Posted inଜାତୀୟ

ଦେଶର ଅର୍ଥନୀତି ଆଇସିୟୁରେ: ମନିଶ ତିଓ୍ବାରୀ

ନୂଆଦିଲ୍ଲୀ,୨୩।୮: ଦେଶର ଅର୍ଥ ବ୍ୟବସ୍ଥା ବେଳକୁ ବେଳ ବିଗିଡି ଯାଉଥିବା ବେଳେ ଏବେ ଅଟୋ ମୋବାଇଲ ଶିଳ୍ପଠାରୁ ଆରମ୍ଭ କରି ଅନେକ ଶିଳ୍ପରେ ଛଟେଇ ଅଭିଯାନ ଆରମ୍ଭ ହୋଇଯାଇଛି। ଆଉ ଏହାକୁ ଦେଖି ଶୁକ୍ରବାର ନିତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ଦେଶର ଅର୍ଥନୀତି ଏତେ ଖରାପ ହୋଇଛି ଯେ ଗତ ୭୦ ବର୍ଷ ଭିତରେ ଏମିତି ପରିସ୍ଥିତି ହୋଇ ନ ଥିଲା। ଏବେ ରାଜୀବ କୁମାରଙ୍କ ଏହି ଉକ୍ତି ବିରୋଧୀଙ୍କ ପାଇଁ ବେଶ୍‌ କାମରେ ଲାଗିଛି। କଂଗ୍ରେସ ପ୍ରବକ୍ତା ମନିଶ ତିଓ୍ବାରୀ ଏହାକୁ ନେଇ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରି ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ଦେଶର ଅର୍ଥନୀତି ବିଗିଡିବାର ମୂଳ କାରଣ ବିମୁଦ୍ରୀକରଣ ଓ ଜିଏସ୍‌ଟି ବୋଲି କୁହାଯାଉଥିବା ବେଳେ ଏହାର ଉତ୍ତର ରଖିବାକୁ ମନିଶ ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣଙ୍କୁ ପରୋକ୍ଷରେ କହିଛନ୍ତି। ମନିଶ କହିଛନ୍ତି ଅର୍ଥମନ୍ତ୍ରୀ କେବେ ତାଙ୍କ ବିଭାଗ କଥା ପଦାରେ ପକାଇବାକୁ ଦେବେ ନାହିଁ। କାରଣ ସେ କେବେ ତାଙ୍କ ବିଭାଗ ବିଷୟରେ ଆଲୋଚନା କରି ନାହାଁନ୍ତି। ଆଉ ଯଦି ସେ ଏହା ଉପରେ ଆଲୋଚନା କରିବେ ତେବେ ସେ ପ୍ରଥମେ କହି ରଖନ୍ତୁ ଯେ ଦେଶର ଅର୍ଥ ବ୍ୟବସ୍ଥା ସୁଧୁରିବା ପରିବର୍ତ୍ତେ ବିଗିଡିଲା କେମିତି। ତେବେ ଦେଶର ଅର୍ଥ ବ୍ୟବସ୍ଥା ଏବେ ଆଇସିୟୁରେ ବୋଲି ମନିଶ କହିଛନ୍ତି। କାରଣ ସହରାଞ୍ଚଳରେ ଏବେ ବେରୋଜଗାର ସମସ୍ୟା ବଢିବାରେ ଲାଗିଛି। ସୂଚନାଯୋଗ୍ୟ, ଶୁକ୍ରବାର ନିତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର କହିଥିଲେ, ଦେଶର ଅର୍ଥନୀତି ଏତେ ଖରାପ ହୋଇଛି ଯେ ଗତ ୭୦ ବର୍ଷ ଭିତରେ ଏମିତି ପରିସ୍ଥିତି ହୋଇ ନ ଥିଲା। ନ ବୁଝି ନ ସୁଝି ଋଣ ଦେବା ଏହାର ମୁଖ୍ୟ କାରଣ ବୋଲି ରାଜୀବ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri