Posted inରାଜ୍ୟ

ଦୁଗ୍ଧ ଲିଟର ପିଛା ୩୦ଟଙ୍କା ଦାବି କଲା ଦୁଗ୍ଧ ଚାଷୀ ମହାସଂଘ

ଭୁବନେଶ୍ୱର,୨୬।୫(ବ୍ୟୁରୋ)- ଚାଷୀଙ୍କୁ ଦୁଗ୍ଧ ଲିଟର ପିଛା ୩୦ଟଙ୍କା ଦେବାକୁ ଦାବି କରିଛି ଦୁଗ୍ଧ ଚାଷୀ ମହାସଂଘ। ଗତ ୪ ଦିନ ତଳେ ଅମୁଲ୍‌ କମ୍ପାନୀ ଲିଟର ପିଛା ୨ଟଙ୍କା ବୃଦ୍ଧି କରିଥିବା ବେଳେ ଶନିବାରଠାରୁ ମଦର୍ସ ଡାଏରୀ ଦୁଗ୍ଧ ଲିଟର ପିଛା ୨ଟଙ୍କା ବୃଦ୍ଧି କରିଛି। ହେଲେ ଚାଷୀଙ୍କର ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ ୨୦୧୪ରୁ ଆଜି ପର୍ଯ୍ୟନ୍ତ ଓମ୍‌ଫେଡ ଓ ରାଜ୍ୟ ସରକାର ଦୁଗ୍ଧ ମୂଲ୍ୟରେ ଦରବୃଦ୍ଧି କରିନାହାନ୍ତି। ଏଭଳି ଅଭିଯୋଗ ଆଣିଛି ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘ।
୨୦୧୪ରେ ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତ୍ତା ୮୦ ପ୍ରତିଶତ ଥିବାବେଳେ ଦୁଗ୍ଧ ଲିଟର ପିଛା ଚାଷୀମାନେ ୨୬ଟଙ୍କା ୧୦ପଇସା ପାଉଥିଲେ। ଇତିମଧ୍ୟରେ ୫ବର୍ଷ ବିତିଯାଇଛି। ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତ୍ତାରେ ଅହେତୁକ ବୃଦ୍ଧିପାଇଛି। ହେଲେ ଓମ୍‌ଫେଡ ଚାଷୀଙ୍କୁ ସେହି ଏକା ଦର ପ୍ରଦାନ କରୁଛି। ଯେତେବେଳେ କି ଅମୁଲ୍‌ ଏବଂ ମଦର୍ସ ଡାଏରୀ ଭଳି ଦୁଗ୍ଧ କମ୍ପାନୀ କ୍ଷୀର ଦର ବୃଦ୍ଧି କରି ଚାଲିଛନ୍ତି। ମାତ୍ର ଓମ୍‌ଫେଡ ଏବଂ ରାଜ୍ୟ ସରକାର ରାଜ୍ୟର ୩୧୬୫ ଦୁଗ୍ଧ ସମବାୟ ସମିତିର କ୍ଷୀର ଦେଉଥିବା ୨ଲକ୍ଷ ୭୮ହଜାର ଦୁଗ୍ଧ ଚାଷୀଙ୍କ ସ୍ବାର୍ଥକୁ ଅଣଦେଖା କରୁଛନ୍ତି। ଦୁଗ୍ଧ ଲିଟର ପିଛା ଚାଷୀଙ୍କୁ ସର୍ବନିମ୍ନ ୩୦ଟଙ୍କା ପ୍ରଦାନ କରିବାକୁ ଦାବି କରିଛି ମହାସଂଘ। ଏହାବ୍ୟତୀତ ଫନୀ ବାତ୍ୟାରେ ହଜାର ହଜାର ଦୁଗ୍ଧ ଚାଷୀ କ୍ଷତିଗ୍ରସ୍ତ ହେବା ସହିତ ସେମାନଙ୍କ ଗୁହାଳ ଭାଙ୍ଗିଯାଇଛି ଓ ଗୋ-ମହିଷାଦିଙ୍କର ମୃତ୍ୟୁ ଘଟିଛି। ଏପରି କି, କଟକ ଏବଂ ଭୁବନେଶ୍ୱରରେ ଦୁଗ୍ଧ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ୬ ହଜାର ପରିବାର ବାତ୍ୟାରେ ସର୍ବସ୍ବାନ୍ତ ହୋଇଯାଇଛନ୍ତି। ମାତ୍ର ସରକାରଙ୍କ ତରଫରୁ କୌଣସି ସର୍ବେକ୍ଷଣ କରାଯାଇ କ୍ଷତିପୂରଣ ଦିଆଯାଇନାହିଁ। କେବଳ ଏତିକି ନୁହେଁ, ବାତ୍ୟା ପରେ ଗ୍ରାମାଞ୍ଚଳରେ ଘାସ, କୁଟା, ନଡ଼ା ଆଦି ଗୋଖାଦ୍ୟର ଘୋର ଅଭାବ ଦେଖାଦେଇଛି ଏବଂ ଚୁନି, ଚୋକଡ଼ ଭଳି ଗୋଖାଦ୍ୟର ଅହେତୁକ ଦର ବୃଦ୍ଧି ଘଟୁଛି। ଏଭଳିସ୍ଥଳେ ଦୁଗ୍ଧ ଉପତ୍ାଦନ କରି ଆତ୍ମନିର୍ଭରଶୀଳ ହୋଇଥିବା ୧୧ଲକ୍ଷ ଦୁଗ୍ଧ ଚାଷୀ ପରିବାରଙ୍କର ଜୀବନ ଜୀବିକା ଆଜି ବିପଦ ମୁହଁକୁ ଚାଲିଯାଇଛି ବୋଲି ମହାସଂଘ ଅଧ୍ୟକ୍ଷ ରବି ବେହେରା, ଉପାଧ୍ୟକ୍ଷ ଦୁଃଶାସନ ମହାପାତ୍ର, ସମ୍ପାଦକ ନାରାୟଣ ଡାଳୁଆ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri