Posted inଜାତୀୟ

ଦେଶରେ ୧୫୧, ବିଦେଶରେ ୨୭୬ ଭାରତୀୟଙ୍କୁ କରୋନା

ନୂଆଦିଲ୍ଲୀ, ୧୯।୩ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୁଧବାର ସନ୍ଧ୍ୟା ସୁଦ୍ଧା ୧୫୧କୁ ବୃଦ୍ଧି ପାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏମାନଙ୍କ ସଂସ୍ପଶର୍ର୍ରେ ଆସିଥିବା ୫,୭୦୦ ବ୍ୟକ୍ତିଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ଦିଲ୍ଲୀରେ ଅଦ୍ୟାବଧି ଜଣେ ବିଦେଶୀଙ୍କୁ ମିଶାଇ ୧୦ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଉତ୍ତରପ୍ରଦେଶରେ ୧୬, ମହାରାଷ୍ଟ୍ରରେ ୩ ବିଦେଶୀଙ୍କୁ ମିଶାଇ ୪୧, କେରଳରେ ୨ ବିଦେଶୀଙ୍କୁ ମିଶାଇ ୨୭, କର୍ନାଟକରେ ୧୧, ଲଦାଖରେ ୮, ଜମ୍ମୁ-କଶ୍ମୀରରେ ୩, ତେଲଙ୍ଗାନାରେ ୨ ବିଦେଶୀଙ୍କୁ ମିଶାଇ ୫, ରାଜସ୍ଥାନରେ ୨ ବିଦେଶୀଙ୍କୁ ମିଶାଇ ୪, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ଓଡିଶା, ଉତ୍ତରାଖଣ୍ଡ ଓ ପଞ୍ଜାବରେ ଜଣେ ଲେଖାଏ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ହରିୟାଣାରେ ୧୪ ବିଦେଶୀଙ୍କୁ ମିଶାଇ ୧୬ ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ୧୪ ସଂକ୍ରମିତ ବ୍ୟକ୍ତିଙ୍କୁ ଡିସ୍‌ଚାର୍ଜ କରାଯାଇଛି। ଭାରତରେ ଏପର୍ଯ୍ୟନ୍ତ ୩ ଜଣ କରୋନା ସଂକ୍ରମଣ ଦ୍ୱାରା ପ୍ରାଣ ହରାଇଛନ୍ତି।
ଥର ଲାଗି ଜଣେ ଭାରତୀୟ ଯବାନ(୩୪)ଙ୍କୁ କରୋନା ଭାଇରସ୍‌ ସଂକ୍ରମିତ ହୋଇଛି। ଏହି ଯବାନ ଲେହସ୍ଥିତ ଲଦାଖ ସ୍କାଉଟ୍ସର ବୋଲି ଜଣାପଡ଼ିଛି। ତାଙ୍କ ବାପା ଇରାନରୁ ଫେରିଥିଲେ। ଯବାନଙ୍କୁ କରୋନା ସଂକ୍ରମଣ କରିବା ପରେ ଏବେ ସେନାରେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି। ଲଦାଖ ସ୍କାଉଟ୍ସ ରେଜିମେଣ୍ଟାଲ ସେଣ୍ଟରରୁ ବାହାରକୁ ଯିବାଆସିବା କରିବାରେ ପ୍ରତିବନ୍ଧକ ଲଗାଯାଇଛି।
ବିଶ୍ୱବ୍ୟାପୀ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ବିଦେଶରେ ରହୁଥିବା ୨୭୬ ଭାରତୀୟ ଏଥିରେ ସଂକ୍ରମିତ ଥିବା ସରକାର ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରେ କେବଳ ଇରାନରେ ୨୫୫ ଭାରତୀୟ କରୋନା ସଂକ୍ରମିତ। ଏହାବାଦ୍‌ ୟୁଏଇରେ ୧୨, ଇଟାଲୀରେ ୫, ହଂକଂ, କୁଏଟ୍‌, ର୍ବାଣ୍ଡା ଏବଂ ଶ୍ରୀଲଙ୍କାରେ ଜଣେ ଲେଖାଏ ଭାରତୀୟ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଲୋକ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ୍‌ ପ୍ରକାଶ କରିଛନ୍ତି।
ପ୍ରାୟ ୬ ହଜାର ଭାରତୀୟ ଅଛନ୍ତି। ଲଦାଖ, ଜମ୍ମୁ-କଶ୍ମୀର, ମହାରାଷ୍ଟ୍ରର ୧୧୦୦ ତୀର୍ଥଯାତ୍ରୀ ଅଛନ୍ତି। ଜମ୍ମୁ-କଶ୍ମୀରର ୩୦୦ ଛାତ୍ରୀଛାତ୍ର, କେରଳ, ତାମିଲନାଡ଼ୁ, ଗୁଜରାଟର ୧୦୦୦ ମତ୍ସ୍ୟଜୀବୀ ସେଠାରେ ରହିଥିବା ସେ ଉଲ୍ଲେଖ କରିଛନ୍ତି। ବିଦେଶରେ ରହୁଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଥିବା ସେ ପ୍ରକାଶ କରିଛନ୍ତି। ଭାରତର ୬ ଚିକିତ୍ସାଧିକାରୀ ଦଳ ଇରାନରେ ରହି ପରୀକ୍ଷା ଓ ସହାୟତା କରୁଛନ୍ତି। ସେଠାରୁ ମୋଟ ୧,୭୦୬ ସାମ୍ପଲ ସଂଗ୍ରହ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ଭାରତୀୟଙ୍କୁ ମେଡିକାଲ ଓ ଦୂତାବାସ ସହାୟତା ଯୋଗାଇ ଦିଆଯାଉଛି। ପ୍ରକାଶଥାଉ କି, ଇରାନରେ କରୋନା ଏକ ହଜାର ମୁଣ୍ଡ ନେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri