ଦୂରଦର୍ଶନରେ ରଥଯାତ୍ରାର ସିଧା ପ୍ରସାରଣ

ଭୁବନେଶ୍ୱର, ୨।୭(ବ୍ୟୁରୋ): ଦୂରଦର୍ଶନରେ ଆସନ୍ତା ୪ତାରିଖ ଦିନ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରାର ସିଧା ପ୍ରସାରଣ ହେବ। ଡିଡି ଓଡ଼ିଆରେ ସକାଳ ୮ଟା ୩୦ରୁ ରଥଟଣା ଶେଷ ପର୍ଯ୍ୟନ୍ତ, ଡିଡି ନ୍ୟାଶନାଲରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏବଂ ଡିଡି ଭାରତୀ, ଡିଡି ଇଣ୍ଡିଆ ଓ ଡିଡି ବଙ୍ଗଳାରେ ସକାଳ ସାଢ଼େ ୮ଟାରୁ ରଥଟଣା ଶେଷ ପର୍ଯ୍ୟନ୍ତ ପ୍ରସାରଣ ହେବ। ଓଡ଼ିଆ, ହିନ୍ଦୀ, ଇଂଲିଶ, ସଂସ୍କୃତ ତଥା ବଙ୍ଗଳା ଭାଷାରେ ଧାରା ବିବରଣୀ ସହ ପ୍ରସାରଣ କରାଯିବ। ନ୍ୟାଶନାଲ ଇନ୍‌ଫରମେଟିକ୍ସ ସେଣ୍ଟର ଦ୍ୱାରା ଶ୍ରୀଗୁଣ୍ଡିଚା ଯାତ୍ରାର ଓ୍ବେବ୍‌କାଷ୍ଟ http://rathajatra.nic.in/rathjatra.htmlରେ ପ୍ରସାରିତ ହେବ। ସେହିପରି www.youtube.com/c/ddodisha ମାଧ୍ୟମରେ ରଥଯାତ୍ରାର ଲାଇଭ୍‌ ଷ୍ଟ୍ରିମିଙ୍ଗ କରାଯିବ। ହ୍ବାଟ୍‌ସଆପ୍‌ ମାଧ୍ୟମରେ ଦର୍ଶକଙ୍କ ରଥଯାତ୍ରା ସମ୍ବନ୍ଧୀୟ ଜିଜ୍ଞାସା ତଥା ପ୍ରଶ୍ନର ଉତ୍ତର ବିଶେଷଜ୍ଞଙ୍କ ଦ୍ୱାରା ସିଧା ପ୍ରସାରଣ ସହ ସଂଯୋଗ କରାଯିବ। ଦର୍ଶକଙ୍କ ସକ୍ରିୟ ଅଂଶଗ୍ରହଣ ପାଇଁ ପ୍ରଶ୍ନୋତ୍ତରୀ ବ୍ୟବସ୍ଥା ହେବ। ୨ ତାରିଖ ପୂର୍ବାହ୍ନ ୧୧ଟା ୩୦ରେ ଏବଂ ସନ୍ଧ୍ୟା ୬ଟାରେ ଡିଡି ନ୍ୟାଭନୋଲରେ ହିନ୍ଦୀରେ ରଥଯାତ୍ରା ପ୍ରସ୍ତୁତି ପର୍ବର ପ୍ରସାରଣ ହେବ। ସେହିପରି ଓଡ଼ିଆରେ ୩ ତାରିଖ ସକାଳ ସାଢ଼େ ୮ଟା ଓ ରାତି ୧୦ଟାରେ ପ୍ରସାରଣ ହେବ।
ସେହିପରି ୧୨ତାରିଖ ଦିନ ସକାଳ ୯ଟାରୁ ରଥଟଣା ଶେଷ ପର୍ଯ୍ୟନ୍ତ ବାହୁଡ଼ା ଯାତ୍ରାର ସିଧା ପ୍ରସାରଣ ହେବ। ୧୩ ତାରିଖ ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ସୁନାବେଶ, ୧୪ ତାରିଖ ସନ୍ଧ୍ୟା ୬ଟାରୁ ଅଧରପଣା, ୧୫ ତାରିଖ ଅପରାହ୍ନ ୪ରୁ ନୀଳାଦ୍ରବିଜେର ସିଧା ପ୍ରସାରଣ ହେବ। ଡିଡି ଓଡ଼ିଆରେ ୨ତାରିଖ ଦିନ ସକାଳ ସାଢ଼େ ୮ଟା ଓ ରାତି ସାଢ଼େ ୮ଟାରେ ଗଜପତି ମହାରାଜଙ୍କ ସହିତ ଏକ ଅନ୍ତରଙ୍ଗ ଆଳାପର ପ୍ରସାରଣ ହେବ ବୋଲି ସୋମବାର ଦୂରଦର୍ଶନ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ କୁହାଯାଇଛି। ଏନେଇ ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରୋଗ୍ରାମ ହେଡ୍‌ ନିଳାଦ୍ରୀ ମୋହନ ଶତପଥୀ, ଡେପୁଟି ଡାଇରେକ୍ଟର ଜେନେରୋଲ(ଇଞ୍ଜିନିୟର) ଧ୍ରୁବ ନନ୍ଦ, ଭିଡିଓ ଏକ୍‌ଜିକ୍ୟୁଟିଭ୍‌ ପାର୍ଥସାରଥୀ ମିଶ୍ର, ପ୍ରୋଗ୍ରାମ ଏକ୍‌ଜିକ୍ୟୁଟିଭ୍‌ ଦିପ୍ତୀ ମିଶ୍ର ଓ ପ୍ରବୋଧ କୁମାର ପଟ୍ଟନାୟକ, ସିନିୟର ଆଡ଼ମିନିଷ୍ଟ୍ରେଟିଭ ଅଫିସର ନୃପଳାଲ ଚାନ୍ଦ, ଡାଇରେକ୍ଟର ଇଞ୍ଜିନିୟରିଂ ନିରଞ୍ଜନ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri