Posted inଜାତୀୟ

ଦିଲ୍ଲୀ ଲଢ଼େଇ ଘମାଘୋଟ

ନୂଆଦିଲ୍ଲୀ,୫ା୨: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୪ ଦିନ ବାକି ଥିବାବେଳେ ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଏବଂ ଭାଜପା ମୁହାଁମୁହିଁ ହୋଇଛନ୍ତି। ସରକାର ସପକ୍ଷରେ ହାଓ୍ବା ବୋହୁଛି ବୋଲି ଦାବି କରୁଥିବା ଏଏପି ପକ୍ଷରୁ ମଙ୍ଗଳବାର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ଦଳର ଆବାହକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଭାଜପାକୁ ବୁଧବାର ଅପରାହ୍ନ ଗୋଟାଏ ସୁଦ୍ଧା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପାଇଁ ଚ୍ୟାଲେଞ୍ଜ କରିଛନ୍ତି। ଅନ୍ୟପକ୍ଷରେ ଭାଜପା ସପକ୍ଷରେ ବୋହୁଥିବା ହାଓ୍ବା କେଜ୍‌ରିଓ୍ବାଲ ଓ ତାଙ୍କ ସହଯୋଗୀଙ୍କ ନିଦ ହଜାଇ ଦେଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟାର୍ଗେଟ କରିଛନ୍ତି। ପ୍ରଚାର ଶେଷ ହୋଇ ଆସୁଥିବାବେଳେ ଦିଲ୍ଲୀ ଲଢ଼େଇ ରୋଚକ ମୋଡ଼ରେ ପହଞ୍ଚତ୍ଛି।
ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ୮ ତାରିଖରେ ଭୋଟଗ୍ରହଣ କରାଯିବ। ଏଥିପାଇଁ ସବୁ ଦଳ ପକ୍ଷରୁ ପ୍ରଚାର ଅଭିଯାନକୁ ଜୋର୍‌ଦାର କରାଯାଇଛି। ଏଏପି-ଭାଜପା-କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବ ବୋଲି କୁହାଯାଉଥିଲେ ହେଁ କଂଗ୍ରେସ ଟିକେ ପଛରେ ପଡ଼ିଯାଇଛି। ଦୁଇ ବିରୋଧୀ ଦଳ ପୂର୍ବରୁ ନିର୍ବାଚନୀ ଇସ୍ତାହାର ଜାରି କରିଥିବାବେଳେ ଏଏପି ପକ୍ଷରୁ ମଙ୍ଗଳବାର ‘୨୮ ସୂତ୍ରୀ ଗ୍ୟାରେଣ୍ଟି କାର୍ଡ’ ପ୍ରକାଶ ପାଇଛି। ଉପମୁଖ୍ୟମନ୍ତ୍ରୀ ମନୀଷ୍‌ ସିସୋଡିଆ ଜାରି କରିଥିବା ଏହି ଇସ୍ତାହାରରେ ଉଲ୍ଲେଖ କରାଯାଇଛି ଯେ, ଏଏପି ପୁନଃ କ୍ଷମତାସୀନ ହେଲେ ଦିଲ୍ଲୀରେ ୨୪ ଘଣ୍ଟିଆ ମାର୍କେଟ ଏବଂ ସ୍କୁଲ ପାଠ୍ୟକ୍ରମରେ ଦେଶଭକ୍ତିର ପାଠକୁ ସାମିଲ କରାଯିବ। ସାଧାରଣ ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ସହ ଆଇନଶୃଙ୍ଖଳା ସ୍ଥିତିରେ ଉନ୍ନତି ଅଣାଯିବ। ଏନେଇ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ କହିଛନ୍ତି, ଦିଲ୍ଳୀବାସୀ ଏବଂ ଏପରି କି ବିରୋଧୀମାନେ ମଧ୍ୟ ତାଙ୍କ ସରକାରର ପ୍ରଦର୍ଶନ ପ୍ରତି ପ୍ରଭାବିତ ହୋଇଛନ୍ତି। ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ତାହା ଦିଲ୍ଲୀର ଭୋଟର ଜାଣିନାହାନ୍ତି। ତେଣୁ ବୁଧବାର ଅପରାହ୍ନ ୧ଟା ସୁଦ୍ଧା ଭାଜପା ନିଜ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରୁ। ଯାହା ନାମ ବି ଘୋଷଣା କରାଯିବ ତାଙ୍କ ସହିତ ବିତର୍କ କରିବା ପାଇଁ ପ୍ରସ୍ତୁତ ବୋଲି କେଜ୍‌ରିଓ୍ବାଲ ଚ୍ୟାଲେଞ୍ଜ ଦେଇଛନ୍ତି। ଏହି ସମୟ ମଧ୍ୟରେ ଭାଜପା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ନ ବତାଇଲେ ଏଏପି ପକ୍ଷରୁ ଆଉ ଏକ ପ୍ରେସ୍‌ କନ୍‌ଫରେନ୍ସ କରାଯିବ ବୋଲି ସେ କହିଛନ୍ତି।
ସେପଟେ ଦ୍ୱାରକା ସେକ୍ଟର ୧୪ରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଏପିକୁ ଟାର୍ଗେଟ କରିଛନ୍ତି। ମୋଦି କହିଛନ୍ତି, ଦିଲ୍ଲୀ ନିର୍ବାଚନକୁ ୪ ଦିନ ବାକି ଥିବାବେଳେ ଏଠାରେ ବୋହୁଥିବା ଭାଜପା ହାଓ୍ବା ଅନେକ ଲୋକଙ୍କ ନିଦ ହଜାଇ ଦେଇଛି। ଜାତୀୟ ରାଜଧାନୀରେ ଏପରି ଏକ ସରକାର ଦରକାର ଯିଏ ଅନ୍ୟଙ୍କୁ ଦୋଷ ଦେବା ବଦଳରେ ଗରିବଙ୍କ ପାଇଁ କାମ କରିବ। ଘୃଣାର ରାଜନୀତି କରୁଥିବା ଦଳ ଦରକାର ନାହିଁ। ଆଗାମୀ ଦଶନ୍ଧିରେ ଦିଲ୍ଲୀ କେଉଁ ବାଟ ଦେଇ ଯିବ ତାହା ଏହି ନିର୍ବାଚନରେ ମତଦାତାଙ୍କୁ ସ୍ଥିର କରିବାକୁ ପଡ଼ିବ। ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ସ୍କିମ୍‌ ଭଳି କେନ୍ଦ୍ରର ଜନମଙ୍ଗଳକାରୀ ଯୋଜନାଗୁଡ଼ିକୁ ଏଏପି ଦିଲ୍ଲୀରେ ଲାଗୁ କରାଇ ଦେଉନାହିଁ। କିନ୍ତୁ ଫେବୃୟାରୀ ୧୧ (ଭୋଟ ଗଣତି) ପରେ ଆଉ ସେପରି ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ବାଢ଼ିଛନ୍ତି।
ମୋଦି ଏଏପିକୁ ଟାର୍ଗେଟ କରିଛନ୍ତି। ମୋଦି କହିଛନ୍ତି, ଦିଲ୍ଲୀ ନିର୍ବାଚନକୁ ୪ ଦିନ ବାକି ଥିବାବେଳେ ଏଠାରେ ବୋହୁଥିବା ଭାଜପା ହାଓ୍ବା ଅନେକ ଲୋକଙ୍କ ନିଦ ହଜାଇ ଦେଇଛି। ଜାତୀୟ ରାଜଧାନୀରେ ଏପରି ଏକ ସରକାର ଦରକାର ଯିଏ ଅନ୍ୟଙ୍କୁ ଦୋଷ ଦେବା ବଦଳରେ ଗରିବଙ୍କ ପାଇଁ କାମ କରିବ। ଘୃଣାର ରାଜନୀତି କରୁଥିବା ଦଳ ଦରକାର ନାହିଁ। ଆଗାମୀ ଦଶନ୍ଧିରେ ଦିଲ୍ଲୀ କେଉଁ ବାଟ ଦେଇ ଯିବ ତାହା ଏହି ନିର୍ବାଚନରେ ମତଦାତାଙ୍କୁ ସ୍ଥିର କରିବାକୁ ପଡ଼ିବ। ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ସ୍କିମ୍‌ ଭଳି କେନ୍ଦ୍ରର ଜନମଙ୍ଗଳକାରୀ ଯୋଜନାଗୁଡ଼ିକୁ ଏଏପି ଦିଲ୍ଲୀରେ ଲାଗୁ କରାଇ ଦେଉନାହିଁ। କିନ୍ତୁ ଫେବୃୟାରୀ ୧୧ (ଭୋଟ ଗଣତି) ପରେ ଆଉ ସେପରି ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ବାଢ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri