Posted inଖେଳ

ଦୁଲୀପ ଟ୍ରଫି: ଇଣ୍ଡିଆ ଗ୍ରୀନ୍‌ର ବୃହତ୍‌ ସ୍କୋର

ବେଙ୍ଗାଲୁରୁ, ୩୧।୮(ପି.ଟି.)- ବେଙ୍ଗାଲୁରୁର ଅଲୁରସ୍ଥିତ କର୍ନାଟକ ଷ୍ଟେଟ୍‌ କ୍ରିକେଟ ଆସୋସିଏଶନ (କେ.ଏସ୍‌.ସି.ଏ.) ଗ୍ରାଉଣ୍ଡରେ ଚାଲିଥିବା ଦୁଲୀପ ଟ୍ରଫି ମ୍ୟାଚ୍‌ରେ ଇଣ୍ଡିଆ ରେଡ୍‌ ବିପକ୍ଷରେ ଇଣ୍ଡିଆ ଗ୍ରୀନ୍‌ ବୃହତ୍‌ ସ୍କୋର ହାସଲ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଗ୍ରୀନ୍‌ ଓପନର ଆକାଶନାଥ ରେଡ୍ଡୀଙ୍କ ୧୪୬ ରନର ଶତକୀୟ ପାଳି ସହାୟତାରେ ୧୩୧.୩ ଓଭରରେ ୪୪୦ ରନ କରି ଅଲଆଉଟ ହୋଇଛି। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ରେଡ୍‌ ଶୁକ୍ରବାର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୪୫ ଓଭରରେ ୨ ଉଇକେଟ ହରାଇ ୧୪୦ ରନ ସଂଗ୍ରହ କରିଛି। ଫଳରେ ୮ ଉଇକେଟ ବାକି ରଖି ରେଡ୍‌ ଏବେ ୩୦୦ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ କରୁନ ନାୟାର ୧୪ ଚୌକା ସହ ୭୭ ରନର ଅର୍ଦ୍ଧଶତକୀୟ ପାଳି ଓ ମହିପାଲ ଲୋମରର ୨୨ ରନ କରି ଅପରାଜିତ ରହିଛନ୍ତି। ଅଧିନାୟକ ତଥା ଓପନର ପ୍ରିୟଙ୍କ ପଞ୍ଚାଲ ୩୧ ରନ କରିଥିବା ବେଳେ ଧର୍ମେନ୍ଦ୍ରସିନ ଜାଡେଜାଙ୍କ ବଲ୍‌ରେ ଧ୍ରୁବ ସୋରେଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏହାପରେ ମାତ୍ର ୧ ରନ କରିଥିବାବେଳେ ଅଙ୍କିତ୍‌ କଲସି ସୋରେଙ୍କୁ କ୍ୟାଚ୍‌ ଦେଇ ଜାଡେଜାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ତେବେ ଅନ୍ୟତମ ଓପନର ଅଭିମନ୍ୟୁ ଈଶ୍ୱରନ ରିଟାୟାର୍ଡ ହର୍ଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଗତ ମ୍ୟାଚ୍‌ରେ ଇଣ୍ଡିଆ ବ୍ଲୁ ବିପକ୍ଷରେ ନାୟାର ଦମ୍‌ଦାର ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ଇନିଂସରେ ୯୯ ଓ ଦ୍ୱିତୀୟ ଇନିଂସରେ ୧୬୬ ରନର ଶତକୀୟ ପାଳି ଖେଳିଥିଲେ। ବୋଲିଂରେ ଜାଡେଜା ଦୁଇଟି ଯାକ ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୦୮/୪ରୁ ଖେଳ ଆରମ୍ଭ କରି ଗ୍ରୀନ ଶୁକ୍ରବାର ଅଲ୍‌ଆଉଟ୍‌ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ପ୍ରିୟମ ଗର୍ଗ ୩୦ ରନରୁ ଖେଳ ଆରମ୍ଭ କରି ୫୩ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ସେହିପରି ୫ ରନରୁ ଖେଳ ଆରମ୍ଭ କରି ଉଇକେଟକିପର ବ୍ୟାଟ୍ସମ୍ୟାନ ଅକ୍ଷୟ ଓ୍ବାଦେକର ୪୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାଡେଜା ୩୭, ରାହୁଲ ଚହର ୧ ରନ କରି ଆଉଟ ହୋଇଥିବା ବେଳେ ଅଙ୍କିତ୍‌ ରାଜପୁତ୍‌ ବିନା ସ୍କୋର ପ୍ୟାଭିଲିୟନ ଫେରିଥିଲେ। ସେହିପରି ଇଶାନ ପୋରେଲ ୯ ରନ କରିଥିବା ବେଳେ ଶେଷ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିଲେ। ତନବୀର ଉଲ ହକ୍‌ ୧୪ ରନରେ ଅପରାଜିତ ରହିଥିଲେ। ବୋଲିଂରେ ଅକ୍ଷୟ ଓ୍ବାଖରେ ସର୍ବାଧିକ ୫, ସନ୍ଦୀପ ଓ୍ବାରିୟର ଓ ଆଭେସ ଖାଁ ଦୁଇଟି ଲେଖାଏ, ଆଦିତ୍ୟ ସରଓ୍ବତେ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଇଣ୍ଡିଆ ଗ୍ରୀନ୍‌ ୧୩୧.୩ ଓଭରରେ ୪୪୦ ଅଲଆଉଟ୍‌
(ଆକାଶନାଥ ରେଡ୍ଡୀ- ୧୪୬, ସିଦ୍ଧେଶ ଲାଡ ୬୪, ଧର୍ମେନ୍ଦ୍ରସିନ ଜାଡେଜା- ୩୭, ପ୍ରିୟମ ଗାର୍ଗ- ୫୩, ଧ୍ରୁବ ସୋରେ- ୪୪, ଅକ୍ଷୟ ଓ୍ବାଖରେ- ୫/୧୦୩, ଆଭେସ ଖାଁ- ୨/୬୩, ସନ୍ଦୀପ ଓ୍ବାରିୟର- ୨/୭୪)।
ଇଣ୍ଡିଆ ରେଡ ୪୫ ଓଭରରେ ୧୪୦/୨
(କରୁନା ନାୟାର- ୭୭*, ମହିପାଲ ଲୋମରର- ୨୨*, ପ୍ରିୟଙ୍କ ପଞ୍ଚାଲ- ୩୧, ଧର୍ମେନ୍ଦ୍ରସିନ ଜାଡେଜା- ୨/୩୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?