Posted inଖେଳ

ଦେଓଧର ଟ୍ରଫି: ଫାଇନାଲରେ ଭାରତ ସି’ : ମୟଙ୍କ, ଶୁବମନଙ୍କ ଶତକ

ରାଞ୍ଚି,୨।୧୧(ପି.ଟି.)- ଦୁଇ ଓପନର ଶୁବମନ ଗିଲ୍‌, ମୟଙ୍କ ଅଗ୍ରଓ୍ବାଲଙ୍କ ଦମ୍‌ଦାର ଶତକୀୟ ପାଳି ଓ ଅଫ୍‌ ସ୍ପିନର ଜଲାଜ ସାକସେନାଙ୍କ ୭ ଉଇକେଟ ସଫଳତା ସହାୟତାରେ ଭାରତ ସି ୨୩୨ ରନରେ ଭାରତ ଏ’କୁ ପରାସ୍ତ କରି ୪ ପଏଣ୍ଟ ହାସଲ କରି ଦେଓଧର ଟ୍ରଫି ଫାଇନାଲରେ ପ୍ରବେଶ କରିଛି। ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ ଭାରତ ସି ଓ ଭାରତ ବି ସୋମବାର ପରସ୍ପରକୁ ଭେଟିବେ। ତେବେ ଫାଇନାଲ ମ୍ୟାଚ୍‌ ପୂର୍ବରୁ ଏହି ଦୁଇ ଦଳ ଶନିବାର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ମୁହଁାମୁହିଁ ହେବେ।
ସ୍ଥାନୀୟ ଝାଡଖଣ୍ଡ ଷ୍ଟେଟ୍‌ କ୍ରିକେଟ ଆସୋସିଏଶନ (ଜେଏସ୍‌ସିଏ)ର ଅନ୍ତର୍ଜାତୀୟ ଷ୍ଟାଡିୟମ କମ୍ପ୍ଲେକ୍ସରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ସି ସମ୍ମୁଖରେ ଭାରତ ଏ ସମ୍ପୂର୍ଣ୍ଣରୂପେ ଆତ୍ମସମର୍ପଣ କରିଥିଲା। ଟସ୍‌ ଜିତି ଭାରତ ସି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୩ ଉଇକେଟ ହରାଇ ୩୬୬ ରନ ସଂଗ୍ରହ କରିଥିଲା। ଜବାବରେ ବ୍ୟାଟିଂ ଆରମ୍ଭ କରି ହନୁମା ବିହାରୀଙ୍କ ନେତୃତ୍ୱାଧୀନ ଭାରତ ଏ ସାକସେନାଙ୍କ ବୋଲିଂର ସମ୍ମୁଖୀନ ହୋଇ ନ ପାରି ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୯.୫ ଓଭରରେ ୧୩୪ ରନ କରି ଅଲଆଉଟ ହୋଇ ପରାସ୍ତ ହୋଇଥିଲା। ଏଥିସହିତ କ୍ରମାଗତ ଦୁଇଟି ପରାଜୟ ବରଣ କରି ଭାରତ ଏ ଟୁର୍ନାମେଣ୍ଟରୁ ବାଦ୍‌ ପଡିଛି। ପୂର୍ବରୁ ଭାରତ ଏ ବାକି ଦୁଇ ଦଳଠାରୁ ପରାସ୍ତ ହୋଇଛି।
୩୬୭ ବୃହତ୍‌ ଟାର୍ଗେଟର ପିଛା କରି ଭାରତ ଏ’ ୧୭ ରନରେ ୩ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭାରତ ଏ’ ନିୟମିତ ବ୍ୟବଧାନରେ ଉଇକେଟ ହରାଇବା ସହ କୌଣସି ବଡ଼ ପାର୍ଟନରଶିପ୍‌ କରିବାରେ ବିଫଳ ହୋଇଥିଲା। ଫଳରେ ଦଳର ବ୍ୟାଟିଂ ସାଂଘାତିକ ଭାବେ ବିଫଳ ହୋଇଥିଲା। ଓପନର ଦେବଦୂତ ପଡିକାଲ ସର୍ବାଧିକ ୩୧, ଭାର୍ଗଭ ମେରାଇ ୩୦, ଉଇକେଟକିପର ବ୍ୟାଟ୍ସମ୍ୟାନ ଇଶାନ କିଷନ ୨୫, ଓପନର ବିଷ୍ଣୁ ବିନୋଦ ୧୨, ସିଦ୍ଧାର୍ଥ କାଉଲ ୧୭ ଓ ରବି ବିଷ୍ଣୋଇ ୧୩ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁପାରି ନ ଥିଲେ। ବୋଲିଂରେ ଜଲାଜ ସାକସେନା ସର୍ବାଧିକ ୭ ଉଇକେଟ ଅକ୍ତିଆର କରିଥିବା ବେଳେ ଇଶାନ ପୋରେଲ ୨ ଓ ଧବଲ କୁଲକର୍ନୀ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତ ସି ପକ୍ଷରୁ ଅଧିନାୟକ ଶୁବମନ ୧୪୨ଟି ବଲର ସମ୍ମୁଖୀନ ହୋଇ ୧୦ ଚୌକା ଓ ୬ ଛକା ସହ ୧୪୩ ରନର ଶତକୀୟ ପାଳି ଖେଳିଥିଲେ। ସେହିପରି ମୟଙ୍କ ୧୧୧ଟି ବଲ ଖେଳି ୧୫ ଚୌକା ଓ ୧ ଛକା ସହ ୧୨୦ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ସେହିପରି ପ୍ରିୟମ ଗର୍ଗ ୧୬ ରନ କରି ଆଉଟ ହୋଇଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୭୨ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ୫ ରନ କରି ଅପରାଜିତ ରହିଥିଲେ। ପ୍ରଥମ ଉଇକେଟରେ ଶୁବମନ ଓ ମୟଙ୍କ ୨୨୬ ରନର ପାର୍ଟନରଶିପ୍‌ ସ୍ଥାପନ କରିଥିଲେ। ବିହାରୀ ମୟଙ୍କଙ୍କୁ ଆଉଟ୍‌ କରି ପ୍ରଥମ ବ୍ରେକ୍‌ ଥ୍ରୁ ଦେଇଥିଲେ। ସେହିପରି ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଶୁବମନଙ୍କୁ ଆଉଟ କରିଥିଲେ। ବୋଲିଂରେ ଭାରତ ଏ ତରଫରୁ ବିହାରୀ, ଅଶ୍ୱିନ ଓ ବିଷ୍ଣୋଇ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ ସି- ୫୦ ଓଭରରେ ୩୬୬/୩
(ଶୁବମନ- ୧୪୩, ମୟଙ୍କ- ୧୨୦, ବିହାରୀ- ୧/୪୮, ଅଶ୍ୱିନ- ୧/ ୫୭, ବିଷ୍ଣୋଇ- ୧/୬୩)।
ଭାରତ ଏ- ୨୯.୫ ଓଭରରେ ୧୩୪
(ପଡିକାଲ- ୩୧, ମେରାଇ- ୩୦, ଇଶାନ ୨୫, ସାକସେନା- ୭/୪୧, ପୋରେଲ- ୨/୧୨, କୁଲକର୍ନୀ- ୧/୨୯)।


Enter your email to get our daily news in your inbox.

All Right Reserved By Dharitri.Com

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ଦ୍ୱାଦଶ ଟପ୍ପରଙ୍କୁ ମିଳିଲାନି ଚାକିରି: ରାଗରେ ମା’-ବାପା-ଭାଇଙ୍କ ସହ କଲେ ହୃଦୟବିଦାରକ କାଣ୍ଡ

ଭୋପାଳ,୨୦।୨: ମଧ୍ୟପ୍ରଦେଶର ବେତୁଲ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୩୦ ବର୍ଷୀୟ ଗ୍ରାମର ଦୀପକ ଧୂର୍ଭେ ତାଙ୍କ ମାତାପିତା ଏବଂ ସାନ…

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

କୋରାପୁଟ,୨୦ା୨(ଅମିତାଭ ବେହେରା): କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ାଠାରେ ଶୁକ୍ରବାର ସକାଳେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। କୋରାପୁଟ ଜିଲାର ସୁନାବେଡ଼ାଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍‌ରେ ତାଲା…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

AI Summitରେ ଏମିତି କହିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ସମସ୍ତେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀର ଟ୍ରାଫିକ ସାରା ବିଶ୍ୱରେ ପ୍ରସିଦ୍ଧ। ଦିଲ୍ଲୀର ପ୍ରତ୍ୟେକ ନାଗରିକ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଗତକାଲି ଜଣେ ପ୍ରମୁଖ ନେତା…

ଓଡ଼ିଶାରେ ଚାଲିଛି ସୁଚିନ୍ତିତ ରାଜନୀତି: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ …

ଭୁବନେଶ୍ୱର, ୨୦।୨(ସୁନିତ୍‌ ମିଶ୍ର):ଚାଷୀ ପ୍ରସଙ୍ଗ ନେଇ ୩ ଦିନ ହେଲା ଓଡ଼ିଶା ବିଧାନସଭାର ବିରୋଧୀ ସଦସ୍ୟମାନେ ଗୃହ ଚଲାଇ ଦେଉନାହାନ୍ତି। ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ପରେ…

ସୌନ୍ଦର୍ଯ୍ୟକରଣ ବଦଳରେ ଫୁଡ୍‌କୋର୍ଟ-ଦୋକାନ ଗୃହ ନିର୍ମାଣ, ଐତିହ୍ୟ ହରାଉଛି…

ପୁରୁଷୋତ୍ତମପୁର,୨୦ା୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ୯ ନଂ. ୱାର୍ଡ ରେ ଥିବା କିମ୍ବଦନ୍ତୀପୂର୍ଣ୍ଣ ଐତିହାସିକ ଗୋପାଳବନ୍ଧଟି ଦୀର୍ଘବର୍ଷ ହେଲା ଅବହେଳିତ ଅବସ୍ଥାରେ ପଡିରହି ତାର ଐତିହ୍ୟ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri