ଦେଶାନ୍ତର ହୋଇଛନ୍ତି ୧୨ଲକ୍ଷ ୭୧ହଜାର ଓଡ଼ିଆ

ଭୁବନେଶ୍ୱର,୨୦।୪(ବ୍ୟୁରୋ): କୌଣସି ରାଜ୍ୟର ଜନସଂଖ୍ୟା ସେହି ରାଜ୍ୟର ଲୋକଙ୍କ ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ସହ ସେଠାରେ ବାସ କରୁଥିବା ଅନ୍ୟ ସ୍ଥାନର ଲୋକଙ୍କ ଉପରେ ନିର୍ଭର କରିଥାଏ। ଯେତେବେଳେ ଜଣେ ନିଜର ଜନ୍ମସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ହେଉଥିବା ଜନଗଣନାରେ ସାମିଲ ହୁଅନ୍ତି ସେମାନଙ୍କୁ ଦେଶାନ୍ତର ହିସାବରେ ଗଣନା କରାଯାଏ। ଏହା ବିଶେଷକରି ମହିଳାଙ୍କ ବିବାହ ପରେ ଏବଂ କୌଣସି କାମ ଉଦ୍ଦେଶ୍ୟରେ ବାହାରେ ରହୁଥିବା ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ। ଲୋକମାନଙ୍କ ଏଭଳି ଭିନ୍ନ ସ୍ଥାନରେ ଅବସ୍ଥାନ ସମ୍ପର୍କରେ ତଥ୍ୟ ଜାଣିବା ପାଇଁ ଜନଗଣନା ସମୟରେ ଦେଶାନ୍ତରଙ୍କ ବିଷୟରେ ସବିଶେଷ ସୂଚନା ସଂଗ୍ରହ କରାଯାଇଥାଏ। ୨୦୧୧ ଜନଗଣନା ଅନୁଯାୟୀ ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ୧୨,୭୧,୧୨୧ଜଣ ଦେଶାନ୍ତର ହୋଇଛନ୍ତି। ଏଥିମଧ୍ୟରୁ ଛତିଶଗଡ଼ରେ ସର୍ବାଧିକ ୨,୪୨,୪୦୪ଜଣ ରହୁଥିବାବେଳେ ଆନ୍ଧ୍ରପ୍ରଦେଶରେ ୧,୮୫,୮୭୨, ଗୁଜରାଟରେ ୧,୭୬,୦୭୨, ପଶ୍ଚିମବଙ୍ଗରେ ୧,୪୨,୧୭୯, ଝାଡ଼ଖଣ୍ଡରେ ୧,୨୬,୩୨୦, ମହାରାଷ୍ଟ୍ରରେ ୧,୧୪,୪୧୧ ଜଣ ରହୁଛନ୍ତି। ସେହିପରି କର୍ନାଟକରେ ୬୪,୦୩୨, ଦିଲ୍ଲୀ ରାଜଧାନୀ ଅଞ୍ଚଳରେ ୪୧,୧୬୨, ଉତ୍ତରପ୍ରଦେଶରେ ୩୫,୨୬୯, ମଧ୍ୟପ୍ରଦେଶରେ ୨୪,୦୩୮, ତାମିଲନାଡ଼ୁରେ ୨୨,୮୬୩, ହରିୟାଣାରେ ୧୬,୨୮୦, ରାଜସ୍ଥାନରେ ୧୨,୯୯୧, କେରଳରେ ୧୨,୨୨୩, ପଞ୍ଜାବରେ ୧୧,୭୧୭ଜଣ ରହୁଛନ୍ତି।
