‌ ଚାହିଦା ଭଳି ପ୍ରସଙ୍ଗରୁ ସୁନା ଦର ବଢିଛି। ଲୋକମାନେ ନିବେଶ ଲାଗି ସୁନା କ୍ରୟରୁ ସାମାନ୍ୟ ବିରତ ହୋଇଥିବା ବେଳେ ଆସନ୍ତା ବିବାହ ଋତୁରେ ଭଲ କାରବାର ନେଇ ବ୍ୟବସାୟୀମାନେ ଆଶା ରଖିଛନ୍ତି। ଗତ ସପ୍ତାହରୁ ଚାହିଦାରେ ଉନ୍ନତି ଆସିଥିବା ବେଳେ ଗତବର୍ଷ ତୁଳନାରେ ଚଳିତବର୍ଷ କାରବାର କମିଥିବା ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶୁଭଙ୍କର ସେନ୍‌ କହିଛନ୍ତି। ବଜାରରେ ମାନ୍ଦାବସ୍ଥା ଯୋଗୁ ଲୋକଙ୍କ ଆଗ୍ରହ କରିଥିବାରୁ ବିକ୍ରିରେ ୧୦ରୁ ୧୫% ହ୍ରାସ ହୋଇଥିବା ସେ କହିଛନ୍ତି। ସୁନା ଦର ଉଚ୍ଚରେ ରହିଥିବାରୁ ବିକ୍ରିର ଭାଲ୍ୟୁକୁ ଦେଖିଲେ ଏହା ଗତବର୍ଷ ତୁଳନାରେ ଆଖିଦୃଶିଆ ବଢିନାହିଁ। ସୂଚନାଯୋଗ୍ୟ ପ୍ରଭାବିତ ବଜାର ଯୋଗୁ ଚଳିତ ବର୍ଷ ଜୁଏଲର୍ସ ଗ୍ରାହକଙ୍କୁ ବିଭିନ୍ନ ଆକର୍ଷଣୀୟ ଅଫର ପ୍ରଦାନ କରୁଛନ୍ତି। ସଦ୍ୟତମ ଲୁକ ଏବଂ ହାଲକା ଗହଣା ବଜାରରେ ଉପଲବ୍ଧ ରହିଛି। ପ୍ଲାଟିନମ୍‌ ଏବଂ ସୁନା ବର୍ଗରେ ନୂଆ ଟ୍ରେଣ୍ଡର ଗହଣା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକୋ ବ୍ୟାଙ୍କର ୯୨୯.୭୬ କୋଟି ଲାଭ

ଭୁବନେଶ୍ୱର,୧୫।୫: ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାାଙ୍କ ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ୍‌ ୯୨୯.୭୬ କୋଟି ଟଙ୍କା ନେଟ୍‌ ଲାଭ ଉପାର୍ଜନ କରିଛି। ବ୍ୟାଙ୍କର ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ...

ନାଲ୍‌କୋ ପକ୍ଷରୁ ବିଶ୍ୱ ପରିବେଶ ଦିବସ

ଭୁବନେଶ୍ୱର,୭-୬: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ କମ୍ପାନୀ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ...

ରାଜସ୍ବ ବଢ଼ିଲେ ୧୨,୧୮% ସ୍ଲାବ୍‌ ମିଶିଯିବ: ଜେଟ୍‌ଲୀ

ନୂଆଦିଲ୍ଲୀ,୧-୭: ଜିଏସ୍‌ଟି ପ୍ରଚଳନର ମୁଖ୍ୟ ସୂତ୍ରଧର ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଜିଏସ୍‌ଟି ଆଇନ ଲାଗୁ ହେବାର ୨ ବର୍ଷ ପୂର୍ତ୍ତି ଅବସରରେ...

ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ନଗଦ ଅଭାବ

ମୁମ୍ବାଇ,୨୧ା୪: ସରକାରୀ ଖର୍ଚ୍ଚରେ ସୁପ୍ତତା ଏବଂ ନିର୍ବାଚନ ସଂକ୍ରାନ୍ତ ଖର୍ଚ୍ଚ ବୃଦ୍ଧି ଯୋଗୁ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ନଗଦ ଅଭାବ ଦେଖାଦେଇଛି। ବର୍ତ୍ତମାନ ବ୍ୟବସ୍ଥାରେ ପ୍ରାୟ ୭୦...

କମ୍ପୋଜିଶନ ସ୍କିମ୍‌ ଚୟନ ଅବଧି ବୃଦ୍ଧି

ନୂଆଦିଲ୍ଲୀ,୨୮-୭: କ୍ଷୁଦ୍ର ବ୍ୟବସାୟୀଙ୍କୁ ଆଶ୍ୱସ୍ତ କରିବାକୁ ଯାଇ ଜିଏସ୍‌ଟି କାଉନସିଲ୍‌ କମ୍ପୋଜିଶନ ସ୍କିମ୍‌କୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ...

ଆଇବିସିରୁ ଫେରିଛି ୭୦ ହଜାର କୋଟି

ନୂଆଦିଲ୍ଲୀ,୧୫-୫:ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି) ଜରିଆରେ ଫଶିଯାଇଥିବା ଋଣ ଅସୁଲ ସୁବିଧାଜନକ ହୋଇଛି। ୨୦୧୮-୧୯ରେ ୭୦ ହଜାର କୋଟି ଟଙ୍କା ଅନାଦାୟ ଋଣ(ଏନ୍‌ପିଏ) ଫେରି ଆସିଛି।...

ପେଟିଏମ୍‌ ଜରିଆରେ ବୁକ୍‌ କରନ୍ତୁ ଏଲ୍‌ପିଜି ସିଲିଣ୍ଡର: ମିଳୁଛି ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍‌ !

ନୂଆଦିଲ୍ଲୀ,୨୦।୧୨: ପେଟିଏମ୍‌ ମୋବାଇଲ ଆପ୍‌ ଜରିଆରେ ଏଲ୍‌ପିଜି ସିଲିଣ୍ଡରର ବୁକିଂ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍‌ ମିଳିବ। ପ୍ରଥମ ଥର ପାଇଁ କମ୍ପାନୀ ଏହି...

ସୁନା ୬୩ ହଜାର ଛୁଇଁପାରେ

ନୂଆଦିଲ୍ଲୀ: ଚଳିତ ବର୍ଷ କରୋନା ମହାମାରୀ କାରଣରୁ ସୁନା ଦର ନେଇ କାହାର ଆକଳନ ନ ଥିଲା। ୨୦୨୧ରେ ଏହି ମୂଲ୍ୟବାନ୍‌ ଧାତୁ ଦର ଆକାଶଛୁଆଁ ହୋଇପାରେ...

Advertisement
Archives

Model This Week