‘ଦି ରଥ’କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ବିଜୁ ପଟ୍ଟନାୟକ ପାର୍କରେ ସ୍ଥାପନ କରାଯାଇଥିବା ଇସ୍ପାତ ନିର୍ମିତ ସ୍ଥାପତ୍ୟକଳାକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଏବଂ ଟାଟା ଷ୍ଟିଲ୍‌ର ମିଳିତ ପ୍ରୟାସରେ ନିର୍ମିତ ଏହି ସ୍ଥାପତ୍ୟ ‘ଦି ରଥ’କୁ ମୁଖ୍ୟମନ୍ତ୍ରୀ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି। ୧୩.୫ ଟନ୍‌ ଟାଟା ଷ୍ଟ୍ରକ୍‌ଚରାଲ ଷ୍ଟିଲ ହଲୋ ସେକ୍ସନକୁ ବ୍ୟବହାର କରି ନିର୍ମିିତ ହୋଇଥିବା ଏହି ସ୍ଥାପତ୍ୟରେ ସୂର୍ଯ୍ୟ ମନ୍ଦିର ଓ ରଥ ଯାତ୍ରାର ଯୁଗଳବନ୍ଦୀ ଚିତ୍ର ପ୍ରତିଫଳିତ ହୋଇଛି। ଏହାସହ ଏଥିରେ ଓଡ଼ିଶାର ଆତ୍ମା ତଥା ଓଡ଼ିଶାର ବିବିଧ କଳା, ସଂସ୍କୃତି ଓ ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ କରାଯାଇଛି। ଭବିଷ୍ୟତର ଧାତୁ ‘ଇସ୍ପାତ’କୁ ନେଇ ନିର୍ମିତ ଏବଂ ଅତ୍ୟାଧୁନିକ ଉପକରଣରେ ପ୍ରସ୍ତୁତ ‘ଦି ରଥ’ ୩ଟି ବିନ୍ଦୁ ଉପରେ ଭୂପୃଷ୍ଠରେ ସର୍ବନିମ୍ନ ପାଦ ରଖି ଠିଆ ହୋଇଛି। ଘୂର୍ଣ୍ଣାୟମାନ ପଲିଗୋନାଲ୍‌ ଫ୍ରେମ୍‌କୁ ଏକ ୧୨୦ ଡିଗ୍ରି ଟ୍ରାଇ-ଆକ୍ସିସ ଉପରେ ରଖାଯାଇଛି। ଏହା ୮ ଘଣ୍ଟା ସବ୍‌ଡିଭିଜନ, ୨୪ ଘଣ୍ଟିଆ ଚକ୍ର ଏବଂ ସମୟର ପରିକଳ୍ପନାକୁ ଉପସ୍ଥାପିତ କରୁଛି। ଷ୍ଟ୍ରକ୍‌ଚରାଲ ଷ୍ଟିଲର ଜାଲକୁ ନେଇ ଏହାର ଡିଜାଇନ ପ୍ରସ୍ତୁତ କରାଯାଇଥିବା ବେଳେ ଏହା ଅବ୍ୟବହୃତ ସାମଗ୍ରୀ ବ୍ୟବହାର କରିବାର ବାର୍ତ୍ତାଦେଉଛି। ‘ଦି ରଥ’ର ପାଭିଲିଅନ ଡିଜାଇନକୁ ତିନିଟି ସ୍ତରରେ ଅନୁଭବ କରିହେଉଥିବାବେଳେ ଏହାର ତଳେ ଏକ ଆମ୍ପିଥିଏଟର ରହିଛି। ଏହାର ସ୍ଥାପତ୍ୟ ଡିଜାଇନ୍‌ ନୁରୁ କରିମ କରିଥିବାବେଳେ ସାଗର ବିଜ୍‌ନେସ ପ୍ରାଇଭେଟ ଲିମିଟେଡ୍‌ ଏହି ପ୍ରକଳ୍ପ ନିର୍ମାଣ କରିଛି। ଟାଟା ଗ୍ରୋଥ୍‌ ସପ୍‌ ଏହା ଡିଜାଇନ୍‌ ପ୍ରସ୍ତୁତ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri