Posted inଫୁରସତ

ଦୃଷ୍ଟିହୀନ କରିପାରେ ଫୋନ୍‌ର ନୀଳରଶ୍ମି!

ସ୍ମାର୍ଟଫୋନ୍‌ରେ ଅନବରତ ବ୍ୟସ୍ତ ରହିବା ଦ୍ୱାରା ଆଖି ଉପରେ ଗଭୀର ପ୍ରଭାବ ପଡ଼ିଥାଏ। ଏହାର ଆହୁରି ଅନେକ କୁପରିଣାମ ଥିଲେ ମଧ୍ୟ ଆଖିକୁ ସବୁଠୁ ଅଧିକ ହାନି ପହଞ୍ଚିଥାଏ। ବୈଜ୍ଞାନିକଙ୍କ ମତରେ, ସ୍ମାର୍ଟଫୋନ୍‌ରୁ ବିଚ୍ଛୁରିତ ହେଉଥିବା ନୀଳ ରଶ୍ମି ଯୋଗୁ ଦୃଷ୍ଟିଶକ୍ତି ବି ଚାଲିଯାଇପାରେ। ସଦ୍ୟ ଗବେଷଣାରୁ ଏହା ଜଣାପଡ଼ିଛି। ଆଖିର ରେଟିନାରେ ମହଜୁଦ୍‌ ଗୁରୁତ୍ୱପୂର୍ଣ୍ଣ ମଲିକ୍ୟୁଲ୍‌କୁ ସ୍ମାର୍ଟଫୋନ୍‌ କିମ୍ବା ଡିଜିଟାଲ୍‌ ଉପକରଣରୁ ବାହାରୁଥିବା ରଶ୍ମି ଘାତକ କୋଶିକାରେ ପରିବର୍ତ୍ତନ କରିପାରେ। ୟୁନିଭର୍ସିଟି ଅଫ୍‌ ଟୋଲେଡୋରେ ଏହି ଗବେଷଣା କରାଯାଇଛି। ଏଥିରୁ ଜଣାପଡ଼ିଛି, ସ୍ମାର୍ଟଫୋନ୍‌ କିମ୍ବା ଟାବ୍‌ ଭଳି ଡିଜିଟାଲ୍‌ ଉପକରଣରୁ ନିର୍ଗତ ନୀଳ ରଶ୍ମି ଦୃଷ୍ଟିହୀନ କରିଦେଇପାରେ। ବୈଜ୍ଞାନିକଙ୍କ ମତରେ, ମାକ୍ୟୁଲାର୍‌ ଡିଜେନେରେସନ୍‌ ଏକ ଚକ୍ଷୁ ରୋଗ, ଯେଉଁଥିରେ ଆଖିର ରଶ୍ମି ଚାଲିଗଲେ ଫେରିବା ଅସମ୍ଭବ। ଏହି ରୋଗ ଅତିକମ୍‌ରେ ୫୦ରୁ ୬୦ ବର୍ଷ ବୟସରୁ ଆରମ୍ଭ ହୋଇଥାଏ। ଏଥିରେ ରେଟିନାରେ ଥିବା ଫଟୋରିସେପ୍ଟର ସେଲ୍‌ ନଷ୍ଟ ହୋଇଯାଏ। ଏହି କୋଶିକା ମସ୍ତିଷ୍କକୁ ସଙ୍କେତ ପ୍ରେରଣ କରିଥାଏ। କିନ୍ତୁ ଡିଜିଟାଲ୍‌ ଉପକରଣରୁ ନିର୍ଗତ ନୀଳ ରଶ୍ମି ଏହାକୁ ନିମିଷକେ ନଷ୍ଟ କରିଦିଏ। ବର୍ତ୍ତମାନ ସମୟରେ ଏହି ରୋଗ ବୟସ୍କଙ୍କ ତୁଳନାରେ ଯୁବପିଢ଼ି ଏବଂ ଛୋଟ ପିଲାଙ୍କଠାରେ ଅଧିକ ଦେଖିବାକୁ ମିଳିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri