ଦୁର୍ଗାପୂଜା ପାଇଁ ୫ଦିନ ଟ୍ରାଫିକ କଟକଣା : ଅପରାହ୍ନ ୪ରୁ ରାତି ୨ଟା ସହରକୁ ଭାରିଯାନ ମନା

ଭୁବନେଶ୍ୱର,୪ା୧୦(ବ୍ୟୁରୋ) : ଦୁର୍ଗାପୂଜା ପାଇଁ ସହରର ରାସ୍ତା ଓ ମଣ୍ଡପ ନିକଟରେ ପ୍ରବଳ ଗହଳି ହେବ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା କରାଯାଇଛି। ଅପରାହ୍ନ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ସହର ଭିତରକୁ ଭାରିଯାନ ପଶିପାରିବ ନାହିଁ। ଶୁକ୍ରବାରଠାରୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ନିୟମ ଉଲ୍ଲଂଘନ କଲେ ଗାଡ଼ି ଜବତ କରିବା ସହ ଜରିମାନା କରାଯିବ ବୋଲି କମିଶରେଟ ପୋଲିସ ପକ୍ଷରୁ କୁହାଯାଇଛି। ମାତ୍ରାଧିକ ଯାନବାହନ ଓ ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ପଟୁ ଆସୁଥିବା ଭାରିଯାନଗୁଡିକୁ ପିତାପଲ୍ଲୀଠାରୁ ଚନ୍ଦକା, ବାରଙ୍ଗ ଦେଇ ବାଲିକୁଦାଠାରେ ଜାତୀୟ ରାଜପଥ ଦେଇ ଚଳପ୍ରଚଳ କରିବ। ସିଆର୍‌ପି ଛକଠାରୁ ବିଦ୍ୟୁତ୍‌ ମାର୍ଗ ଯିବା ପାଇଁ ଯାନବାହାନଗୁଡିକ ଏକାମ୍ର ଭିଲ୍ଲା ଦେଇ ଯାଇପାରିବେ। ରାବଣ ପୋଡ଼ି ଦିନ କଟକ ପଟୁ ଏନ୍‌ଏଚ୍‌-୧୬ ଦେଇ ଆସୁଥିବା ଗାଡ଼ିମୋଟର ଜୟଦେବ ବିହାର ଛକଠାରୁ ସିଆର୍‌ପି ଛକକୁ ଯିବା ନିମନ୍ତେ ଏନ୍‌ଏଚରେ ନ ଯାଇ ବେହେରା ସାହି, ଶାସ୍ତ୍ରୀନଗର, ପାଓ୍ବାର ହାଉସ୍‌ ଏବଂ ୟୁନିଟ-୮ ଡିଏଭି୍‌ ସ୍କୁଲ ଦେଇ ଯାଇପାରିବେ। ଏହି ଦିନଗୁଡିକରେ ଯାତ୍ରୀଙ୍କ ସୁବିଧାକୁ ଦେଖି ପୁରୀରୁ ଭୁବନେଶ୍ୱର ଆସୁଥିବା ବସ୍‌ଗୁଡିକ ଲିଙ୍ଗିପୁର ଛକରୁ ସାମନ୍ତରାପୁର, କଳ୍ପନା, ରାଜମହଲ, ଶିଶୁଭବନ, ଗଙ୍ଗନଗର, ଫାୟାରଷ୍ଟେଶନ ଦେଇ ବରମୁଣ୍ଡା ଯିବେ। ସେହିପରି ବରମୁଣ୍ଡାରୁ ପୁରୀ ଯାଉଥିବା ବସ୍‌ଗୁଡ଼ିକ ସମାନ ରାସ୍ତା ଦେଇ ଶିଶୁଭବନ ଛକ, ମାଉସିମା, ମ୍ୟୁଜିୟମ ଛକ ଓ ଲିଙ୍ଗିପୁର ଦେଇ ପୁରୀ ଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋଇଲା ଅତିରିକ୍ତ ଟିକସ ୫୬୦ କୋଟି ଟଙ୍କା ଦାବିକଲା ଓଡ଼ିଶା

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ରାଜ୍ୟ ସରକାର କୋଇଲା ଉପରୁ କେନ୍ଦ୍ର ସରକାର ଆଦାୟ କରିଥିବା ଅତିରିକ୍ତ ଟିକସ(ଲେଭି) ବାବଦ ୫୬୦ କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି।...

ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ: ବିଜେଡିକୁ କଂଗ୍ରେସର ସମାଲୋଚନା

ଭୁବନେଶ୍ୱର୧୫।୯(ବ୍ୟୁରୋ): ରାଜ୍ୟ ସଭା ଉପାଧ୍ୟକ୍ଷ ପ୍ରାର୍ଥୀ ପାଇଁ ଏନ୍‌ଡିଏକୁ ବିଜେଡି ସମର୍ଥନ ଘୋଷଣା ପରେ ସେମାନଙ୍କ ଅସଲ ରୂପ ଧରାପଡ଼ିଯାଇଛି। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ସୋମବାର...

ବିଜେଡି-ଭାଜପା ଟଣାଓଟରା

ଭୁବନେଶ୍ୱର,୨୪।୨(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ଦେଶର କେତେକ ରାଜ୍ୟରେ ପେଟ୍ରୋଲ ୧୦୦ ଟଙ୍କା ଛୁଇଁଲାଣି। ଓଡ଼ିଶାର କେତେକ ସ୍ଥାନରେ...

ହ୍ବାଇଟ୍‌ ସ୍ପାଇଡର: ୮ ମାସରେ ଭୁବନେଶ୍ୱରରୁ ୧୦୯ ଗିରଫ

ଭୁବନେଶ୍ୱର,୧୩।୯ (ବ୍ୟୁରୋ):ରାଜଧାନୀରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ କମିଶନରେଟ ପୋଲିସ ୨୦୨୧ ଅଗଷ୍ଟ ୧୫ରେ ‘ହ୍ବାଇଟ୍‌ ସ୍ପାଇଡର’ ନାମରେ ଏକ ଅଭିଯାନ ଆରମ୍ଭ କରିଥିଲା।...

ଜୁନ୍‌ ସୁଦ୍ଧା କଟକ-ସମ୍ବଲପୁର ଜାତୀୟ ରାଜପଥର ୯୦% କାର୍ଯ୍ୟ ସରିବ

ଭୁବନେଶ୍ବର,୧୩ା୧(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁବାର ସମ୍ବଲପୁର ଜିଲା ଗସ୍ତକରି କଟକ-ସମ୍ବଲପୁର ଜାତୀୟ ରାଜପଥରେ ୪ ଲେନ୍‌ ବିଶିଷ୍ଟ କାର୍ଯ୍ୟର ଅଗ୍ରଗତି...

ସିବିଆଇ, ଇଡି ଓଡ଼ିଶା ଆସିବା ଆବଶ୍ୟକ: ଜୟନାରାୟଣ

ଭୁବନେଶ୍ବର,୨୧ା୯(ବ୍ୟୁରୋ): ସିବିଆଇ ଓ ଇଡି ଓଡ଼ିଶା ଆସିବାର ଆବଶ୍ୟକତା ନିଶ୍ଚିତ ରହିଛି। କାରଣ ଓଡ଼ିଶାରେ ଦୁର୍ନୀତି ଚରମସୀମାରେ ପହଞ୍ଚିଯାଇଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା...

ଆସୁଛି ଆଉ ୨ଟି ଲଘୁଚାପ

ଭୁବନେଶ୍ୱର,୨।୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସ଼ମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପାଣିପାଗ ବିଜ୍ଞାନୀ...

ରାଜ୍ୟରେ କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ୮୭ ସ୍ଥାନ ଚିହ୍ନଟ: ଉତ୍ପାଦନ ହେବ ୩୪୦ ମେଗାଓ୍ବାଟ୍‌

ଭୁବନେଶ୍ୱର, ୧୯।୭(ବ୍ୟୁରୋ): ରାଜ୍ୟରେ ୧ରୁ ୨୫ ମେଗାଓ୍ବାଟ୍‌ କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ୮୭ଟି ସ୍ଥାନ ଚିହ୍ନଟ କରାଯାଇଛି। ଏହିସବୁ ପ୍ରକଳ୍ପ କେନ୍ଦ୍ରାପଡ଼ା, ରାୟଗଡ଼ା,...

Advertisement
Archives

Model This Week