ତେବେ ଓଡ଼ିଶାର ସୁନ୍ଦରଗଡ଼ରୁ ସର୍ବାଧିକ ୧,୫୭,୭୫୮ଜଣ ସ୍ଥାନାନ୍ତରିତ ହୋଇଥିବା ବେଳେ ଖୋର୍ଦ୍ଧାରୁ ୬୩,୨୦୦ ଏବଂ ଗଞ୍ଜାମରୁ ୫୭,୩୦୩ଜଣ ଦେଶାନ୍ତର ହୋଇଛନ୍ତି। ତେବେ ଓଡ଼ିଶାର ଲୋକମାନେ ଭାରତର ପ୍ରାୟ ୬୪୦ଟି ଜିଲାରେ ରୁହନ୍ତି। ସୁରଟରେ ଓଡିଶାରୁ ସର୍ବାଧିକ ୧,୫୧,୬୨୨ଜଣ ବାସ କରୁଛନ୍ତି। ଦ୍ୱିତୀୟରେ ରାୟପୁରରେ ୬୯,୦୭୫ ଏବଂ ତୃତୀୟରେ ଶ୍ରୀକାକୁଲମ୍‌ରେ ୫୧,୯୧୨ଜଣ ରହିଛନ୍ତି। ସେହିପରି ଓଡିଶାରୁ ୭୫,୦୦୦ରୁ ଅଧିକ ବ୍ୟକ୍ତି ମୁମ୍ବାଇ, ମୁମ୍ବାଇ ଉପ-ସହର ଏବଂ ଥାଣେରେ ରୁହନ୍ତି। ପୁଣେରେ ୧୭, ୫୨୫ ରୁହନ୍ତି।
ସେହିପରି ୨୦୧୧ ଜନଗଣନା ଅନୁସାରେ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ୮, ୫୫,୬୯୬ ଜଣ ଆସିଛନ୍ତି। ଓଡ଼ିଶାରେ ଝାଡ଼ଖଣ୍ଡରୁ ସର୍ବାଧିକ ୧,୬୭,୩୭୭ଜଣ ଆସି ରହୁଥିବା ବେଳେ ପଶ୍ଚିମବଙ୍ଗରୁ ୧,୬୪,୬୯୯, ଛତିଶଗଡ଼ରୁ ୧,୨୯,୩୭୧, ଆନ୍ଧ୍ରପ୍ରଦେଶରୁ ୧,୨୨, ୪୯୧ ଏବଂ ବିହାରରୁ ୧,୧୯,୨୩୧ଜଣ ରହୁଛନ୍ତି। ଏହାଛଡ଼ା ଉତ୍ତରପ୍ରଦେଶରୁ ୩୩,୦୬୩, ଗୁଜରାଟରୁ ୨୪,୪୨୦, ମହାରାଷ୍ଟ୍ରରୁ ୧୪,୯୦୨, ମଧ୍ୟପ୍ରଦେଶରୁ ୧୨,୭୨୫, ଜମ୍ମୁ-କଶ୍ମୀରରୁ ୮,୨୭୭, ଦିଲ୍ଲୀ ରାଜଧାନୀ ଅଞ୍ଚଳରୁ ୮,୦୦୬ଜଣ ଆସି ଓଡ଼ିଶାରେ ରହୁଛନ୍ତି। ତେବେ ଓଡ଼ିଶାରେ ଭାରତ ବାହାରୁ ୭୩,୬୦୯ଜଣ ଆସି ରହୁଛନ୍ତି। ଅନ୍ୟପଟେ ଓଡ଼ିଶାରୁ ୧,୪୪,୮୮,୦୧୩ଜଣ ନିଜ ଗାଁ ବା ସହର ଛାଡ଼ି ଅନ୍ୟତ୍ର ରହୁଛନ୍ତି। ସେଥିମଧ୍ୟରୁ ୧,୧୧,୪୮,୪୦୨ଜଣ ନିଜ ଜିଲା ଭିତରେ ବିଭିନ୍ନ ସ୍ଥାନରେ ରହିଥିବାବେଳେ ୩୩,୩୯,୬୧୧ଜଣ ବାହାର ଜିଲାରେ ଅବସ୍ଥାପନ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri