ଦୁର୍ଦ୍ଦିନରେ ସୁନ୍ଦରବନର ‘ବାଘ ବିଧବା’

ଗୋସାବା(ପଶ୍ଚିମବଙ୍ଗ): ସୁନ୍ଦରବନର ‘ବାଘ ବିଧବା’ଙ୍କ ଦୁଃଖ କହିଲେ ନ ସରେ। ସ୍ବାମୀଙ୍କୁ ବାଘ ମାରିବା ପରେ ‘ଅମ୍ଫନ୍‌’ ବାତ୍ୟା ସେମାନଙ୍କୁ ସର୍ବସ୍ବାନ୍ତ କରିପକାଇଛି। ମଞ୍ଜୁଲା ସର୍ଦ୍ଦାର (୪୫) ନାମକ ଜଣେ ବିଧବା ମହିଳାଙ୍କ ଦୁଃଖ କହିଲେ ନ ସରେ। ତାଙ୍କ ସ୍ବାମୀଙ୍କୁ ବାଘ ମାରିଦେବା ପରେ ନିଜ ମାଛ ପୋଖରୀକୁ ଭରସା କରି ସେ ଚଳିଆସୁଥିଲେ। ଶେଷରେ ବାତ୍ୟା ଅମ୍ଫନ୍‌ ଦାଉ ସାଧିଲା। ପୋଖରୀରେ ଲୁଣାପାଣି ମାଡ଼ିଯିବାରୁ ମାଛ ଆଉ ନାହାନ୍ତି। ବାତ୍ୟାରେ ପୋଖରୀ ଜଳାଧାର ପାଲଟିଛି। ତେଣୁ ସେ ମୁଣ୍ଡରେ ହାତଦେଇ ବସିଛନ୍ତି। ଦୁଇଦିନ ଅଖିଆ ଅପିଆ ରହିବା ପରେ ଏକ ପାତ୍ରରେ ମୁଠାଏ ଚାଉଳ ଭଜା ଓ ଗୁଡ଼ ଧରି ସେ ଅତୀତକୁ ମନେପକାଇ କାନ୍ଦୁଛନ୍ତି। ଏତିକ ବି ପାଟିକୁ ଯାଉନି। ଦୁଃଖ ବାଣ୍ଟିବାକୁ ବି ସାଙ୍ଗରେ କେହିନାହାନ୍ତି। ପଶ୍ଚିମବଙ୍ଗର ସୁନ୍ଦରବନରେ ଏବେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଜୀବନ ଜିଇଁବା ଏକପ୍ରକାର ମୁସ୍କିଲ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ସଂଘର୍ଷପୂର୍ଣ୍ଣ ଜୀବନ ବିତାଉଛନ୍ତି ‘ବାଘ ବିଧବା’। ପ୍ରକାଶଥାଉ କି, ସ୍ବାମୀଙ୍କୁ ବାଘ ମାରିଖାଇବା ପରେ ବିଧବା ହୋଇପଡ଼ୁଥିବା ମହିଳାମାନଙ୍କୁ ଏଠାରେ ‘ବାଘ ବିଧବା’ବୋଲି କୁହାଯାଇଥାଏ।
ପଶ୍ଚିମବଙ୍ଗରେ ସପ୍ତାହକ ପୂର୍ବରୁ ଆସିଥିବା ବାତ୍ୟା ‘ଅମ୍ଫନ୍‌’ ଅନେକ ପରିବାରକୁ ବେସାହାର କରିପକାଇଛି ସତ। ହେଲେ ସୁନ୍ଦରବନର ସ୍ଥିତି ସବୁଠାରୁ ଭୟଙ୍କର ହୋଇପଡ଼ିଛି। ଏଠାକାର ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ମଞ୍ଜୁଲା ନୁହନ୍ତି, ଅନେକ ସ୍ବାମୀହରା ମଞ୍ଜୁଲାଙ୍କ ଆଖିରୁ ଏ ପର୍ଯ୍ୟନ୍ତ ଲୁହ ଶୁଖିନାହିଁ। ଗୋସାବାରେ ୨୦୧୩ରେ ମଞ୍ଜୁଲାଙ୍କ ସ୍ବାମୀଙ୍କୁ ବାଘ ମାରିଦେଇଥିଲା। ଏନ୍‌ଜିଓ ସହଯୋଗରେ ମାଛ ପୋଖରୀରୁ ଯାହା ମିଳୁଥିଲା, ସେ ଚଳିଯାଉଥିଲେ। ଏବେ କିନ୍ତୁ ସବୁ ଅନ୍ଧାର ଦିଶୁଛି। ଖାଇବାକୁ କିଛିନାହିଁ। କେମିତି ଚଳିବି, କାହାକୁ ହାତ ପାତିବି ବୋଲି ଅଶ୍ରୁଭରା ନୟନରେ ମଞ୍ଜୁଲା କହିଛନ୍ତି। ବାତ୍ୟା ‘ଆଲିଆ’ ମଧ୍ୟ ଏଭଳି ଅନ୍ଧାର ଆଣିଦେଇଥିଲା। ହେଲେ ସେତେବେଳେ ତାଙ୍କ ସ୍ବାମୀ ଥିଲେ। ଦୁହେଁ ମିଶି ପରିସ୍ଥିତିକୁ ସମ୍ଭାଳି ନେଲେ। ଏବେ ପାଖରେ କେହିନାହିଁ। ଏଭଳି ସ୍ଥିତିରେ ଏବେ ରହିଛନ୍ତି ‘ବାଘ ବିଧବା’ ମଞ୍ଜୁଲା। ଗୋସାବା ଅଞ୍ଚଳରେ ଗତ ୧୫ ବର୍ଷ ମଧ୍ୟରେ ଏପରି ଶତାଧିକ ମହିଳାଙ୍କ ସ୍ବାମୀ ବାଘର ଶିକାର ବନିଛନ୍ତି। ଏହି ବିଧବାମାନଙ୍କୁ ସେହି ଅଞ୍ଚଳରେ ‘ବାଘ ବିଧବା’ ବୋଲି କୁହାଯାଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri