ଦୁର୍ଦ୍ଦିନରେ ସୁନ୍ଦରବନର ‘ବାଘ ବିଧବା’

ଗୋସାବା(ପଶ୍ଚିମବଙ୍ଗ): ସୁନ୍ଦରବନର ‘ବାଘ ବିଧବା’ଙ୍କ ଦୁଃଖ କହିଲେ ନ ସରେ। ସ୍ବାମୀଙ୍କୁ ବାଘ ମାରିବା ପରେ ‘ଅମ୍ଫନ୍‌’ ବାତ୍ୟା ସେମାନଙ୍କୁ ସର୍ବସ୍ବାନ୍ତ କରିପକାଇଛି। ମଞ୍ଜୁଲା ସର୍ଦ୍ଦାର (୪୫) ନାମକ ଜଣେ ବିଧବା ମହିଳାଙ୍କ ଦୁଃଖ କହିଲେ ନ ସରେ। ତାଙ୍କ ସ୍ବାମୀଙ୍କୁ ବାଘ ମାରିଦେବା ପରେ ନିଜ ମାଛ ପୋଖରୀକୁ ଭରସା କରି ସେ ଚଳିଆସୁଥିଲେ। ଶେଷରେ ବାତ୍ୟା ଅମ୍ଫନ୍‌ ଦାଉ ସାଧିଲା। ପୋଖରୀରେ ଲୁଣାପାଣି ମାଡ଼ିଯିବାରୁ ମାଛ ଆଉ ନାହାନ୍ତି। ବାତ୍ୟାରେ ପୋଖରୀ ଜଳାଧାର ପାଲଟିଛି। ତେଣୁ ସେ ମୁଣ୍ଡରେ ହାତଦେଇ ବସିଛନ୍ତି। ଦୁଇଦିନ ଅଖିଆ ଅପିଆ ରହିବା ପରେ ଏକ ପାତ୍ରରେ ମୁଠାଏ ଚାଉଳ ଭଜା ଓ ଗୁଡ଼ ଧରି ସେ ଅତୀତକୁ ମନେପକାଇ କାନ୍ଦୁଛନ୍ତି। ଏତିକ ବି ପାଟିକୁ ଯାଉନି। ଦୁଃଖ ବାଣ୍ଟିବାକୁ ବି ସାଙ୍ଗରେ କେହିନାହାନ୍ତି। ପଶ୍ଚିମବଙ୍ଗର ସୁନ୍ଦରବନରେ ଏବେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଜୀବନ ଜିଇଁବା ଏକପ୍ରକାର ମୁସ୍କିଲ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ସଂଘର୍ଷପୂର୍ଣ୍ଣ ଜୀବନ ବିତାଉଛନ୍ତି ‘ବାଘ ବିଧବା’। ପ୍ରକାଶଥାଉ କି, ସ୍ବାମୀଙ୍କୁ ବାଘ ମାରିଖାଇବା ପରେ ବିଧବା ହୋଇପଡ଼ୁଥିବା ମହିଳାମାନଙ୍କୁ ଏଠାରେ ‘ବାଘ ବିଧବା’ବୋଲି କୁହାଯାଇଥାଏ।
ପଶ୍ଚିମବଙ୍ଗରେ ସପ୍ତାହକ ପୂର୍ବରୁ ଆସିଥିବା ବାତ୍ୟା ‘ଅମ୍ଫନ୍‌’ ଅନେକ ପରିବାରକୁ ବେସାହାର କରିପକାଇଛି ସତ। ହେଲେ ସୁନ୍ଦରବନର ସ୍ଥିତି ସବୁଠାରୁ ଭୟଙ୍କର ହୋଇପଡ଼ିଛି। ଏଠାକାର ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ମଞ୍ଜୁଲା ନୁହନ୍ତି, ଅନେକ ସ୍ବାମୀହରା ମଞ୍ଜୁଲାଙ୍କ ଆଖିରୁ ଏ ପର୍ଯ୍ୟନ୍ତ ଲୁହ ଶୁଖିନାହିଁ। ଗୋସାବାରେ ୨୦୧୩ରେ ମଞ୍ଜୁଲାଙ୍କ ସ୍ବାମୀଙ୍କୁ ବାଘ ମାରିଦେଇଥିଲା। ଏନ୍‌ଜିଓ ସହଯୋଗରେ ମାଛ ପୋଖରୀରୁ ଯାହା ମିଳୁଥିଲା, ସେ ଚଳିଯାଉଥିଲେ। ଏବେ କିନ୍ତୁ ସବୁ ଅନ୍ଧାର ଦିଶୁଛି। ଖାଇବାକୁ କିଛିନାହିଁ। କେମିତି ଚଳିବି, କାହାକୁ ହାତ ପାତିବି ବୋଲି ଅଶ୍ରୁଭରା ନୟନରେ ମଞ୍ଜୁଲା କହିଛନ୍ତି। ବାତ୍ୟା ‘ଆଲିଆ’ ମଧ୍ୟ ଏଭଳି ଅନ୍ଧାର ଆଣିଦେଇଥିଲା। ହେଲେ ସେତେବେଳେ ତାଙ୍କ ସ୍ବାମୀ ଥିଲେ। ଦୁହେଁ ମିଶି ପରିସ୍ଥିତିକୁ ସମ୍ଭାଳି ନେଲେ। ଏବେ ପାଖରେ କେହିନାହିଁ। ଏଭଳି ସ୍ଥିତିରେ ଏବେ ରହିଛନ୍ତି ‘ବାଘ ବିଧବା’ ମଞ୍ଜୁଲା। ଗୋସାବା ଅଞ୍ଚଳରେ ଗତ ୧୫ ବର୍ଷ ମଧ୍ୟରେ ଏପରି ଶତାଧିକ ମହିଳାଙ୍କ ସ୍ବାମୀ ବାଘର ଶିକାର ବନିଛନ୍ତି। ଏହି ବିଧବାମାନଙ୍କୁ ସେହି ଅଞ୍ଚଳରେ ‘ବାଘ ବିଧବା’ ବୋଲି କୁହାଯାଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତାଙ୍କ ଦେହାନ୍ତ

