ଦୁଇ ଆଦିବାସୀ ଗାଁ ବାସିନ୍ଦାଙ୍କ ବିପଦପୂର୍ଣ୍ଣ ଯାତ୍ରା: ତାରକୁ ଧରି ନଦୀ ପାର ହେବାକୁ ପଡ଼େ

ପାରଳାଖେମୁଣ୍ଡି, ୨୧।୬ (ସ୍ବ.ପ୍ର.)- ବର୍ଷାଦିନ ଆସିଲେ ପେକେଟ୍‌ ଓ ଲିମର୍ସିଂ ଗାଁର ଲୋକଙ୍କ ମନରେ ଡର ପଶେ। ଏହି ଦୁଇଟି ଗାଁ ମଝିରେ ରହିଛି ପାରଜୀ ନଦୀ। ବର୍ଷାଦିନେ ପାଣି ଭର୍ତ୍ତି ଥିଲେ ନଦୀ ପାରହେବାର ଏକମାତ୍ର ମାଧ୍ୟମ ହେଉଛି ତାର ଓ କାଠଗଣ୍ଡି। ତଳ ତାରରେ ପାଦ ରଖି, ମୁଣ୍ଡଉପର ତାରକୁ ଧରି ଅତି ସତର୍କତାର ସହ ନଦୀ ପାର ହେଲାବେଳେ ଛୁଆ ହେଉ କି ବୁଢ଼ା, ସମସ୍ତଙ୍କ ଭିତରେ ଜୀବନ ଚାଲି ଯିବାର ଭୟଥାଏ।
ଗଜପତି ଜିଲାର ରାୟଗଡ ବ୍ଲକ ମାର୍ଲବା ପଞ୍ଚାୟତ ଅଧୀନରେ ରହିଛି ଦୁଇଟି ବଡ଼ ଗାଁ ପେକେଟ ଏବଂ ଲିମର୍ସିଂ। ଏହି ଦୁଇ ଗ୍ରାମ ମଝିରେ ପାରଜୀ ନଦୀ ରହିଥିବାବେଳେ ବ୍ଲକ୍‌ ସଦର ମହକୁମାରୁ ଏହି ଗ୍ରାମ ମାତ୍ର ୧୦କିମି ଦୂରତାରେ ରହିଛି। ପେକେଟରୁ ପ୍ରାୟ ଦୁଇ କିମି ଦୂରତାରେ ରହିଥିବା ଲିମର୍ସିଂ ଗାଁକୁ ଯିବା ପାଇଁ କୌଣସି ରାସ୍ତା ନାହିଁ ା ଉଭୟ ଗ୍ରାମରେ ୨୦୦ରୁ ଉର୍ଦ୍ଧ୍ୱ ପରିବାରର ୧୨ଶହରୁ ଉଦ୍ଧ୍ୱର୍ର୍ ଲୋକ ବସବାସ କରୁଥିବାବେଳେ ସେମାନେ ମୁଖ୍ୟତଃ ଜନଜାତି ସଂପ୍ରଦାୟର। ଲିମର୍ସିଂ ଗ୍ରାମବାସୀ ପ୍ରତିଦିନ ବ୍ଲକ କାମ, ବନ୍ଧୁବାନ୍ଧବଙ୍କ ଘରକୁ ଯିବାଆସିବା, ଦୋକାନ ବଜାର ଯିବା, ସ୍କୁଲ, ଡାକ୍ତରଖାନା ଯିବା ଆସିବା ପାଇଁ ଏହିପରି ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରିବାକୁ ବାଧ୍ୟ ହୋଇଥାନ୍ତି ା ପେକେଟ ଗ୍ରାମକୁ ଯିବାକୁ ହେଲେ ବିଲ ହିଡ଼ ଦେଇ କିଛି ଦୂର ଚାଲିବାପରେ ପୁଣି ପାରଜୀ ନଦୀର ପଥର ଶଯ୍ୟା ଦେଇ ଚାଲିବାକୁ ପଡିଥାଏ ା ବର୍ଷାଦିନେ ପ୍ରାୟ ୫ମାସ ଗ୍ରାମବାସୀ ନଦୀର ଦୁଇ ପାର୍ଶ୍ୱରେ ଲମ୍ବା ଗଛ ଗଣ୍ଡି ପକାଇ କିମ୍ବା ଉଭୟ ପାଖ ଗଛରେ ବିଦ୍ୟୁତ ତାର ବାନ୍ଧି ତାହା ସହାୟତାରେ ଜୀବନକୁ ପାଣି ଛଡ଼ାଇ ନଦୀ ପାର ହୋଇଥାନ୍ତି। ସେହିପରି ବନ୍ୟା ଜଳ ଯୋଗୁ କାଠଗଣ୍ଡି ଭାସିଗଲେ ନଦୀ ପାର ହେବା ପାଇଁ ବିଦ୍ୟୁତ ତାର ହିଁ ଏକମାତ୍ର ଭରସା ହୋଇଥାଏ। ବର୍ଷାଦିନେ ଏହିପରି ଯାତାୟାତ ସମୟରେ ପାଣିରେ ଭାସି ଲୋକେ ପ୍ରାଣ ହରାଇଥିବା ମଧ୍ୟ ଲିମର୍ସିଂ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୀର୍ଘ ବର୍ଷର ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପାରଜୀ ନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ ଦାବିକରି ଗତ ନିର୍ବାଚନ ସମୟରେ ଗ୍ରାମବାସୀ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିଲେ। ତେବେ ଏ ସଂପର୍କରେ ଖବର ପାଇ କେତେକ ପ୍ରଶାସନିକ ଅଧିକାରୀ ପହଞ୍ଚି ଗ୍ରାମବାସୀଙ୍କୁ ରାସ୍ତା ଓ ପୋଲ ତୁରନ୍ତ ନିର୍ମାଣ ପାଇଁ ପ୍ରଶାସନିକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ଫଳରେ ଗ୍ରାମବାସୀ ଭୋଟ ଦେଇଥିଲେ ା ହେଲେ ଭୋଟ ପରେ ଆଉ କାହାର ଦେଖା ମିଳୁନାହିଁ ବୋଲି ସୀତା ଶବର, ସାବିତ୍ରୀ ଭୂୟାଁ, ଶ୍ୟାମ ଭୂୟାଁ, ବୀରସିଂ ରାଇକା, ସେବିକା ରାଇକା, ଗଙ୍ଗାଧର ଗମାଙ୍ଗ, ଶ୍ରୀଧର ରାଇକା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ରାୟଗଡ଼ ବିଡିଓ ଲୁକାଶ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତିଯେ, ନଦୀଟି ଓସାରିଆ ଏବଂ ଅତ୍ୟନ୍ତ ପଥୁରିଆ ରାସ୍ତା ଯୋଗୁ ସେଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲ ନିର୍ମାଣ ପାଇଁ ୩ କୋଟି ଟଙ୍କା ବ୍ୟୟ ଅଟକଳରେ ଦୁଇ ତିନିଥର ଟେଣ୍ଡର ଡକା ଯାଇଥିଲା। କିନ୍ତୁ କେହି ମଧ୍ୟ ଟେଣ୍ଡର ପକାଉ ନ ଥିବାରୁ କାର୍ଯ୍ୟରେ ବିଳମ୍ବ ଘଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri