Posted inଖେଳ

ଦ୍ୱିତୀୟ ଦିନିକିଆ ଆଜି: ଭାରତ ପାଇଁ ବିଜୟ ଅପରିହାର୍ଯ୍ୟ; ୩ ନମ୍ବରରେ ବ୍ୟାଟିଂ କରିବେ କୋହଲି

ରାଜକୋଟ,୧୭।୧(ପି.ଟି.)- ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଶୁକ୍ରବାର ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଖେଳାଯିବ। ମୁମ୍ବାଇରେ ପ୍ରଥମ ଦିନିକିଆରେ ୧୦ ଉଇକେଟରେ ଲଜ୍ଜାଜନକ ଭାବେ ପରାସ୍ତ ହୋଇଥିବା ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ପଛରେ ପଡିଛି। ଫଳରେ ଭାରତ ବିଜୟୀ ହେବା ଅପରିହାର୍ଯ୍ୟ ହୋଇପଡିଛି। ଅଧିନାୟକ ବିରାଟ କୋହଲି ପୂର୍ବପରି ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିବେ। ପ୍ରଥମ ମ୍ୟାଚ୍‌ରେ ସେ ନିଜର ବ୍ୟାଟିଂ କ୍ରମ ବଦଳାଇଥିଲେ। ତେବେ ଏହା ମହଙ୍ଗା ସାବ୍ୟସ୍ତ ହୋଇଥିଲା ଓ ଭାରତର ବ୍ୟାଟିଂ ଫେଲ୍‌ ମାରିଥିଲା। ଦୁଇ ଅଷ୍ଟ୍ରେଲିଆ ଓପନର ଡେଭିଡ ଓ୍ବାର୍ନର ଓ ଆରୋନ ଫିଞ୍ଚ୍‌ ଘରୋଇ ବୋଲରଙ୍କ ଉଚିତ୍‌ ମୁକାବିଲା କରିବା ସହ ଅପରାଜିତ ଶତକ ହାସଲ କରି ଦଳକୁ ଜିତାଇଥିଲେ।
୩ଜଣ ଇନ୍‌ଫର୍ମ ଖେଳାଳି ରୋହିତ ଶର୍ମା, ଶିଖର ଧାଓ୍ବନ ଓ ଲୋକେଶ ରାହୁଲଙ୍କୁ ଖେଳାଯିବକୁ ଯାଇ କୋହଲି ଗୋଟିଏ ସ୍ଥାନ ତଳକୁ ଖସି ବ୍ୟାଟିଂ କରିବାକୁ ଆସିଥିଲେ ଓ ଏହା କାମ ଦେଇ ନ ଥିଲା। ଭଲ ଆରମ୍ଭ କରିଥିଲେ ମଧ୍ୟ ଏହି ଖେଳାଳିମାନେ ଏହାକୁ ବଡ଼ ସ୍କୋରରେ ପରିଣତ କରିବାରେ ବିଫଳ ହୋଇଥିଲେ। ଯଦି ଆବଶ୍ୟକ ପଡେ ଅଭିଜ୍ଞ ଓପନର ଧାଓ୍ବନ ପରେ ୩ ନମ୍ବରରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। କିନ୍ତୁ କୋହଲି ୩ ନମ୍ବରରେ ବେଶ୍‌ ସଫଳତା ପାଇଛନ୍ତି ଓ ସେ ମିଡଲ ଅର୍ଡରରେ ସ୍ଥିରତା ଆଣିଥାନ୍ତି। ପ୍ରଥମ ଦିନିକିଆ ହେଲ୍‌ମେଟ୍‌ରେ ବଲ୍‌ ବାଜିବା କାରଣରୁ ରିଷଭ ପନ୍ତ ଆହତ ହୋଇ ଏହି ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି। ତେଣୁ ରିଷଭଙ୍କ ବଦଳରେ ରାହୁଲ ଉଇକେଟ କିପିଂ ଦାୟିତ୍ୱରେ ରହିବା ଏକ ପ୍ରକାର ନିଶ୍ଚିତ।
ପ୍ରଥମ ମ୍ୟାଚ୍‌ରେ ରୋହିତ ଓ ଧାଓ୍ବନ ୯୧ ବଲରୁ ୭୪ ରନ କରି ଭଲ ଆରମ୍ଭ କରିଥିଲେ। ଫଳରେ ଏହି ଦୁଇ ଖେଳାଳି ଇନିଂସ ଓପନ କରିବେ ଓ ୪ ନମ୍ବରରେ ଶ୍ରେୟାସ ଆୟାର କିମ୍ବା ରାହୁଲଙ୍କ ବ୍ୟାଟିଂ କରିବାର ସୁଯୋଗ ମିଳିପାରେ। ଅବଶ୍ୟ ଆୟାର ପ୍ରଥମ ମ୍ୟାଚ୍‌ରେ ଫେଲ୍‌ ମାରିଥିଲେ। ପନ୍ତଙ୍କ ଅନୁପସ୍ଥିତି କର୍ନାଟକ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ପୁଣେରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି୨୦ରେ ପନ୍ତଙ୍କ ଅନୁପସ୍ଥିତିରେ ସେ ଭଲ ପ୍ରଦର୍ଶନ କରିଥିଲେ। ତେବେ ଅଭିଜ୍ଞ ଶିବମ ଦୁବେ ଓ କେଦାର ଯାଦବଙ୍କ ମଧ୍ୟରୁ କାହାକୁ ଖେଳାଯିବ ତାହା ଅବଶ୍ୟ ପରେ ଜଣା ପଡିବ। ୨୦୧୯ରେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରିଥିବା ରୋହିତ କିନ୍ତୁ ପ୍ରଥମ ମ୍ୟାଚ୍‌ରେ ବିଫଳ ହୋଇଥିଲେ। ଜବରଦସ୍ତ ଫର୍ମରେ ଥିବାରୁ ସେ ଏହି ମ୍ୟାଚ୍‌ରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଛି। ଅନ୍ୟପଟେ କୋହଲି ଆଉ ଗୋଟିଏ ଶତକ ହାସଲ କଲେ ଘରୋଇ ମାଟିରେ ଭାରତ ପାଇଁ ସର୍ବାଧିକ ଶତକ ହାସଲ ରେକର୍ଡର ସମକକ୍ଷ ହେବେ। ତେଣୁ ସେ ଦ୍ୱିତୀୟ ମ୍ୟାଚ୍‌ରେ ଏହି ସଫଳତା ପାଇବା ଆଶା କରାଯାଉଛି।
ଯଶପ୍ରୀତ ବୁମ୍‌ରାଙ୍କ ନେତୃତ୍ୱରେ ଭାରତ ଓ୍ବାଙ୍ଖଡେରେ ମାମୁଲି ପ୍ରଦର୍ଶନ କରିଥିଲା ଓ ଗୋଟିଏ ହେଲେ ବି ଉଇକେଟ ହାସଲ କରିପାରି ନ ଥିଲା। ଫଳରେ ଭାରତୀୟ ବୋଲିଂ ୟୁନିଟ୍‌ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି। ଆଘାତ ସମସ୍ୟାରୁ ଫେରିବା ପରେ ବୁମ୍‌ରା ପୂର୍ବଭଳି ସେତେଟା ପ୍ରଭାବୀ ସାବ୍ୟସ୍ତ ହୋଇପାରି ନାହାନ୍ତି। ପୂର୍ବ ଚମକ ଦେଖାଇବାକୁ ସେ ପ୍ରୟାସ କରିବେ ବୋଲି ଆଶା କରାଯାଉଛି। ଦିଲ୍ଲୀ ଦ୍ରୁତ ବୋଲର ନବଦୀପ ସଇନି ଓ ଶାର୍ଦ୍ଦୂଳ ଠାକୁରଙ୍କ ମଧ୍ୟରୁ ଜଣକୁ ଖେଳାଯିବ। ଠାକୁର ମୁମ୍ବାଇରେ ୫ ଓଭରରେ ବୋଲିଂ କରି ୪୩ ରନ ଦେବା ସହ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସ୍ପିନ୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବା ନିଶ୍ଚିତ ମନେ ହେଉଛି। ଚାଇନାମ୍ୟାନ କୁଲଦୀପ ଯାଦବ ଓ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରୁ ଜଣେ ସୁଯୋଗ ପାଇବେ। କୁଲଦୀପ ୧୦ ଓଭର ବୋଲିଂ କରି ପ୍ରଥମ ମ୍ୟାଚ୍‌ରେ ୫୫ ରନ ବ୍ୟୟ କରିଥିଲେ।
ଅପରପକ୍ଷରେ ପ୍ରଥମ ମ୍ୟାଚ୍‌ରେ ବୃହତ୍‌ ବିଜୟ ହାସଲ କରି ଅଷ୍ଟ୍ରେଲିଆ ତା’ର ମନୋବଳ ବେଶ୍‌ ଉଚ୍ଚ କରିଛି। ଏହି ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆ ଭାରତ ମାଟିରେ କ୍ରମାଗତ ଦୁଇଟି ସିରିଜ ବିଜୟ ହାସଲ ଲକ୍ଷ୍ୟରେ ରହିଛି। ଏହା ହୋଇପାରିଲେ ଅଷ୍ଟ୍ରେଲିଆ ପାଇଁ ଏକ ବିରଳ ସଫଳତା ସାବ୍ୟସ୍ତ ହେବ। ଫିଞ୍ଚ୍‌- ଓ୍ବାର୍ନର ଯୋଡି ମୁମେଣ୍ଟମ ଆଗକୁ ବଢ଼ାଇବାକୁ ପ୍ରୟାସ କରିବେ। ଅଭିଜ୍ଞ ଷ୍ଟିଭ୍‌ ସ୍ମିଥ୍‌, ଇନ୍‌ଫର୍ମ ମାର୍ନସ ଲାବୁସେନ, ଆଷ୍ଟନ ଟର୍ନର ଓ ଆଲେକ୍ସ କ୍ୟାରୀଙ୍କୁ ନେଇ ଅଷ୍ଟ୍ରେଲିଆ ମିଡଲଅର୍ଡର ବେଶ୍‌ ଦୃଢ଼ ମନେ ହେଉଛି। ଓପନରଙ୍କ ସମେତ ଯଦି ମିଡଲଅର୍ଡର ଭଲ ଖେଳେ ତେବେ ଭାରତୀୟ ବୋଲରଙ୍କ ପାଇଁ ପରୀକ୍ଷା ସୃଷ୍ଟି ହେବ। ତେବେ ଏହି ଗ୍ରାଉଣ୍ଡରେ ଅଷ୍ଟ୍ରେଲୀୟ ମିଡଲଅର୍ଡର ପରୀକ୍ଷାର ସମ୍ମୁଖୀନ ହେବ। ପ୍ରଥମ ମ୍ୟାଚ୍‌ରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲୀୟ ପୁଣିଥରେ କମାଲ କରିବା ଲକ୍ଷ୍ୟରେ ରହିଛନ୍ତି। ଦୁଇ ସ୍ପିନର ଆଡାମ ଜାମ୍ପା ଓ ଆଷ୍ଟନ ଅଗର ରନକୁ ରୋକିବା ସହ ନିୟମିତ ଅନ୍ତରରେ ବ୍ରେକ୍‌ ଥ୍ରୁ ଦେଇ ଘରୋଇ ଦଳକୁ ଝଟ୍‌କା ଦେବାରେ ସଫଳ ହୋଇଥିଲେ। ମିଡଲ ଓଭରରେ ଏହି ଦୁଇ ବୋଲର ପୁଣି ପ୍ରଭାବୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି। ୨୦୧୭ରେ ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୨-୧ରେ ସିରିଜ ବିଜୟୀ ହୋଇଥିଲା। ସେତେବେଳେ ମଧ୍ୟ ଭାରତ ମୁମ୍ବାଇରେ ନ୍ୟୁଜିଲାଣ୍ଡଠାରୁ ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଥିଲା।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ବନ, ଲୋକେଶ ରାହୁଲ (ଉଇକେଟକିପର), ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, କେଦାର ଯାଦବ, ଶିବମ୍‌ ଦୁବେ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ନବଦୀପ ସଇନି, ଯଶପ୍ରୀତ ବୁମ୍‌ରା, ଶାର୍ଦ୍ଦୂଳ ଠାକୁର ଓ ମହମ୍ମଦ ସାମି।
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଆଲେକ୍‌ କାରେ (ଉଇକେଟକିପର), ପାଟ୍ରିକ କୁମିନ୍ସ, ସିନ୍‌ ଆବୋଟ, ଆଷ୍ଟନ ଅଗର, ପିଟର ହ୍ୟାଣ୍ଡ୍ସକମ୍ବ, ଜୋଶ ହାଜେଲଉଡ, ମାର୍ନସ ଲାବୁସେନ, କେନ୍‌ ରିଚାର୍ଡସନ, ଷ୍ଟିଭ ସ୍ମିଥ୍‌, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ନର, ଡେଭିଡ ଓ୍ବାର୍ନର ଓ ଆଡାମ ଜାମ୍ପା।
ସ୍ଥାନ- ରାଜକୋଟ
ସମୟ- ଅପରାହ୍ନ ୧.୩୦
ପ୍ରସାରଣ- ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ

 


Enter your email to get our daily news in your inbox.

All Right Reserved By Dharitri.Com

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

ରଙ୍ଗ ରୁଟ୍‌ରେ ପଶିଆସିଲା ହାଇଓ୍ବା: ଧକ୍କାଦେଲା କଲେଜ ବସ୍‌,୧୫ରୁ ଉର୍ଦ୍ଧ୍ୱ ଛାତ୍ର ଗୁରୁତର  

କଳିଙ୍ଗନଗର,୧୩୪(ଶୁଭାଶିଷ ରାଉତ ): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଓଉପଦା ଛକ ନିକଟରେ ଏକ ଘରୋଇ କଲେଜ(ପ୍ରୟାସ)ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଙ୍ଗରୁଟରେ ପଶିଆସିଥିବା ଏକ ହାଇୱାକୁ…

ଶାନ୍ତି ଆଲୋଚନା ବାଟବଣା ହେବା ବେଳେ, ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଛନ୍ତି ଟ୍ରମ୍ପ

ଓ୍ବାଶିଂଟନ,୧୩।୪: ପାକିସ୍ତାନରେ ଆମେରିକା-ଇରାନ ‘ଶାନ୍ତି ଆଲୋଚନା’ ବିଫଳ ହୋଇଛି। ଇରାନ ଆମେରିକୀୟ ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଛି। ଫଳସ୍ବରୂପ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri