Posted inଖେଳ

ଦେଶର ଡୋପ ଟେଷ୍ଟ ଲାବ୍‌ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୨୩।୮(ପି.ଟି.): ବିଶ୍ୱ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ଶୁକ୍ରବାର ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ)କୁ ଭର୍ତ୍ସନା କରି ଦେଶରେ ଥିବା ଏକମାତ୍ର ଓ୍ବାଡା ସ୍ବୀକୃତି ପ୍ରାପ୍ତ ଡୋପ ଟେଷ୍ଟିଂ ଲାବ୍‌କୁ ସସ୍‌ପେଣ୍ଡ କରିଛି। ଅନ୍ତର୍ଜାତୀୟ ଷ୍ଟାଣ୍ଡାର୍ଡ ଲାବରେଟୋରି ସ୍ତରୀୟ ହୋଇ ନ ଥିବାରୁ ଦିଲ୍ଲୀସ୍ଥିତ ଲାବକୁ ୬ ମାସ ପାଇଁ ବାସନ୍ଦ କରାଯାଇଛି। ଜାତୀୟ ଆଣ୍ଟି ଡୋପିଂ ସଂସ୍ଥା (ନାଡା) ଏହାକୁ ବିରୋଧ କରି ୨୧ ଦିନ ମଧ୍ୟରେ ଅପିଲ କରିପାରିବ। ବାସନ୍ଦାଦେଶ ସତ୍ତ୍ୱେ ନାଡା ଖେଳାଳିଙ୍କ ରକ୍ତ ଓ ମୂତ୍ର ନମୁନା ସଂଗ୍ରହ କରିପାରିବ। କିନ୍ତୁ ଏହାକୁ ଦେଶ ବାହାରେ ଥିବା ଓ୍ବାଡା ସ୍ବୀକୃତି ପ୍ରାପ୍ତ ଲାବ୍‌ରେ ଟେଷ୍ଟ କରାଇବାକୁ ପଡ଼ିବ। ଜାତୀୟ ଡୋପ ଟେଷ୍ଟ ଲାବ୍‌ (ଏନ୍‌ଡିଟିଏଲ)କୁ ୨୦୦୮ରେ ଓ୍ବାଡା ସ୍ବୀକୃତି ମିଳିଥିଲା। ଆମକୁ ଏବେ ଟଙ୍କା ବଦଳରେ ଡଲାରରେ ଖର୍ଚ୍ଚ କରିବାକୁ ପଡ଼ିବ। ଚିନ୍ତାର ମୁଖ୍ୟ କଥା ହେଲା ଅତିରିକ୍ତ ଟଙ୍କା କିଏ ବିହନ କରିବ। ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌) ଏ ନେଇ ଟଙ୍କା ଖର୍ଚ୍ଚ କଲା ଭଳି ସ୍ଥିତିରେ ନାହିଁ। ନାଡାର ତ୍ରୁଟି ପାଇଁ ଆମେ କେଉଁ କାରଣରୁ ଟଙ୍କା ଦେବୁ ବୋଲି ପ୍ରଶ୍ନ କରିଛନ୍ତି ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ ମୁଖ୍ୟ ନରିନ୍ଦର ବାତ୍ରା। ବାରମ୍ବାର ଚେତାଇବା ସତ୍ତ୍ୱେ ନାଡା ଏଭଳି ଭୁଲ କରିଛି। ଏହି ସମସ୍ୟା ଗଲା ବର୍ଷେ ହେଲା ଲାଗି ରହିଛି। ପୂର୍ବରୁ ଓ୍ବାଡା ଏନ୍‌ଡିଟିଏଲର ଟେଷ୍ଟିଂ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲା। ଏହାସତ୍ତ୍ୱେ ନାଡା ମ୍ୟାନେଜ କରିବାରେ ଫେଲ ହୋଇଛି ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ନାଡା ଡିରେକ୍ଟର ଜେନେରାଲ ନବୀନ ଅଗ୍ରଓ୍ବାଲ କୌଣସି ମତ ରଖିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri