Posted inଖେଳ

ଦୀପକ ଚହର ନୁହେଁ, ଏହି ଭାରତୀୟ ଖେଳାଳି ନେଇଥିଲେ ଟି୨୦ରେ ପ୍ରଥମ ହ୍ୟାଟ୍ରିକ୍‌

ନୂଆଦିଲ୍ଲୀ,୧୨।୧୧:ବାଲାଂଦେଶ ବିପକ୍ଷରେ ଖେଳାଯାଇଥିବା ଶେଷ ଟି୨୦ ମ୍ୟାଚରେ ହ୍ୟାଟ୍ରିକ୍‌ ସହ ୬ ଉଇକେଟ ନେଇ ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦୀପକ ଚହରଙ୍କୁ ଚାରିଆଡୁ ପ୍ରଶଂସା ମିଳୁଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ମଧ୍ୟ ଚହରଙ୍କୁ ଶୁଭେଚ୍ଛା ଜଣାଇଛି। ଦୀପକ ଚହର ପ୍ରଥମ ଭାରତୀୟ କ୍ରିକେଟର ଭାବେ ଟି୨୦ରେ ହ୍ୟାଟ୍ରିକ ନେଇଥିବା ବିସିସିଆଇ ଟୁଇଟରରେ କହିଛି। ଯାହାକୁ ନେଇ ଅଲ୍‌ ଇଣ୍ଡିଆ ମହିଳା କଂଗ୍ରେସ ଆପତ୍ତି ଉଠାଇଛି। ଦୀପକ ଚହର ନୁହେଁ, ଭାରତୀୟ ମହିଳା କ୍ରିକେଟ ଖେଳାଳି ଏକତା ବିଷ୍ଟ୍‌ ପ୍ରଥମ ଭାରତୀୟ ଭାବେ ଟି-୨୦ରେ ହ୍ୟାଟ୍ରିକ୍‌ ନେଇଥିଲେ ବୋଲି ମହିଳା କଂଗ୍ରେସ ଟୁଇଟ୍‌ କରି ବିସିସିଆଇକୁ ଟ୍ରୋଲ କରିଛି। ୨୦୧୨ରେ ଏକତା ଶ୍ରୀଲଙ୍କା ବିପକ୍ଷରେ ଏହି କୃତିତ୍ୱ ହାସଲ କରିଥିଲେ ବୋଲି ଜଣାପଡିଛି। ୟୁଜର୍ସମାନେ ବିସିସିଆଇକୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱ ବିଲିୟାଡର୍‌ସ ଚାମ୍ପିୟନଶିପ୍‌: ଗିଲଖ୍ରୀଷ୍ଟ ଚାମ୍ପିୟନ

ମେଲବୋର୍ନ,୧୩।୧୦(ପି.ଟି.)- ଏଠାରେ ଅନୁଷ୍ଠିତ ବିଶ୍ୱ ବିଲିୟାଡର୍‌ସ ଚାମ୍ପିୟନଶିପ୍‌ରେ ସିଙ୍ଗାପୁରର ପିଟର ଗିଲଖ୍ରୀଷ୍ଟ ଭାରତର ସୌରଭ କୋଠାରୀଙ୍କୁ ହରାଇ ଟାଇଟଲ ହାସଲ କରିଛନ୍ତି। କୋଠାରୀଙ୍କୁ ୧୩୦୭- ୯୬୭ରେ...

ଭାରତୀୟ କ୍ରିକେଟ ଖେଳାଳିଙ୍କ ନିକ୍‌ ନେମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ସମସ୍ତଙ୍କ ଭଳି କ୍ରିକେଟ୍‌ ଖେଳାଳିଙ୍କ ମଧ୍ୟ ଡାକ ନାମ(ନିକ୍‌ ନେମ୍‌) ରହିଛି। ପଡିଆରେ ଖେଳାଳିମାନେ ଡାକ ନାମରେ ହିଁ କଥାବାର୍ତ୍ତା ହୋଇଥାନ୍ତି। ଜାଣନ୍ତୁ କେଉଁ ଖେଳାଳିଙ୍କ...

ନେମାର ଆହତ

ରିଓ ଡି ଜେନେରିଓ, ୨୯ା୫- ବ୍ରାଜିଲ ଷ୍ଟାର ଖେଳାଳି ଜୁନିୟର ନେମାର ଆହତ ହୋଇଛନ୍ତି। କୋପା ଆମେରିକା ଟୁର୍ନାମେଣ୍ଟ ଲାଗି ବ୍ରାଜିଲ ଦଳର ପ୍ରଥମ ଅଭ୍ୟାସ...

ପଦ ତ୍ୟାଗ କରିବେ ବେଲିଣ୍ଡା କ୍ଲାର୍କ

ସିଡ୍‌ନୀ, ୩୦ା୯ (ପି.ଟି.)-ଅଷ୍ଟ୍ରଲିଆର ପୂର୍ବତନ ମହିଳା ଟିମ୍‌ ଅଧିନାୟକ ବେଲିଣ୍ଡା କ୍ଲାର୍କ କ୍ରିକେଟ ବୋର୍ଡର କମ୍ୟୁନିଟି କ୍ରିକେଟ ଏକ୍‌ଜିକ୍ୟୁଟିଭ୍‌ ଜେନେରାଲ ମ୍ୟାନେଜର ପଦ ତ୍ୟାଗ କରିବେ...

କୋହଲିଙ୍କ ଦ୍ୱିଶତକ

ପୁଣେ,୧୧।୧୦: ଭାରତୀୟ ଅଧିନାୟକ ବିରାଟ କୋହଲି ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦ୍ୱିଶତକ ଲଗାଇଛନ୍ତି। ପୂର୍ବ ଦିନ ୬୩ ରନ୍‌ କରି...

ଜାତୀୟ ସିନିୟର ବ୍ୟାଡ୍‌ମିଣ୍ଟନ ସ୍ଥଗିତ

ନୂଆଦିଲ୍ଲୀ, ୨୫।୩ (ପି.ଟି.)- କରୋନା ଭାଇରସ୍‌ ଆତଙ୍କକୁ ନଜରରେ ରଖି ଜାତୀୟ ସିନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ୮୪ତମ ସଂସ୍କରଣକୁ ସ୍ଥଗିତ ରଖାଯାଇଛି। ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌...

ଓ୍ବିମ୍ବେଲଡନ ଓପନ୍‌ ଟେନିସ୍‌: ପ୍ରଜନେଶ ପ୍ରଥମ ରାଉଣ୍ଡରେ ରାଓନିକ୍‌ଙ୍କୁ ଭେଟିବେ

ଲଣ୍ଡନ, ୨୮ା୬ (ପି.ଟି.)-ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ସୋମବାରଠାରୁ ଆରମ୍ଭ ହେବ। ଏଥିପାଇଁ ଶୁକ୍ରବାର ଡ୍ର’ ଅନୁଷ୍ଠିତ ହୋଇଯାଇଛି। ତଦନୁସାରେ ଭାରତ ଟପ୍‌ ସିଙ୍ଗଲ୍ସ...

ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ବାବଦକୁ ଦିଆଗଲା ୨.୫ କେଜିର ମାଛ

ନୂଆଦିଲ୍ଲୀ, ୨୧।୯: କୌଣସି ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖେଳାଳିଙ୍କୁ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ସମୟରେ ଖେଳାଳିଙ୍କୁ ଟ୍ରଫି କିମ୍ବା...

Coronavirus Update


Archives

Model This Week

Why Dharitri