ଦେଶାନ୍ତର ହୋଇଛନ୍ତି ୧୨ଲକ୍ଷ ୭୧ହଜାର ଓଡ଼ିଆ

ଭୁବନେଶ୍ୱର,୨୦।୪(ବ୍ୟୁରୋ): କୌଣସି ରାଜ୍ୟର ଜନସଂଖ୍ୟା ସେହି ରାଜ୍ୟର ଲୋକଙ୍କ ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ସହ ସେଠାରେ ବାସ କରୁଥିବା ଅନ୍ୟ ସ୍ଥାନର ଲୋକଙ୍କ ଉପରେ ନିର୍ଭର କରିଥାଏ। ଯେତେବେଳେ ଜଣେ ନିଜର ଜନ୍ମସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ହେଉଥିବା ଜନଗଣନାରେ ସାମିଲ ହୁଅନ୍ତି ସେମାନଙ୍କୁ ଦେଶାନ୍ତର ହିସାବରେ ଗଣନା କରାଯାଏ। ଏହା ବିଶେଷକରି ମହିଳାଙ୍କ ବିବାହ ପରେ ଏବଂ କୌଣସି କାମ ଉଦ୍ଦେଶ୍ୟରେ ବାହାରେ ରହୁଥିବା ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ। ଲୋକମାନଙ୍କ ଏଭଳି ଭିନ୍ନ ସ୍ଥାନରେ ଅବସ୍ଥାନ ସମ୍ପର୍କରେ ତଥ୍ୟ ଜାଣିବା ପାଇଁ ଜନଗଣନା ସମୟରେ ଦେଶାନ୍ତରଙ୍କ ବିଷୟରେ ସବିଶେଷ ସୂଚନା ସଂଗ୍ରହ କରାଯାଇଥାଏ। ୨୦୧୧ ଜନଗଣନା ଅନୁଯାୟୀ ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ୧୨,୭୧,୧୨୧ଜଣ ଦେଶାନ୍ତର ହୋଇଛନ୍ତି। ଏଥିମଧ୍ୟରୁ ଛତିଶଗଡ଼ରେ ସର୍ବାଧିକ ୨,୪୨,୪୦୪ଜଣ ରହୁଥିବାବେଳେ ଆନ୍ଧ୍ରପ୍ରଦେଶରେ ୧,୮୫,୮୭୨, ଗୁଜରାଟରେ ୧,୭୬,୦୭୨, ପଶ୍ଚିମବଙ୍ଗରେ ୧,୪୨,୧୭୯, ଝାଡ଼ଖଣ୍ଡରେ ୧,୨୬,୩୨୦, ମହାରାଷ୍ଟ୍ରରେ ୧,୧୪,୪୧୧ ଜଣ ରହୁଛନ୍ତି। ସେହିପରି କର୍ନାଟକରେ ୬୪,୦୩୨, ଦିଲ୍ଲୀ ରାଜଧାନୀ ଅଞ୍ଚଳରେ ୪୧,୧୬୨, ଉତ୍ତରପ୍ରଦେଶରେ ୩୫,୨୬୯, ମଧ୍ୟପ୍ରଦେଶରେ ୨୪,୦୩୮, ତାମିଲନାଡ଼ୁରେ ୨୨,୮୬୩, ହରିୟାଣାରେ ୧୬,୨୮୦, ରାଜସ୍ଥାନରେ ୧୨,୯୯୧, କେରଳରେ ୧୨,୨୨୩, ପଞ୍ଜାବରେ ୧୧,୭୧୭ଜଣ ରହୁଛନ୍ତି।
ତେବେ ଓଡ଼ିଶାର ସୁନ୍ଦରଗଡ଼ରୁ ସର୍ବାଧିକ ୧,୫୭,୭୫୮ଜଣ ସ୍ଥାନାନ୍ତରିତ ହୋଇଥିବା ବେଳେ ଖୋର୍ଦ୍ଧାରୁ ୬୩,୨୦୦ ଏବଂ ଗଞ୍ଜାମରୁ ୫୭,୩୦୩ଜଣ ଦେଶାନ୍ତର ହୋଇଛନ୍ତି। ତେବେ ଓଡ଼ିଶାର ଲୋକମାନେ ଭାରତର ପ୍ରାୟ ୬୪୦ଟି ଜିଲାରେ ରୁହନ୍ତି। ସୁରଟରେ ଓଡିଶାରୁ ସର୍ବାଧିକ ୧,୫୧,୬୨୨ଜଣ ବାସ କରୁଛନ୍ତି। ଦ୍ୱିତୀୟରେ ରାୟପୁରରେ ୬୯,୦୭୫ ଏବଂ ତୃତୀୟରେ ଶ୍ରୀକାକୁଲମ୍‌ରେ ୫୧,୯୧୨ଜଣ ରହିଛନ୍ତି। ସେହିପରି ଓଡିଶାରୁ ୭୫,୦୦୦ରୁ ଅଧିକ ବ୍ୟକ୍ତି ମୁମ୍ବାଇ, ମୁମ୍ବାଇ ଉପ-ସହର ଏବଂ ଥାଣେରେ ରୁହନ୍ତି। ପୁଣେରେ ୧୭, ୫୨୫ ରୁହନ୍ତି।
ସେହିପରି ୨୦୧୧ ଜନଗଣନା ଅନୁସାରେ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ୮, ୫୫,୬୯୬ ଜଣ ଆସିଛନ୍ତି। ଓଡ଼ିଶାରେ ଝାଡ଼ଖଣ୍ଡରୁ ସର୍ବାଧିକ ୧,୬୭,୩୭୭ଜଣ ଆସି ରହୁଥିବା ବେଳେ ପଶ୍ଚିମବଙ୍ଗରୁ ୧,୬୪,୬୯୯, ଛତିଶଗଡ଼ରୁ ୧,୨୯,୩୭୧, ଆନ୍ଧ୍ରପ୍ରଦେଶରୁ ୧,୨୨, ୪୯୧ ଏବଂ ବିହାରରୁ ୧,୧୯,୨୩୧ଜଣ ରହୁଛନ୍ତି। ଏହାଛଡ଼ା ଉତ୍ତରପ୍ରଦେଶରୁ ୩୩,୦୬୩, ଗୁଜରାଟରୁ ୨୪,୪୨୦, ମହାରାଷ୍ଟ୍ରରୁ ୧୪,୯୦୨, ମଧ୍ୟପ୍ରଦେଶରୁ ୧୨,୭୨୫, ଜମ୍ମୁ-କଶ୍ମୀରରୁ ୮,୨୭୭, ଦିଲ୍ଲୀ ରାଜଧାନୀ ଅଞ୍ଚଳରୁ ୮,୦୦୬ଜଣ ଆସି ଓଡ଼ିଶାରେ ରହୁଛନ୍ତି। ତେବେ ଓଡ଼ିଶାରେ ଭାରତ ବାହାରୁ ୭୩,୬୦୯ଜଣ ଆସି ରହୁଛନ୍ତି। ଅନ୍ୟପଟେ ଓଡ଼ିଶାରୁ ୧,୪୪,୮୮,୦୧୩ଜଣ ନିଜ ଗାଁ ବା ସହର ଛାଡ଼ି ଅନ୍ୟତ୍ର ରହୁଛନ୍ତି। ସେଥିମଧ୍ୟରୁ ୧,୧୧,୪୮,୪୦୨ଜଣ ନିଜ ଜିଲା ଭିତରେ ବିଭିନ୍ନ ସ୍ଥାନରେ ରହିଥିବାବେଳେ ୩୩,୩୯,୬୧୧ଜଣ ବାହାର ଜିଲାରେ ଅବସ୍ଥାପନ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ସନାତନ ଧର୍ମକୁ ଅପମାନ ବିରୋଧରେ ବଲାଙ୍ଗୀରରେ ଗର୍ଜିଲା ରାଷ୍ଟ୍ରୀୟ ହିନ୍ଦୁ ପରିଷଦ: ଉଦୟନିଧି ଷ୍ଟାଲିନଙ୍କ ଗିରଫଦାରୀ ଦାବି

ବଲାଙ୍ଗୀର,୨୩।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସଂଧ୍ୟାରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା, ବଲାଙ୍ଗୀର ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri