ଦୁଇ ରାଜ୍ୟ ମଧ୍ୟରେ ସମ୍ପର୍କ ଯୋଡ଼ୁଛି ଦେଉଳା ହାଟ

ଭୋଗରାଇ,୧୪।୩(ପ୍ରଦୀପ ଦାସ)- ପଶ୍ଚିମବଙ୍ଗ ସୀମାକୁ ଲାଗି ଥିବା ବାଲେଶ୍ୱର ଜିଲାର ଉପାନ୍ତ ଭୋଗରାଇ ବ୍ଲକ ଅଧୀନ ଦେଉଳା ହାଟ ଦୁଇ ରାଜ୍ୟ ମଧ୍ୟରେ ସମ୍ପର୍କ ଯୋଡ଼ିଆସିଛି। ଦୁଇଶହ ବର୍ଷର ଏହି ପୁରୁଣା ହାଟ ଉପରେ ଉପାନ୍ତ ଅଞ୍ଚଳବାସୀ ଘରକରଣା ଓ କୃଷି ସାମଗ୍ରୀଠାରୁ ଆରମ୍ଭ କରି ବିବାହ, ବ୍ରତ, ମେଳା ଓ ଅନ୍ୟ ସାମାଜିକ କାର୍ଯ୍ୟ ପାଇଁ ସାମଗ୍ରୀ କିଣାବିକା ସକାଶେ ନିର୍ଭର କରିଆସୁଛନ୍ତି। କଂସାବାସନ, ସପମଶିଣା ସମେତ ଆଳୁଦମ୍‌ ପାଇଁ ହାଟର ପ୍ରସିଦ୍ଧି ରହିଛି। ସପ୍ତାହକୁ ଦୁଇଦିନ ଗୁରୁବାର ଓ ରବିବାର ବସୁଥିବା ଏହି ହାଟ ଉପାନ୍ତବାସୀଙ୍କ ପାଇଁ ଭାବବିନିମୟର କ୍ଷେତ୍ର ପାଲଟିବା ସହ ସାଂସ୍କୃତିକ ଓ ସାମାଜିକ ବନ୍ଧନକୁ ଦୃଢ଼ କରିଆସିଛି।
ଭୋଗରାଇ ବ୍ଲକଠାରୁ ପ୍ରାୟ ୨ କି.ମି. ଦୂରରେ ବସୁଛି ଦେଉଳା ହାଟ। ୫ ଏକର ପରିଧି ଆୟତ୍ତନରେ ବସୁଥିବା ଏହି ହାଟକୁ ବିଭିନ୍ନ ଅଞ୍ଚଳରୁ ବେପାରୀ ଆସି ସେମାନଙ୍କ ପସରା ମେଲିଥାନ୍ତି। ସ୍ଥାନୀୟ ଦେଉଳା ଗାଁର ନାମ ଅନୁଯାୟୀ ହାଟର ନାମକରଣ ହୋଇଛି। ବ୍ରିଟିଶ୍‌ ଅମଳରେ ବାଲେଶ୍ୱର ଦେଇ ଖୋଳାଯାଇଥିବା କୋଷ୍ଟ କେନାଲରେ ନୌବାଣିଜ୍ୟ କାରବାର ବୃଦ୍ଧି ଉଦ୍ଦେଶ୍ୟରେ ଏହି ହାଟର ପ୍ରତିଷ୍ଠା ହୋଇଥିବା କୁହାଯାଏ। ଓଡ଼ିଶା ସୀମାରେ ଥିବା ଏହି ହାଟ ପୂର୍ବରୁ ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଏଗ୍ରା ନିକଟସ୍ଥ ପଞ୍ଚେଟ ଗଡ଼ ଜମିଦାରଙ୍କ ଦଖଲରେ ରହିଥିଲା। ରାଜସ୍ବ ଆଦାୟ ବୃଦ୍ଧି ନିମନ୍ତେ ଏଠାରେ ଏକ କଚେରି ନିର୍ମାଣ କରାଯାଇଥିଲା। ପରେ ହାଟ ମଧ୍ୟରେ ଅନନ୍ତ ପୁରୁଷୋତ୍ତମ ନାମରେ ଏକ ଶୈବପୀଠ ପ୍ରତିଷ୍ଠା କରାଯାଇଥିଲା। ସ୍ଥାନୀୟ ପଞ୍ଚାୟତ ୨୫ ହଜାର ଟଙ୍କାରେ ହାଟ ନିଲାମ ଦେଇ ଚଡ଼କମେଳା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା, କାଳୀପୂଜା କରିବା ସହ ହାଟର ବିକାଶ ନିମନ୍ତେ ଏହି ଅର୍ଥ ଖର୍ଚ୍ଚ କରିଆସୁଥିଲା। ୧୯୮୫-୮୬ରୁ ଏହା ଆର୍‌ଏମ୍‌ସି ଅଧୀନକୁ ଆସିଛି। ପୁରୁଣା କଚେରି ଜାଗା ସହ ଏକ ବୃହତ୍‌ ପୋଖରୀକୁ ପୋତାଯାଇ ଦୋକାନୀଙ୍କ ଲାଗି ଉପଯୋଗୀ କରାଯାଇଛି। ସମ୍ପ୍ରତି ହାଟରୁ ମାସକୁ ୩୦ ହଜାର ଟଙ୍କା ରାଜସ୍ବ ଆଦାୟ କରାଯାଉଛି ବୋଲି ବଜାର ନିୟନ୍ତ୍ରକ କମିଟି ପକ୍ଷରୁ କୁହାଯାଇଛି।
ପାନ-ଗୁଆ-ମାଛ ଲାଗି ପରିଚିତ ଭୋଗରାଇ ଅଞ୍ଚଳର ଅର୍ଥନୀତିକୁ ଉକ୍ତ ହାଟ ସୁଦୃଢ଼ କରିଆସିଛି। ଉତ୍ତର ବାଲେଶ୍ୱରର ବାଲିଆପାଳ, ବସ୍ତା ଓ ଜଳେଶ୍ୱର ଅଞ୍ଚଳରୁ ଲୋକେ ବିବାହ, ବ୍ରତ ଓ ଖାଉଟି ସାମଗ୍ରୀ ଆଦି କିଣିବା ନିମନ୍ତେ ଏଠାକୁ ଆସିଥାନ୍ତି। ସେହିପରି ପଡ଼ୋଶୀ ପଶ୍ଚିମବଙ୍ଗର କାନ୍ଥି, ଏଗ୍ରା, ପାନିପାରୁଲ, ଦେପାଳ, ମହନପୁର, ରାମନଗର, ଦେଉଳି ଅଞ୍ଚଳର ବ୍ୟବସାୟୀମାନେ ହାଟକୁ ଆସି ବିଭିନ୍ନ ସାମଗ୍ରୀ କିଣାବିକା କରିଥାନ୍ତି। ହୋଲ୍‌ସେଲର ବ୍ୟବସାୟୀମାନେ ବସ୍ତ୍ର ସମେତ ତେଜରାତି ଓ ଆଳୁ ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରିକରି ଭଲ ରୋଜଗାର କରିଥାନ୍ତି। ଐତିହ୍ୟସମ୍ପନ୍ନ ଏହି ହାଟ ଉପରେ ଦୁଇ ରାଜ୍ୟର ହଜାର ହଜାର ଲୋକ ନିର୍ଭର କରୁଥିବା ବେଳେ ଆନୁଷଙ୍ଗିକ ଭିତ୍ତିଭୂମିର ଉପଯୁକ୍ତ ବିକାଶ ହୋଇନାହିଁ। ଶୌଚାଳୟ କି ବିଶ୍ରାମାଗାର ନାହିଁ। ବର୍ଷାଦିନେ ପାଣି ନିଷ୍କାସନ ହୋଇପାରୁ ନ ଥିବାରୁ ଉଠାଦୋକାନୀ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ହାଟପାଳି ବ୍ୟତୀତ ଏବେ ଦୈନିକ ଦୋକାନ ବଜାର ଖୋଲା ରହୁଛି। ହାଟପାଳିରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହେଉଥିବାବେଳେ ଆର୍‌ଏମ୍‌ସି ମାସକୁ ମାସ ଅର୍ଥ ଆଦାୟ କରି ହାଟର ବିକାଶ କରୁ ନ ଥିବାରୁ ବଜାର ନିୟନ୍ତ୍ରିତ କମିଟିର ସଭାପତି ଶକ୍ତିପଦ ଦାସ ମହାପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି। କେତେକ ନୂତନ ଗୃହକୁ ଆର୍‌ଏମ୍‌ସି ବଣ୍ଟନ କରିବା ନେଇ ବିବଦମାନ ସ୍ଥିତି ଉପୁଜିଛି। ତେବେ ହାଟରେ କୌଣସି ସମସ୍ୟା ଦେଖାଦେଲେ ବଜାର କମିଟି ସର୍ବସମ୍ମତି ନିଷ୍ପତ୍ତି ଅନୁଯାୟୀ ଏହାର ସମାଧାନ କରିଥାଏ ବୋଲି ସମ୍ପାଦକ ରାଧାଶ୍ୟାମ ଜେନା କହିଛନ୍ତି। ଉକ୍ତ ହାଟ ଅନେକଙ୍କୁ ରୋଜଗାର ଯୋଗାଇ ସ୍ବାବଲମ୍ବୀ କରିପାରିଛି ବୋଲି ଜଣାଶୁଣା ବ୍ୟବସାୟୀ ଜଗେଶ୍ୱର ପାତ୍ର କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri