ଦେଶାନ୍ତର ହୋଇଛନ୍ତି ୧୨ଲକ୍ଷ ୭୧ହଜାର ଓଡ଼ିଆ

ଭୁବନେଶ୍ୱର,୨୦।୪(ବ୍ୟୁରୋ): କୌଣସି ରାଜ୍ୟର ଜନସଂଖ୍ୟା ସେହି ରାଜ୍ୟର ଲୋକଙ୍କ ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ସହ ସେଠାରେ ବାସ କରୁଥିବା ଅନ୍ୟ ସ୍ଥାନର ଲୋକଙ୍କ ଉପରେ ନିର୍ଭର କରିଥାଏ। ଯେତେବେଳେ ଜଣେ ନିଜର ଜନ୍ମସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ହେଉଥିବା ଜନଗଣନାରେ ସାମିଲ ହୁଅନ୍ତି ସେମାନଙ୍କୁ ଦେଶାନ୍ତର ହିସାବରେ ଗଣନା କରାଯାଏ। ଏହା ବିଶେଷକରି ମହିଳାଙ୍କ ବିବାହ ପରେ ଏବଂ କୌଣସି କାମ ଉଦ୍ଦେଶ୍ୟରେ ବାହାରେ ରହୁଥିବା ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ। ଲୋକମାନଙ୍କ ଏଭଳି ଭିନ୍ନ ସ୍ଥାନରେ ଅବସ୍ଥାନ ସମ୍ପର୍କରେ ତଥ୍ୟ ଜାଣିବା ପାଇଁ ଜନଗଣନା ସମୟରେ ଦେଶାନ୍ତରଙ୍କ ବିଷୟରେ ସବିଶେଷ ସୂଚନା ସଂଗ୍ରହ କରାଯାଇଥାଏ। ୨୦୧୧ ଜନଗଣନା ଅନୁଯାୟୀ ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ୧୨,୭୧,୧୨୧ଜଣ ଦେଶାନ୍ତର ହୋଇଛନ୍ତି। ଏଥିମଧ୍ୟରୁ ଛତିଶଗଡ଼ରେ ସର୍ବାଧିକ ୨,୪୨,୪୦୪ଜଣ ରହୁଥିବାବେଳେ ଆନ୍ଧ୍ରପ୍ରଦେଶରେ ୧,୮୫,୮୭୨, ଗୁଜରାଟରେ ୧,୭୬,୦୭୨, ପଶ୍ଚିମବଙ୍ଗରେ ୧,୪୨,୧୭୯, ଝାଡ଼ଖଣ୍ଡରେ ୧,୨୬,୩୨୦, ମହାରାଷ୍ଟ୍ରରେ ୧,୧୪,୪୧୧ ଜଣ ରହୁଛନ୍ତି। ସେହିପରି କର୍ନାଟକରେ ୬୪,୦୩୨, ଦିଲ୍ଲୀ ରାଜଧାନୀ ଅଞ୍ଚଳରେ ୪୧,୧୬୨, ଉତ୍ତରପ୍ରଦେଶରେ ୩୫,୨୬୯, ମଧ୍ୟପ୍ରଦେଶରେ ୨୪,୦୩୮, ତାମିଲନାଡ଼ୁରେ ୨୨,୮୬୩, ହରିୟାଣାରେ ୧୬,୨୮୦, ରାଜସ୍ଥାନରେ ୧୨,୯୯୧, କେରଳରେ ୧୨,୨୨୩, ପଞ୍ଜାବରେ ୧୧,୭୧୭ଜଣ ରହୁଛନ୍ତି।
ତେବେ ଓଡ଼ିଶାର ସୁନ୍ଦରଗଡ଼ରୁ ସର୍ବାଧିକ ୧,୫୭,୭୫୮ଜଣ ସ୍ଥାନାନ୍ତରିତ ହୋଇଥିବା ବେଳେ ଖୋର୍ଦ୍ଧାରୁ ୬୩,୨୦୦ ଏବଂ ଗଞ୍ଜାମରୁ ୫୭,୩୦୩ଜଣ ଦେଶାନ୍ତର ହୋଇଛନ୍ତି। ତେବେ ଓଡ଼ିଶାର ଲୋକମାନେ ଭାରତର ପ୍ରାୟ ୬୪୦ଟି ଜିଲାରେ ରୁହନ୍ତି। ସୁରଟରେ ଓଡିଶାରୁ ସର୍ବାଧିକ ୧,୫୧,୬୨୨ଜଣ ବାସ କରୁଛନ୍ତି। ଦ୍ୱିତୀୟରେ ରାୟପୁରରେ ୬୯,୦୭୫ ଏବଂ ତୃତୀୟରେ ଶ୍ରୀକାକୁଲମ୍‌ରେ ୫୧,୯୧୨ଜଣ ରହିଛନ୍ତି। ସେହିପରି ଓଡିଶାରୁ ୭୫,୦୦୦ରୁ ଅଧିକ ବ୍ୟକ୍ତି ମୁମ୍ବାଇ, ମୁମ୍ବାଇ ଉପ-ସହର ଏବଂ ଥାଣେରେ ରୁହନ୍ତି। ପୁଣେରେ ୧୭, ୫୨୫ ରୁହନ୍ତି।
ସେହିପରି ୨୦୧୧ ଜନଗଣନା ଅନୁସାରେ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ୮, ୫୫,୬୯୬ ଜଣ ଆସିଛନ୍ତି। ଓଡ଼ିଶାରେ ଝାଡ଼ଖଣ୍ଡରୁ ସର୍ବାଧିକ ୧,୬୭,୩୭୭ଜଣ ଆସି ରହୁଥିବା ବେଳେ ପଶ୍ଚିମବଙ୍ଗରୁ ୧,୬୪,୬୯୯, ଛତିଶଗଡ଼ରୁ ୧,୨୯,୩୭୧, ଆନ୍ଧ୍ରପ୍ରଦେଶରୁ ୧,୨୨, ୪୯୧ ଏବଂ ବିହାରରୁ ୧,୧୯,୨୩୧ଜଣ ରହୁଛନ୍ତି। ଏହାଛଡ଼ା ଉତ୍ତରପ୍ରଦେଶରୁ ୩୩,୦୬୩, ଗୁଜରାଟରୁ ୨୪,୪୨୦, ମହାରାଷ୍ଟ୍ରରୁ ୧୪,୯୦୨, ମଧ୍ୟପ୍ରଦେଶରୁ ୧୨,୭୨୫, ଜମ୍ମୁ-କଶ୍ମୀରରୁ ୮,୨୭୭, ଦିଲ୍ଲୀ ରାଜଧାନୀ ଅଞ୍ଚଳରୁ ୮,୦୦୬ଜଣ ଆସି ଓଡ଼ିଶାରେ ରହୁଛନ୍ତି। ତେବେ ଓଡ଼ିଶାରେ ଭାରତ ବାହାରୁ ୭୩,୬୦୯ଜଣ ଆସି ରହୁଛନ୍ତି। ଅନ୍ୟପଟେ ଓଡ଼ିଶାରୁ ୧,୪୪,୮୮,୦୧୩ଜଣ ନିଜ ଗାଁ ବା ସହର ଛାଡ଼ି ଅନ୍ୟତ୍ର ରହୁଛନ୍ତି। ସେଥିମଧ୍ୟରୁ ୧,୧୧,୪୮,୪୦୨ଜଣ ନିଜ ଜିଲା ଭିତରେ ବିଭିନ୍ନ ସ୍ଥାନରେ ରହିଥିବାବେଳେ ୩୩,୩୯,୬୧୧ଜଣ ବାହାର ଜିଲାରେ ଅବସ୍ଥାପନ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କନଷ୍ଟେବଳ ନିଯୁକ୍ତି ବୟସ ସୀମା ୪ ବର୍ଷ କୋହଳ, ଆଶାୟୀ ଆଶ୍ୱସ୍ତ

କଟକ ଅଫିସ,୨୪।୧: ରାଜ୍ୟରେ କନଷ୍ଟେବଳ ନିଯୁକ୍ତି ନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ପଦବୀ ଲାଗି ଆବେଦନକାରୀଙ୍କ ଲାଗି ବୟସ ସୀମା ୪ ବର୍ଷ...

ସ୍ବାମୀ ବନ୍ଧୁକ ରଖିଥିବା ପୋଲିସକୁ କହିଦେଲେ ସ୍ତ୍ରୀ, ଆଉ ତା’ ପରେ…

ଭୁବନେଶ୍ୱର,୧୦।୮(ବ୍ୟୁରୋ): ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ନିୟମିତ ଝଗଡ଼ା ହେଉଥିଲା। ଝଗଡ଼ା ସମୟରେ ସ୍ବାମୀ ବନ୍ଧୁକ ଦେଖାଇ ସ୍ତ୍ରୀଙ୍କୁ ଧମକଚମକ ଦେଉଥିଲେ। ଏଥିରେ ଅତିଷ୍ଠ ହୋଇ ସ୍ତ୍ରୀ ଶେଷରେ...

ଆଜି ଢେଙ୍କାନାଳ ବନ୍ଦ

ଢେଙ୍କାନାଳ ଅଫିସ, ୨୨ା୭: ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଛି। ବର୍ଷାରେ ରାସ୍ତା ମରଣଯନ୍ତା ପାଲଟିଥିବାବେଳେ ଦୁର୍ଘଟଣା ଘଟି ଧନଜୀବନ ହାନି...

ଲିନ୍ସଲରୀ ପ୍ରୋଜେକ୍ଟ କାର୍ଯ୍ୟ ତଦାରଖ

ବଅଁରପାଳ,୨୪ା୧(ଡି.ଏନ.ଏ.) ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ନୂତନ ଅଧ୍ୟକ୍ଷ ଶ୍ରୀଧର ପାତ୍ର ଦୁଇ ଦିନିଆ ଅନୁଗୋଳ ଗସ୍ତରେ ଆସି ଗୁରୁବାର ନାଲ୍‌କୋ ସ୍ମେଲଟର ଓ ପାୱାର ପ୍ଲାଣ୍ଟର...

ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୩।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି...

ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ: ବିରୋଧୀଙ୍କ ହଟ୍ଟଗୋଳ, ୩ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ସ୍ବାଭାବିକ ଭାବେ ଆରମ୍ଭ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ଗୃହରେ ହଟ୍ଟଗୋଳ ଲାଗି ରହିବାରୁ...

୩୯ ବର୍ଷ ପରେ ଟିଟିଲାଗଡ଼କୁ ମନ୍ତ୍ରୀ ପଦ

ଟିଟିଲାଗଡ଼,୩୦ା୫ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ବୁଧବାର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ବିଧାନସଭା ବଜେଟ ଅଧିବେଶନ: ୧୧.୩୦ ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନରେ ଆଜି ଦ୍ୱିତୀୟ ଦିନରେ ମଧ୍ୟ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିପାରିନାହିଁ। ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା।...

Advertisement
Archives

Model This Week