ନୂଆଦିଲ୍ଲୀ,୧୨।୧୨: କଂଗ୍ରେସର ବରିଷ୍ଠ ନେତା ତଥା ଦେଶର ପୂର୍ବ ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କର ଦେହାନ୍ତ ହୋଇଛି । 91 ବର୍ଷ ବୟସରେ ସେ ଶେଷ ନିଶ୍ବାସ...

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଶୋଚନୀୟ ପରାଜୟ, ଏଥିପାଇଁ ଦୋଷୀ କିଏ? ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୧୨।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟି-୨୦ ଜିତି ନେତୃତ୍ୱ ନେଇଥିବା ଟିମ ଇଣ୍ଡିଆ ଦ୍ୱିତୀୟ ମ୍ୟାଚରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା। ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରରେ...

ଖଡ଼ିଆଳରେ ବୃଦ୍ଧି ପାଉଛି ଚୋରି: କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ଖଡ଼ିଆଳ,୧୨।୧୨(ସୁଜିତ କୁମାର ପ୍ରଧାନ ): ନୂଆପଡା ଜିଲା ଖଡ଼ିଆଳ ସହରରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଉଛି । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି...

AIIMS ଭୁବନେଶ୍ୱରର ସଫଳତା: ୨୦ ବର୍ଷ ପରେ ସିଧା ହେଲେ ଯୁବକ

ଭୁବନେଶ୍ୱର,୧୨।୧୨: ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗରେ ପ୍ରାୟ ଦୁଇ ଦଶନ୍ଧି ଧରି ପୀଡ଼ିତ ଥିବା କେନ୍ଦ୍ରାପଡ଼ାର ଜଣେ ୩୭ ବର୍ଷୀୟ ଯୁବକଙ୍କ ଜୀବନରେ AIIMS ଭୁବନେଶ୍ୱର ଅର୍ଥୋପେଡିକ୍...

ପ୍ରେମ ପଡିଲା ମହଙ୍ଗା, ବିବାହ ପାଇଁ ଘରକୁ ଡାକି ଜୀବନରୁ ମାରିଦେଲେ ପ୍ରେମିକାର ପରିବାର ଲୋକେ

ନୂଆଦିଲ୍ଲୀ,୧୧।୧୨: ତେଲେଙ୍ଗାନାର ସିଙ୍ଗାରେଡି ଜିଲ୍ଲାରୁ ଏକ ହୃହୟବିଦାରକ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଏକ ଇଞ୍ଜିନିୟର ଛାତ୍ରକୁ ଘରକୁ ଡାକି ପ୍ରେମିକାର ବାପା ମା...

ମା’ବାପା ଦୋକାନକୁ ଯାଇଥିବାବେଳେ ଘରେ ପଶି ନାବାଳିକାଙ୍କୁ ବଳାତ୍କାର କଲେ ୪୦ ବର୍ଷୀୟ ବିବାହିତ ବ୍ୟକ୍ତି

ଭୁବନେଶ୍ୱର,୧୧।୧୨(ତ୍ରିନାଥ ମହାନ୍ତି): ରାଜଧାନୀରେ ଲଜ୍ଜ୍ୟା। ଜଣେ ୧୧ବର୍ଷୀୟା ନାବାଳିକାଙ୍କୁ ଜଣେ ୪୦ ବର୍ଷୀୟ ବିବାହିତ ବ୍ୟକ୍ତି ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ପରିବାର...

ଥାନା ଘେରିଲେ ଗ୍ରାମବାସୀ, ଜବରଦଖଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଅମରପାଲି,୧୨।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମେଣ୍ଡମାଳ ଗ୍ରାମବାସୀ ଥାନା ଘେରିଛନ୍ତି। ଗ୍ରାମର କେତେଜଣ ବ୍ୟକ୍ତିଙ୍କ ନାମରେ ପଡୋଶୀ ଗ୍ରାମର ଜଣେ ବ୍ୟକ୍ତି...

ଥାନାରେ କୀଟନାଶକ ଔଷଧ ଖାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ବାମୀଙ୍କ ଅନ୍ୟତ୍ର ବିବାହ ପ୍ରସ୍ତୁତି ଖବର ପାଇ..

ଦେବଗଡ, ୧୨।୧୨ (ଶଶାଙ୍କ ଶେଖର ଝାଙ୍କର): ଅଭିଯୋଗ କରିବାକୁ ଆସିଥିବା ମହିଳା ଦେବଗଡ ଥାନା ଭିତରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri